ଗଞ୍ଜାମରେ ପୁଣି କରୋନାର ଆତଙ୍କ

ଛତ୍ରପୁର,୪।୪: ଗଞ୍ଜାମ ଜିଲାରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇଲାଣି। କିଛି ଦିନର ବ୍ୟବଧାନ ପରେ ଦୈନିକ ସଂକ୍ରମଣ ଦୁଇ ଅଙ୍କ ଛୁଇଁଲାଣି। ରବିବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଜିଲାରେ ଆଉ ୧୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବ୍ରହ୍ମପୁର ମହାନଗର ନିଗମ ଓ ଗଞ୍ଜାମରୁ ୩ ଜଣ ଲେଖାଏ ଚିହ୍ନଟ ହୋଇଥିବା ବେଳେ ବେଗୁନିଆପଡା, ଛତ୍ରପୁର, ଦିଗପହଣ୍ଡି, କବିସୂର୍ଯ୍ୟନଗର ଓ ଖଲ୍ଲିକୋଟରୁ ଜଣେ ଲେଖାଏ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଜିଲାର ୭ ଜଣ କରୋନାରୁ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି । ବର୍ତ୍ତମାନ ଜିଲାରେ ୪୦ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ଗତ ୨୪ ଘଣ୍ଟାରେ ଜିଲାରେ ୧୯୮୮ ଜଣଙ୍କ କରୋନା ଟେଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମରେ ପ୍ରତାରଣା ପରେ ଆତ୍ମହତ୍ୟା ଘଟଣା: ଯୁବତୀଙ୍କ ବିରୋଧରେ ଅଭିଯୋଗ କଲେ ମୃତକଙ୍କ ଭାଇ

କଟକ ଅଫିସ, ୧୩ା୧: ଯୁବତୀଙ୍କ ନିକଟରୁ ପ୍ରତାରଣାର ଶିକାର ହେବା ପରେ ମନୋଜ ସ୍ବାଇଁ ନାମକ ଯୁବକ ଶନିବାର କଟକ ଜିଲା ମଧୁପାଟଣା ଥାନା ଅଧୀନ...

ପୋଲିସ-ମାଓବାଦୀ ଗୁଳି ବିନିମୟ, ଜଣେ ମାଓବାଦୀ ନିହତ

ମାଲକାନଗିରି,୩୧।୧(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ମୁଦୁଲିପଡ଼ା ଥାନା ମାଡ଼କାପଦର ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା...

ପୁରୀରୁ ଆଉ ୧୬ ଆକ୍ରାନ୍ତ ଚିହ୍ନଟ: ସଂଖ୍ୟା ଛୁଇଁଲା ୮୧

ପୁରୀ ଅଫିସ,୨୪।୫: ପୁରୀ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଶନିବାର ୧୭ ଆକ୍ରାନ୍ତ ଚିହ୍ନଟ ପରେ ଜିଲାର ମୋଟ...

ଅଳଙ୍କାର ଦୋକାନରୁ ଲୁଟ୍‌ : ସିସିଟିଭି ଫୁଟେଜରୁ ଧରାପଡ଼ିଲେ ଦୁଇ ମହିଳା 

ବାଲୁଗାଁ ,୨୯।୧୦(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ବାଲୁଗାଁ  ବଜାରସ୍ଥିତ ଏକ ଜୁଏଲେରୀ ଦୋକାନରୁ ଗତ ଶନିବାର ମଧ୍ୟାହ୍ନରେ ଅଳଙ୍କାର କିଣିବା ବାହାନାରେ ୪ ମହିଳା ରୁପା ଗହଣା ଲୁଟି...

ଦେବୀ ସୁଭଦ୍ରାଙ୍କ ରଥରେ ବିରାଜମାନ କଲେ ସୁଦର୍ଶନ

ପୁରୀ ଅଫିସ,୨୩।୬: ରଥରେ ୩ ଠାକୁର ବିଜେ ପରେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା ଲାଗି ପ୍ରସ୍ତୁତି ହେଉଛନ୍ତି। ଅନ୍ୟପଟେ ଦେବୀ ସୁଭଦ୍ରାଙ୍କ ରଥରେ ସୁଦର୍ଶନ ବିରାଜମାନ...

ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ, ଛାତ୍ରୀଛାତ୍ର

ଘଣ୍ଟାପଡ଼ା,୨୨।୧୦(ଡି.ଏନ୍‌.ଏ.): ବୌଦ୍ଧ ଜିଲା ଘଣ୍ଟାପଡ଼ା ସମଲେଶ୍ୱରୀ ହାଇସ୍କୁଲରେ ବିଜ୍ଞାନ, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ଦାବିରେ ମଙ୍ଗଳବାର ଅଭିଭାବକ ଏବଂ ଛାତ୍ରୀଛାତ୍ର ବିଦ୍ୟାଳୟର ମୁଖ୍ୟ...

ଜୁନାଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି: ୨ ଦିନ ଘରକୁ ଘର ବୁଲି କୋଭିଡ ପରୀକ୍ଷା

ଜୁନାଗଡ଼,୧୦।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଓ ଏନ୍‌ଏସିରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହାକୁ ନେଇ ଏବେ ଚିନ୍ତା ବଢ଼ିଛି।...

ଆସନ୍ତାକାଲି ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ

ଭୁବନେଶ୍ୱର,୭।୧୨(ବ୍ୟୁରୋ)-ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର ମଙ୍ଗଳବାର ସମସ୍ତ ସରକାରୀ ଅଫିସ ବନ୍ଦ...

Advertisement


Archives

Model This Week