କୋଭିଡ୍‌ ଗାଇଡ୍‌ଲାଇନ ନ ମାନିବାରୁ ସିଲ୍‌ ହେଲା ୨ ଦୋକାନ

ଝାରସୁଗୁଡା ଅଫିସ୍‌,୪।୪: ଝାରସୁଗୁଡ଼ା ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନତା କରାଯାଉଛି। ତଥାପି କେତେକ ଅମାନିଆ ନିୟମ ପାଳନ କରୁନାହାନ୍ତି। ଜିଲା ପ୍ରଶାସନ ଏହି ଦିଗରେ କଠୋର ହୋଇଛି। ଜିଲାପାଳ ସରୋଜ ସାମଲଙ୍କ ନିର୍ଦ୍ଦେଶ କ୍ରମେ ୨ଟି ସ୍ବତନ୍ତ୍ର ସ୍କ୍ବାଡ ଗଠନ କରାଯାଇଛି। ଗୋଟିଏ ସ୍କ୍ବାଡରେ ଝାରସୁଗୁଡ଼ା ବ୍ଲକ ବିଡିଓ ପ୍ରସନ୍ନ ପାଣ୍ଡେ ରହିଥିବା ବେଳେ ଅନ୍ୟ ଏକ ସ୍କ୍ବାଡରେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗେନ୍ଦ୍ର ମାଝି, ପୋଲିସ ଅଧିକାରୀ ମଦନ ନାୟକ, ପ୍ରଦୀପ ସାହୁ, କନେଷ୍ଟବଳ ମନୋଜ ପଟେଲ ପ୍ରମୁଖ ରହିଛନ୍ତି। ସ୍ବତନ୍ତ୍ର ସ୍କ୍ବାଡ ରବିବାର ସନ୍ଧ୍ୟାରେ ସହରରେ ମାସ୍କ ପିନ୍ଧୁ ନ ଥିବା ଓ ସାମାଜିକ ଦୂରତା ନିୟମର ପାଳନ କରୁ ନ ଥିବା ଦୋକାନ ଉପରେ ଚଢାଉ କରିଥିଲା। ୧୦ଟି ଦୋକାନରୁ ୧୦ ହଜାର ଟଙ୍କା ଜିରିମାନା ଆଦାୟ କରାଯାଇଛି। କୋଭିଡ୍‌ ଗାଇଡ୍‌ଲାଇନ ପାଳନ କରୁ ନ ଥିବାରୁ ଗୋଟିଏ ମୋବାଇଲ୍‌ ଦୋକାନ ଏବଂ ଏକ ଚପଲ ଦୋକାନକୁ ସିଲ୍‌ କରାଯାଇଛି। ଏହି ଚଢାଉ ରାତି ୮ଟା ପର୍ଯ୍ୟନ୍ତ ଚାଲିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨ ଅଣଓଡ଼ିଆ ଗଲେ, ହେଲେ ଜଣେ ଦଳିତ କି ଆଦିବାସୀ ପାଉନାହାନ୍ତି

ଭୁବନେଶ୍ୱର, ୨୧।୫(ବ୍ୟୁରୋ): ରାଜ୍ୟରେ ଜଣେ ହେଲେ ଦଳିତ ଓ ଆଦିବାସୀ ବର୍ଗର ରାଜ୍ୟ ସଭା ସଦସ୍ୟ ନାହାନ୍ତି। ଏହାସହ ପଛୁଆବର୍ଗର ବ୍ୟକ୍ତିବିଶେଷଙ୍କୁ ରାଜ୍ୟ ସଭା ନିର୍ବାଚନରେ...

ରାଜ୍ୟର ୫୬% ଗ୍ରାମାଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥା ନାହିଁ: ଭାଜପା

ଭୁବନେଶ୍ୱର,୧୦।୪(ବ୍ୟୁରୋ): ୨୨ବର୍ଷ ଶାସନ କ୍ଷମତାରେ ରହି ମଧ୍ୟ ଜଳ ସଂରକ୍ଷଣ ବ୍ୟବସ୍ଥାରେ ଫେଲ୍‌ ହୋଇଥିବା ରାଜ୍ୟ ସରକାର ରାଜ୍ୟରେ ସାମାନ୍ୟ କେନାଲଟିଏ ମଧ୍ୟ ନିର୍ମାଣ କରିବାରେ...

ବିଷାକ୍ତ ମଦ ପିଇ ୪ ମୃତ

ବନ୍ତଳା,୨୮ା୧୦(ଡି.ଏନ.ଏ.): ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଶରଧାପୁର ପଞ୍ଚାୟତ ପଥରଗଡ଼ ଗ୍ରାମରେ ବିଷାକ୍ତ ମଦ୍ୟପାନ ଯୋଗୁ ୪ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତିମାନେ...

ଦିନ ଦ୍ୱିପ୍ରହରରେ ଖଟୁଛନ୍ତି ଶ୍ରମିକ

ଛେଣ୍ଡିପଦା,୨୮।୫(ସ୍ବ.ପ୍ର)ସରକାରୀ ନିୟମକୁ ଫୁ। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ ଶ୍ରମିକଙ୍କୁ ନ ଖଟାଇବା ପାଇଁ ସରକାରଙ୍କ ପକ୍ଷରୁ କଟକଣା ରହିଥିବାବେଳେ ଏହାକୁ...

ଓଡ଼ିଆ ଭାଷା ଓ ସଂସ୍କୃତି ସୁରକ୍ଷାକୁ ନେଇ ବିଧାନସଭାରେ କଂଗ୍ରେସର ହଟ୍ଟଗୋଳ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଓଡ଼ିଆ ଭାଷା ଓ ସଂସ୍କୃତିକୁ ନେଇ ବିଧାନସଭାରେ କଂଗ୍ରେସ ଦଳର ସଭ୍ୟମାନେ ମଙ୍ଗଳବାର ହଙ୍ଗାମା କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଭାଷା ଓ...

କାର୍ଟୁନିଷ୍ଟ୍‌ କିଶୋର ରଥଙ୍କ ପରଲୋକ

ଭୁବନେଶ୍ୱର,୮ା୧୧(ବ୍ୟୁରୋ): ରାଜ୍ୟର ବିଶିଷ୍ଟ କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ହୃଦ୍‌ଘାତରେ  ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,...

ବ୍ୟାଘ୍ର କରିଡରରେ ଯୋଡ଼ିହେଲା ନନ୍ଦିନିଆ

ଢେଙ୍କାନାଳ ଅଫିସ, ୫।୧: ସାତକୋଶିଆ ବ୍ୟାଘ୍ର କରିଡ଼ରରେ ଯୋଡ଼ିହୋଇଛି ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ ଅନ୍ତର୍ଗତ ନନ୍ଦିନିଆ ସଂରକ୍ଷିତ ଜଙ୍ଗଲ। ଜିଲାର କନ୍ଧରା ଏବଂ ନନ୍ଦିନିଆ...

ମନ୍ତ୍ରୀ, ବିଧାୟକଙ୍କ ସମେତ ଭାଜପା ରାଜ୍ୟ ସଭାପତିଙ୍କୁ କରୋନା

ଭୁବନେଶ୍ୱର ୧୫।୯(ବ୍ୟୁରୋ):ରାଜ୍ୟର ଏକାଧିକ ନେତା ଓ ମନ୍ତ୍ରୀ ବର୍ତ୍ତମାନ କରୋନା ସଂକ୍ରମଣର ଶୀକାର ହେଉଛନ୍ତି। ଲଗାତର ଭାବେ ଏହିଭଳି ଖବର ସାମ୍ନାକୁ ଆସୁଥିବା ବେଳେ ସୋମବାର...

Advertisement
Archives

Model This Week