ସ୍କୁଲ ହଷ୍ଟେଲର ୯ ଛାତ୍ର ପଜିଟିଭ

ଉମରକୋଟ,୪ା୪: ନବରଙ୍ଗପୁର ଜିଲାରୁ ଦିନକରେ ୧୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରବିବାର ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଉମରକୋଟ ଡୋଙ୍ଗ୍ରିଗୁଡ଼ାସ୍ଥିତ ଗୁରୁକୃପା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରାବାସର ୯ଛାତ୍ର ରହିଛନ୍ତି। ପ୍ରଶାସନ ପକ୍ଷରୁ ଛାତ୍ରାବାସକୁ ସାନିଟାଇଜ୍‌ କରାଯିବା ସହ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ସେହିପରି ସଂକ୍ରମିତ ୯ ଛାତ୍ରଙ୍କୁ ଉମରକୋଟ ହାଇସ୍କୁଲ ରୋଡ୍‌ସ୍ଥିତ ଅନ୍ବେଷା ଛାତ୍ରାବାସରେ ସଙ୍ଗରୋଧରେ ରଖାଯାଇଥିବା ବେଳେ ଅନ୍ୟ ଛାତ୍ରମାନଙ୍କୁ ଡୋଙ୍ଗ୍ରିଗୁଡ଼ା ଛାତ୍ରାବାସରେ ଅବ୍‌ଜରଭେସନରେ ରଖାଯାଇଛି। ଦୁଇ ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଏହା ୧୪ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ସୂଚନାଯୋଗ୍ୟ, ଡୋଙ୍ଗ୍ରିଗୁଡ଼ା ଛାତ୍ରାବାସରେ ୭୮ ଜଣ ଛାତ୍ର ରହୁଥିଲେ। ସେମାନଙ୍କ ମଧ୍ୟରୁ ୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ହୋଲି ଛୁଟିରୁ ଫେରିବା ପରେ ଜଣଙ୍କୁ ଜ୍ୱର ହୋଇଥିଲା। ସ୍ବାବ ପରୀକ୍ଷାରେ ତାଙ୍କର ପଜିଟିଭ ଆସିଥିଲା। ପରେ ଅନ୍ୟ ଛାତ୍ରମାନଙ୍କ ପରୀକ୍ଷା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରୁ ୧୨୮ ନୂଆ କରୋନା ପଜିଟିଭ: ୨୩ ତାରିଖ ପର୍ଯ୍ୟନ୍ତ ଇଣ୍ଡିଆନ ବ୍ୟାଙ୍କ ଶଟ୍‌ଡାଉନ

ବରଗଡ଼ ଅଫିସ,୨୨।୯: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ମଙ୍ଗଳବାର ଜିଲାରେ ପୁଣି ୧୨୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ...

ଟ୍ରେନ ଅଟକାଇ ବସ୍ତା ଷ୍ଟେଶନରେ ଓହ୍ଲାଇଲେ ପ୍ରବାସୀ ଓଡ଼ିଆ

ବସ୍ତା, ୨୭ା୬(ଡି.ଏନ.ଏ.)-ବସ୍ତା ରେଳଷ୍ଟେଶନରେ ଶୁକ୍ରବାର ଏକ ସ୍ପେଶାଲ ଟ୍ରେନକୁ ଅଟକାଇ ପ୍ରବାସୀ ଓଡ଼ିଆମାନେ ଓହ୍ଲାଇଛନ୍ତି। ବାଙ୍ଗାଲୋରରୁ ହାଓ୍ବଡ଼ା ଯାଉଥିବା ଏକ ସ୍ପେଶାଲ ଟ୍ରେନ ବସ୍ତାରେ ଅଟକିଥିଲା।...

ପରକୀୟା ପ୍ରୀତିରୁ ହତ୍ୟା

ବାଲିଆପାଳ,୨୩।୯(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଘଣ୍ଟୁଆ ପଞ୍ଚାୟତ ବଡ଼କସବା ଗ୍ରାମର ଏକ ଧାନ ବିଲରୁ ଜଣେ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ସେ...

ହରଭଙ୍ଗା ବ୍ଲକ: ଜଳିଗଲାଣି ପଲ୍‌ହାଘାରି, ଗଜାମରୁଡି ଆଶଙ୍କା

ପୁରୁଣାକଟକ,୧୫।୭ (ଡି.ଏନ.ଏ) : କେଉଁ ବର୍ଷ ମରୁଡି ତ କେଉଁ ବର୍ଷ ବନ୍ୟା । ଏଭଳି ଗତ ୩୦ ବର୍ଷ ଧରି ପ୍ରକୃତ ଦାଉ ସାଧୁଥିବାରୁ...

ହାତୀ ଶିକାର ଘଟଣାର ସିବିଆଇ ତଦନ୍ତ ଦାବି

ବାରିପଦା ଅଫିସ,୨୯ା୧୨: ମୟୂରଭଞ୍ଜ ଜିଲାର ଶୋଭା ବର୍ଦ୍ଧନ କରୁଥିବା ଜାତୀୟ ଅଭୟାରଣ୍ୟ ‘ଶିମିଳିପାଳ ବଞ୍ଚାଅ’ ଅଭିଯାନକୁ ନେଇ ଅଗ୍ରଣୀ ଅଣ ରାଜନୈତିକ ସଙ୍ଗଠନ ଭଞ୍ଜସେନା ପକ୍ଷରୁ...

ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ନାଁରେ ଲାଗୁ ହେଲା ଏନ୍‌ଏସଏ

ଭୁବନେଶ୍ୱର,୧୮।୧୨-ଗ୍ୟାଙ୍ଗଷ୍ଟର ସନ୍ଦିପ ଓରଫ୍‌ ରାଜା ଆଚାର୍ଯ୍ୟଙ୍କ ନାଁରେ ଜାତୀୟ ନିରାପତ୍ତା ଆଇନ୍‌ (ଏନ୍‌ଏସ୍‌ଏ) ଲାଗୁ ହୋଇଛି। ଦାଦାବଟି ଆଦାୟ ଓ ସର୍ବସାଧାରଣରେ ଆତଙ୍କ ସୃଷ୍ଟି ପାଇଁ...

ବଣାଇଁରେ ଚାଞ୍ଚଲ୍ୟ: ବଡଭାଇ ସପରିବାରଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକଲା ସାନଭାଇ

ବଣାଇଁ,୧୬।୨(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ ଦେଉଳହୁଡ଼ି ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ଟଙ୍କା ଧାର ଉଧାରକୁ କେନ୍ଦ୍ରକରି ସାନଭାଇ...

ବିକାଶର ଆଁଖିରେ ବଢ଼ୁଛେ ଆବୁ: ଟଁକା ଯୁଗାଡ଼ ଚିନ୍‌ତାରେ ଗରିବ୍‌ ମା’ବାପ୍‌

କୋକସରା,୨୫।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋତୋମୁଣ୍ଡା ପଁଚେତ୍‌ ଅଧୀନ ଚୋରଣିଦୁଆର ଗାଁର ମଙ୍ଗଲେ ମାଝି ଆର ତ୍ରୀନାଥ ମାଝିକଁର ପୁଓ ବିକାଶ ମାଝି(୫)। ସେ...

Advertisement
Archives

Model This Week