ଜ୍ବାଇଁଙ୍କୁ ପରଷାଗଲା ୭୫ ପ୍ରକାର ଖାଦ୍ୟ
ଗୋପ,୨୨।୧୨(ଡି.ଏନ୍.ଏ.): କଥାରେ ଅଛି ଓଡ଼ିଆ ଘରେ ଜ୍ବାଇଁର ସମ୍ମାନ ସବୁଠାରୁ ଉଚ୍ଚରେ। ଜ୍ବାଇଁ ଯେବେ ଘରକୁ ଅତିଥି ଭାବରେ ଆସିଥାଏ ସେତେବେଳେ ଶ୍ୱଶୁର ଘର ପକ୍ଷରୁ ଜ୍ବାଇଁ ଝିଅଙ୍କ ଲାଗି ୯ ପ୍ରକାର ଛଅ ଭଜା ହୋଇଥାଏ। ହେଲେ ସୋମବାର...
ବନ୍ଦ ଘରେ ‘ବର୍ଣ୍ଣବୋଧ’
ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ଓଡ଼ିଆ ଭାଷା ଅସ୍ମିତାର ପରିଚୟ ହେଉଛି ‘ବର୍ଣ୍ଣବୋଧ’। ଶିଶୁ ସାହିତ୍ୟର ପ୍ରାଣପ୍ରତିଷ୍ଠାତା ମଧୁସୂଦନ ରାଓ ‘ବର୍ଣ୍ଣବୋଧ’ ମାଧ୍ୟମରେ ଓଡ଼ିଆ ଭାଷାକୁ ବର୍ଣ୍ଣ ପରିଚୟ ଦେଇଛନ୍ତି। ଓଡ଼ିଆ ବର୍ଣ୍ଣ, ମାତ୍ରା, ଯୁକ୍ତାକ୍ଷର, ବନାନ, ଉଚ୍ଚାରଣ ଓ ଶବ୍ଦ ଗଠନ ଆଦି...
ଆଇଏଫ୍ଏସ୍ ସ୍ତରରେ ଅଦଳବଦଳ
ଭୁବନେଶ୍ୱର, ୨୨।୧୨(ବ୍ୟୁରୋ): ରାଜ୍ୟରେ ଆଇଏଫ୍ଏସ୍ ସ୍ତରରେ ଅଦଳ ବଦଳ ହୋଇଛି। ଏ ନେଇ ସୋମବାର ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ସିଇଓ ସୁଶାନ୍ତ ନନ୍ଦଙ୍କୁ ପରିବେଶ ବିଭାଗର...
ଏସ୍ଆଇଟିର ଗିରଫଦାରି ପରେ ଅନେକ ପ୍ରଶ୍ନ
ନୟାଗଡ଼ ଅଫିସ,୨୨।୧୨: ପରୀ ଅପହରଣ ଓ ହତ୍ୟା ଘଟଣାରେ ଏସ୍ଆଇଟି ଜଣେ ଛାତ୍ରଙ୍କୁ ଗିରଫ କରିବା ପରେ ସାଧାରଣରେ ନାନା ପ୍ରଶ୍ନ ଉଠିଛି। ସାଢ଼େ ୪ ମାସର ତଦନ୍ତ ପରେ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ଫେଲ୍ ମାରିଥିଲା। ହେଲେ ୨୦...
ସ୍ବାମୀଙ୍କୁ ଜାମିନରେ ଆଣିବାକୁ ଯାଇ ଜେଲ ଗଲେ ମହିଳା
କଟକ ଅଫିସ,୨୨।୧୨: ଡାକ୍ତରଙ୍କ ନକଲି ପ୍ରେସ୍କ୍ରିପ୍ସନ ତିଆରି କରି ଜଣେ ମହିଳା ଗିରଫ ହୋଇଛନ୍ତି। ସ୍ବାମୀଙ୍କୁ ଜାମିନରେ ଆଣିବା ପାଇଁ ନିଜେ ଅସୁସ୍ଥ ଦର୍ଶାଇ ମହିଳା ଜଣକ ଏପରି ଚକ୍ରାନ୍ତ କରିଥିଲେ। କୋର୍ଟରେ ଧରା ପଡିବା ପରେ ତାଙ୍କୁ ଜେଲ୍...
ଓଡ଼ିଶାରେ ୭୬୦ କଲରାପତରିଆ ବାଘ
ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ଓଡ଼ିଶାରେ କଲରାପତରିଆ ବାଘ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧିପାଇଛି। ମାତ୍ର ୪ ବର୍ଷରେ ଏମାନଙ୍କ ସଂଖ୍ୟା ୧୦୦%ରୁ ଅଧିକ ବଢ଼ିଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍ଟିସିଏ) ପକ୍ଷରୁ ପ୍ରକାଶିତ ‘ଷ୍ଟାଟସ୍ ଅଫ୍ ଲିଓପାର୍ଡସ୍ ଇନ୍ ଇଣ୍ଡିଆ ୨୦୧୮’...
ବିଜେଡି ରାଜ୍ୟ ପରିଷଦ ବୈଠକ: ଦୁର୍ନୀତି ବିକାଶର ବଡ଼ ଶତ୍ରୁ
ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ଦୁର୍ନୀତି ବିକାଶର ବଡ଼ ଶତ୍ରୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ବିରୋଧରେ ସବୁବେଳେ କଡ଼ା ଆଭିମୁଖ୍ୟ ପୋଷଣ କରିଆସିଛନ୍ତି। ଏବେ ଏହାକୁ ଦଳୀୟ ଓ ପ୍ରଶାସନିକ କ୍ଷେତ୍ରରେ ଜୋର୍ଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରପଞ୍ଚଙ୍କଠାରୁ ଆରମ୍ଭକରି ବ୍ଲକ ଚେୟାରମ୍ୟାନ,...
ଜାନୁୟାରୀ ୬ରୁ ଯୁକ୍ତ ୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା: ମାର୍ଗଦର୍ଶିକା ଜାରି କଲା ଉଚ୍ଚ ଶିକ୍ଷା ବିଭାଗ
ଭୁବନେଶ୍ୱର, ୨୨।୧୨(ବ୍ୟୁରୋ): ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଯୁକ୍ତ୩ ପ୍ରଥମ ବର୍ଷର ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଜାନୁୟାରୀ ୬ରୁ ଆରମ୍ଭ ହେବ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିବା ସହ ମାର୍ଗଦର୍ଶିକା ଜାରି କରିଛି।...
ଶୀତରେ ଥରୁଛି ଓଡ଼ିଶା
ଭୁବନେଶ୍ୱର,୨୨। ୧୨(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଶୀତ ଆରମ୍ଭ ହୋଇଛି। ସାରା ଓଡିଶା ଶୀତରେ ଥରୁଛି। ପାରଦ ୫ରୁ ୭ ଡିଗ୍ରୀ ସେଲସିୟସ ତଳକୁ ଖସି ଯାଇଛି। ବଣ ପାହାଡ ଘେରା ଜିଲାଗୁଡିକରେ ଶୀତର ପ୍ରକୋପ ଆହୁରି ଭୟଙ୍କର ହୋଇଛି। ଦେହ...
ଖୋଲିବ ଶ୍ରୀମନ୍ଦିର: ଦର୍ଶନ ପାଇଁ ଟୋକନ, ପରିଚୟପତ୍ର ଲୋଡ଼ା
ପୁରୀ ଅଫିସ,୨୨।୧୨: ଆସନ୍ତା ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲିବ। ପର୍ଯ୍ୟାୟ କ୍ରମେ ଦର୍ଶନ ବ୍ୟବସ୍ଥା ପାଇଁ ପୁରୀ ଜିଲା ପ୍ରଶାସନ ସୋମବାର ଏସ୍ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ଜାରି କରିଛି। ପ୍ରଥମ ୩ଦିନ କେବଳ ସେବାୟତ ପରିବାରର ସଦସ୍ୟ ମହାପ୍ରଭୁଙ୍କ...
ସନ୍ତୁଷ୍ଟି ଦେଉନି ସବୁଜିମା ସର୍ଭେ
ଅନୁଗୋଳ ଅଫିସ,୨୨ା୧୨ ପ୍ରତିବର୍ଷ ଅନୁଗୋଳ ଜିଲାରେ ହେଉଛି ବନୀକରଣ। ସହସ୍ରାଧିକ ହେକ୍ଟର ଜମିରେ ଲଗାଯାଉଛି ଲକ୍ଷାଧିକ ଚାରା। ଏଥିରୁ ବନ ବିଭାଗ ନିଜେ କିଛି ରୋପଣ କରୁଥିବାବେଳେ ବଳକା ଚାରା ସରକାରୀ ଓ ବେସରକାରୀ ସଂସ୍ଥା ସହ ସାଧାରଣରେ ବଣ୍ଟନ...
୧୦୦ ଟଙ୍କାରେ ଆଣ୍ଟିଜେନ୍ ଟେଷ୍ଟ
ଭୁବନେଶ୍ୱର,୨୧।୧୨(ବ୍ୟୁରୋ)-ରାଜ୍ୟର ଘରୋଇ ଲ୍ୟାବ୍ରେ କରୋନା ଚିହ୍ନଟ ପାଇଁ କରାଯାଉଥିବା ରାପିଡ୍ ଆଣ୍ଟିଜେନ୍ ଟେଷ୍ଟର ମୂଲ୍ୟ ୧୦୦ କରିଛନ୍ତି ରାଜ୍ୟ ସରକାର। ଏ ନେଇ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଘରୋଇ...
Archives


