ସନ୍ତୁଷ୍ଟି ଦେଉନି ସବୁଜିମା ସର୍ଭେ

ଅନୁଗୋଳ ଅଫିସ,୨୨ା୧୨ ପ୍ରତିବର୍ଷ ଅନୁଗୋଳ ଜିଲାରେ ହେଉଛି ବନୀକରଣ। ସହସ୍ରାଧିକ ହେକ୍ଟର ଜମିରେ ଲଗାଯାଉଛି ଲକ୍ଷାଧିକ ଚାରା। ଏଥିରୁ ବନ ବିଭାଗ ନିଜେ କିଛି ରୋପଣ କରୁଥିବାବେଳେ ବଳକା ଚାରା ସରକାରୀ ଓ ବେସରକାରୀ ସଂସ୍ଥା ସହ ସାଧାରଣରେ ବଣ୍ଟନ କରାଯାଉଛି। ଏପରି କି ଖଣି ଓ ସହରାଞ୍ଚଳ ବିକାଶ ପାଇଁ ଯେତିକି ଗଛ କଟାଯାଉଛି ତାହା ବନୀକରଣ ମାଧ୍ୟମରେ ଭରଣା କରାଯାଉଛି। ଫଳରେ ପ୍ରତି ଦୁଇ ବର୍ଷରେ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ଯେଉଁ ରିପୋର୍ଟ ଦିଆଯାଉଛି, ସେଥିରେ ଅନୁଗୋଳ ଜିଲାରେ ଜଙ୍ଗଲ ସହ ସବୁଜିମା ବୃଦ୍ଧି ପାଉଥିବା ଦର୍ଶାଯାଉଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ହେଲେ ଏହି ରିପୋର୍ଟକୁ ନେଇ ସନ୍ତୁଷ୍ଟ ନୁହନ୍ତି ପରିବେଶିତ୍‌। ସବୁଜିମା ବୃଦ୍ଧି ପାଉଥିବା ଦର୍ଶାଯାଉଥିଲେ ମଧ୍ୟ ଜଙ୍ଗଲର ଘନତ୍ୱ ବଢ଼ୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଶିଳ୍ପ ଜିଲା ଅନୁଗୋଳରେ ଘଞ୍ଚ ଜଙ୍ଗଲ ଅଧିକ ନ ବଢ଼ିଲେ ଆଗାମୀ ଦିନରେ ପ୍ରଦୂଷଣ ଭୟାନକ ସ୍ଥିତି ସୃଷ୍ଟି କରିବ ବୋଲି ପରିବେଶବିତ୍‌ମାନେ କହିଛନ୍ତି।
ଅନୁଗୋଳ ବନଖଣ୍ଡ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ଗତ ୪ ବର୍ଷରେ ବନଖଣ୍ଡର ମୋଟ୍‌ ୫୦୯୨.୯୧୩ ହେକ୍ଟର ଜମିରେ ବନୀକରଣ ହୋଇଛି। ବନ ବିଭାଗ ପକ୍ଷରୁ ୧୪ ଲକ୍ଷ ୪୫ ହଜାର ୬୫ ଚାରା ରୋପଣ କରାଯାଇଥିବା ବେଳେ ୨୭ ଲକ୍ଷ ୨୭ ହଜାର ୯୨୦ ଚାରା ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା, ସାଧାରଣ ଲୋକଙ୍କୁ ବଣ୍ଟନ କରାଯାଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ୮ଟି ଯୋଜନାରେ ଜିଲାର ୩୬୭.୫୩ ହେକ୍ଟର ଜମିରେ ବନୀକରଣ ହୋଇଥିଲା। ସେଥିରୁ ୩୨ ଏକର ଖୋଲା ସ୍ଥାନ ଓ ୩୩୫.୫୩୦ ହେକ୍ଟର ଜମିରେ ଜଙ୍ଗଲର ଘନତ୍ୱ ବଢ଼ାଇବା ପାଇଁ ବନୀକରଣ କରାଯାଇଥିଲା। ୮ କିଲୋମିଟର ରାସ୍ତା ପର୍ଶ୍ୱରେ ଚାରା ରୋପଣ ହୋଇଥିଲା। ବିଭାଗ ପକ୍ଷରୁ ୧ ଲକ୍ଷ ୩୩ ହଜାର ୫୯୬ ଚାରା ଲଗାଯାଇଥିବା ବେଳେ ୩୩ ହଜାର ଚାରା ବଣ୍ଟନ ଓ ବିକ୍ରି କରାଯାଇଥିଲା। ୨୦୧୮-୧୯ ବର୍ଷରେ ୧୭୫୨.୯୩୨ ହେକ୍ଟର ଜମିରେ ଚାରା ଲଗାଯାଇଥିଲା। ଖୋଲା ସ୍ଥାନରେ ସବୁଜିମା ସୃଷ୍ଟି ପାଇଁ ୫୧.୬୮୨ ହେକ୍ଟରରେ ଓ ଜଙ୍ଗଲର ଘନତ୍ୱ ବୃଦ୍ଧି ନିମନ୍ତେ ୧୭୦୧.୨୫ ହେକ୍ଟରରେ ବନୀକରଣ ହୋଇଥିଲା। ୩୭ କିଲୋମିଟର ରାସ୍ତା ପାର୍ଶ୍ୱରେ ଚାରା ଲଗାଯାଇଥିଲା। ବିଭାଗ ପକ୍ଷରୁ ୪ ଲକ୍ଷ ୪୬ ହଜାର ୮୫୧ ଚାରା ଲଗାଯାଇଥିବା ବେଳେ ୩ ଲକ୍ଷ ୪୩୦ ବଣ୍ଟନ କରାଯାଇଥିଲା। ୨୦୧୯-୨୦ରେ ୧୭୫୭.୪୩ ହେକ୍ଟର ମଧ୍ୟରୁ ୭୧.୨୩ ହେକ୍ଟର ଖୋଲାସ୍ଥାନ ଓ ୧୬୮୬.୨ ହେକ୍ଟର ଜଙ୍ଗଲ ଜମିରେ ଚାରା ରୋପଣ କରାଯାଇଥିଲା। ୫୭ କିଲୋମିଟର ରାସ୍ତା ପାର୍ଶ୍ୱକୁ ବନୀକରଣ କରାଯାଇଥିଲା। ବିଭାଗ ପକ୍ଷରୁ ୪ ଲକ୍ଷ ୩୨ ହଜାର ୪୫୮ ଚାରା ରୋପଣ କରାଯାଇଥିବା ବେଳେ ୮ ଲକ୍ଷ ୬୬ ହଜାର ୪୯୦ ବଣ୍ଟନ ଓ ବିକ୍ରି କରାଯାଇଥିଲା। ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ୧୨୧୫ ହେକ୍ଟରରେ ଚାରା ଲଗାଯାଇଛି। ସେଥିରୁ ୯୫ ହେକ୍ଟର ଖୋଲା ସ୍ଥାନ ଓ ୧୧୨୦ ହେକ୍ଟର ଜଙ୍ଗଲ ଜମି ରହିଛି। ୬୮ କିଲୋମିଟର ରାସ୍ତା ପାର୍ଶ୍ୱକୁ ବନୀକରଣ କରାଯାଇଛି। ୪ ଲକ୍ଷ ୩୨ ହଜାର ୧୬୦ ଚାରା ବିଭାଗ ଲଗାଇଥିବାବେଳେ ୧୫ ଲକ୍ଷ ୨୮ ହଜାର ଚାରା ବଣ୍ଟନ କରାଯାଇଛି।

ଜଙ୍ଗଲର ଘନତ୍ୱ ବଢ଼ୁଥିବା ଦେଖାଯାଉନି
ଘଞ୍ଚ ଜଙ୍ଗଲ ପ୍ରକୃତି ଉପରେ ଭଲ ପ୍ରଭାବ ପକାଇଥାଏ। ଏହା ତାପମାତ୍ରା ଓ ପ୍ରଦୂଷଣ ବଢ଼ିବାକୁ ଦେଇ ନ ଥାଏ। ଶିଳ୍ପାୟନ ଯୋଗୁ ଅନୁଗୋଳରେ ପ୍ରଦୂଷଣ ବଢ଼ୁଥିବାରୁ ଏଠାକାର ଜଙ୍ଗଲ ଅଧିକ ଘଞ୍ଚ ହେବା ଆବଶ୍ୟକ। କିନ୍ତୁ ସାଟେଲାଇଟ୍‌ ଇମେଜ୍‌ରେ ଘନତ୍ୱ ବଢ଼ୁ ନ ଥିବା ଦେଖାଯିବା ଚିନ୍ତାର ବିଷୟ ହୋଇଛି। ଏଥିପ୍ରତି ଦୃଷ୍ଟି ଦିଆ ନ ଗଲେ ବିପଦ ବଢ଼ିବ।
-ସ୍ବପ୍ନା ଷଡ଼ଙ୍ଗୀ, ପରିବେଶବିତ୍‌
ବନୀକରଣ ତଥ୍ୟ ସନ୍ଦେହ ସୃଷ୍ଟି କରୁଛି
ପ୍ରତିବର୍ଷ କେଇ ଲକ୍ଷ ଚାରା ପ୍ରସ୍ତୁତ ସହ ଲଗାଯାଉଥିବା ନେଇ ବନ ବିଭାଗ ଯେଉଁ ତଥ୍ୟ ଦେଉଛି ସେହି ଅନୁଯାୟୀ ଜିଲାରେ ସବୁଜିମା ବଢ଼ୁଥିବା ଦୃଷ୍ଟିଗୋଚର ହେଉନାହିଁ। ଜଙ୍ଗଲ ବଢ଼ିଥିବା କୁହାଯାଉଥିଲେ ବି ଚାରା ତୁଳନାରେ ବନୀକରଣ ବଢ଼ିନାହିଁ। ଜଙ୍ଗଲ ସହ ଜଡ଼ିତ ବ୍ୟକ୍ତି ଏବଂ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଚାରା ବଣ୍ଟନ ଦାୟିତ୍ୱ ଦିଆଗଲେ ପରିବେଶକୁ ଅଧିକ ଲାଭ ମିଳନ୍ତା।
-ପ୍ରସନ୍ନ କୁମାର ବେହେରା, ପରିବେଶବିତ୍‌
ଚାରା ରୋପଣ ସହ ରକ୍ଷଣାବେକ୍ଷଣ ଜରୁରୀ
ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚାରା ରୋପଣ ସହ ରକ୍ଷଣାବେକ୍ଷଣ କରାଯାଉଛି। ତଥାପି କେତେକ ସ୍ଥାନରେ ଖାମଖିଆଲ ମନୋଭାବ ଦେଖିବାକୁ ମିଳୁଛି। ଉପଯୁକ୍ତ ଯତ୍ନ ନିଆଯାଉଥିବା ସ୍ଥାନରେ ଚାରାଗୁଡ଼ିକ ଗଛରେ ପରିଣତ ହେଲାଣି। କିନ୍ତୁ ଯେଉଁଠାରେ ରକ୍ଷାଣାବେକ୍ଷଣ କରାଯାଉନାହିଁ, ସେଠାରେ ଲଗାଯାଇଥିବା ଚାରା ଦେଖିବାକୁ ମିଳୁନି।
-ବାଉରିବନ୍ଧୁ ବେଜ୍‌, ପରିବେଶବିତ୍‌
ଜଳବାୟୁ ନେଇ ଚାରା ପ୍ରସ୍ତୁତ କରାଯାଉଛି
ସ୍ଥାନୀୟ ଅଞ୍ଚଳର ଜଳବାୟୁ ଓ ଲୋକଙ୍କ ଚାହିଦା ମୁତାବକ ଚାରା ପ୍ରସ୍ତୁତ କରାଯାଉଛି। ଏହାକୁ ଜଙ୍ଗଲ ବିଭାଗ, ସରକାରୀ ଓ ବେସରକାରୀ ସଂସ୍ଥା, ସାଧାରଣ ଲୋକ ଏବଂ ବିଭିନ୍ନ ଅନୁଷ୍ଠାନକୁ ବଣ୍ଟନ କରାଯାଉଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ସ୍ଥାନରେ ଚାରା ଗୁଡ଼ିକର ତଦାରଖ ଓ ଅନୁଧ୍ୟାନ କରାଯାଉଛି। ଜିଲାରେ ସବୁଜିମା ସହ ଘଞ୍ଚ ଜଙ୍ଗଲ ବୃଦ୍ଧି ପାଉଛି।
-ପ୍ରସନ୍ନ କୁମାର ବେହେରା, ଡିଏଫ୍‌ଓ,
ଅନୁଗୋଳ ବନଖଣ୍ଡ


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?