ଏସ୍‌ଆଇଟିର ଗିରଫଦାରି ପରେ ଅନେକ ପ୍ରଶ୍ନ

ନୟାଗଡ଼ ଅଫିସ,୨୨।୧୨: ପରୀ ଅପହରଣ ଓ ହତ୍ୟା ଘଟଣାରେ ଏସ୍‌ଆଇଟି ଜଣେ ଛାତ୍ରଙ୍କୁ ଗିରଫ କରିବା ପରେ ସାଧାରଣରେ ନାନା ପ୍ରଶ୍ନ ଉଠିଛି। ସାଢ଼େ ୪ ମାସର ତଦନ୍ତ ପରେ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ଫେଲ୍‌ ମାରିଥିଲା। ହେଲେ ୨୦ ଦିନରେ ଏସ୍‌ଆଇଟି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। କୋର୍ଟରେ ହାଜର କରାଯାଇଥିବା ଛାତ୍ର ପ୍ରକୃତରେ ଦୋଷୀ ନା ଭାଜପାର ପଦଯାତ୍ରାକୁ ଆଖି ଆଗରେ ରଖି ତାଙ୍କୁ ଅପରାଧୀ ସଜାଯାଇଛି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅବଶ୍ୟ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଗଣମାଧ୍ୟମକୁ କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ତାଙ୍କ ପାଖରେ ବହୁ ପ୍ରମାଣ ରହିଛି। ମଙ୍ଗଳବାର ଏସ୍‌ଆଇଟି ଉକ୍ତ ଘଟଣାର ପର୍ଦ୍ଦାଫାଶ କରିବା ପରେ ଭାଜପା ଓ କଂଗ୍ରେସ ପକ୍ଷରୁ ଭିନ୍ନ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ଉକ୍ତ ଘଟଣାରେ ସଦର ଥାନା ଆଇଆଇସିଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଏସ୍‌ଡିପିଓଙ୍କ ବଦଳି କରାଯାଇଛି। ଏସ୍‌ପିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ପରୀର ମା’ବାପା, ବଡ଼ମା’, ବଡ଼ବାପାଙ୍କୁ ପୋଲିସ ବାରମ୍ବାର ଅଟକ ରଖି ନିର୍ଯାତନା ଦେଉଥିଲା କାହିଁକି। ଏଇଭଳି ଅନେକ ପ୍ରଶ୍ନ ସ୍ଥାନୀୟ ଲୋକଙ୍କୁ ଅଡୁଆରେ ପକାଇଛି।
ଝିଅ ବାହାଘର ଭାଙ୍ଗିଗଲା
ପୁଅ ଜେଲରେ, ଝିଅ ବାହାଘର ଭାଙ୍ଗିଗଲା। କ’ଣ କରିବେ, ନିର୍ଦ୍ଦୋଷ ପୁଅକୁ କିପରି ନ୍ୟାୟ ଦେବେ ସେ ଚିନ୍ତାରେ ଗିରଫ ଛାତ୍ରଙ୍କ ମା’। ସୋମବାର ଏସ୍‌ଆଇଟି ପକ୍ଷରୁ ତାଙ୍କୁ ଖରାପ ବ୍ୟବହାର କରାଯାଇଥିବା ଓ ସାଦା କାଗଜରେ ଦସ୍ତଖତ ନିଆଯାଇଥିବା ନେଇ ସେ ନୟାଗଡ ସଦର ଥାନାରେ ଅଭିଯୋଗ କରିଛନ୍ତି। ଏସ୍‌ଆଇଟି ତଦନ୍ତରେ ସ୍ବଚ୍ଛତା ନ ଥିବାରୁ ସିବିଆଇ ତଦନ୍ତ କରିବାକୁ ସେ ଅନୁରୋଧ କରିଛନ୍ତି।
ପୋଖରୀ ଜଳ ନିଷ୍କାସନ ହେଲାନି
ପୋଖରୀ ହୁଡ଼ାରୁ ପରୀର ମୃତଦେହ ମିଳିଥିଲା। ସେଠାରେ ପଡ଼ିଥିବା ଏକ ଅଖାବସ୍ତା ଭିତରୁ ୧୨ ଖଣ୍ଡ ହାଡ଼, ଖପୁରି ଓ ପରୀର ଶାର୍ଟ ମିଳିଥିଲା। ମୃତଦେହର ଅବଶିଷ୍ଟ ଅଂଶ ଓ ହତ୍ୟାରେ ବ୍ୟବହୃତ ସରଞ୍ଜାମ କାଳେ ପୋଖରୀରେ ପକାଇ ଦିଆଯାଇଥିବ, ସେନେଇ ପୋଖରୀରୁ ଜଳ ନିଷ୍କାସନ ପାଇଁ ନୟାଗଡ ସଦର ଥାନା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ସୋମବାର ଦମଳକ ବାହିନୀ ଓ ନୟାଗଡ ପୌରାଞ୍ଚଳର ୩ଟି ଦଳ ଆସି ପୋଖରୀର ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିଥିଲେ। ତେବେ ତାହା ଶେଷରେ ବାତିଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri