ବିଜେଡି ରାଜ୍ୟ ପରିଷଦ ବୈଠକ: ଦୁର୍ନୀତି ବିକାଶର ବଡ଼ ଶତ୍ରୁ

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ଦୁର୍ନୀତି ବିକାଶର ବଡ଼ ଶତ୍ରୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ବିରୋଧରେ ସବୁବେଳେ କଡ଼ା ଆଭିମୁଖ୍ୟ ପୋଷଣ କରିଆସିଛନ୍ତି। ଏବେ ଏହାକୁ ଦଳୀୟ ଓ ପ୍ରଶାସନିକ କ୍ଷେତ୍ରରେ ଜୋର୍‌ଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରପଞ୍ଚଙ୍କଠାରୁ ଆରମ୍ଭକରି ବ୍ଲକ ଚେୟାରମ୍ୟାନ, ଜିଲା ପରିଷଦ ସଭାପତି, ଉପସଭାପତି, ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସମସ୍ତେ ପ୍ରତିବର୍ଷ ସମ୍ପତ୍ତି ତାଲିକା ଦେବେ। କେବଳ ରାଜନେତା ନୁହନ୍ତି, ସରକାରୀ କର୍ମଚାରୀ ତଳସ୍ତରରୁ ଆରମ୍ଭକରି ମୁଖ୍ୟ ଶାସନ ସଚିବଙ୍କ ପର୍ଯ୍ୟନ୍ତ ସମ୍ପତ୍ତି ତାଲିକା ଦେବେ। ଏହାକୁ ଜନସାଧାରଣଙ୍କ ସୂଚନା ନିମନ୍ତେ ପବ୍ଲିକ ଡୋମେନରେ ରଖାଯିବ। ଏହି ସମ୍ପତ୍ତି ତାଲିକା ପ୍ରତିବର୍ଷ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରାଯିବ। ଦୁର୍ନୀତି ରୋକିବା କ୍ଷେତ୍ରରେ ଏଭଳି ପଦକ୍ଷେପ ନେବାରେ ଓଡ଼ିଶା ସାରା ଭାରତରେ ପ୍ରଥମ ରାଜ୍ୟ ହେବ ବୋଲି ସୋମବାର ବିଜୁ ଜନତା ଦଳର ରାଜ୍ୟ ପରିଷଦ ବୈଠକରେ ଭିଡିଓ କନ୍‌ଫରେନ୍ସ ଜରିଆରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମକର୍ତ୍ତାଙ୍କୁ ବାର୍ତ୍ତା ଦେଇଛନ୍ତି।

ନବୀନ କହିଛନ୍ତି ଆମେ ଗରିବ, ରୋଗ, ଆଞ୍ଚଳିକ ଅସମତା, ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅପାରଗତା ବିରୋଧରେ ଲଢ଼େଇ କରୁଛୁ। ଯଦି ସ୍ବଚ୍ଛତା ଉପରେ ଗୁରୁତ୍ୱ ଦିଆ ନ ଯିବ ଏବଂ ଦୁର୍ନୀତିର ମୂଳୋତ୍ପାଟନ କରା ନ ଯିବ, ତେବେ ଏସବୁ ମୂଲ୍ୟହୀନ ହୋଇଯିବ। ଦୁର୍ନୀତି ବିରୋଧରେ ସାଲିସବିହୀନ ଲଢ଼େଇ ହିଁ ଆମ ପାଇଁ ସାରା ଭାରତରେ ସୁନାମ ଆଣିଦେଇଛି। ଦୁର୍ନୀତି ମାମଲା ବିଚାର ପାଇଁ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା କରିବା ହେଉ କିମ୍ବା ଦୁର୍ନୀତିରେ ସମ୍ପୃକ୍ତଙ୍କ ସମ୍ପତ୍ତି ବାଜ୍ୟାପ୍ତି ବିଷୟ ହେଉ ଏ ସବୁଥିରେ ଓଡ଼ିଶା ହିଁ ସବୁଠାରୁ ଆଗରେ ରହିଛି। ସମ୍ପତ୍ତି ତାଲିକାକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରାଗଲେ ଜନସାଧାରଣ ଏହାକୁ ଦେଖିପାରିବେ। ଦଳର ଏମ୍‌ପିମାନେ ସ୍ବେଚ୍ଛାକୃତ ଭାବେ ସମ୍ପତ୍ତି ତାଲିକା ଦେଇ ଦେଶରେ ଉଦାହରଣ ସୃଷ୍ଟି କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। ଶକ୍ତିଶାଳୀ ଲୋକାୟୁକ୍ତ ଗଠନ କ୍ଷେତ୍ରରେ ଓଡ଼ିଶା ଅଳ୍ପ କେତେକ ରାଜ୍ୟ ମଧ୍ୟରୁ ଅନ୍ୟତମ। ଦୁର୍ନୀତି କରୁଥିବା କର୍ମଚାରୀ ଯେତେ ଉଚ୍ଚ ପଦବୀରେ ଥାଆନ୍ତୁ ନା କାହିଁକି ସେମାନଙ୍କ ବିରୋଧରେ ସରକାର ସର୍ବଦା ଦୃଢ଼ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଅନେକ କ୍ଷେତ୍ରରେ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଉଛି। ଗତ ବର୍ଷକ ମଧ୍ୟରେ ୯୧ଜଣ ଦୁର୍ନୀତିରେ ଲିପ୍ତ ଅଫିସରଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ସେମାନଙ୍କ ପେନ୍‌ସନ ମଧ୍ୟ ବନ୍ଦ କରାଯାଇଛି। ଆଗକୁ ଏ ଲଢ଼େଇ ଆହୁରି ଜୋର୍‌ଦାର ଜୋରଦାର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମହାତ୍ମା ଗାନ୍ଧୀଙ୍କ ପ୍ରସିଦ୍ଧ ଟଲିସ୍‌ମ୍ୟାନ ସମ୍ପର୍କରେ ଉଦ୍ଧୃତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଯେତେବେଳେ ନିଜ ଉପରେ ସନ୍ଦେହ ସୃଷ୍ଟି ହେବ କିମ୍ବା ନିଜେ ନିଜକୁ ବହୁତ ବଡ଼ ଭାବିବା ସେତେବେଳେ ନିଜ ଚତୁଃପାର୍ଶ୍ୱରେ ଥିବା ଗରିବ, ଦୁର୍ବଳ ଶ୍ରେଣୀର ଲୋକଙ୍କ କଥାକୁ ମନେ ପକାଇବା ଦରକାର। ଯେଉଁ ପଦକ୍ଷେପ ନେଇଛ ତାହା ସେମାନଙ୍କ କାମରେ ଲାଗି ପାରୁଛି କି ନାହିଁ ନିଜକୁ ପଚାରିବା ଦରକାର।’ସାଧାରଣ ଲୋକଙ୍କ ମୁହଁରେ ହସ ଓ ମନରେ ବିଶ୍ୱାସ ଗୋଟିଏ ରାଜନୈତିକ ଦଳର ସବୁଠାରୁ ବଡ଼ ସମ୍ପତ୍ତି। ତାହାକୁ ବଜାୟ ରଖିବା ପାଇଁ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ କର୍ମକର୍ତ୍ତାଙ୍କୁ ଆହ୍ବାନ କରିଛନ୍ତି। ବିଜୁବାବୁଙ୍କ ଆଦର୍ଶରେ ଚାଲିଥିବା ବିଜୁ ଜନତା ଦଳର ରାଜ୍ୟ ପରିଷଦ ବୈଠକରେ ଦଳର ସଦସ୍ୟମାନେ ବହୁତ ଭଲ ପ୍ରସ୍ତାବ ଦେଇଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେବା ସହ ଅନେକ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।
ସରକାରୀ ସ୍କୁଲରେ ପାଠ ପଢୁଥିବା ପିଲାଙ୍କ ପାଇଁ ମେଡିକାଲ କଲେଜ ଓ ଇଞ୍ଜିନିୟରିଂ କଲେଜରେ ସ୍ଥାନ ସଂରକ୍ଷଣ ପ୍ରସ୍ତାବକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତି କରିଛନ୍ତି। ସେହିପରି ଦଳୀୟ କର୍ମକର୍ତ୍ତାମାନେ ପଛୁଆବର୍ଗ ସର୍ଭେ କରିବାକୁ ପ୍ରସ୍ତାବ ଦେଇଛନ୍ତି। ସାମାଜିକ ନ୍ୟାୟ ଦିଗରେ ଏହା ମାଇଲଷ୍ଟୋନ୍‌ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ନବୀନ କହିଛନ୍ତି ଯେ, ମହିଳା ସଶକ୍ତୀକରଣ ମୋର ସବୁଠାରୁ ପ୍ରିୟ ବିଷୟ। ଏ ସମ୍ପର୍କରେ ଆସିଥିବା ପ୍ରସ୍ତାବକୁ କେତେକ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ଦରକାର। ସେଗୁଡ଼ିକୁ ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀଙ୍କ ପାଖକୁ ପଠାଯିବ। ସଂଗଠନ ସମ୍ପାଦକ ସେଗୁଡ଼ିକୁ କୋଅର୍ଡିନେଟ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ: ମୁଖ୍ୟମନ୍ତ୍ରୀ

କଟକ,୬।୯(କାର୍ତ୍ତିକ ସାହୁ): ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସରକାର ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନା କରିଛନ୍ତି। ସାରା ଭାରତରେ ଓଡ଼ିଶା ପ୍ରଥମ…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri