ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ଓଡ଼ିଆ ଭାଷା ଅସ୍ମିତାର ପରିଚୟ ହେଉଛି ‘ବର୍ଣ୍ଣବୋଧ’। ଶିଶୁ ସାହିତ୍ୟର ପ୍ରାଣପ୍ରତିଷ୍ଠାତା ମଧୁସୂଦନ ରାଓ ‘ବର୍ଣ୍ଣବୋଧ’ ମାଧ୍ୟମରେ ଓଡ଼ିଆ ଭାଷାକୁ ବର୍ଣ୍ଣ ପରିଚୟ ଦେଇଛନ୍ତି। ଓଡ଼ିଆ ବର୍ଣ୍ଣ, ମାତ୍ରା, ଯୁକ୍ତାକ୍ଷର, ବନାନ, ଉଚ୍ଚାରଣ ଓ ଶବ୍ଦ ଗଠନ ଆଦି ଶିକ୍ଷା ପାଇଁ ବର୍ଣ୍ଣବୋଧ ଯେତିକି ଉପାଦେୟ, ସେତିକି ଅପରିହାର୍ଯ୍ୟ। ହେଲେ ଓଡ଼ିଆ ଭାଷା ଓ ବର୍ଣ୍ଣମାଳା ଶିକ୍ଷାର ମୂଳଦୁଆଭାବେ ପରିଚିତ ବର୍ଣ୍ଣବୋଧ ଆଉ ବଜାରରେ ମିଳୁନି। ‘ବର୍ଣ୍ଣବୋଧ’ ଛାପା ଦାୟିତ୍ୱ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଏହା ଅଧୀନସ୍ଥ ଓଡ଼ିଆ ଭାଷା ପ୍ରତିଷ୍ଠାନ ଉପରେ ନ୍ୟସ୍ତ ରହିଛି। ହେଲେ ଦୀର୍ଘବର୍ଷ ହେବ ବର୍ଣ୍ଣବୋଧ ଛପାଯାଉ ନ ଥିବା ଜଣାପଡ଼ିଛି।
ମସିହାରେ ବର୍ଣ୍ଣବୋଧ ପ୍ରକାଶ ପାଇବାଠାରୁ ଇତିମଧ୍ୟରେ ଏକ ଶତାବ୍ଦୀରୁ ଊର୍ଦ୍ଧ୍ୱ ସମୟ ବିତିଯାଇଛି। ଏହି ସମୟ ମଧ୍ୟରେ ଓଡ଼ିଆ ବର୍ଣ୍ଣ ପରିଚୟ ନିମନ୍ତେ ଏକାଧିକ ପୁସ୍ତକ ଓ ଅଧ୍ୟୟନ କୌଶଳ ପ୍ରକାଶିତ ହୋଇଛି। ହେଲେ ବର୍ଣ୍ଣବୋଧ ଆଜି ବି ଶିକ୍ଷାର୍ଥୀ, ଶିକ୍ଷକ ଓ ଅଭିଭାବକ ମହଲରେ ନିଜ ଲୋକପ୍ରିୟତା ହରାଇନି। ଶ୍ରେଷ୍ଠ ଓଡ଼ିଆ-ବର୍ଣ୍ଣ ପରିଚୟ ପୁସ୍ତକଭାବେ ଏହାର ଆଦୃତି ଏବେ ବି ରହିଛି। ମାତ୍ର ବଜାରରେ ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତକ ଖୋଜିଲେ ମିଳୁନି। ପିଲାଙ୍କୁ ଓଡ଼ିଆ ବର୍ଣ୍ଣମାଳା ଓ ଶବ୍ଦ ଶିଖାଇବାକୁ ଅଭିଭାବକମାନେ ଏହି ପୁସ୍ତକକୁ ସର୍ବାଧିକ ପସନ୍ଦ କରୁଥିଲେ ମଧ୍ୟ ପାଇପାରୁନାହାନ୍ତି। ଏହି ସୁଯୋଗରେ ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧକୁ ବିକୃତ କରି ପ୍ରକାଶକମାନେ ଛାପିବାରୁ ଏହାର ମୌଳିକତା ନଷ୍ଟ ହେବା ଆଶଙ୍କା କରି ରାଜ୍ୟ ସରକାର ଏକ କମିଟି ଗଠନ କରିଥିଲେ। ବରିଷ୍ଠ ଭାଷାବିତ୍ଙ୍କୁ ନେଇ ଗଠିତ କମିଟିର ସୁପାରିଶ ମୁତାବକ ବର୍ଣ୍ଣବୋଧ ଛପା ଯାଇଥିଲା। ହେଲେ ନୂତନ ପ୍ରକାଶିତ ବର୍ଣ୍ଣବୋଧରେ ମୂଳ ବର୍ଣ୍ଣବୋଧକୁ ବିକୃତ କରାଯାଇଥିବା ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ଓଡ଼ିଶା ହାଇକୋର୍ଟରେ ଏନେଇ ୩ଟି ମାମଲା ରୁଜୁ ହୋଇଥିଲା। ମାମଲା ପରେ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ବିଚାରକୁ ନେଇ ହାଇକୋର୍ଟ ଛପା ଯାଇଥିବା ବର୍ଣ୍ଣବୋଧର ବିକ୍ରୟ ଓ ବିତରଣ ଉପରେ ଅଙ୍କୁଶ ଲଗାଇଥିଲେ। ଫଳରେ ଛପା ହୋଇ ରହିଥିବା ହଜାର ହଜାର ବର୍ଣ୍ଣବୋଧ ନଷ୍ଟ ହୋଇଥିଲା। ପ୍ରାରମ୍ଭରେ ହାଇକୋର୍ଟ ଏ ସଂକ୍ରାନ୍ତ ଦୁଇଟି ମାମଲାର ଫଇସଲା କରି ମୁଖ୍ୟ ଶାସନ ସଚିବ ଏନେଇ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମଧୁସୂଦନ ରାଓଙ୍କ ରଚିତ ମୂଳ ବର୍ଣ୍ଣବୋଧ ଛପାଯିବା ନେଇ ମୁଖ୍ୟ ଶାସନ ସଚିବ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନେଇଥିଲେ। ଅନ୍ୟଏକ ମାମଲାର ଫଇସଲା କରି ହାଇକୋର୍ଟ ସମାନ ରାୟ ଦେଇଥିଲେ ଏବଂ ମୁଖ୍ୟ ଶାସନ ସଚିବଙ୍କ ନିଷ୍ପତ୍ତି ମୁତାବକ ମୂଳ ବର୍ଣ୍ଣବୋଧ ଛାପିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଇତିମଧ୍ୟରେ ବହୁବର୍ଷ ବିତିଯାଇଥିଲେ ମଧ୍ୟ ହାଇକୋର୍ଟଙ୍କ ରାୟ ଓ ମୁଖ୍ୟ ଶାସନ ସଚିବଙ୍କ ନିଷ୍ପତ୍ତି ମୁତାବକ ବର୍ଣ୍ଣବୋଧ ଛପାଯାଇ ପାରିନାହିଁ। କେବେ ବର୍ଣ୍ଣବୋଧ ଛପାଯିବ ସେନେଇ ମଧ୍ୟ ବିଭାଗ ନିକଟରେ କୌଣସି ଉତ୍ତର ନାହିଁ। ବର୍ଣ୍ଣବୋଧ ଖୁବ୍ଶୀଘ୍ର ଛପାଯିବ ବୋଲି ବିଭାଗ ପକ୍ଷରୁ ବିଭିନ୍ନ ସମୟରେ କୁହାଯାଉଛି। ହେଲେ ଶିଶୁ ସାହିତ୍ୟର ଏହି ଅମୂଲ୍ୟ ରତ୍ନ ଏପର୍ଯ୍ୟନ୍ତ ଛପା ଯାଇପାରୁନାହିଁ। ବିଭିନ୍ନ ସମୟରେ ଓ ବିଭିନ୍ନ ଆଳରେ ବର୍ଣ୍ଣବୋଧକୁ ପାଠ୍ୟକ୍ରମରୁ ଦୂରେଇ ରଖିବା ପାଇଁ ସରକାର ଉଦ୍ୟମ କରୁଥିବା ଭାଷାବିତ୍ମାନେ ଅଭିଯୋଗ କରିଛନ୍ତି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

