ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ଓଡ଼ିଆ ଭାଷା ଅସ୍ମିତାର ପରିଚୟ ହେଉଛି ‘ବର୍ଣ୍ଣବୋଧ’। ଶିଶୁ ସାହିତ୍ୟର ପ୍ରାଣପ୍ରତିଷ୍ଠାତା ମଧୁସୂଦନ ରାଓ ‘ବର୍ଣ୍ଣବୋଧ’ ମାଧ୍ୟମରେ ଓଡ଼ିଆ ଭାଷାକୁ ବର୍ଣ୍ଣ ପରିଚୟ ଦେଇଛନ୍ତି। ଓଡ଼ିଆ ବର୍ଣ୍ଣ, ମାତ୍ରା, ଯୁକ୍ତାକ୍ଷର, ବନାନ, ଉଚ୍ଚାରଣ ଓ ଶବ୍ଦ ଗଠନ ଆଦି ଶିକ୍ଷା ପାଇଁ ବର୍ଣ୍ଣବୋଧ ଯେତିକି ଉପାଦେୟ, ସେତିକି ଅପରିହାର୍ଯ୍ୟ। ହେଲେ ଓଡ଼ିଆ ଭାଷା ଓ ବର୍ଣ୍ଣମାଳା ଶିକ୍ଷାର ମୂଳଦୁଆଭାବେ ପରିଚିତ ବର୍ଣ୍ଣବୋଧ ଆଉ ବଜାରରେ ମିଳୁନି। ‘ବର୍ଣ୍ଣବୋଧ’ ଛାପା ଦାୟିତ୍ୱ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଏହା ଅଧୀନସ୍ଥ ଓଡ଼ିଆ ଭାଷା ପ୍ରତିଷ୍ଠାନ ଉପରେ ନ୍ୟସ୍ତ ରହିଛି। ହେଲେ ଦୀର୍ଘବର୍ଷ ହେବ ବର୍ଣ୍ଣବୋଧ ଛପାଯାଉ ନ ଥିବା ଜଣାପଡ଼ିଛି।
ମସିହାରେ ବର୍ଣ୍ଣବୋଧ ପ୍ରକାଶ ପାଇବାଠାରୁ ଇତିମଧ୍ୟରେ ଏକ ଶତାବ୍ଦୀରୁ ଊର୍ଦ୍ଧ୍ୱ ସମୟ ବିତିଯାଇଛି। ଏହି ସମୟ ମଧ୍ୟରେ ଓଡ଼ିଆ ବର୍ଣ୍ଣ ପରିଚୟ ନିମନ୍ତେ ଏକାଧିକ ପୁସ୍ତକ ଓ ଅଧ୍ୟୟନ କୌଶଳ ପ୍ରକାଶିତ ହୋଇଛି। ହେଲେ ବର୍ଣ୍ଣବୋଧ ଆଜି ବି ଶିକ୍ଷାର୍ଥୀ, ଶିକ୍ଷକ ଓ ଅଭିଭାବକ ମହଲରେ ନିଜ ଲୋକପ୍ରିୟତା ହରାଇନି। ଶ୍ରେଷ୍ଠ ଓଡ଼ିଆ-ବର୍ଣ୍ଣ ପରିଚୟ ପୁସ୍ତକଭାବେ ଏହାର ଆଦୃତି ଏବେ ବି ରହିଛି। ମାତ୍ର ବଜାରରେ ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତକ ଖୋଜିଲେ ମିଳୁନି। ପିଲାଙ୍କୁ ଓଡ଼ିଆ ବର୍ଣ୍ଣମାଳା ଓ ଶବ୍ଦ ଶିଖାଇବାକୁ ଅଭିଭାବକମାନେ ଏହି ପୁସ୍ତକକୁ ସର୍ବାଧିକ ପସନ୍ଦ କରୁଥିଲେ ମଧ୍ୟ ପାଇପାରୁନାହାନ୍ତି। ଏହି ସୁଯୋଗରେ ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧକୁ ବିକୃତ କରି ପ୍ରକାଶକମାନେ ଛାପିବାରୁ ଏହାର ମୌଳିକତା ନଷ୍ଟ ହେବା ଆଶଙ୍କା କରି ରାଜ୍ୟ ସରକାର ଏକ କମିଟି ଗଠନ କରିଥିଲେ। ବରିଷ୍ଠ ଭାଷାବିତ୍ଙ୍କୁ ନେଇ ଗଠିତ କମିଟିର ସୁପାରିଶ ମୁତାବକ ବର୍ଣ୍ଣବୋଧ ଛପା ଯାଇଥିଲା। ହେଲେ ନୂତନ ପ୍ରକାଶିତ ବର୍ଣ୍ଣବୋଧରେ ମୂଳ ବର୍ଣ୍ଣବୋଧକୁ ବିକୃତ କରାଯାଇଥିବା ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ଓଡ଼ିଶା ହାଇକୋର୍ଟରେ ଏନେଇ ୩ଟି ମାମଲା ରୁଜୁ ହୋଇଥିଲା। ମାମଲା ପରେ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ବିଚାରକୁ ନେଇ ହାଇକୋର୍ଟ ଛପା ଯାଇଥିବା ବର୍ଣ୍ଣବୋଧର ବିକ୍ରୟ ଓ ବିତରଣ ଉପରେ ଅଙ୍କୁଶ ଲଗାଇଥିଲେ। ଫଳରେ ଛପା ହୋଇ ରହିଥିବା ହଜାର ହଜାର ବର୍ଣ୍ଣବୋଧ ନଷ୍ଟ ହୋଇଥିଲା। ପ୍ରାରମ୍ଭରେ ହାଇକୋର୍ଟ ଏ ସଂକ୍ରାନ୍ତ ଦୁଇଟି ମାମଲାର ଫଇସଲା କରି ମୁଖ୍ୟ ଶାସନ ସଚିବ ଏନେଇ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମଧୁସୂଦନ ରାଓଙ୍କ ରଚିତ ମୂଳ ବର୍ଣ୍ଣବୋଧ ଛପାଯିବା ନେଇ ମୁଖ୍ୟ ଶାସନ ସଚିବ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନେଇଥିଲେ। ଅନ୍ୟଏକ ମାମଲାର ଫଇସଲା କରି ହାଇକୋର୍ଟ ସମାନ ରାୟ ଦେଇଥିଲେ ଏବଂ ମୁଖ୍ୟ ଶାସନ ସଚିବଙ୍କ ନିଷ୍ପତ୍ତି ମୁତାବକ ମୂଳ ବର୍ଣ୍ଣବୋଧ ଛାପିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଇତିମଧ୍ୟରେ ବହୁବର୍ଷ ବିତିଯାଇଥିଲେ ମଧ୍ୟ ହାଇକୋର୍ଟଙ୍କ ରାୟ ଓ ମୁଖ୍ୟ ଶାସନ ସଚିବଙ୍କ ନିଷ୍ପତ୍ତି ମୁତାବକ ବର୍ଣ୍ଣବୋଧ ଛପାଯାଇ ପାରିନାହିଁ। କେବେ ବର୍ଣ୍ଣବୋଧ ଛପାଯିବ ସେନେଇ ମଧ୍ୟ ବିଭାଗ ନିକଟରେ କୌଣସି ଉତ୍ତର ନାହିଁ। ବର୍ଣ୍ଣବୋଧ ଖୁବ୍ଶୀଘ୍ର ଛପାଯିବ ବୋଲି ବିଭାଗ ପକ୍ଷରୁ ବିଭିନ୍ନ ସମୟରେ କୁହାଯାଉଛି। ହେଲେ ଶିଶୁ ସାହିତ୍ୟର ଏହି ଅମୂଲ୍ୟ ରତ୍ନ ଏପର୍ଯ୍ୟନ୍ତ ଛପା ଯାଇପାରୁନାହିଁ। ବିଭିନ୍ନ ସମୟରେ ଓ ବିଭିନ୍ନ ଆଳରେ ବର୍ଣ୍ଣବୋଧକୁ ପାଠ୍ୟକ୍ରମରୁ ଦୂରେଇ ରଖିବା ପାଇଁ ସରକାର ଉଦ୍ୟମ କରୁଥିବା ଭାଷାବିତ୍ମାନେ ଅଭିଯୋଗ କରିଛନ୍ତି।
କଳା ପୋଷାକ ପିନ୍ଧି ସଂସଦ ଆସିବେ ବିରୋଧୀ, ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହଙ୍ଗାମାର ଆଶାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ଦଳ ସହିତ ଆଲୋଚନା…
ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ
ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…
ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…
ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…
CJP ପ୍ରଦର୍ଶନ ମଧ୍ୟରେ ଭାଜପା କଲା ବଡ଼ ଘୋଷଣା: ରାହୁଲ ଗାନ୍ଧୀଙ୍କ ବିରୋଧରେ ସାରା ଦେଶରେ ହେବ…
ନୂଆଦିଲ୍ଲୀ,୨୨।୭: ଭାଜପା ଆଜି ସାରା ଦେଶରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଯାଉଛି। ଭାଜପାର କହିବାନୁଯାୟୀ ରାହୁଲ ଗାନ୍ଧୀ ଦୁର୍ଭାବନାପୂର୍ଣ୍ଣ ମନୋଭାବ ରଖି ପ୍ରଧାନମନ୍ତ୍ରୀ ଆବାସ…
CJP ଆନ୍ଦୋଳନ ଭିତରେ କେନ୍ଦ୍ର ସରକାରଙ୍କ ଠାରେ ବଡ଼ ଦାବି କଲେ ମୁଖ୍ୟମନ୍ତ୍ରୀ ବିଜୟ: NEET ପରୀକ୍ଷାକୁ…
ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP)ର ପ୍ରଦର୍ଶନ ଏବଂ ବିବାଦ ଭିତରେ ତମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଥଲାପତି କେନ୍ଦ୍ର ସରକାରଙ୍କ ନିକଟରେ ଏକ ବଡ଼ ଦାବି ରଖିଛନ୍ତି।…
ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର
ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…
ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…
ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…
ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍
ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…
Archives

