ଅଭିଭାବକଙ୍କ ଜିଦ୍, ସାନିଟାଇଜ୍ ହେଲା ସ୍କୁଲ
ପାତ୍ରପୁର,୯ା୧(ଡି.ଏନ୍.ଏ.): କରୋନା କଟକଣା ଯୋଗୁ ଦୀର୍ଘଦିନ ଧରି ବନ୍ଦ ଥିବା ସ୍କୁଲ ଶୁକ୍ରବାର ଖୋଲିଛି। ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ସ୍ଥିତ ପରାଙ୍କୁଶ ବିଦ୍ୟାପୀଠକୁ ୮୩ଜଣ ଦଶମ ଶ୍ରେଣୀ ଛାତ୍ରୀଛାତ୍ର ସକାଳ ୧୦ଟାରେ ଆସିଥିଲେ। ସେମାନଙ୍କ ସହ କେତେଜଣ...
ନକଲି ଚେକ୍ରେ ବ୍ୟାଙ୍କରୁ ୨.୮୭ କୋଟି ଠକେଇ
ଭୁବନେଶ୍ୱର, ୯।୧(ବ୍ୟୁରୋ): ନକଲି ଚେକ୍ରେ ବ୍ୟାଙ୍କରୁ ୨.୮୭ କୋଟି ଟଙ୍କା ଉଠାଇ ନେଇଥିବା ଜଣେ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି। ସେ ହେଲେ ରାଉରକେଲାର ବିଏମ୍ପି ଆଣ୍ଡ୍ ସନ୍ସ କନଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଡ୍ର ମୁଖ୍ୟ...
ମାହାଙ୍ଗା ଡବଲ ମର୍ଡର ଘଟଣା: ପ୍ରମାଣ ନଷ୍ଟର ଡେମୋ ଦେଖାଇଲେ ୭ମ ଅଭିଯୁକ୍ତ
ନିଶ୍ଚିନ୍ତକୋଇଲି, ୯ା୧(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ବ୍ଲକରେ ଡବଲ ମର୍ଡର ଘଟଣାକୁ ନେଇ ବିରୋଧୀ କଂଗ୍ରେସ ଓ ଭାଜପା ତୁମ୍ବିତୋଫାନ କରିଥିବାବେଳେ ଗ୍ରାମାଞ୍ଚଳ ପୋଲିସ ଅଦ୍ୟାବଧି ୭ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଘଟଣାରେ ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀ...
୪ ମାସର ପୁଅକୁ ବିକି ଆତ୍ମହତ୍ୟା
ମାଲକାନଗିରି,୯ା୧ (ସ୍ବ.ପ୍ର./ଡି.ଏନ୍.ଏ.): ମୂଲମଜୁରି ମିଳୁ ନ ଥିଲା। ତେଣୁ ୫ ସନ୍ତାନ ସହ ପରିବାରର ୭ଜଣଙ୍କ ପେଟ ପାଇଁ ଦାନା ଯୋଗାଡ଼ କଷ୍ଟକର ହେଉଥିଲା। ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନ ଥିବାବେଳେ ପିଲାଙ୍କ ପ୍ରତିପୋଷଣ ଚିନ୍ତା ଅଥୟ କରିଦେଉଥିଲା। ଶେଷରେ...
ଅବହେଳାରୁ ଅବ୍ୟବହୃତ
ଭୁବନ, ୯।୧(ଡି.ଏନ.ଏ.) ନୂଆ ରଙ୍ଗରେ ଝଲସୁଛି। ବାହାରୁ ଦେଖିଲେ ଯେ କେହି ଖୁସି ହୋଇଯିବ। ହେଲେ ପାଖକୁ ଆସି ଦେଖିଲେ ସବୁ ଓଲଟା। ଚିକିମିକିଆ ଚୂନ ଧଉଳା ହୋଇଥିବା କମ୍ୟୁନିଟି ଶୌଚାଳୟରେ ଝୁଲୁଛି ତାଲା। ନା ଅଛି ପାଣି ସୁବିଧା...
ଦକ୍ଷିଣ ଓଡ଼ିଶାରେ ଭୂମିକମ୍ପ
ଦାରିଙ୍ଗବାଡି/ଜି.ଉଦୟଗିରି/ଭଞ୍ଜନଗର/ପାରଳାଖେମୁଣ୍ଡି,୮ା୧: କନ୍ଧମାଳ ଜିଲା ଦାରିଙ୍ଗବାଡି, ଜି. ଉଦୟଗିରି, ବାଲିଗୁଡା, ରାଇକିଆ ସମେତ ଗଞ୍ଜାମର ଭଞ୍ଜନଗର ଓ ଗଜପତି ଜିଲା ମୋହନା ବ୍ଲକର କେତେକ ଅଞ୍ଚଳରେ ଶୁକ୍ରବାର ରାତି ପ୍ରାୟ ୯ଟା ୪୫ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଲୋକେ ଭୟଭିତ...
ଯବାନଙ୍କ ଉପରକୁ ଫିଙ୍ଗିଲେ ଗ୍ରେନେଡ
ଫୁଲବାଣୀ ଅଫିସ,୮।୧: କନ୍ଧମାଳ ଜିଲାର ବିଭିନ୍ନ ଜଙ୍ଗଲରେ ମାଓବାଦୀମାନେ ନିଜ ଗତିବିଧି ଜାରି ରଖିଛନ୍ତି। ବିଭିନ୍ନ ସମୟରେ ଯବାନ ଏବଂ ମାଓବାଦୀ ମୁହାଁମୁହିଁ ହେଉଛନ୍ତି। ଗୁରୁବାର ଚକାପାଦ ଥାନା ଲେଙ୍ଗେରିମୁଣ୍ଡା ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ...
ଖୋଲିଲା ସ୍କୁଲ: ଆସିଲେନି ପିଲା
କୋକସରା,୮।୧: ଶୁକ୍ରବାର କଳାହାଣ୍ଡି ଜିଲା କୋକସରା ବ୍ଲକରେ ଥିବା ୨୫ଟି ହାଇସ୍କୁଲ ଖୋଲିଛି। ସେଥିମଧ୍ୟରୁ ୨୩ ହାଇସ୍କୁଲରେ ଉପସ୍ଥାନ କମ୍ ବେଶି ରହିଥିବା ବେଳେ ବ୍ଲକର ଫୁପଗାଁ ହାଇସ୍କୁଲ ଓ ଆମପଣି ଏସ୍ଏସଡି ହାଇସ୍କୁଲରେ ପିଲାଙ୍କ ଉପସ୍ଥାନ ଶୂନ ରହିଛି।...
ରାଜ୍ୟରେ ୨୪୪ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର,୮।୧- ରାଜ୍ୟରେ ଶୁକ୍ରବାର ୨୪୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଆରୋଗ୍ୟ ଲାଭ କରିଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୨୭,୫୩୪ରେ ପହଞ୍ଚିଛି। ଅନୁଗୁଳ ଜିଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୩୨ ଜଣ। ସେହିଭଳି ଆରୋଗ୍ୟ ଲାଭ କରିଥିବା...
ତେଲେଙ୍ଗାନାରେ ଓଡ଼ିଆ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଜବତ
ଲାଠୋର,୮।୧: ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିବା ବଲାଙ୍ଗୀର ଜିଲା ତୁରେକେଲା ଥାନା ଅନ୍ତର୍ଗତ ଖରଲି ଗ୍ରାମର ଠଣସୁନ୍ଦର ତାଣ୍ଡି(୪୫)ଙ୍କ ବୁଧବାର ରାତିରେ ମୃତ୍ୟୁ ଘଟିଛି। ହେଲେ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ପରିବାରର ଏକମାତ୍ର ରୋଜଗାରକ୍ଷମ...
ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ
ତରବୋଡ଼,୮।୧: ନୂଆପଡ଼ା ଜିଲା ଖରିଆରରୋଡସ୍ଥିତ ଅଫିସରେ ଜଣେ ବ୍ୟକ୍ତିଙ୍କଠାରୁ ଲେବର କାର୍ଡ କରାଇ ଦେବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଜିଲା ଶ୍ରମ ଅଧିକାରୀ ଶରତ କୁମାର ପାଣିଗ୍ରାହୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ନୂଆପଡା...
ଆଜି ରାଜ୍ୟରୁ ୨୪୫ ପଜିଟିଭ୍ ଚିହ୍ନଟ, ଆଉ ୨ ଜଣଙ୍କ ଜୀବନ ଗଲା
ଭୁବନେଶ୍ୱର,୮।୧(ବ୍ୟୁରୋ) : ଶୁକ୍ରବାର ରାଜ୍ୟରେ ୨୪୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୧,୩୯୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୪୧...
Archives


