ମହାଳୟାରେ ବିନ୍ଦୁସାଗର ମନା
ଭୁବନେଶ୍ୱର,୫।୧୦(ବ୍ୟୁରୋ): ବୁଧବାର ପବିତ୍ର ମହାଳୟା। ପିତୃ ପୁରୁଷଙ୍କ ଶ୍ରାଦ୍ଧ ତର୍ପଣ ପାଇଁ ବିନ୍ଦୁସାଗରରେ ଭିଡ଼ ହେବାର ସମ୍ଭାବନା ଥିବାରୁ ଏହା ଉପରେ ରୋକ ଲଗାଇଛି ବିଏମ୍ସି। ଭିଡ଼ ବଢିଲେ ସଂକ୍ରମଣ ବଢିବାର ଆଶଙ୍କା ରହିଛି। ତେଣୁ ବିନ୍ଦୁସାଗରରେ କୌଣସି ପ୍ରକାର ଶ୍ରାଦ୍ଧ…
ଶପଥ ନେଲେ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ
ଭୁବନେଶ୍ୱର, ୫।୧୦(ବ୍ୟୁରୋ): ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଜଳଦ କୁମାର ତ୍ରିପାଠୀ ସୋମବାର ଶପଥ ଗ୍ରହଣ କରିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୋମବାର ରାଜ ଭବନଠାରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ରାଜ୍ୟପାଳ ପ୍ରଫେସର…
ପ୍ରଶାନ୍ତଙ୍କୁ ମିଳିଲାନି ଆଗୁଆ ଜାମିନ
ଭୁବନେଶ୍ୱର,୫।୧୦(ବ୍ୟୁରୋ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମଙ୍ଗଳବାର ଓଡ଼ିଶା ହାଇକୋର୍ଟ ଆଗୁଆ ଜାମିନ ଦେଲେନାହିଁ। ଏହାଛଡ଼ା ନିମ୍ନ କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଯଦି ସେ ଆବେଦନ କରନ୍ତି, ସେହିଦିନ ନିଷ୍ପତ୍ତି ନେବାକୁ…
ଏଥର ବିନା ଭକ୍ତରେ ଗଡ଼ିବ ମା’ ବିରଜାଙ୍କ ରଥ, ମନ୍ଦିର ଚାରିପଟେ ଲାଗିବ ୧୪୪ ଧାରା
ଯାଜପୁର ଅଫିସ, ୫।୧୦: ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ହେଁ ସମ୍ପୂର୍ଣ୍ଣ ଭାବେ ଏହା ଉପରେ ରୋକ ଲଗାଯାଇପାରିନାହିଁ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଦୁର୍ଗା ପୂଜାରେ ମା’ ବିରଜାଙ୍କ ରଥ ବିନା ଭକ୍ତରେ ଗଡ଼ିବ। ୯ ଦିନ ବ୍ୟାପି…
ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକଙ୍କୁ କଡ଼ା ତାଗିଦ
ଭୁବନେଶ୍ୱର,୫।୧୦(ବ୍ୟୁରୋ): ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ କଡ଼ା ତାଗିଦ କରିଛି। ଗତ ଅଗଷ୍ଟ ମାସରେ ପଦୋନ୍ନତି ପାଇଥିବା ବେଳେ ଅନେକ ଏବେ ବି ଯୋଗଦେଇ ନାହାନ୍ତି। ତେଣୁ ଆସନ୍ତା ୮ ତାରିଖ ସୁଦ୍ଧା ନୂତନ ସ୍ଥାନରେ କାର୍ଯ୍ୟରେ ଯୋଗ…
ଜବତ ହେଲା ଗଞ୍ଜେଇ ବେପାରୀଙ୍କ ୩ କୋଟି ସମ୍ପତ୍ତି
କଟକ ଅଫିସ,୫ା୧୦: ଗତ ଫେବୃୟାରୀ ୧ ତାରିଖରେ ଓଡ଼ିଶା ପୋଲିସ ୧୪ ଶହ କେଜି ଗଞ୍ଜେଇ ଜବତ କରିବା ସହ ୧୧ଜଣଙ୍କୁ ଗିରଫ କରିଥିଲା । ପରେ ସେମାନଙ୍କୁ ଗିରଫ କରି ଜେଲ ପଠାଯାଇଥିଲା। ଏବେ ନିଶା ମାଫିଆଙ୍କ ଲାଭବାନ ସମ୍ପତ୍ତିକୁ…
ବନ୍ଧୁକ ବେପାର କରୁଥିଲେ ଆଲବମ୍ ନିର୍ଦ୍ଦେଶକ
କଟକ ଅଫିସ,୫।୧୦: ଦୁର୍ଗା ପୂଜା ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ କ୍ଲିନ କ୍ରାଇମ ଅଭିଯାନ ଆରମ୍ଭ ହୋଇଛି। ବନ୍ଧୁକ କାରବାର ଅଭିଯୋଗରେ ବାଦାମବାଡି ଥାନା ପୋଲିସ ମଙ୍ଗଳବାର ଜଣେ ଆଲବମ୍ ନିର୍ଦ୍ଦେଶକଙ୍କ ସମେତ ୪ ପେଶାଦାର ଅପରାଧୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ…
ପିପିଲି ନିର୍ବାଚନମଣ୍ଡଳୀର ବିକାଶ ହିଁ ମୋର ପ୍ରଥମ ଲକ୍ଷ୍ୟ: ରୁଦ୍ର
ଭୁବନେଶ୍ୱର,୫।୧୦(ବ୍ୟୁରୋ): ପିପିଲିର ନବନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥି ଶପଥ ନେଇଛନ୍ତି। ମଙ୍ଗଳବାର ବିଧାନସଭାରେ ତାଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଶପଥ ନେବା ପରେ ଅଞ୍ଚଳର ବିକାଶ ହିଁ ତାଙ୍କର ପ୍ରଥମ ଲକ୍ଷ୍ୟ…
ଆଉ ଜଣେ ଯୁବ ସାମ୍ବାଦିକଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର,୫।୧୦(ବ୍ୟୁରୋ): କରୋନାରେ ଆଖି ବୁଜିଲେ ଆଉ ଜଣେ ଯୁବ ସାମ୍ବାଦିକ। ସେ ହେଲେ ଇଂରାଜୀ ଦୈନିକ ‘ଦ କମନ୍ ଟାଇମ୍ସ’ର ସମ୍ପାଦକ ୪୪ ବର୍ଷୀୟ ସତ୍ୟଜିତ ମହାପାତ୍ର। କୋଭିଡ ସଂକ୍ରମିତ ହେବା ପରେ ସେ ଗତ ଏକ ମାସ ଧରି ଚିକିତ୍ସିତ…
ଖଜୁରିପଡ଼ା ଥାନାଧିକାରୀ ସସ୍ପେଣ୍ଡ
ଫୁଲବାଣୀ ଅଫିସ,୫ା୧୦-କନ୍ଧମାଳ ଜିଲା ଖଜୁରିପଡା ଥାନାଧିକାରୀ ରମାକାନ୍ତ ପାତ୍ରଙ୍କୁ ଡିଜିପି ଅଭୟ ମଙ୍ଗଳବାର ସସ୍ପେଣ୍ଡ କରିଛନ୍ତି। ଗତ ରବିବାର ସନ୍ଧ୍ୟାରେ ଥାନାଧିକାରୀ ପାତ୍ର ନିଜ କ୍ଷମତାର ଦୂରୁପଯୋଗ କରି ହାଟ କରିବାକୁ ଆସିଥିବା ଜଣେ ବ୍ୟବସାୟୀଙ୍କୁ ମାଡ଼ ମାରଥିଲେ। ଏହା ପ୍ରତିବାଦରେ…
୪ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର,୫।୧୦(ବ୍ୟୁରୋ): ୪ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏହି ୪ ଅଧିକାରୀଙ୍କ ମଧ୍ୟରେ ୨ ଜଣ ଓଏଏସ୍ ଅଫିସର ଥିବା ବେଳେ ଜଣେ ଜିଲା ସବ ରେଜିଷ୍ଟ୍ରାର ଅଛନ୍ତି। ସେହିପରି ଜଣେ ପୂର୍ବତନ ଜିଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀଙ୍କୁ…
ଏଣିକି ଫାଣ୍ଡି ଦାୟିତ୍ୱରେ ରହିବେ ଏସ୍ଆଇ
ଭୁବନେଶ୍ୱର,୫।୧୦(ବ୍ୟୁରୋ): ଓଡ଼ିଶା ପୋଲିସର ୨୧୬ଟି ଫାଣ୍ଡି ଦାୟିତ୍ୱରେ ଏଣିକି ସବ-ଇନ୍ସପେକ୍ଟର (ଏସ୍ଆଇ)ମାନେ ରହିବେ। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ପୂର୍ବରୁ ସହକାରୀ ସବ-ଇନ୍ସପେକ୍ଟର (ଏଏସ୍ଆଇ) ମାନେ ଫାଣ୍ଡି ଦାୟିତ୍ୱରେ ରହୁଥିଲେ। ତେବେ କମିଶନରେଟ ପୋଲିସ ଠାରୁ…
Archives


