ରାତ୍ରି ଜଗୁଆଳିଙ୍କ ଭରସାରେ ପକ୍ଷୀ ସୁରକ୍ଷା
ଖୋର୍ଦ୍ଧା ଅଫିସ, ୮ା୧୧: ମରାଳ ମାଳିନୀ ନୀଳାମ୍ବୁ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ଭିଡ଼ ଜମିଲାଣି। ପ୍ରଥମ ପର୍ଯ୍ୟାୟରେ ଚିଲିକାକୁ ୬୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପ୍ରାୟ ୨୨ହଜାର ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥିବା ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଟାଙ୍ଗୀ…
ରାଜ୍ୟରେ ୨୭୬ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୮।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୫ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍। ଆକ୍ରାନ୍ତଙ୍କ ମଧ୍ୟରୁ ୧୫୯ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୧୭…
ଆଜି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ
ଭବାନୀପାଟଣା,୮ା୧୧(ସ୍ବ.ପ୍ର.): ସୋମବାର କଳାହାଣ୍ଡି ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭବାନୀପାଟଣା କୃଷି ମହାବିଦ୍ୟାଳୟ (ଓୟୁଏଟି) ଖେଳ ପଡିଆରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କଓ୍ବୋଇ)କାର୍ଡ ବଣ୍ଟନ କରିବା କାର୍ଯ୍ୟକ୍ରମ ରହିଛି। ଏଥିସହ ବିଭିନ୍ନ…
ବାଦୁଡ଼ିଙ୍କ କୋଳାହଳର ଗାଁ ସହରପୁର
ଡେରାବିଶ,୮ା୧୧(ସ୍ବ.ପ୍ର.)ବାଦୁଡ଼ିର ଖରାପ ଗନ୍ଧ ପାଇଁ ସମାଜରେ କେତେଜଣ ବ୍ୟକ୍ତି ଘୃଣା କରିଥାନ୍ତି। ସାଧାରଣତଃ ଅନେକ ଚଳଚ୍ଚିତ୍ରରେ ବାଦୁଡ଼ିକୁ ଏକ ଭୟଭୀତ ପକ୍ଷୀ ଭାବେ ଚିତ୍ରିତ କରାଯାଇଥାଏ। ଏଥିସହ ମୂଷା ବାଦୁଡ଼ିଙ୍କର ପ୍ରଧାନ ଖାଦ୍ୟ ହୋଇଥିବାରୁ ସମାଜରେ ବି ରୋଗ ସଂକ୍ରମଣ କରିଥାନ୍ତି…
ଭିତରକନିକା ଜୀବଜନ୍ତୁ ପ୍ରତି ବଢୁଛି ବିପଦ
କେନ୍ଦ୍ରାପଡ଼ା ଅଫିସ, ୮।୧୧: ମହିଳା ଓ ଶିଶୁ ବିକାଶ ବିଭାଗର ରାଜ୍ୟ ଏବଂ କେନ୍ଦ୍ରାପଡ଼ା ଜିଲାର ଏକ ଟିମ୍ ଗତ ବୁଧବାର ଡାଙ୍ଗମାଳକୁ ଯାଇଥିଲେ। ସେଠାରେ ଏହି ଟିମ୍ର ୧୪ ଜଣ ନିକଟସ୍ଥ ଅରଣ୍ୟ ନିବାସରେ ମଧ୍ୟାହ୍ନଭୋଜନ କରିଥିଲେ। ତେବେ ଭୋଜନରେ…
ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ସମାଧାନର ବାର୍ତ୍ତା ନେଇ ଅମରାବତିରେ ମୁକ୍ତିକାନ୍ତ
ଭୁବନେଶ୍ୱର, ୮।୧୧(ବ୍ୟୁରୋ): ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମା ବିବାଦର ସମାଧାନ ଦାବିରେ ଗତ ଗାନ୍ଧୀ ଜୟନ୍ତୀରୁ ଭୁବନେଶ୍ବରରୁ ପଦଯାତ୍ରାରେ ବାହାରିଥିବା ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ ରବିବାର ଅପରାହ୍ନରେ ଆନ୍ଧ୍ରପ୍ରଦେଶର ରାଜଧାନୀ ଅମରାବତୀରେ ପହଞ୍ଚତ୍ଛନ୍ତି। ଦୀର୍ଘ ୩୬ ଦିନ ମଧ୍ୟରେ ସେ ପ୍ରାୟ ୮ଶହ…
ଆମେରିକାରେ ପ୍ରଦର୍ଶିତ ହେଲା ଓଡ଼ିଶାର ବାନ୍ଧକଳା
ଭୁବନେଶ୍ୱର, ୮ା୧୧(ବ୍ୟୁରୋ): ଆମେରିକାର ଓ୍ବାଶିଂଟନସ୍ଥିତ କେନେଡି ସେଣ୍ଟରରେ ପ୍ରଦର୍ଶିତ ହୋଇଛି ଓଡ଼ିଶାର ବାନ୍ଧକଳା। ଓଡ଼ିଶାର ହସ୍ତକଳାକୁ ନ୍ୟାଶନାଲ ଅପେରା ମଞ୍ଚ ମାଧ୍ୟମରେ ବିଶ୍ୱ ଦରବାରରେ ପହଞ୍ଚାଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଫ୍ୟାଶନ ଡିଜାଇନର ବିଭୁ ମହାପାତ୍ର। ୨ ବର୍ଷ…
କାର୍ଟୁନିଷ୍ଟ କିଶୋର ରଥଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୮ା୧୧(ବ୍ୟୁରୋ): ରାଜ୍ୟର ଘରେ ଘରେ ପରିଚିତ ଥିବା ବିଶିଷ୍ଟ କାର୍ଟୁନିଷ୍ଟ କିଶୋର ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ଲୋକପ୍ରିୟ ବ୍ୟଙ୍ଗ ଚିତ୍ରକର କିଶୋର ରଥଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ…
କାର୍ଟୁନିଷ୍ଟ୍ କିଶୋର ରଥଙ୍କ ପରଲୋକ
ଭୁବନେଶ୍ୱର,୮ା୧୧(ବ୍ୟୁରୋ): ରାଜ୍ୟର ବିଶିଷ୍ଟ କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ହୃଦ୍ଘାତରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସେ ଦୁଇ ଦିନ ହେଲା ଅସୁସ୍ଥ ଥିଲେ। ରବିବାର ରାତିରେ ଶ୍ୱାସ ଜନିତ ସମସ୍ୟା…
ତଦନ୍ତ ସରିଲା, ଅଡୁଆ ବଢ଼ିଲା
ଭୁବନେଶ୍ୱର, ୮।୧୧(ବ୍ୟୁରୋ): ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ସୁବାସୀ ଜଙ୍ଗଲରେ ୨୦୨୦ ଅଗଷ୍ଟ ୨୭ରେ ଏକ ୧୫ବର୍ଷୀୟ ଦନ୍ତାର ମୃତ୍ୟୁ ଘଟିଥିଲା। ବିଳମ୍ବିତ ରାତିରେ ବନ କର୍ମଚାରୀମାନେ ହାତୀଟିର ଦୁଇଟି ଦାନ୍ତକୁ କାଟି ରଖିବା ପରେ ତାହାକୁ ପୋତି ଦେଇଥିଲେ। ଏପରିକି ଘଟଣାକୁ…
୫ ଗ୍ରାମବାସୀଙ୍କୁ ଉଠାଇ ନେଲେ ମାଓବାଦୀ
ମାଲକାନଗିରି,୭ା୧୧(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ କୋଣ୍ଟା ବ୍ଲକ ଅଧୀନ ବଟେର ଗ୍ରାମରୁ ୫ ଜଣଙ୍କୁ ମାଓବାଦୀ ଅପହରଣ କରିନେଇଛନ୍ତି। ମାଓବାଦୀମାନେ ଶନିବାର ରାତିରେ ଗ୍ରାମକୁ ଆସି ଗ୍ରାମର ୫ ଜଣଙ୍କୁ ଘରୁ ଜୋରଜବରଦସ୍ତ ଉଠାଇ ନେଇଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କୁ…
ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ ତଳକୁ ଖସିଲା ପାରଦ
ଭୁବନେଶ୍ୱର, ୭।୧୧(ବ୍ୟୁରୋ): ରାଜ୍ୟରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ରାତି ୧୧ଟା ପରେ କୁହୁଡ଼ି ସହିତ ଥଣ୍ଡା ଅନୁଭୂତ ହେଉଛି। ଆସନ୍ତା ୩ରୁ ୪ ଦିନ ଭିତରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…
Archives


