ସୁମିତ୍-ତପସ୍ବିନୀ ମାମଲା: ଆବେଦନ ଖାରଜ କଲେ ଏସ୍ଡିଜେଏମ କୋର୍ଟ
ବ୍ରହ୍ମପୁର ଅଫିସ, ୧୭।୦୧: ବହୁ ଚର୍ଚ୍ଚିତ ସୁମିତ୍ ସାହୁ ଏବଂ ତପସ୍ବିନୀ ଦାଶ ମାମଲା ଦିନକୁ ଦିନ ନୂଆ ନୂଆ ମୋଡ ନେଉଛି। ତପସ୍ବିନୀଙ୍କୁ ନ ରଖିବା କେସ୍ରେ ପ୍ରଥମେ ଏସ୍ଡିଜେଏମ ଏବଂ ପରେ ଜିଲା କୋର୍ଟରୁ ନିରାଶ ହୋଇଛନ୍ତି ସୁମିତ୍…
ବିଜେଡି ଟଙ୍କା ବାଣ୍ଟୁଥିବା ଅଭିଯୋଗ
ଆରଡ଼ି, ୧୭।୧ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତ ମୁଆଁ ଗାଁରେ ରବିବାର ବିଜେଡି ନେତା ଟଙ୍କା ବାଣ୍ଟୁଥିବା ନେଇ ଯୁବକମାନେ ଅଭିଯୋଗ କରିଛନ୍ତି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଜଣେ…
ସ୍ୱାମୀ ତ ରହିଲେନି, ଟଙ୍କା ଆଉ କ’ଣ ହେବ
ଭଦ୍ରକ ଅଫିସ, ୧୭ା୧- “ଜୀବନ ତ ବଞ୍ଚାଇ ହେଲାନି। ଆଉ ଚିକିତ୍ସା ପାଇଁ ମିଳିଥିବା ସହାୟତା ରାଶି କ’ଣ ହେବ। ଏହି ଟଙ୍କା ହୁଏତ ଆଉ କାହା ଜୀବନ ବଞ୍ଚାଇବାରେ ସାହାଯ୍ୟ କରିବ” ଏଭଳି କହି କୋଭିଡ୍ରେ ପ୍ରାଣ ହରାଇଥିବା ଭଦ୍ରକ…
୪୪ ଲକ୍ଷ ଟଙ୍କାରେ ସରପଞ୍ଚ ପଦ ନିଲାମ
ବଲାଙ୍ଗୀର ଅଫିସ,୧୭ା୧: ଗଣତନ୍ତ୍ରର ସଶକ୍ତିକରଣ, ତୃଣମୂଳସ୍ତରରୁ ଲୋକଙ୍କ ଭାଗିଦାରୀ ଏବଂ ବିକାଶମୂଳକ କାର୍ଯ୍ୟରେ ଜନସାଧାରଣଙ୍କ ସହଭାଗିତାକୁ ସୁଦୃଢ଼ କରୁଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସମୟରେ ଗୋଟିଏ ପଞ୍ଚାୟତର ସରପଞ୍ଚ ପଦକୁ ନିଲାମ ପ୍ରକ୍ରିୟାରେ…
ପ୍ରଥମ ଦିନରେ ୮୭୭୨ ନାମାଙ୍କନପତ୍ର ଦାଖଲ
ଭୁବନେଶ୍ୱର,୧୭।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସନ୍ତା ଫେବୃୟାରୀ ୧୬ରେ ହେବ। ଏ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ହୋଇଛି। ସୋମବାର ନାମାଙ୍କନ ପତ୍ର ଦାଖଲ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ପ୍ରଥମ ଦିନରେ ୮୭୭୨ ଜଣ ପାର୍ଥୀ…
ନିଶା କାରବାର ରୋକିବ ଟାକ୍ସ ଫୋର୍ସ
ଭୁବନେଶ୍ୱର,୧୭।୧(ବ୍ୟୁରୋ): ରାଜ୍ୟରେ ଡ୍ରଗ୍ସ ଚାଲାଣ ରୋକିବା ନେଇ ଟାକ୍ସ ଫୋର୍ସ ଗଠନ କରାଯିବ। ଏହି ଟାକ୍ସ ଫୋର୍ସ ଅବସରପ୍ରାପ୍ତ ଡିଜିପି ଅଭୟଙ୍କ ଅଧ୍ୟକ୍ଷତାରେ ହେବ। ମୁଖ୍ୟ ସଚିବ ଓ ଫୋର୍ସ ଅଧ୍ୟକ୍ଷଙ୍କ ନେତୃତ୍ୱରେ କୋର୍ଡିନେଶନ କମିଟି ହେବା ନେଇ ସୂଚନା ରହିଛି।…
ମୁମ୍ବାଇରେ ଖୋଲିବ ଚଏସ୍-କିସ୍ ଆବାସିକ ବିଦ୍ୟାଳୟ
ଭୁବନେଶ୍ୱର, ୧୭।୧(ବ୍ୟୁରୋ): ଦିଲ୍ଲୀ ଓ କୋଲକାତା ପରେ ମହାରାଷ୍ଟ୍ରର ମୁମ୍ବାଇରେ କିସ୍ ଆବାସିକ ବିଦ୍ୟାଳୟ ଖୋଲିବ। ଏନେଇ କିସ୍ ଓ ମୁମ୍ବାଇସ୍ଥିତ ଚଏସ୍ ୱେଲଫେୟାର ଫାଉଣ୍ଡେଶନ ମଧ୍ୟରେ ରବିବାର ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏଥିରେ ଫାଉଣ୍ଡେଶନ ପକ୍ଷରୁ ଏହାର ଅଧ୍ୟକ୍ଷ…
ଏମ୍ସର ୩୦୦ରୁ ଅଧିକ କର୍ମଚାରୀ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୭।୧(ବ୍ୟୁରୋ): ଭୁବନେଶ୍ୱର ଏମ୍ସର ୩ ଶହରୁ ଅଧିକ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଡାକ୍ତର, ନର୍ସ ଓ ପାରା ମେଡିକାଲ ଷ୍ଟାଫ ରହିଛନ୍ତି। ଜାନୁୟାରୀ ୧ରୁ ସୋମବାର ପର୍ଯ୍ୟନ୍ତ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଓପିଡି ବନ୍ଦ…
ଥଣ୍ଡା କାଶ ହେଲେ ତୁରନ୍ତ ଆଇସୋଲେଟ କରାନ୍ତୁ
ଭୁବନେଶ୍ୱର,୧୭।୧(ବ୍ୟୁରୋ): ସଂକ୍ରମଣର ଡବଲିଂ ଟାଇମ କମି ଥିବାବେଳେ ଗ୍ରୋଥ ରେଟ ବି ହ୍ରାସ ପାଇଛି । ବର୍ତ୍ତମାନ ରାଜ୍ୟରେ ୭୫ ହଜାର ଆକ୍ଟିଭ କେସ୍ ଥିବା ବେଳେ ମାତ୍ର ୧୨୦୦ ହସ୍ପିଟାଲାଇରେ ଭର୍ତ୍ତି ହୋଇଛନ୍ତି । ହସ୍ପିଟାଲ ଉପରେ କିଛି ଚାପ…
ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୭।୧(ବ୍ୟୁରୋ): ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ରବିବାର ବିଳମ୍ବିତ ରାତିରେ ରାୟଗଡ଼ା ଜିଲା ସେବାସମାଜ ପରିସରରେ ୮୮ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି, ‘ପଦ୍ମଶ୍ରୀ…
ଧାନବିଲରୁ ମିଳିଲା ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ, ପାଖରେ ପଡ଼ିଥିଲା ଟାଙ୍ଗିଆ
ବୌଦ୍ଧ,୧୭ା୧(ଡି.ଏନ୍.ଏ.): ବୌଦ୍ଧ ଜିଲା ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମର ୫୭ ନଂ. ଜାତୀୟ ରାଜପଥ ପାର୍ଶ୍ୱ ଏକ ଧାନବିଲରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହକୁ ଜବତ କରିଛି ବୌଦ୍ଧ ପୋଲିସ। ଏହା ସହିତ ମୃତଦେହ ନିକଟରେ ପଡ଼ିଥିବା ଏକ ଟାଙ୍ଗିଆକୁ…
ଖୋଲିଲା ଶିମିଳିପାଳ
ବାରିପଦା ଅଫିସ,୧୭ା୧: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ସୋମବାରଠାରୁ ପୁଣି ଖୋଲିଛି ଶିମିଳିପାଳ ଜାତୀୟ ଉଦ୍ୟାନ। ପ୍ରବଳ କୁହୁଡ଼ି ଯୋଗୁ ଗତ ୧୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ ରହିଥିଲା। କେବଳ ରାତ୍ରି ରହଣି ପାଇଁ ପୂର୍ବରୁ ବୁକିଂ କରିଥିବା…
Archives


