ରାଜ୍ୟ

ଜନଗଣନାରେ ନିୟୋଜିତ ୨ଜଣଙ୍କ ମୃତ୍ୟୁ

ବେତନଟୀ/ସୁନ୍ଦରଗଡ଼,୨୭।୪(ଧରଣୀଧର ମହାନ୍ତି/ଜୟନାରାୟଣ ମେଣ୍ଡୁଳି): ଜନଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିବା ୨ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ୍‌ ଅଧୀନ ପୁରିନ୍ଦା କଖାରୁଆ ବୈଦନାଥ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରାଜକପୁର ହେମ୍ବ୍ରମଙ୍କ ରବିବାର ସାରେ ବାରିପଦା ପିଆରଏମ୍‌ ମେଡିକାଲ କଲେଜରେ…

ମରାମତି ନାଁରେ ଖୋଳିଦେଲେ ରାସ୍ତା, ଲୋକେ ହନ୍ତସନ୍ତ

ପଦ୍ମପୁର,୨୭।୪(ପ୍ରଦୀପ୍ତ ଦାଶ): ପ୍ରତି ଓ୍ବାର୍ଡ ଓ ଘରକୁ ପାଣି ପାଇପ ବିଛାଇବା ପାଇଁ ଠିକାଦାର ରାସ୍ତାକୁ ଭାଙ୍ଗି ଦେଉଛନ୍ତି। କିନ୍ତୁ କାମ ସାରିବା ପରେ ଏହି ରାସ୍ତା ମରାମତି କଥା ଭୁଲି ଯାଉଛନ୍ତି, ଯାହାକି ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି। ପଦ୍ମପୁର…

ଖରାଠୁ ବଳିଯାଉଛି ଗୁଳୁଗୁଳି ଯନ୍ତ୍ରଣା, ଏହିଦିନଠୁ ପୁଣି କାଳବୈଶାଖୀ ବର୍ଷା

ଭୁବନେଶ୍ୱର,୨୭।୪(ବନ୍ଦନା ସେଠୀ): ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ପଶ୍ଚିମରେ ଖରାତାତି ଓ ଉପକୂଳରେ ଗୁଳୁଗୁଳି ଅନୁଭୂତ ହେଉଛି। ଗତ କିଛିଦିନ ହେବ ସାଧାରଣତଃ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ଉପରମୁହାଁ ରହୁଥିବାବେଳେ ସେହି ଅନୁପାତରେ ଉପକୂଳ ଜିଲାଗୁଡିକରେ…

ଆଜି ଅଭିଯୋଗ ଶୁଣିବେନି ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାରଣ

ଭୁବନେଶ୍ୱର,୨୭।୪(ବନ୍ଦନା ସେଠୀ): ସୋମବାର ୨୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ହେବ ନାହିଁ। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ଜନଶୁଣାଣି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିବା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୟୁନିଟ-୨…

ଦେଢ଼ କି.ମି. ରାସ୍ତାରେ ୧୦ ହମ୍ପ୍ସ

ନୂଆପଡ଼ା,୨୬ା୪ (ମକାରୁ ବେମାଲ): ଛତିଶଗଡ଼ ରାଜ୍ୟ ରାୟପୁରଠାରୁ ନୂଆପଡ଼ା ଜିଲା ଦେଇ ଗୋପାଳପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଅତ୍ୟଧିକ ହମ୍ପ୍ସ (ସ୍ପିଡ୍‌ ବ୍ରେକର) ଯୋଗୁ ଯାତାୟାତରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଅଭିଯୋଗ ହେଉଛି। ଉକ୍ତ ହମ୍ପ୍ସ…

୨ ପରିବାରରେ ଖଣ୍ଡଯୁଦ୍ଧ: ୨ ବାଇକ୍‌ରେ ଠେଙ୍ଗାବାଡ଼ି ଧରି ଆସି…

ଦିଗପହଣ୍ଡି,୨୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମରେ ପାରିବାରିକ ହିଂସା କାରଣରୁ ଦୁଇ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ ଘଟିଛି। ଆକ୍ରମଣ ଓ ପ୍ରତିଆକ୍ରମଣରେ ଉଭୟ ପରିବାରର ୬ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଜକର ଗ୍ରାମର ନୂଆସାହିରେ…

ପିଆଜ ଚାଷଜମି ପରିଦର୍ଶନ କଲେ ଅତିରିକ୍ତ ସଚିବ, ଚାଷୀଙ୍କୁ କହିଲେ…

ନୂଆପଡ଼ା,୨୬ା୪(ମକାରୁ ବେମାଲ): କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା ଅତିରିକ୍ତ ସଚିବ ମନୋଜ କୁମାର ରବିବାର ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ତୁକଳାପଡା ଗାଁର ଚାଷୀଙ୍କ ପିଆଜ ଚାଷଜମି ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ଗାଁର…

ଅନୁଦାନ ମିଳିଲାନି, ବନ୍ଦ ହେଲା ସରକାରୀ କାର୍ଯ୍ୟକ୍ରମ

ହାଟଡିହୀ/ଛେନାପଦୀ,୨୬ା୪(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): ଅନୁଦାନ ପ୍ରଦାନ ନ ହେବାରୁ ଏକ ସରକାରୀ କାର୍ଯ୍ୟକ୍ରମ ବନ୍ଦ ହୋଇଛି। ଯାହାକୁ ନେଇ କଳାକାରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କଳାକାରମାନଙ୍କୁ ଉପେକ୍ଷା କରାଯାଉଥିବା କୁହାଯାଇଛି। ସୂଚନା ଅନୁସାରେ, ଓଡ଼ିଆପକ୍ଷ ୨୦୨୬ ଅବସରରେ ଏପ୍ରିଲ ୧୦କୁ ଲୋକକଳା…

ଗୋପାଳପୁର-ରାୟଗଡ଼ା ନୂଆ ରେଳଲାଇନ୍‌ ଦାବି, ଆଲାଇନ୍‌ମେଣ୍ଟ ନକ୍ସାର ପୁନଃ ଅନୁଧ୍ୟାନ କରି…

ଦିଗପହଣ୍ଡି,୨୬ା୪(ଅଶେଷ ନାଥ ମିଶ୍ର): ସମଗ୍ର ଦକ୍ଷିଣ ଓଡ଼ିଶାର ବହୁ ପ୍ରତୀକ୍ଷିତ ଗୋପାଳପୁର-ରାୟଗଡ଼ା ନୂତନ ରେଳପଥ ପ୍ରକଳ୍ପ ନିମନ୍ତେ ନକ୍ସା ପ୍ରସ୍ତୁତି ଚାଲିଛି। ତୃତୀୟ ପାଳି ପାଇଁ କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ସରକାର ଆସିବା ପରେ ଗଞ୍ଜାମ ଜିଲା ଚିକିଟି ନିକଟ ବାହୁଦା…

ପୁଣି ଶିବମନ୍ଦିରକୁ ଟାର୍ଗେଟ୍‌ କଲେ ଦୁର୍ବୃତ୍ତ, ମନ୍ଦିର ଖୋଲିଲା ବେଳକୁ ଏମିତି ଦେଖି…

ଗଞ୍ଜାମ,୨୬ା୪(ବିଦ୍ୟାଧର ସାହୁ): କିଛି ଦିନର ନୀରବତା ପରେ ପୁଣି ଶିବ ମନ୍ଦିରକୁ ଟାର୍ଗେଟ କରିଛନ୍ତି ଦୁର୍ବୃତ୍ତ। ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତ ସାନ ଗୋପାଳପୁର ଗ୍ରାମରେ ଥିବା ବାବା ମଲିକେଶ୍ୱର ମନ୍ଦିର ହୁଣ୍ଡିରୁ ଦୁର୍ବୃତ୍ତମାନେ ଟଙ୍କା ଚୋରି କରି ନେଇଥିବା…

ବସ୍‌କୁ ଓଭରଟେକ୍‌ କରିବା ସମୟରେ ଦୁର୍ଘଟଣା, ରାସ୍ତାକଡ଼କୁ ଖସି ପଡ଼ିବାରୁ…

ବାଲିଗୁଡ଼ା,୨୬ା୪(ସଞ୍ଜୟ କୁମାର ପାଣିଗ୍ରାହୀ): ଘରୋଇ ଯାତ୍ରୀବାହୀ ବସ୍‌ ସହ ଏକ କାର୍‌ର ମୁହାଁମୁହିଁ ଧକ୍କା ହୋଇ ରାସ୍ତାକଡ଼କୁ ଖସିପଡ଼ିଛି ବସ୍‌। ଅଳ୍ପକେ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ବସ୍‌ରେ ଥିବା ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ। କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ…

ଲୋୟର ସୁକତେଲ ଡ୍ୟାମ୍‌ରୁ ସ୍ଥାୟୀ ଜଳସେଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଲୋଇସିଂହା,୨୬ା୪(ସୁଶାନ୍ତ ବାରିକ): ବଲାଙ୍ଗୀର ସର୍କିଟ ହାଉସ୍‌ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶନିବାର ଲୋଇସିଂହା ଓ ଆଗଲପୁର ବ୍ଲକର ମିଳିତ କୃଷକ ସଂଘର୍ଷ ସମିତି ଏକ ପ୍ରତିନିଧି ଭେଟି ଲୋୟର ସୁକତେଲ ଡ୍ୟାମ୍‌ରୁ ଜଳସେଚନରୁ ବାଦ ପଡିଥିବା ଉଭୟ ବ୍ଲକର ୧୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?