ସୌମ୍ୟ ମୃତ୍ୟୁ ମାମଲା: ଯୁବତୀ ଓ ଆମ୍ବୁଲାନ୍ସ ଡ୍ରାଇଭର NHRCରେ ହାଜର

ଭୁବନେଶ୍ୱର,୩।୬: ବାଲିଅନ୍ତାରେ ଘଟିଥିବା ଚର୍ଚ୍ଚିତ ବର୍ବରତା ଘଟଣାକୁ ନେଇ ନୂଆ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣାରେ ଅଭିଯୋଗ କରିଥିବା ଯୁବତୀ ଏବଂ ଘଟଣା ସମୟରେ ଫେରିଯାଇଥିବା ଆମ୍ବୁଲାନ୍ସ ଡ୍ରାଇଭର ଜାତୀୟ ମାନବାଧିକାର ଆୟୋଗ (NHRC) ନିକଟରେ ହାଜର ହୋଇଛନ୍ତି।

ସୂଚନା ଅନୁସାରେ, ଘଟଣାକୁ ଗୁରୁତର ସହ କେସ୍‌ ନେଇଥିବା NHRC ପକ୍ଷରୁ ଉଭୟଙ୍କୁ ନୋଟିସ୍‌ ଜାରି କରାଯାଇଥିଲା।  ଯୁବତୀ ଓ ଆମ୍ବୁଲାନ୍ସ ଡ୍ରାଇଭର ଆୟୋଗ ସମ୍ମୁଖରେ ଉପସ୍ଥିତ ହୋଇ ନିଜ-ନିଜ ପକ୍ଷ ରଖିଥିବା ଜଣାପଡ଼ିଛି। ବାଲିଅନ୍ତା ଅଞ୍ଚଳରେ ଘଟିଥିବା ଏହି ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା।  ଘଟଣାକୁ ଗୁରୁତ୍ୱର ସହ ନେଇ NHRC ତଦନ୍ତ ଆରମ୍ଭ କରିଥିବାବେଳେ, ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି।

ରାଜଧାନୀ ଉପକଣ୍ଠ ବାଲିଅନ୍ତା ରାମଚନ୍ଦ୍ରପୁର ବ୍ରିଜ୍‌ ନିକଟରେ ଦୁଇ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଜିଆର୍‌ପି କନ୍‌ଷ୍ଟେବଲ ସୌମ୍ୟରଞ୍ଜନଙ୍କୁ ଗାଁ ଲୋକେ ପିଟିପିଟି ମାରିଦେଇଛନ୍ତି। ବଡ଼ କଥା ହେଲା, ପିସିଆର ଭ୍ୟାନ୍‌ ପହଞ୍ଚିଥିଲେ ମଧ୍ୟ ଅଭିଯୁକ୍ତମାନେ ପୋଲିସ ଉପସ୍ଥିତିରେ ସୌମ୍ୟରଞ୍ଜନଙ୍କ ହାତ, ଗୋଡ଼ ବାନ୍ଧି ବାଉଁଶରେ ଝୁଲାଇ ପିଟିଥିଲେ। ଶେଷରେ ବାଉଁଶରେ ଝୁଲାଇ ଗାଡ଼ିରେ ଲଦି ଗାଁ ଭିତରକୁ ନେଇଥିଲେ। ଫଳରେ ସୌମ୍ୟରଞ୍ଜନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତକଙ୍କ ଘର ମୌଜପୁର ଗ୍ରାମରେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି। ଏନେଇ ବାଲିଅନ୍ତା ପୋଲିସ କେସ୍‌ ନଂ-୨୧୨/୨୬ରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ତନାଘନା କରୁଛି। ଭାଇରାଲ ହୋଇଥିବା ଭିଡିଓରୁ ଅଭିଯୁକ୍ତମାନଙ୍କୁ ପୋଲିସ ଚିହ୍ନଟ କରୁଛି। ଅନ୍ୟପଟେ ଯୁବତୀ ଜଣଙ୍କ ମଧ୍ୟ ମୃତ ସୌମ୍ୟରଞ୍ଜନଙ୍କ ନାମରେ ବାଲିଅନ୍ତା ଥାନାରେ ବଳାତ୍କାର ଉଦ୍ୟମ ଅଭିଯୋଗ କରିଛନ୍ତି। ପୋଲିସ କେସ୍‌ ନଂ.୨୧୩/୨୬ରେ ଆଉ ଏକ ମାମଲା ରୁଜୁ କରିଛି। ଗାଁରେ ଉତ୍ତେଜନା ପରିସ୍ଥିତି ଲାଗିରହିଥିବାରୁ ବାଲିପାଟଣା, ପାହାଳ ଏବଂ ଅନ୍ୟ ଥାନାର ଅଧିକାରୀଙ୍କୁ ମୁତୟନ କରାଯିବା ସହ ଫୋର୍ସ ମଧ୍ୟ ରଖାଯାଇଛି। ପ୍ରାଥମିକ ତଦନ୍ତରୁ ଯୁବକଙ୍କ ହତ୍ୟା ପଛରେ ତୃତୀୟ ପକ୍ଷଙ୍କ ସମ୍ପୃକ୍ତି ରହିଛି। ସୌମ୍ୟରଞ୍ଜନଙ୍କ ବାଇକ୍‌ ପଛରେ ବସିଥିବା ଯୁବକଙ୍କ ବୟାନ ନିଆଯାଇଛି। ଭାଇରାଲ ହୋଇଥିବା ଭିଡିଓରୁ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାଇ ସହ ହେଲା କଳି ଏମତି କାଣ୍ଡ କରିଦେଲେ ୧୩ ବର୍ଷର …

ଛତ୍ରପୁର, ୧୮।୭ (ଦିଲ୍ଲୀପ ସାମଲ): ଛତ୍ରପୁର ଅଞ୍ଚଳରେ ଶନିବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

ବସ ସେବା ଦାବିରେ ସାଇକେଲ ଯାତ୍ରା ଚେତାବନୀ

ଗୁଣପୁର, ୧୮/୭ (ସୁଜାତା ପାଢ଼ୀ): ଗୁଡାରି ୧୯୭୨ ମସିହାରେ ଏନ୍‌ଏସିର ମାନ୍ୟତା ପାଇଥିଲା। ଏହାଛଡ଼ା ଗୁଡାରି ବ୍ଲକ ୯ଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ। ଏହା ଏକ ଆଦିବାସୀ…

ମାଉଜର,ଗଞ୍ଜେଇ ସହ ୬ ଗିରଫ ପୋଲିସକୁ ଚକମା ଦେଇ ଖସିଯାଉଥିଲେ

ଭଞ୍ଜନଗର,୧୮।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଅପରାଧି ଦମନରେ ବିଗତ କିଛି ମାସ ହେବ ଲାଗିପଡ଼ିଛି। ଏହିଭଳି ଶନିବାର ପୋଲିସ ଦୁଇଟି ମାମଲାରେ ୬ ଜଣଙ୍କୁ…

ଥମୁନି ଦାଦନ ଦୁଃଖ, କର୍ନାଟକରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

କୋକସରା,୧୮ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାମ ଅନ୍ବେଷଣରେ ବାହାର ରାଜ୍ୟକୁ ଦାଦନ ଖଟିବାକ ଯାଇଥିବା କଳାହାଣ୍ଡି ଜିଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ଶରଧାପୁର ଗ୍ରାମର ଜଣେ…

ନିଟ୍-ୟୁଜି ପ୍ରବେଶିକାରେ ନିର୍ଲିପ୍ତାଙ୍କ କୃତିତ୍ୱ: ପରିଶ୍ରମର ମିଳିଲା ଫଳ

ଅମରପାଲି, ୧୮୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ଗ୍ରାମର ମେଧାବୀ ଛାତ୍ରୀ ନିର୍ଲିପ୍ତା କୁରକୁରିଆ ଚଳିତ ବର୍ଷର ନିଟ୍-ୟୁଜି (NEET-UG) ପ୍ରବେଶିକା…

କେସିଙ୍ଗାର ଜଣଙ୍କ ପରେ ଜଣେ ଝିଅ ଆଣୁଛନ୍ତି ସୁନାମ, ଏବେ ଅଞ୍ଚଳ ପାଇଁ ଗୌରବ ଆଣିଲେ ଅନିନ୍ଦିତା

କେସିଙ୍ଗା,୧୮ା୭(ତୁମେଶ୍ୱର ସାହୁ): କିଛିଦିନ ତଳେ କେସିଙ୍ଗାର ଦୁଇ ଝିଅ ଓପିଏସ୍‌ସିରେ ଉତ୍ତୀର୍ଣ୍ଣ ହୋଇ ସମଗ୍ର ଜିଲା ତଥା ରାଜ୍ୟରେ ଚହଳ ପକାଇଥିବାବେଳେ ଆଉ ଜଣେ ଆସିଷ୍ଟାଣ୍ଟ ପ୍ରଫେସର…

ନାଁ ରଖିଲେ ଚାଷୀ ପୁଅ: ନିଟ୍-ୟୁଜିରେ ସଫଳତା ହାସଲ କଲେ ବିସ୍ମୟ, ଡାକ୍ତର ହେବାର ସ୍ୱପ୍ନ…

ଅମରପାଲି, ୧୮।୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ମାଣିକପୁର ଗ୍ରାମର ମେଧାବୀ ଛାତ୍ର ବିସ୍ମୟ ପଧାନ ଚଳିତ ବର୍ଷର ନିଟ୍-ୟୁଜି…

ଆୟୁଷ୍ମାନ କାର୍ଡରେ ମିଳିବ କ୍ୟାନ୍ସର ଚିକିତ୍ସା: ମନ୍ତ୍ରୀ

ଭୁବନେଶ୍ୱର,୧୮।୭: ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ଆୟୁଷ୍ମାନ ଭାରତ କାର୍ଡରେ କ୍ୟାନ୍ସର ଚିକିତ୍ସା ସୁବିଧା ମିଳିବ ବୋଲି ସ୍ବାସ୍ଥ୍ୟ ଗଣମାଧ୍ୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri