ରାୟଗଡ଼ାରେ ବେଦାନ୍ତ ଓ ଅଦାନୀଙ୍କ ମେଗା ଆଲୁମିନା ପ୍ରକଳ୍ପ: ବକ୍ସାଇଟ୍ ବ୍ଲକ୍ ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ 

ଥୁଆମୂଳ ରାମପୁର, ୨।୬ (ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାରଙ୍କ ଖଣି ବିଭାଗ ପକ୍ଷରୁ କଳାହାଣ୍ଡିର କାର୍ଲାପାଟ ବକ୍ସାଇଟ୍ ବ୍ଲକ୍ ସମେତ ବିଭିନ୍ନ ଖଣିଜ ଅଞ୍ଚଳର ଇ-ନିଲାମ ପ୍ରକ୍ରିୟା ଜୁନ୍ ୧ରୁ ଆରମ୍ଭ ହୋଇଛି। ଏଥିସହ ବେଦାନ୍ତର ସିଜିମାଲି ଓ ଅଦାନୀ ଗ୍ରୁପ୍‌ର କୁଟ୍ରୁମାଲି ଖଣି ଆବଣ୍ଟନ ପ୍ରକ୍ରିୟା ଜାରି ରହିଛି। ତେବେ ଏହି ଖଣିଜ ଭରପୂର ପାହାଡ଼ଗୁଡ଼ିକର ଅଧିକାଂଶ ଅଂଶ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ରେ ଥିବା ବେଳେ, ଏହାର କଞ୍ଚାମାଲକୁ ନେଇ ପଡ଼ୋଶୀ ରାୟଗଡ଼ା ଜିଲାର କଲ୍ୟାଣସିଂହପୁର ଓ କୋଲନାରା ତହସିଲରେ ଦୁଇଟି ମେଗା ଆଲୁମିନା ବିଶୋଧନାଗାର ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ଚାଲିଛି। କଳାହାଣ୍ଡିରେ କୌଣସି ସ୍ଥାୟୀ କାରଖାନା ପ୍ରତିଷ୍ଠା ହେଉ ନ ଥିବାରୁ, ଏଠାକାର ପ୍ରାକୃତିକ ସମ୍ପଦ ଦ୍ୱାରା ପଡ଼ୋଶୀ ଜିଲା ଲାଭବାନ ହେବେ ଏବଂ ସ୍ଥାନୀୟ ଦୁର୍ଗମ ଅଞ୍ଚଳର ଲୋକେ ଭିଟାମାଟି ହରାଇ ଗରିବ ହୋଇ ରହିଯିବେ ବୋଲି ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକାଶ ପାଇଛି। ୨୪ ଟି ପଞ୍ଚାୟତ ବିଶିଷ୍ଟ ଥୁଆମୂଳ ରାମପୁର ବ୍ଲକ୍‌ର ପ୍ରଭାବିତ ଅଞ୍ଚଳରେ ଆଜି ବି ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା ବିପର୍ଯ୍ୟସ୍ତ ଏବଂ କାମଧନ୍ଧା ଅଭାବରୁ ଲୋକେ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି। ସରକାର ଖଣି ଦ୍ୱାରା ବିକାଶର ଦାବି କରୁଥିଲେ ହେଁ, ବାସ୍ତବରେ ଏହା କେବଳ ଶିଳ୍ପପତି, ପ୍ରଶାସନ ଓ ନେତାଙ୍କୁ ସମୃଦ୍ଧ କରୁଥିବା ବେଳେ ପରିବେଶ ଓ ଜୀବନଜୀବିକାର ବ୍ୟାପକ କ୍ଷତି ଘଟାଉଛି। କିଛି ନ୍ୟସ୍ତସ୍ୱାର୍ଥ ସଂଗଠନ ଓ ନେତା ପ୍ରଭାବିତ ଲୋକଙ୍କୁ ବ୍ୟବହାର କରି କମ୍ପାନୀ ସହ ପଛରେ ‘ଡିଲ୍’ କରି ଚୁପ୍ ହୋଇଯାଉଥିବା ବେଳେ, ‘ମାଁ ମାଳି ମାଟି ସୁରକ୍ଷା ମଞ୍ଚ, କଳାହାଣ୍ଡି-ରାୟଗଡ଼ା’ ଦୀର୍ଘ ବର୍ଷ ହେଲା ନିଃସ୍ୱାର୍ଥପର ଭାବେ ଜଳ, ଜଙ୍ଗଲ, ଜମି ପାଇଁ ଲଢ଼େଇ ଜାରି ରଖିଛି। ନିଜ ମାଟିର ଅସ୍ତିତ୍ୱ ରକ୍ଷା ପାଇଁ ଆନ୍ଦୋଳନ କରି ଅନେକ ନିରୀହ ଆଦିବାସୀ ଜେଲ୍‌ ମଧ୍ୟ ଯାଇଛନ୍ତି। ବାସ୍ତବ ବିକାଶ ଓ ପରିବେଶ ସୁରକ୍ଷାକୁ ଅଣଦେଖା କରାଗଲେ ଆଗାମୀ ଦିନରେ ଏହି ଜନ-ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଆଲୋଚନା ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାଇ ସହ ହେଲା କଳି ଏମତି କାଣ୍ଡ କରିଦେଲେ ୧୩ ବର୍ଷର …

ଛତ୍ରପୁର, ୧୮।୭ (ଦିଲ୍ଲୀପ ସାମଲ): ଛତ୍ରପୁର ଅଞ୍ଚଳରେ ଶନିବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

ବସ ସେବା ଦାବିରେ ସାଇକେଲ ଯାତ୍ରା ଚେତାବନୀ

ଗୁଣପୁର, ୧୮/୭ (ସୁଜାତା ପାଢ଼ୀ): ଗୁଡାରି ୧୯୭୨ ମସିହାରେ ଏନ୍‌ଏସିର ମାନ୍ୟତା ପାଇଥିଲା। ଏହାଛଡ଼ା ଗୁଡାରି ବ୍ଲକ ୯ଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ। ଏହା ଏକ ଆଦିବାସୀ…

ମାଉଜର,ଗଞ୍ଜେଇ ସହ ୬ ଗିରଫ ପୋଲିସକୁ ଚକମା ଦେଇ ଖସିଯାଉଥିଲେ

ଭଞ୍ଜନଗର,୧୮।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଅପରାଧି ଦମନରେ ବିଗତ କିଛି ମାସ ହେବ ଲାଗିପଡ଼ିଛି। ଏହିଭଳି ଶନିବାର ପୋଲିସ ଦୁଇଟି ମାମଲାରେ ୬ ଜଣଙ୍କୁ…

ଥମୁନି ଦାଦନ ଦୁଃଖ, କର୍ନାଟକରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

କୋକସରା,୧୮ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାମ ଅନ୍ବେଷଣରେ ବାହାର ରାଜ୍ୟକୁ ଦାଦନ ଖଟିବାକ ଯାଇଥିବା କଳାହାଣ୍ଡି ଜିଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ଶରଧାପୁର ଗ୍ରାମର ଜଣେ…

ନିଟ୍-ୟୁଜି ପ୍ରବେଶିକାରେ ନିର୍ଲିପ୍ତାଙ୍କ କୃତିତ୍ୱ: ପରିଶ୍ରମର ମିଳିଲା ଫଳ

ଅମରପାଲି, ୧୮୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ଗ୍ରାମର ମେଧାବୀ ଛାତ୍ରୀ ନିର୍ଲିପ୍ତା କୁରକୁରିଆ ଚଳିତ ବର୍ଷର ନିଟ୍-ୟୁଜି (NEET-UG) ପ୍ରବେଶିକା…

କେସିଙ୍ଗାର ଜଣଙ୍କ ପରେ ଜଣେ ଝିଅ ଆଣୁଛନ୍ତି ସୁନାମ, ଏବେ ଅଞ୍ଚଳ ପାଇଁ ଗୌରବ ଆଣିଲେ ଅନିନ୍ଦିତା

କେସିଙ୍ଗା,୧୮ା୭(ତୁମେଶ୍ୱର ସାହୁ): କିଛିଦିନ ତଳେ କେସିଙ୍ଗାର ଦୁଇ ଝିଅ ଓପିଏସ୍‌ସିରେ ଉତ୍ତୀର୍ଣ୍ଣ ହୋଇ ସମଗ୍ର ଜିଲା ତଥା ରାଜ୍ୟରେ ଚହଳ ପକାଇଥିବାବେଳେ ଆଉ ଜଣେ ଆସିଷ୍ଟାଣ୍ଟ ପ୍ରଫେସର…

ନାଁ ରଖିଲେ ଚାଷୀ ପୁଅ: ନିଟ୍-ୟୁଜିରେ ସଫଳତା ହାସଲ କଲେ ବିସ୍ମୟ, ଡାକ୍ତର ହେବାର ସ୍ୱପ୍ନ…

ଅମରପାଲି, ୧୮।୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ମାଣିକପୁର ଗ୍ରାମର ମେଧାବୀ ଛାତ୍ର ବିସ୍ମୟ ପଧାନ ଚଳିତ ବର୍ଷର ନିଟ୍-ୟୁଜି…

ଆୟୁଷ୍ମାନ କାର୍ଡରେ ମିଳିବ କ୍ୟାନ୍ସର ଚିକିତ୍ସା: ମନ୍ତ୍ରୀ

ଭୁବନେଶ୍ୱର,୧୮।୭: ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ଆୟୁଷ୍ମାନ ଭାରତ କାର୍ଡରେ କ୍ୟାନ୍ସର ଚିକିତ୍ସା ସୁବିଧା ମିଳିବ ବୋଲି ସ୍ବାସ୍ଥ୍ୟ ଗଣମାଧ୍ୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri