ସ୍କୁଟିରେ ନାବାଳକ ପୁଅକୁ ନେଇ ଗାଁକୁ ଆସୁଥିଲେ, ବାଟରେ ଘଟିଲା ବଡ଼ ଅଘଟଣ; ଚାଲିଗଲା ମା’ଙ୍କ ଜୀବନ

ସୋହେଲା ୩।୬( ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଲେଖାପଥର ଛକଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପିଙ୍କି ମହାପାତ୍ର (୪୫) ଙ୍କ ମୃତ୍ୟ ହୋଇଯାଇଛି। ପିଙ୍କିଙ୍କ ପୁଅ ୧୫ ବର୍ଷୀୟ ନାବାଳକ ପୁଅ ଏହି ଦୁର୍ଘଟଣାରେ ବର୍ତ୍ତିିଯାଇଛନ୍ତି । ଆଜି ସକାଳୁ ପ୍ରାୟ ୬ଟା ସମୟରେ ପିଙ୍କି ନିଜ ପୁଅଙ୍କ ସହ ଏକ ସ୍କୁଟିରେ ନିଜ ଗାଁ ଡଙ୍ଗାଘାଟରୁ ବରଗଡ଼କୁ ଯାଉଥିଲେ।ଲେଖାପଥର ଛକ ଠାରେ ଏକ ବୋରିଂ ଗାଡି ତବଡା ପଟକୁ ଯାଉଥିଲା । ଏହି ସମୟରେ ପଦ୍ମପୁର ପଟରୁ ଆସୁଥିବା ପିଙ୍କି ବୋରିଂ ଗାଡିରେ ପିଟିହୋଇ ପଡିଯାଇଥିଲେ ।ଆହତ ଅବସ୍ଥାରେ ସ୍ଥାନୀୟ ଲୋକ ଏବଂ ପୋଲିସ ସାହାଯ୍ୟରେ ତାଙ୍କୁ ସୋହେଲା ଡାକ୍ତରଖାନାକୁ ଆଣିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ତାଙ୍କ ପୁଅ ସାମାନ୍ୟ ଆହତ ହୋଇଥିବାବେଳେ ବିପଦ ମୁକ୍ତ ଅଛନ୍ତି । ସୋହେଲା ପୋଲିସ ଶବ ଜବତ କରି ଉଭୟ ଟ୍ରକ ଏବଂ ସ୍କୁଟିକୁ ଜବତ କରିଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ମାଡି ଆସୁଛି ଭୟଙ୍କର ବିପଦ! ବଡ଼ ଚେତାବନୀ ଦେଲା UN

ନୂଆଦିଲ୍ଲୀ,୩।୯: ବିଶ୍ୱ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନକୁ ନେଇ ପୁଣିଥରେ ଚେତାବନୀ ଦେଇଛି ମିଳିତ ଜାତିସଂଘ। ବିଶ୍ୱ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ସୀମାକୁ…

‘ଅଭିଜିତ ଦୀପକେଙ୍କ ସହ ଡିଲ୍ କରିଛନ୍ତି କେଜ୍ରିୱାଲ୍’, ବଡ଼ ଅଭିଯୋଗ ଆଣିଲେ ମନୀଷ

ନୂଆଦିଲ୍ଲୀ,୩।୯: କକରୋଚ୍ ଜନତା ପାର୍ଟି (CJP) ପରେ ଏବେ ‘କକରୋଚ୍ ଜନତା ପାର୍ଟି ଡେମୋକ୍ରାଟିକ’ (CJPD) ଘୋଷଣା ହୋଇଛି । ମନୀଷ ବ୍ରହ୍ମଭଟ୍ଟ ଗୁରୁବାର ଏହି ଘୋଷଣା…

ମୋଦିଙ୍କ ପଦାଙ୍କ ଅନୁସରଣ କଲେ ଯୋଗୀ! ଇନଷ୍ଟାଗ୍ରାମରେ ରିଲ ପୋଷ୍ଟ କରି କହିଲେ…

ଲକ୍ଷ୍ନୌ,୩।୯: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ପୋଷ୍ଟ କରିଛନ୍ତି। ଏହି ସେଲଫି-ଶୈଳୀର ରିଲ୍ସରେ ବାବା ନୀବ କରୋରିଙ୍କ ପବିତ୍ର ଭୂମି…

ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍‌ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ

ଉଦଳା,୩ା୯(ସନ୍ତୋଷ ବାଛିନୀ): ସାବତ ଶ୍ୱଶୁର ହେଲେ ରକ୍ତମୁଖା। ଲୁହା ରଡ୍‌ରେ ପିଟିପିଟି ଜ୍ୱାଇଁଙ୍କୁ ହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ମଝିଗଡ଼ିଆ…

ରତ୍ନେଶ୍ଵରୀ ମନ୍ଦିର ଭିତରେ ଗର୍ଜନ କରୁଥିଲା ବିରାଟ ଅହିରାଜ! ଲୋକେ ଛାନିଆ, ବନବିଭାଗ ପହଞ୍ଚି…

ଦିଗପହଣ୍ଡି/ଚିକିଟି,୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ଗଡ଼ ବ୍ଲକ କାର୍ଯ୍ୟାଳୟ ନିକଟ ମା ‘ ରତ୍ନେଶ୍ଵରୀ ମନ୍ଦିରରୁ କିଙ୍ଗକୋବ୍ରା ଉଦ୍ଧାର କରାଯାଇଛି ।…

ଗଞ୍ଜେଇ ଚୋରା ଚାଲାଣ ମାମଲା: ଅହମ୍ମଦାବାଦରୁ ଆସି ଗାଁରେ ଲୁଚିଥିଲେ ଅଭିଯୁକ୍ତ, ପୋଲିସ ପହଞ୍ଚି…

ଦିଗପହଣ୍ଡି,୩ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପି.ଜଗନ୍ନାଥପୁର ଗ୍ରାମର କବିରାଜ ସ୍ବାଇଁଙ୍କ ପୁଅ ଜିତୁ ଓରଫ ଜିତେନ୍ଦ୍ର କୁମାର (୪୦)ଙ୍କୁ ଗୁଜରାଟର ଅହମ୍ମଦାବାଦସ୍ଥିତ କ୍ରାଇମବ୍ରାଞ୍ଚ…

ଧରିତ୍ରୀ ପ୍ରଭାବ; ଅଙ୍ଗନବାଡ଼ିରେ ପିଲାଙ୍କୁ ମିଳୁ ନଥିଲା ରନ୍ଧାଖାଦ୍ୟ, ଜିଲା ପ୍ରଶାସନର ଯାଞ୍ଚ ପରେ ଅଣ୍ଡା…

ଉଦଳା,୩।୯(ସନ୍ତୋଷ ବାଛିନୀ): ଖବର ପ୍ରସାରଣ ପରେ ଆକ୍ସନ ମୋଡରେ ଜିଲା ପ୍ରଶାସନ । ନିଜେ ତଦନ୍ତ କରିବା ପରେ ଅଙ୍ଗନବାଡିରେ ଆରମ୍ଭ ହେଲା ରୋଷେଇ । ଶିଶୁଙ୍କୁ…

ରିଲିଫ ନେଇ ଫେରୁଥିବା ବେଳେ ଛାତ୍ରଙ୍କ ମୁଣ୍ଡରେ ପଡ଼ିଗଲା ନଡ଼ିଆ, ତାପରେ….

ବାରିପଦା,୨।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ସହର ମଧୁବନ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗଛରୁ ନଡ଼ିଆ ଖସି ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri