ସ୍ବାସ୍ଥ୍ୟସେବାର ବିକଳ ଚିତ୍ର: ସାଇଁକୁଳ ମେଡିକାଲ ବେଡ୍‌ରେ ଏକାକାର ରୋଗୀ-ବୁଲା କୁକୁର…

ଆନନ୍ଦପୁର, ୧।୬(ସୁଶାନ୍ତ କୁମାର ସାହୁ): ରାଜ୍ୟ ସ୍ବାସ୍ଥ୍ୟସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି, ତାହା ପୁଣି ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲା କେନ୍ଦୁଝରରୁ। ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (CHC) ଏବେ ବୁଲା କୁକୁରଙ୍କ ଚରାଭୂଇଁ ପାଲଟିଛି। ମେଡିକାଲ ବେଡରେ ରୋଗୀଙ୍କ ବଦଳରେ ବୁଲା କୁକୁରମାନେ ନିର୍ଭୟରେ ଶୋଇ ରହୁଥିବା ଦେଖିବାକୁ ମିଳିଛି, ଯାହା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।

ସ୍ବାସ୍ଥ୍ୟକେନ୍ଦ୍ରର ଭିତର ଦୃଶ୍ୟ ଏଭଳି ହୋଇଛି ଯେ ଗୋଟିଏ ବେଡରେ ରୋଗୀ ଶୋଇ ଚିକିତ୍ସିତ ହେଉଥିବା ବେଳେ ତାହାର ଠିକ ପାଖ ବେଡରେ ବୁଲା କୁକୁରମାନେ ଆରାମରେ ଶୋଇଛନ୍ତି। ଏହାକୁ ଦେଖିଲେ ମନେହେଉଛି ସତେ ଯେମିତି ମେଡିକାଲରେ ରୋଗୀଙ୍କ ସହ କୁକୁରମାନଙ୍କର ମଧ୍ୟ ଚିକିତ୍ସା ଚାଲିଛି।

ସ୍ବାସ୍ଥ୍ୟକେନ୍ଦ୍ରରେ ଅନେକ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ସୁରକ୍ଷାକର୍ମୀ ନିୟୋଜିତ ଥିଲେ ମଧ୍ୟ ବୁଲା କୁକୁରମାନେ ଅନାୟସରେ ମେଡିକାଲ ଭିତରକୁ ପଶି ଆସୁଛନ୍ତି। ଏହା କୌଣସି ଗୋଟିଏ ଦିନର ଘଟଣା ନୁହେଁ, ବରଂ ଏଠାରେ ପ୍ରତିଦିନ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସରକାରୀ ପାଣ୍ଠିରୁ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଜଗୁଆଳୀ ଏବଂ ର୍ନିମଳ ସେବକମାନେ ପ୍ରତି ମାସରେ ଲକ୍ଷ ଲକ୍ଷ ଟଙ୍କା ଦରମା ନେଉଛନ୍ତି। କିନ୍ତୁ ସେମାନଙ୍କ ବେପରୁଆ ମନୋଭାବ ଓ ଚରମ ଅବହେଳା ଯୋଗୁ ସାଇଁକୁଳ ସ୍ବାସ୍ଥ୍ୟକେନ୍ଦ୍ରର ସ୍ଥିତି ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଉପଯୁକ୍ତ ପରିମଳ ଓ ସେବା ନମିଳିବାରୁ ସାଧାରଣ ଲୋକେ ଏହି ମେଡିକାଲକୁ ଆସିବାକୁ ନାପସନ୍ଦ କଲେଣି।

ଏହି ସମସ୍ୟାର ସମାଧାନ ପାଇଁ ଏବଂ ଚିକିତ୍ସାଳୟର ସ୍ଥିତି ସୁଧାରିବା ପାଇଁ ସାଇଁକୁଳ ବୁଦ୍ଧିଜୀବୀ ମହଲରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (CDMO) ଙ୍କୁ ବାରମ୍ବାର ଦାବି କରାଯାଇଛି। ମାତ୍ର ପ୍ରଶାସନ ତରଫରୁ ଏପର୍ଯ୍ୟନ୍ତ କୌଣସି ଦୃଢ଼ ପଦକ୍ଷେପ ନିଆଯାଇ ନାହିଁ।

ଏହି ଚରମ ଅବହେଳାର ପ୍ରତିବାଦରେ ସାଇଁକୁଳ ଅଞ୍ଚଳବାସୀ ଅତିଶୀଘ୍ର ମେଡିକାଲ ସମ୍ମୁଖରେ ଗଣ-ଧାରଣା ଦେବେ ବୋଲି ପ୍ରଶାସନକୁ ଶେଷ ଚେତାବନୀ ଶୁଣାଇ ଦେଇଛନ୍ତି। ଖବର ପ୍ରସାରଣ ପରେ ଜିଲା ସ୍ବାସ୍ଥ୍ୟ ବିଭାଗ ଏହି ସମ୍ବେଦନଶୀଳ ଘଟଣାକୁ ନେଇ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା ଦେଖିବାକୁ ବାକି ରହିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଆମେରିକାର ରାଷ୍ଟ୍ରପତି ବି ହୋଇପାରନ୍ତି ବିଜୟ! ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଥାନ ନେଇପାରନ୍ତି’, ଏମିତି କହିଲେ…

ଚେନ୍ନାଇ,୨।୯: ତାମିଲନାଡୁରେ ଟିଭିକେ (TVK) ସରକାରକୁ ନେଇ ଏଆଇଏଡିଏମ୍‌କେ ମହାସଚିବ ଏଡାପ୍ପାଡି କେ. ପଲାନିସ୍ବାମୀ ତୀବ୍ର କଟାକ୍ଷ କରିଛନ୍ତି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଦାମୀ ଚାର୍ଟର୍ଡ…

ବରଗଡ଼ରେ ଆତଙ୍କ: କୁକୁରକୁ ମାରି ଖାଇଲା ବାଘ, ସିସିଟିଭିରେ କଏଦ ଦୃଶ୍ୟରୁ…

ବରଗଡ଼,୨ା୯(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅଞ୍ଚଳରେ ବାଘ ଆତଙ୍କ ଦେଖାଯାଇଛି। ମଙ୍ଗଳବାର ସିସିଟିଭିରେ ବାଘ ବୁଲୁଥିବାର ଚିତ୍ର କଏଦ ହେବା ଏବଂ ସେଠାରେ ଏକ…

୨୦୨୯ରେ ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ! ବିଧାୟିକାଙ୍କ ବଡ଼ ଦାବିକୁ ନେଇ ରାଜନୀତିରେ ହଇଚଇ

ଚେନ୍ନାଇ,୨।୯: ତାମିଲନାଡୁର ରାଜନୀତିରେ ଏବେ ଥଲାପତି ବିଜୟଙ୍କୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ସତ୍ତାରୂଢ଼ ଟିଭିକେ (TVK)ର ନେତା ଓ ମନ୍ତ୍ରୀମାନେ ବିଜୟଙ୍କୁ ୨୦୨୯ରେ ପ୍ରଧାନମନ୍ତ୍ରୀ…

ସମୁଦ୍ର କୂଳରେ ବୁଲୁଥିଲେ ପ୍ରେମୀଯୁଗଳ, ହଠାତ୍‌ ମାରିଲା ବିଜୁଳି, ଘଟିଗଲା ଦୁଃଖଦ ଘଟଣା, ଭିଡିଓ ଦେଖିଲେ…

ବ୍ରାସିଲିଆ,୨ା୯: ବ୍ରାଜିଲର ପାଲହୋକାରେ ଥିବା ପ୍ରିଆ ଡା ପିନହେଇରା ବିଚ୍‌ର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ପ୍ରେମୀଯୁଗଳ ବେଳାଭୂମିରେ ଚାଲୁଛନ୍ତି।…

୩ ଶକ୍ତିଶାଳୀ ଦେଶର ତାଲିକାରେ ଭାରତ, ଆମେରିକାର ନାଁ ନାହିଁ! ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୨।୯: ସାଂଘାଇ ସହଯୋଗ ସଂଗଠନ (SCO)ର ମଞ୍ଚରେ ଭାରତକୁ ନେଇ ବଡ଼ ବୟାନ ଦେଇଛନ୍ତି ବେଲାରୁସ ରାଷ୍ଟ୍ରପତି ଏଲେକ୍ସାଣ୍ଡର ଲୁକାଶେଙ୍କୋ। ତାଙ୍କ ଭାଷଣରେ ସେ ଭାରତକୁ ବିଶ୍ୱର…

ନୂଆ ପ୍ରଧାନଶିକ୍ଷୟିତ୍ରୀ ଭାବେ ଯୋଗଦେଲେ ମାଳତୀ ମହାନ୍ତି, କହିଲେ ବିଦ୍ୟାଳୟର ବିକାଶ ସହ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଳତୀ ମହାନ୍ତି ନୂତନ ଭାବେ ଲେଭଲ-୩ରୁ ପଦୋନ୍ନତି ପାଇ ପ୍ରଧାନଶିକ୍ଷୟିତ୍ରୀ ଭାବେ…

ଏ କ’ଣ କରିଦେଲା BCCI, ଅଧିନାୟକ ଶେୟସ ଆୟରଙ୍କ ବଢିଲା ଟେନ୍‌ସନ୍‌

ନୂଆଦିଲ୍ଲୀ,୨।୯: ବିସିସିଆଇ ଆଫଗାନିସ୍ତାନ ବିପକ୍ଷରେ ଆଗାମୀ ଅନ୍ତର୍ଜାତୀୟ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା କରିଛି। ଶ୍ରେୟସ ଆୟର ପୁଣି ଥରେ ଦଳର ନେତୃତ୍ୱ…

ଘରେ ଚାଲିଥିଲା ବିବାହ ଉତ୍ସବ, ଛାତ ଉପରେ ପଡ଼ିଲା ଆମେରିକା ଡ୍ରୋନ୍‌: ଆଉ ତା’ପରେ…

ଓ୍ବାଶିଂଟନ୍‌,୨।୯: ଆମେରିକା ପୁଣି ଥରେ ଇରାନ ଉପରେ ଆକ୍ରମଣ କରିଛି। ଏଥର ବିବାହ ଉତ୍ସବ ଚାଲିଥିବା ଏକ ଘର ଉପରେ ଆମେରିକା ଡ୍ରୋନ ପଡ଼ିଥିଲା। ଏଥିରେ ଘରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri