ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏଣିକି ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୩ା୬(ସୁଚିସ୍ମିତା ସାହୁ): ରାଜ୍ୟକୁ କୁପୋଷଣ ମୁକ୍ତ କରିବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଜଣେ ବି ଶିଶୁ ଯେପରି ଅତିଶୟ କମ୍‌ ଓଜନର ନ ରହିବେ, ସେଥିପ୍ରତି ଧ୍ୟାନ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଶିଶୁଙ୍କ ପାଇଁ ଦୈନିକ ଖାଦ୍ୟ ଖର୍ଚ୍ଚରେ ଆଖିଦୃଶିଆ ବୃଦ୍ଧି କରିଛନ୍ତି। ୬ ମାସରୁ ୬ ବର୍ଷ ବୟସର ଅତିଶୟ କମ୍‌ ଓଜନ ଶିଶୁଙ୍କ ଜଳଖିଆ ବାବଦ ଖର୍ଚ୍ଚକୁ ୮ ଟଙ୍କାରୁ ୧୨ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିସହ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ଅଧୀନରେ ଅତିରିକ୍ତ ୬ ଟଙ୍କା ପ୍ରଦାନ କରାଯାଉଛି। ପୂର୍ବରୁ ଶିଶୁଙ୍କ ପାଇଁ ଦୈନିକ ଖାଦ୍ୟ ଖର୍ଚ୍ଚ ବାବଦକୁ ୧୪ ଟଙ୍କା ମିଳୁଥିବା ବେଳେ ବର୍ତ୍ତମାନ ୧୮ ଟଙ୍କାର ଖାଦ୍ୟ ଯୋଗାଇ ଦିଆଯିବ। ରାଜ୍ୟର ପ୍ରାୟ ୩୫ହଜାର ଅତିଶୟ କମ୍‌ ଓଜନର ଶିଶୁ ଏହି ସୁବିଧାର ସିଧାସଳଖ ଲାଭ ପାଇବେ। ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୧୦.୭ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ଭାର ବହନ କରିବେ। ଅନୁରୂପ ଭାବେ ଅଙ୍ଗନୱାଡ଼ି କେନ୍ଦ୍ରର ପ୍ରାକ୍‌-ବିଦ୍ୟାଳୟ ଶିଶୁ (୩ ବର୍ଷରୁ ୬ ବର୍ଷ ବୟସ)ଙ୍କ ସକାଳ ଜଳଖିଆ ବାବଦ ଦୈନିକ ଖର୍ଚ୍ଚରେ ୧.୨୪ ଟଙ୍କା ବୃଦ୍ଧି କରାଯାଇଛି। ଫଳରେ ଏଣିକି ଅଙ୍ଗନଓ୍ବାଡ଼ି ପିଲାଙ୍କ ପାଇଁ ଖାଦ୍ୟ ଖର୍ଚ୍ଚ ଲାଗି ୩ଟଙ୍କା ୫୬ ପଇସା ଦିଆଯିବ। ଏଥିଲାଗି ସରକାର ନିଜସ୍ବ ବଜେଟରୁ ବାର୍ଷିକ ପ୍ରାୟ ୧୨୬କୋଟି ୮୩ ଲକ୍ଷ ଟଙ୍କା ଅତିରିକ୍ତ ବ୍ୟୟଭାର ବହନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
ମଙ୍ଗଳବାର ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ‘ଶିଶୁ ଜୀବନର ପ୍ରଥମ ୧୦୦୦ ଦିନର ପୋଷଣ’ ଉପରେ ଆଧାରିତ ଡିଜିଟାଲ ବହିକୁ ଉନ୍ମୋଚନ କରି ଉପମୁଖ୍ୟମନ୍ତ୍ରୀ ପରିଡ଼ା କହିଲେ, ମାଆ ପେଟର ୨୭୦ ଦିନ ଏବଂ ଶିଶୁ ଜନ୍ମର ଦୁଇ ବର୍ଷ ପର୍ଯ୍ୟନ୍ତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। ଏହି ବହିରେ ଓଡ଼ିଆ ଭାଷାରେ ଅତି ସରଳ ଭାବରେ ଜୀବନର ପ୍ରଥମ ୧୦୦୦ ଦିନର ପ୍ରତିଟି ସ୍ତର ଏବଂ ତା’ର ଯତ୍ନ ବିଷୟରେ ବୁଝାଇ ଦିଆଯାଇଛି। ଅଙ୍ଗନଓ୍ବାଡି ଦିଦିମାନେ ଗୃହ ପରିଦର୍ଶନ ସମୟରେ ଏହି ବହିଟିକୁ ବ୍ୟବହାର କରି ହିତାଧିକାରୀଙ୍କୁ ସଚେତନ କରିବେ। ଏଥିସହ ସମସ୍ତ ହିତାଧିକାରୀଙ୍କ ପାଖରେ ଏହି ଡିଜିଟାଲ ବହିଟିକୁ ରାଜ୍ୟର ସମସ୍ତ ଅଙ୍ଗନଓ୍ବାଡି କର୍ମୀଙ୍କ ମାଧ୍ୟମରେ ଓ ସୋସିଆଲ ମେଡିଆ ଦ୍ୱାରା ପହଞ୍ଚାଇବା ପାଇଁ ପ୍ରୟାସ କରାଯାଇଛି। ଯଦି ପ୍ରତ୍ୟେକ ମାତାପିତା ଓ ପରିବାର ସଦସ୍ୟ ଏହାକୁ ପଢ଼ି ଦୈନନ୍ଦିନ ଜୀବନରେ ପ୍ରୟୋଗ କରିବେ, ତେବେ ରାଜ୍ୟରେ ଏକ ‘ସୁସ୍ଥ ମା-ସୁସ୍ଥ ଶିଶୁ-ସୁସ୍ଥ ପରିବାର’ ଗଢ଼ିବାର ସ୍ବପ୍ନ ସାକାର ହୋଇପାରିବ।
କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ଶାସନ ସଚିବ ଡ. ମୃଣାଳିନୀ ଦର୍ସୱାଲ, ନିର୍ଦ୍ଦେଶିକା ମୋନିସା ବାନାର୍ଜୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ। ଏଥିସହ ରାଜ୍ୟର ସମସ୍ତ ଜିଲା ସମାଜ ମଙ୍ଗଳ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଡିସି-ପୋଷଣ ଓ ସୁପରଭାଇଜରମାନେ ଆଭାସୀ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ସମୟରେ ନଦୀରେ ଭାସି ଜଣେ ନିଖୋଜ

ଗୁଣପୁର,୨ା୯(ସୁଜାତା ପାଢ଼ୀ): ଗାଧୋଇବା ସମୟରେ ନଦୀରେ ଭାସିଯାଇ ଜଣେ ନିଖୋଜ ହୋଇଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ଗୁଣପୁର ବଂଶଧାରା ନଦୀରେ। ନିଖୋଜ ଜଣେ ବ୍ୟକ୍ତି ଓ ତାଙ୍କ…

ବରଗଡ଼ରେ ଆତଙ୍କ: କୁକୁରକୁ ମାରି ଖାଇଲା ବାଘ, ସିସିଟିଭିରେ କଏଦ ଦୃଶ୍ୟରୁ…

ବରଗଡ଼,୨ା୯(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅଞ୍ଚଳରେ ବାଘ ଆତଙ୍କ ଦେଖାଯାଇଛି। ମଙ୍ଗଳବାର ସିସିଟିଭିରେ ବାଘ ବୁଲୁଥିବାର ଚିତ୍ର କଏଦ ହେବା ଏବଂ ସେଠାରେ ଏକ…

ନୂଆ ପ୍ରଧାନଶିକ୍ଷୟିତ୍ରୀ ଭାବେ ଯୋଗଦେଲେ ମାଳତୀ ମହାନ୍ତି, କହିଲେ ବିଦ୍ୟାଳୟର ବିକାଶ ସହ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଳତୀ ମହାନ୍ତି ନୂତନ ଭାବେ ଲେଭଲ-୩ରୁ ପଦୋନ୍ନତି ପାଇ ପ୍ରଧାନଶିକ୍ଷୟିତ୍ରୀ ଭାବେ…

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର: କମିଲା PUCC ଫାଇନ୍‌

ଭୁବନେଶ୍ୱର, ୨।୯: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର। PUCC ଜରିମାନା କମାଇଲେ ରାଜ୍ୟ ସରକାର। ପ୍ରଦୂଷଣ ସାର୍ଟିଫିକେଟ ନ ଥିଲେ କଟାଯାଉଥିବା ୧୦ ହଜାର…

ଲୁଟିବା ଥୟ

ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବା ଏମ୍‌ଏମ୍‌ଡିଆର୍‌ ଆଇନ-୧୯୫୭କୁ ୨୦୨୬ ଅଗଷ୍ଟରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ସଂସଦରେ ଗୃହୀତ ଏହି ଆଇନ ଦେଶର…

ଟିମ ଇଣ୍ଡିଆରେ ହେଲା ବଡ଼ ଓଲଟପାଲଟ: ବୈଭବଙ୍କୁ ମିଳିଲା ସ୍ଥାନ, ୩ ବଡ଼ ଖେଳାଳି ପଡିଲେ ବାଦ୍‌

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ ପାଇଁ ବିସିସିଆଇ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱରେ ୧୫ ଜଣିଆ ଦଳରେ…

ତଳେ ଘଣ୍ଟାଏ ଜଗିରହିଲା ଦନ୍ତା: ଗଛରେ ଚଢ଼ି ଜୀବନ ବଞ୍ଚାଇଲେ ବନ କର୍ମଚାରୀ

ଛେଣ୍ଡିପଦା,୨ା୯(ଅଜିତ ଧଳ):ଗଁାରେ ପଶିଥିବା ହାତୀ ଘଉଡ଼ାଇବାକୁ ଯାଇଥିବା ହାତୀ ସ୍କ୍ବାଡ୍‌ଙ୍କୁ ମାରି ଗୋଡ଼ାଇଲା ଦନ୍ତା। ଏପରି କି ଜୀବନ ବଞ୍ଚାଇବାକୁ ସ୍କ୍ବାଡ୍‌ର ଜଣେ ସଦସ୍ୟ ଆମ୍ବ ଗଛ…

ଓଡ଼ିଶାରେ ‘ପରମାଣୁ ଶକ୍ତି’ କେନ୍ଦ୍ର ପାଇଁ ଜମି ଖୋଜାଚାଲିଛି

ଭୁବନେଶ୍ୱର,୨ା୯ (ରବିନାରାୟଣ ଜେନା): ଓଡ଼ିଶାରେ ପରମାଣୁ ଶକ୍ତି ପ୍ରକଳ୍ପ ପାଇଁ ସରକାର ଓ ବୃହତ୍‌ ଶିଳ୍ପସଂସ୍ଥା ଜମି ଖୋଜୁଛନ୍ତି। ଏଥିପାଇଁ ଦୁଇଟି ସ୍ଥାନରେ ପ୍ରାଥମିକ ପର୍ଯ୍ୟାୟରେ ଜମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri