ପୁଣି ଜଣେ ରସିକିଆ ଡାକ୍ତର ଗିରଫ, ମିଛ କହି କରିଛନ୍ତି ୪ ବିବାହ
ଭୁବନେଶ୍ୱର,୨୩ା୪(ବ୍ୟୁରୋ): ଧରାପଡ଼ିଛନ୍ତି ଆଉ ଜଣେ ରସିକିଆ ଡାକ୍ତର। ଏକେ କିନ୍ତୁ ନକଲି ନୁହେଁ, ଅସଲି ଡାକ୍ତର ଧରା ପଡ଼ିଛନ୍ତି। ଏହି ଡାକ୍ତର ଜଣକ ୪ ଜଣ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ କଟକ ବଡ଼ ମେଡିକାଲର ଡାକ୍ତର…
ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୩ା୪(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨,୭୮,୭୨୯ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ମଇଁଷିପଲକୁ ଚାପିଦେଲା ଟ୍ରେନ, ୨୭ ମୃତ
ରାୟଗଡ଼ା ଅଫିସ,୨୩ା୪: ରାୟଗଡ଼ାରେ ଆଜି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ରାୟଗଡ଼ା ଜିଲା ପିତାମହଲ ନିକଟରେ ଏକ ଟ୍ରେନ୍ ଦୁର୍ଘଟଣାରେ ୨୭ଟି ମଇଁଷିଙ୍କର ମୃତ୍ୟୁ ଘଟିଛି। ଟ୍ରେନ୍ ଲାଇନ୍ ପାର ହେବା ସମୟରେ ଏହି ମଇଁଷିପଲକୁ ଆଲଫୁଜା-ଧାନବାଦ ଏକ୍ସପ୍ରେସ…
ଭୁଲ ଇଞ୍ଜେକ୍ସନ ଦେବାରୁ ଗାଈର ଜୀବନ ଗଲା: ନକଲି ଡାକ୍ତରଙ୍କୁ ପୋଲିସର ପଚରାଉଚରା
ଆନନ୍ଦପୁର,୨୩ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କଣ୍ଟିପାଳ କଲୋନୀ ସାହିର ବାଇନ ନାହାକଙ୍କ ଗର୍ଭଣୀ ଗାଈକୁ ୪ଟି ଇଞ୍ଜେକସନ୍ ଓ ଦୁଇଟି ପାଣି ଔଷଧ ଦିଆଯିବା ପରେ ଗାଈର ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଗାଈକୁ ଇଞ୍ଜେକସନ୍ ଦେଇଥିବା ବ୍ୟକ୍ତି…
ରାଜସ୍ବ କର୍ମଚାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ୨ ଭାଇ ଗିରଫ
ପୁରୁଷୋତ୍ତମପୁର,୨୩ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ବାଲି ମାଫିଆମାନେ ଦିନକୁ ଦିନ ସେମାନଙ୍କ ପତିଆରା ବିସ୍ତାର କରି ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚୋରି କରି ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି। ଏହାକୁ ରାଜସ୍ବ ବିଭାଗୀୟ ଅଧିକାରୀମାନେ ଧରପଗଡ଼…
ଆଜି ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର
ଭୁବନେଶ୍ୱର,୨୩ା୪(ବ୍ୟୁରୋ): ସାରା ରାଜ୍ୟରେ ଅସହ୍ୟ ଖରା ସହ ପ୍ରବଳ ଗରମ ଅନୁଭୂତ ହେଉଛି। ଏହି ସ୍ଥିତିରେ ଆଜି ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ଭାବେ ଭୁବନେଶ୍ୱର ସ୍ଥାନିତ ହୋଇଛି। ଶୁକ୍ରବାର ରାଜଧାନୀରେ ତାପମାତ୍ରା ୪୦.୮ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ବେଳେ…
ପୂର୍ବତନ ବିଧାୟକଙ୍କ ପରଲୋକ
ବାଲିଗୁଡ଼ା,୨୩ା୪(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ାର ପୂର୍ବତନ ଭାଜପା ବିଧାୟକ ସୁରେନ୍ଦ୍ର କହଁରଙ୍କ ଶନିବାର ପରଲୋକ ହୋଇଯାଇଛି। ଦେହାନ୍ତ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । ସେ ଶିକ୍ଷକରୁ ଅବସର ଗ୍ରହଣ କରିବା ପରେ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ବାଲିଗୁଡ଼ା ବିଧାୟକ…
ଅପ୍ରମୟୀଙ୍କ ଗୋଟିଏ ଫୋନ୍ କଲ୍ ଧରାଇଲା ବଡ଼ ଡକାୟତ ଗ୍ୟାଙ୍ଗ
କେନ୍ଦ୍ରାପଡା ଅଫିସ,୨୩ା୪: କେନ୍ଦ୍ରାପଡ଼ା ଜିଲା ତନ୍ତିଆପାଳ ଥାନା କାକଟପୁର ଗ୍ରାମର ଅପ୍ରମୟୀ ସ୍ବାଇଁଙ୍କ ଗୋଟିଏ ଫୋନ୍ କଲ୍ ଏକ ଆନ୍ତଃରାଜ୍ୟ ଡକାୟତ ଦଳର ପର୍ଦ୍ଦାଫାଶ କରିଛି। ଏହି ଡକାୟତ ଦଳର ୧୮ ଅଭିଯୁକ୍ତଙ୍କୁ କେନ୍ଦ୍ରାପଡ଼ା ଜିଲା ପୋଲିସ ଗିରଫ କରିଛି। ନିକିରାଇ…
ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ରଙ୍ଗୀନ ଅଣ୍ଡା
କେନ୍ଦୁଝର,୨୩ା୪(ସ୍ବ.ପ୍ର.): ସଦର ବ୍ଲକ ଅନ୍ତର୍ଗତ ରାଇସୁଆଁ ମୁସ୍ଲିମ ବସ୍ତିର ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ପିଲାଙ୍କୁ ମିଳିଥିବା ରଙ୍ଗୀନ ଅଣ୍ଡାକୁ ନେଇ ଚର୍ଚ୍ଚା ଚାଲିଛି। ଏହି ରଙ୍ଗୀନ ଅଣ୍ଡାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପିଲାମାନଙ୍କୁ ଦିଆଯାଇଥିବା ଅଣ୍ଡା ମଧ୍ୟରୁ ଜଣେ…
ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ସାଇଣ୍ଟିଫିକ୍ ଟିମ୍ର ତଦନ୍ତ ଆରମ୍ଭ
ବଲାଙ୍ଗୀର ଅଫିସ, ୨୩।୪: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଛାତ୍ରାବାସର ୫ ମହଲା ଛାତ ଉପରୁ ଖସିପଡ଼ି ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ନିଶାନ୍ତ କୁମାରଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ନିଶାନ୍ତଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିଲେ…
ବ୍ୟବସାୟୀଙ୍କୁ ପିଟି ପିଟି ମାରିଦେଲେ
ଛତ୍ରପୁର,୨୩।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ହଂସପୁରରେ ଶୁକ୍ରବାର ରାତିରେ ଜଣେ ସିମେଣ୍ଟ ବ୍ୟବସାୟୀଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ସେ ହେଲେ ହଂସପୁର ଗ୍ରାମର ଯୁବ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡ଼ା। ସୂଚନାଯୋଗ୍ୟ, ଶୁକ୍ରବାର ରାତି ପ୍ରାୟ ୧୧ଟାରେ କୃଷ୍ଣଚନ୍ଦ୍ର ସବୁଦିନ…
ବାହାଘର ପ୍ରୋସେସନ ବେଳେ ଟେଣ୍ଟ ମାଲିକଙ୍କୁ ହତ୍ୟା
ଗୋପ,୨୩।୪(ଡି.ଏନ୍.ଏ.): ପୁରୀ ଜିଲା ଗୋପ ଥାନା ଅଧୀନ ବେଦପୁର ବାଲିକନ୍ଦଳ ଗାଁରେ ଶୁକ୍ରବାର ରାତିରେ ବାହାଘର ପ୍ରୋସେସନ ବେଳେ ଏକ ହିଂସାକାଣ୍ଡ ଘଟିଛି। କପଡ଼ା ଚିରିଯିବା ଘଟଣାକୁ ନେଇ ଟେଣ୍ଟ ମାଲିକ ଏବଂ ଡିଜେ ମାଲିକ ମୁହାଁମୁହିଁ ହୋଇଥିଲେ। ପରବର୍ତ୍ତି ସମୟରେ…
Archives


