‘ଭୁବନେଶ୍ୱରକୁ ମଡେଲ ସିଟି କରିବାକୁ ଲକ୍ଷ୍ୟ’

ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ନୂତନ କମିଶନର ଭାବେ ଦାୟିତ୍ୱ ନେଇଛନ୍ତି ଗଞ୍ଜାମର ପୂର୍ବତନ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ। ସାଧାରଣ ମଧ୍ୟବିତ୍ତ ପରିବାରରୁ ଆସି ସେ ଜଣେ ଦକ୍ଷ ପ୍ରଶାସକ ଭାବେ ନିଜକୁ ପ୍ରମାଣିତ କରିପାରିଛନ୍ତି। ଜିଲାପାଳ ଥିବା ସମୟରେ ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇ ଚର୍ଚ୍ଚାକୁ ଆସିଥିଲେ କୁଲାଙ୍ଗେ। ତେଣୁ ଭୁବନେଶ୍ୱରର ମାଳ ମାଳ ସମସ୍ୟା ଭିତରେ ନୂତନ କମିଶନରଙ୍କୁ ନେଇ ଲୋକଙ୍କ ମନରେ ଆଶା ଓ ଉତ୍କଣ୍ଠା ସୃଷ୍ଟି ହେଉଛି। ଏହି କିଛିଦିନର ଅଭିଜ୍ଞତାକୁ ନେଇ ଇତିମଧ୍ୟରେ କମିଶନର କୁଲାଙ୍ଗେ ରାଜଧାନୀକୁ ନୂଆ ରୂପ ଦେବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ରାଜଧାନୀବାସୀଙ୍କ ପାଇଁ କ’ଣ ଯୋଜନା ଓ ଲକ୍ଷ୍ୟ ରହିଛି ସେ ନେଇ ତାଙ୍କ ସହ ‘ଧରିତ୍ରୀ’ର ସ୍ବତନ୍ତ୍ର ଆଳାପ।

ପ୍ରଶ୍ନ- ବ୍ରହ୍ମପୁର ମ୍ୟୁନିସିପାଲିଟି ଓ ଭୁବନେଶ୍ୱର ମ୍ୟୁନିସିପାଲିଟି ଭିତରେ କ’ଣ ଫରକ ଦେଖୁଛନ୍ତି?
ଏଠାରେ ବି ଅନେକ ସମସ୍ୟା ରହିଛି। ମାତ୍ର ରାଜ୍ୟର ରାଜଧାନୀ ହୋଇଥିବାରୁ ଏହାକୁ ନେଇ ସମସ୍ତଙ୍କର ବହୁତ ଆଶା ରହୁଛି। ତେଣୁ ଏହା ଉପରେ କାମ କରିବାର ଅଛି। ଆଗାମୀ ଦିନରେ ଭୁବନେଶ୍ୱରକୁ ଏକ ମଡେଲ ସିଟି ଭାବେ ପରିଣତ କରିବାକୁ ଲକ୍ଷ୍ୟ ରହିଛି।
ପ୍ରଶ୍ନ- ଭୁବନେଶ୍ୱର ନଂ.୧ ସ୍ମାର୍ଟସିଟିର ମାନ୍ୟତା ପାଇଥିଲା। ମାତ୍ର ଏବେ ସେଥିରେ ଅବନତି ଘଟିଛି। ପୁଣି ଥରେ ଶ୍ରେଷ୍ଠ ସିଟି ମାନ୍ୟତା ପାଇଁ କ’ଣ ପଦକ୍ଷେପ ନେବେ?
ନମ୍ବର ଗେମ୍‌ରେ ମୁଁ ବିଶ୍ୱାସ କରେନି। ନମ୍ବର ଉପର ତଳ ହେବ। ତେବେ ଭୁବନେଶ୍ୱରବାସୀଙ୍କୁ ଯେପରି ଆମେ ମୌଳିକ ସୁବିଧା ଯୋଗାଇ ପାରିବୁ ସେଥିପାଇଁ ଚେଷ୍ଟା କରୁଛି। ଲୋକଙ୍କୁ ପରିମଳ, ପାନୀୟ ବ୍ୟବସ୍ଥା, ରାସ୍ତାଘାଟ ଆଦି ସୁବିଧା ଦେବା ପାଇଁ କାମ କରିବୁ। ଏଥିସହ ରାସ୍ତା ପାର୍ଶ୍ୱରେ ଯେପରି ଅଳିଆ ଆବର୍ଜନା, ପ୍ଲାଷ୍ଟିକ ଦେଖିବାକୁ ମିଳିବନି, ରାସ୍ତାରେ ଗାଈଗୋରୁ, ବୁଲା କୁକୁର ଦେଖିବାକୁ ମିଳିବନି, ଟ୍ରାଫିକ୍‌ ସମସ୍ୟା ରହିବ ନାହିଁ, ସେଥିପାଇଁ ପ୍ରଚେଷ୍ଟା ରହିବ। ଏହାବାଦ୍‌ ସ୍ମାର୍ଟସିଟିର ବଡ ବଡ ପ୍ରୋଜେକ୍ଟକୁ ନିର୍ଦ୍ଧାରିତ ସମୟରେ ସାରିବାକୁ ଚେଷ୍ଟା କରାଯିବ।
ପ୍ରଶ୍ନ- କରୋନା ସଂକ୍ରମଣ ଓ ମୃତ୍ୟୁରେ ଭୁବନେଶ୍ୱର ସର୍ବାଗ୍ରେ ଥିଲା। ଏବେ ସହରରେ ସଂକ୍ରମଣ ପୁଣି ବୃଦ୍ଧି ପାଉଛି। ଏହାକୁ କିଭଳି ସମ୍ଭାଳିବେ?
ସେ ସମୟର କରୋନା ଏବଂ ଏବେର କରୋନା ସଂକ୍ରମଣ ଭିତରେ ବହୁତ ପାର୍ଥକ୍ୟ ରହିଛି। ପରିସ୍ଥିତି ବଦଳିବା ସହିତ ସରକାର ଅଧିକ ସଚେତନ ହୋଇଛନ୍ତି। କରୋନା ଗାଇଡ୍‌ଲାଇନ୍‌କୁ ଲୋକମାନେ ପାଳନ କରୁଛନ୍ତି। ଲକ୍‌ଡାଉନ୍‌, ଶଟ୍‌ଡାଉନ ପାଇଁ ୨ବର୍ଷ ଧରି ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏବେ ଆଉ ସେଭଳି ସ୍ଥିତି ନାହିଁ। ସଂକ୍ରମଣ ବଢୁଥିଲେ ବି ହସ୍ପିଟାଲାଇଜେଶନ୍‌ ସଂଖ୍ୟା କମ୍‌ ରହୁଛି। ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଜନସାଧାରଣଙ୍କୁ କରୋନା ନେଇ ସଚେତନ କରାଯାଉଛି। ଓ୍ବାର୍ଡ ଅଫିସର ଏବଂ ସ୍ଥାନୀୟ କର୍ପୋରେଟର ମିଶି ସେମାନଙ୍କ ଓ୍ବାର୍ଡରେ କୋଭିଡ୍‌ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରିବେ। ଏଥିସହ ନିଜ ଓ୍ବାର୍ଡକୁ ଗ୍ରୀନ୍‌ ଓ୍ବାର୍ଡ (ଜିରୋ କେସ୍‌)ରେ ପରିଣତ କରିବା ପାଇଁ ଚେଷ୍ଟା କରିବେ।
ପ୍ରଶ୍ନ-ସମସ୍ୟା ସମାଧାନରେ ଜନଅଭିଯୋଗ ଶୁଣାଣି କେତେଦୂର ସହାୟକ ହେବ?
ପ୍ରଥମ ଦିନରେ ଜନଶୁଣାଣି କାର୍ଯ୍ୟକ୍ରମ ଭଲରେ ହୋଇଛି। ଏହି ଶୁଣାଣି ଦ୍ୱାରା ଲୋକମାନେ ସେମାନଙ୍କ ଆପତ୍ତି ଅଭିଯୋଗ ଜଣାଇପାରିବେ। ପୂର୍ବରୁ ମଧ୍ୟ ବିଏମ୍‌ସି ପକ୍ଷରୁ ଅଭିଯୋଗ କରିବା ପାଇଁ ଅଭିଯୋଗ ସେଲ୍‌, ୧୯୨୯ ଟୋଲ୍‌ ଫ୍ରି ନମ୍ବର, ଟୁଇଟର ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ରହିଛି। ତଥାପି ଏପରି ବହୁତ ଲୋକ ଅଛନ୍ତି, ଯେଉଁମାନେ କି ଏହି ମାଧ୍ୟମରେ ଅଭ୍ୟସ୍ତ ନୁହନ୍ତି। ତେଣୁ ସେମାନଙ୍କ ପାଇଁ ପ୍ରତି ସୋମବାର ଜନଅଭିଯୋଗ ଶୁଣାଣି ବ୍ୟବସ୍ଥା କରାଯାଉଛି। ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଶୁଣାଣି ଚାଲିବ। ଏହାଦ୍ୱାରା ସେମାନେ ନିଜେ ଆସି ଆମକୁ ଅଭିଯୋଗ ଜଣାଇବେ ଏବଂ ଅଧିକାରୀମାନେ ଏହାର ସମାଧାନ ଦିଗରେ ଆହୁରି ଯତ୍ନବାନ ହୋଇପାରିବେ।
ପ୍ରଶ୍ନ- ଭୁବନେଶ୍ୱରରେ ମୁକୁଳା ଡ୍ରେନ ସବୁଠାରୁ ବଡ଼ ସମସ୍ୟା। ସ୍ଥାୟୀ ପ୍ରତିକାର କେବେ?
ବର୍ଷା ହେଲେ କେତେକ ସ୍ଥାନରେ ପାଣି ଜମି ରହୁଛି। ମାତ୍ର ତାହା ଅଧଘଣ୍ଟା ଭିତରେ ନିଷ୍କାସିତ ହୋଇଯାଉଛି। ଭିତ୍ତିଭୂମି ତିଆରି କରିବା ପାଇଁ ସମୟ ଲାଗେ। ତେବେ ସେ ପର୍ଯ୍ୟନ୍ତ ଆମ ଅଧିକାରୀମାନେ ଅସ୍ଥାୟୀ ଭାବେ ସମସ୍ୟାର ସମାଧାନ କରୁଛନ୍ତି। ଅପରପକ୍ଷେ ଓ୍ବାର୍ଡସ୍ତରରେ ବିଏମ୍‌ସି, ପିଡବ୍ଲ୍ୟୁଡି, ଇଡ୍‌କୋ ଆଦି ସମସ୍ତଙ୍କ ଡ୍ରେନର ଏକ ତାଲିକା ବାହାର କରାଯାଇଛି। ସେଥି ମଧ୍ୟରୁ ଅଧିକାଂଶ ଡ୍ରେନ୍‌ରେ ସ୍ଲାବ୍‌ ପଡି ସାରିଲାଣି। ମାସକ ଭିତରେ ବାକି ସମସ୍ତ ଡ୍ରେନ୍‌ରେ ସ୍ଲାବ ପଡିବ।
ପ୍ରଶ୍ନ- ସହରର ବିକାଶ ପାଇଁ କ’ଣ କରିବେ?
ଏଠାରେ ପାର୍କ, ଓ୍ବାଟର ବଡିଜ୍‌ ଉପରେ ଫୋକସ୍‌ ରହିବ। ନାଳ, କେନାଲଗୁଡିକର ସୌନ୍ଦର୍ଯ୍ୟକରଣ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟକୁ ପୂରଣ କରିବା ଦିଗରେ କାମ କରାଯିବ।
ପ୍ରଶ୍ନ- ଆତ୍ମଜୀବନୀ ଲେଖିଛନ୍ତି, ଆଗକୁ ଆଉ କିଛି ବହି ଲେଖିବାର ଯୋଜନା ଅଛି କି?
କାମ ବ୍ୟସ୍ତ ଭିତରେ ଏବେ ବହି ଲେଖିବା ପାଇଁ ସମୟ ମିଳୁନାହିଁ। ଯେତେବେଳେ ସମୟ ମିଳିବ, ଲେଖିବି।
ସାକ୍ଷାତ୍‌କାର- ବନ୍ଦନା ସେଠୀ


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?