ରାଜ୍ୟ

ଜୀବିକା ପ୍ରକଳ୍ପକୁ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,(ବ୍ୟୁରୋ)/ଜୟପୁର, ୧୬ା୪(ନି.ପ୍ର.): ମାଓବାଦୀ ଗଡ଼ ଭାବେ ପରିଚିତ କୋରାପୁଟ ଜିଲାର ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶୁକ୍ରବାର ପରିଦର୍ଶନ କରିଛନ୍ତି। ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଘୋଷିତ…

ନାବାଳକଙ୍କୁ ପଥର ଛେଚି ହତ୍ୟା

କୋରାପୁଟ,୧୬ା୪(ସ୍ବ.ପ୍ର): ମୋବାଇଲ ଗେମ୍‌ ନିଶାରେ ପିଲା ଓ ଯୁବକମାନେ ଏତେ ଆସକ୍ତ ହୋଇପଡ଼ୁଛନ୍ତି ଯେ ସେମାନେ ଜଘନ୍ୟ କାଣ୍ଡ ଘଟାଇବାକୁ ପଛାଉନାହାନ୍ତି। କୋରାପୁଟ ଜିଲାରେ ଗୁରୁବାର ସେଭଳି ଏକ ଘଟଣା ଘଟିଛି। ଜଣେ ନାବାଳକଙ୍କୁ ପଥରରେ ଛେଚି ବୀଭତ୍ସ ଭାବେ ହତ୍ୟା…

ହକି ବିଶ୍ୱକପ୍‌ ପାଇଁ ଆସିଥିଲା କୋକେନ୍‌

ଭୁବନେଶ୍ୱର,୧୬।୪(ବ୍ୟୁରୋ): ଓଡ଼ିଶାରେ ଦାମୀ ନିଶାଦ୍ରବ୍ୟ କୋକେନ କାରବାରକୁ ନେଇ ହଇଚଇ ସୃଷ୍ଟି ହୋଇଛି। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ଭୁବନେଶ୍ୱରରୁ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ୨୦୨ ଗ୍ରାମ କୋକେନ୍‌ ଜବତ କରିବା ସହ ସମ୍ପୃକ୍ତ ୨ ନିଶା ମାଫିଆଙ୍କୁ ଗିରଫ…

କେଶରୀ ମଲ୍‌ରେ ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୫।୪(ବ୍ୟୁରୋ): ରାଜଧାନୀର ମାର୍କେଟ ବିଲ୍ଡିଂରେ ଥିବା କେଶରୀ ମଲ୍‌ରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡି ଘଟିଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ…

ଶ୍ରୀମନ୍ଦିର ଉତ୍ତର ଦ୍ୱାର ପାର୍ଶ୍ୱରେ ବେଆଇନ ନିର୍ମାଣ ବିରୋଧରେ ଏତଲା

ପୁରୀ ଅଫିସ,୧୫ା୪ : ପରିକ୍ରମା ପ୍ରକଳ୍ପ ଅଧୀନରେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ପାର୍ଶ୍ୱରେ ବେଆଇନ ନିର୍ମାଣ କାର୍ଯ୍ୟ ଚାଲିଥିବା ଶ୍ରୀଜଗନ୍ନାଥ ସେନା ଅଭିଯୋଗ ଆଣି ଶୁକ୍ରବାର ସିଂହଦ୍ୱାର ଥାନାରେ ଏତଲା ଦେଇଛି। ଏତଲାରେ ଦର୍ଶାଯାଇଛି ଯେ, ରାଜ୍ୟ ସରକାର ଓ ଜିଲା…

ବଢ଼ୁଛି ତାତି: ୪୦ ଡିଗ୍ରୀ ଉପରେ ୧୬ ସହର

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ ତାତି ବଢ଼ୁଛି। ଶୁକ୍ରବାର ୧୬ ଜିଲାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ସେଥିରୁ ୩ଟି ଜିଲାରେ ପାରଦ ୪୩ ଡିଗ୍ରୀ ଉପରେ ରହିଥିବା ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।…

ରାଜ୍ୟର ୪ ଜିଲାରେ ଭୂମିକମ୍ପ ଝଟ୍‌କା, ଭୟରେ ଘରୁ ବାହାରି ଆସିଲେ ଲୋକେ

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ରାଜ୍ୟର ୪ ଜିଲାରେ ଶୁକ୍ରବାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ପୂର୍ବାହ୍ନ ୧୧ଟା ୧୯ରେ କିଛି ସମୟ ପାଇଁ ଗଞ୍ଜାମ, ନୟାଗଡ଼, ଫୁଲବାଣୀ ଓ ବୌଦ୍ଧ ଜିଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି ା ଏ ନେଇ ଭୁବନେଶ୍ୱର ଆଞ୍ଚଳିକ…

ଗେମ୍‌ ଖେଳିବା ପାଇଁ ମୋବାଇଲ ନ ଦେବାରୁ ସାଙ୍ଗକୁ ହତ୍ୟା

କୋରାପୁଟ,୧୫।୪(ସ୍ବ.ପ୍ର.): କୋରାପୁଟ ଜିଲା ଟାଉନ ଥାନା ଅଧୀନ ମସିପୁଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଫ୍ରି ଫାୟାର ଖେଳକୁ ନେଇ ଜଣେ ନାବାଳକଙ୍କୁ ହତ୍ୟା କରାଯାଇଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଖବର ପାଇ କୋରାପୁଟ ଟାଉନ ପୋଲିସ…

ଏହି ସବୁ ଜିଲାରେ କାଳବୌଶାଖୀ ସମ୍ଭାବନା

ଭୁବନେଶ୍ୱର,୧୫।୪(ବ୍ୟୁରୋ): ରାଜ୍ୟରେ କେତେକ ସ୍ଥାନରେ କାଳବୌଶାଖୀ ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ରାୟଗଡା, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ ଓ ଖୋର୍ଦ୍ଧା ଜିଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା…

ମାନସ ସ୍ବାଇଁ ହତ୍ୟା ମାମଲା: ଅଭିଯୁକ୍ତଙ୍କ ହେବ ଟିଆଇ ପରେଡ୍‌

ଭଦ୍ରକ ଅଫିସ,୧୫।୪: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ଟିଆଇ ପରେଡ୍‌ କରାଯିବ । ଏନେଇ ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟ ପକ୍ଷରୁ ଅନୁମତି ଦିଆଯାଇଛି । ଅଭିଯୁକ୍ତଙ୍କୁ ଟିଆଇ ପରେଡ୍‌ ଅନୁମତି ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଗତ…

ଯୋଡାରେ ୧୪୪ ଧାରା କୋହଳ

ଯୋଡା,୧୫।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ଘଟଣାରେ ସହରରେ ଲାଗିଥିବା ୧୪୪ ଧାରା ଶୁକ୍ରବାର କୋହଳ କରାଯାଇଛି। ତେବେ ଅତ୍ୟାବଶ୍ୟୟ ସାମଗ୍ରୀ କିଣାକିଣି ପାଇଁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କୋହଳ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। ସନ୍ଧ୍ୟା…

ମାହାଙ୍ଗା ଗଣହତ୍ୟାର ଡେମୋ ଦେଖାଇଲେ ଅଭିଯୁକ୍ତ

ନିଶ୍ଚିନ୍ତକୋଇଲି/ମାହାଙ୍ଗା,୧୫।୪(ସ୍ବ.ପ୍ର.) : କଟକ ଜିଲା ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ସମ୍ପତ୍ତି ବିବାଦରୁ ବଡ଼ ଭାଇଙ୍କ ପରିବାରର ସମସ୍ତ ୫ଜଣଙ୍କୁ ହତ୍ୟା କରିବା ଘଟଣାର ଅଭିଯୁକ୍ତ ତଥା ସାନଭାଇ ଶିବ ପ୍ରସାଦ ସାହୁଙ୍କୁ ମାହାଙ୍ଗା ପୋଲିସ ଗୁରୁବାର ୩ ଦିନିଆ ରିମାଣ୍ଡରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri