ରାଜ୍ୟ

ନୂଆ କୋଲ୍‌ ବ୍ଲକ ଅଞ୍ଚଳ ପାଇଁ ହେବ ବନ୍ୟଜନ୍ତୁ ପରିଚାଳନା ଯୋଜନା

ଭୁବନେଶ୍ୱର,୨୧।୮(ବ୍ୟୁରୋ)-ଖଣି ଖନନ ଯୋଗୁ ରାଜ୍ୟରେ ବନ୍ୟଜନ୍ତୁଙ୍କ ଜୀବନ ବିପନ୍ନ ହେଉଛି। ନୂତନ ଭାବେ ପ୍ରଦାନ କରାଯାଇଥିବା କୋଇଲା ଖଣି ଅଞ୍ଚଳରେ ହାତୀ ସମେତ ବନ୍ୟ ଜୀବଜନ୍ତୁମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ସମନ୍ବିତ ବନ୍ୟଜନ୍ତୁ ପରିଚାଳନା ଯୋଜନା ପ୍ରସ୍ତୁତ…

ଏମ୍‌ସ ୫ମ ମହଲାରୁ ଡେଇଁ ରୋଗୀ ମୃତ

ଭୁବନେଶ୍ୱର,(ବ୍ୟୁରୋ)୨୧।୮: ରାଜଧାନୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)ରେ ଏକ ଦୁଃଖଦ ଘଟଣା ଘଟିଛି। ଶନିବାର ପୂର୍ବାହ୍ନ ୧୧ଟାରେ ମେଡିକାଲର ୫ମ ମହଲାରୁ ଡେଇଁ ଜଣେ ରୋଗୀ ଜୀବନ ହାରିଛନ୍ତି। ସ୍ତ୍ରୀଙ୍କ ଆଗରେ ସ୍ବାମୀ ଜୀବନ ହାରିବା ଘଟଣା ଶୋକାକୁଳ ପରିବେଶ…

ଯୁକ୍ତ୨ ନାମଲେଖା ଅବଧି ବଢ଼ିଲା

ଭୁବନେଶ୍ୱର, ୨୧।୮(ବ୍ୟୁରୋ): ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ୨ ନାମଲେଖା ଅବଧିକୁ ରାଜ୍ୟ ସରକାର ୫ଦିନ ବୃଦ୍ଧି କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅନୁମୋଦନକ୍ରମେ ପରିବର୍ତ୍ତିତ ନାମଲେଖା କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି। ବର୍ତ୍ତମାନ ରାଜ୍ୟର ଉଚ୍ଚ…

ଡେପୁଟି କଲେକ୍ଟରଙ୍କ ସ୍ତ୍ରୀ ନାଁରେ ରାଶନ କାର୍ଡ

ମାଲକାନଗିରି,୨୧।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ନିଜ ସ୍ତ୍ରୀଙ୍କ ନାଁରେ ରାଶନ କାର୍ଡ କରାଇଥିବା ଅଭିଯୋଗ ହୋଇଛି। ଏମିତି କି ମ୍ୟୁନିସିପାଲିଟି ଲ୍ୟାଣ୍ଡ୍‌ ରାଇଟ୍‌ସରେ ଜମି ପଟ୍ଟା ହାତେଇବା ପାଇଁ ଏହି କାର୍ଡ ବ୍ୟବହାର କରାଯାଇଛି। ମାଲକାନଗିରି ଡେପୁଟି…

ଏବେ ବି ୪.୭୨ ଲକ୍ଷ ଜଳବନ୍ଦୀ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ଦୁର୍ବଳ ହୋଇ ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ ଚାଲିଯାଇଛି। ଫଳରେ ଓଡ଼ିଶାରେ ବର୍ଷା ପରିମାଣ ହ୍ରାସପାଇଛି। ଆସନ୍ତା ସପ୍ତାହେ ଯାଏ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ…

ଅଟକିଛି ୮ରେଳ ପ୍ରକଳ୍ପ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜ୍ୟରେ ରେଳ ପ୍ରକଳ୍ପ କଚ୍ଛପ ଗତିରେ ଚାଲିଛି। ଭୌଗୋଳିକ ଦୃଷ୍ଟିକୋଣରୁ ଓଡ଼ିଶା ଦେଶର ଅଷ୍ଟମ ବୃହତ୍‌ ରାଜ୍ୟ ହୋଇଥିଲେ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ରେଳ ସାନ୍ଧ୍ରତା କ୍ଷେତ୍ରରେ ବହୁ ପଛରେ ରହିଛି। ଏପରି କି ଦେବଗଡ଼, ନବରଙ୍ଗପୁର, କନ୍ଧମାଳ,…

ପୁଣି ଜୁଡ଼ିଆ ଘାଟିରେ ଧସିଲା ପଥର

କେନ୍ଦୁଝର,୨୦ା୮(ସ୍ବ.ପ୍ର.): ଲଘୁଚାପ ଜନିତ ବର୍ଷାର ପ୍ରଭାବରେ ସ୍ଥାନୀୟ ଜୁଡ଼ିଆ ଘାଟିରେ ମାଟି ଓ ପଥର ଖସି ରାସ୍ତା ଉପରେ ପଡ଼ିବାରୁ ଜାତୀୟ ରାଜପଥ ୪୯ରେ ଯାତାୟାତ ବ୍ୟାହତ ହୋଇଛି। ସେ ସମୟରେ କୌଣସି ଗାଡ଼ି ଚଳାଚଳ କରୁ ନ ଥିବାରୁ ବଡ଼…

ମହାନଦୀରେ ଭାସିଗଲା ଡଙ୍ଗା

ମହାକାଳପଡ଼ା,୨୦ା୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବାହାକୁଦ ଘାଟରେ ଶନିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି। ପାରାଦୀପ ପଟରୁ ବାହାକୁଦ ଫେରିଘାଟକୁ ଆସୁଥିବା ଯାତ୍ରୀବାହୀ ଡଙ୍ଗାଟି ପ୍ରାୟ ୫ କିଲୋମିଟର ପର୍ଯ୍ୟନ୍ତ ଭାସିଯାଇଛି। ଏଥିରେ ୩୦ ଜଣ ଯାତ୍ରୀ ଥିଲେ।…

ଗାଁ ଦାଣ୍ଡରେ ପିଟି ପିଟି ସ୍ତ୍ରୀଙ୍କୁ ମାରିଦେଲେ ସ୍ବାମୀ

ହିଞ୍ଜିଳିକାଟୁ,୨୦ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ମହିରକଣା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ଦାଣ୍ଡରେ ସ୍ତ୍ରୀଙ୍କୁ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଛନ୍ତି ସ୍ବାମୀ। ମୃତ ମହିଳା ଜଣକ ହେଲେ ଅନୀତା ନାଇକ (୨୬) ।…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୫୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୦ା୮(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୪୫୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୧୩,୩୬୦ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ହୀରାକୁଦରେ ୪ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର,୨୦ା୮(ବ୍ୟୁରୋ): ହୀରାକୁଦରେ ବନ୍ଦ ହେଲା ଆଉ ୬ ଗେଟ୍‌। ବର୍ତ୍ତମାନ ମାତ୍ର ୪ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି। ମଧ୍ୟାହ୍ନସୁଦ୍ଧା ଖୋଲାଥିବା ୧୦ ଗେଟ୍‌ ମଧ୍ୟରୁ ଅପରାହ୍ନରେ ଆଉ ୬ଟି ବନ୍ଦ କରିଦିଆଯାଇଛି। ଏବେ ୪ଟି ଗେଟ୍‌ ଦେଇ ଜଳ…

ଅଗଷ୍ଟ ୨୭ରେ ଏଏସ୍‌ଓ ପରୀକ୍ଷା, ଜାଣନ୍ତୁ ସମସ୍ତ ସୂଚନା…

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଅଗଷ୍ଟ ୨୭ରେ ହେବ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପରୀକ୍ଷା। ରାଜ୍ୟରେ ବନ୍ୟାସ୍ଥିତି ଯୋଗୁ ଏହି ପରୀକ୍ଷା ଘୁଞ୍ଚିଥିବା ବେଳେ ଶନିବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏହି ପରୀକ୍ଷା ୩ ସିଟିଂରେ ହେବ। ପ୍ରଥମ ସିଟିଂ ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?