ପର୍ଯ୍ୟଟନରେ ଯୋଡ଼ିହେଉ ଦୟାନଦୀରେ ନୌକା ବିହାର

ପୁରୁଣା ଭୁବନେଶ୍ୱର,୨୭।୯(ଡି.ଏନ୍‌.ଏ.):ଓଡ଼ିଶାରେ ଅନେକ ସ୍ଥାନ ରହିଛି, ଯାହାକୁ ଦୃଷ୍ଟି ଦିଆଗଲେ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିପାରିବ। ସ୍ଥାନୀୟ ଅଞ୍ଚଳର ସାମାଜିକ ଏବଂ ଅର୍ଥନୈତିକ ବିକାଶ ହେବା ସହ ରାଜ୍ୟ ରାଜକୋଷକୁ ମଧ୍ୟ ଅର୍ଥ ଆସିପାରିବ। ସେପ୍ଟେମ୍ବର ୨୭ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଆଢ଼ୁଆଳରେ ଥିବା ବିଭିନ୍ନ ଐତିହ୍ୟସ୍ଥଳକୁ ବ୍ୟାପକ କରାଗଲେ ଏହାର ଉନ୍ନତି ଘଟିବ। ଏମିତି ଏକ ଐତିହାସିକ ସ୍ଥଳ ହେଉଛି ରାଜଧାନୀ ଉପକଣ୍ଠରେ ଥିବା ରଣଗୋହିରୀ, ଯାହାକି କଳିଙ୍ଗ-ଅଶୋକ ଯୁଦ୍ଧର ମୂକସାକ୍ଷୀ। ଉପକଣ୍ଠରେ ବହିଯାଉଥିବା ଦୟାନଦୀର ଗୋଟିଏ ପାର୍ଶ୍ୱରେ ଧଉଳି ଶାନ୍ତିସ୍ତୂପ ରହିଥିବାବେଳେ ଅପର ପାର୍ଶ୍ୱରେ ରହିଛି ଏହି ଐତିହ୍ୟସମ୍ପନ୍ନ ସ୍ଥାନ। ଧଉଳିକୁ ନିୟମିତ ପର୍ଯ୍ୟଟକ ଆସୁଥିବାବେଳେ ରଣଗୋହିରୀ ଏବେ ବି ଅଣଦେଖା ଅବସ୍ଥାରେ ରହିଛି। ଧଉଳି ଏବଂ ରଣଗୋହିରୀକୁ ସଂଯୋଗ କରୁଥିବା ପୋଲଟି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିରହିଛି। ପୋଲ ମରାମତି କରାଗଲେ ରଣଗୋହିରୀ ମଧ୍ୟ ପର୍ଯ୍ୟଟକଙ୍କ ଦୃଷ୍ଟିଗୋଚର ହେବ। ଏଥିସହ ଦୟାନଦୀକୁ ପର୍ଯ୍ୟଟନର ଅନ୍ୟତମ ଅଂଶ ଭାବେ ଗ୍ରହଣ କରାଯିବା ଦରକାର। ଏଭଳି ଏକ ଐତିହ୍ୟ ସମ୍ପନ୍ନ ନଦୀରେ ନୌକା ବିହାର ବ୍ୟବସ୍ଥା କରାଯାଇ ପାରିଲେ ତାହା ପର୍ଯ୍ୟଟକଙ୍କୁ ଆକର୍ଷଣ କରିବ। ଉଭୟ ଧଉଳି ଏବଂ ରଣଗୋହିରୀକୁ ଏହା ସଂଯୋଗ କରିପାରନ୍ତା। ଏହାଦ୍ୱାରା ପର୍ଯ୍ୟଟକମାନେ ଧଉଳି ଛକରୁ ସଡ଼କ ପଥରେ ନ ଯାଇ ଦୟାର ଜଳପଥରେ ମଧ୍ୟ ଯାଇପାରନ୍ତେ। ଏଥିପାଇଁ ଦୟାକୁ ସୁନାବ୍ୟା କରିବା ଦରକାର। ଧଉଳି ତଳପଟୁ ଦୟାର ଆନ୍ନିକଟ ନିର୍ମାଣ କରାଯାଇ ନଦୀକୁ ସୁନାବ୍ୟା କରାଯାଇ ପାରିବ। ଏଥିପ୍ରତି ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେବା ଦରକାର ବୋଲି ସାମାଜିକ କର୍ମୀ ସୁଶାନ୍ତ ସାହୁ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଏକ ପ୍ରେସ୍‌ ବିବୃତି ମାଧ୍ୟମରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?