ଜିଲା ଚକ୍ଷୁ ଚିକିତ୍ସାଳୟ ଛାତରୁ ଗଳୁଛି ପାଣି
ପାରଳାଖେମୁଣ୍ଡି,୨୨।୯(ଡି.ଏନ୍.ଏ.): ପାରଳାଖେମୁଣ୍ଡି ସହରରେ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଚକ୍ଷୁ ଚିକିତ୍ସାଳୟ ବିଭାଗର ଛାତରୁ ପାଣି ଗଳୁଥିବାର ଦେଖିବାକୁ ମିଳିଛି । ଫଳରେ ଗୋଡ ଖସି ପଡିଯିବା ଭୟରେ ରୋଗୀ, ଡାକ୍ତର ଓ କର୍ମଚାରୀମାନେ ଆଶଙ୍କାରେ ଯିବା ଆସିବା…
ଋଷିକୁଲ୍ୟାରେ ହେବ ପିପଳପଙ୍କା ଡ୍ୟାମ୍: ବ୍ୟୟ ଅଟକଳ ହୋଇପାରେ ୧୦୦୦ କୋଟି
ବ୍ରହ୍ମପୁର ଅଫିସ,୨୨ା୯: ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନମଣ୍ଡଳୀରେ ପ୍ରବାହିତ ଋଷିକୁଲ୍ୟା ନଦୀକୁ ନେଇ ନିର୍ମାଣ ହେବ ପିପଳପଙ୍କା ଜଳଭଣ୍ଡାର। ଦୀର୍ଘବର୍ଷରୁ ପ୍ରସ୍ତାବିତ ଏହି ଡ୍ୟାମ୍ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ସର୍ଭେ କରାଯାଇ ସ୍ଥାନ ଚିହ୍ନଟ ହୋଇଛି। ଏହି ପ୍ରକଳ୍ପ ନିମନ୍ତେ…
ପୂର୍ବତନ ଛତ୍ରପୁର ବିଧାୟକ ଆଦିକନ୍ଦ ସେଠୀଙ୍କ ବିୟୋଗ
ଗଞ୍ଜାମ,୨୨।୯(ଡି.ଏନ୍.ଏ.): ଛତ୍ରପୁର ନିର୍ବାଚନମଣ୍ଡଳୀ ପୂର୍ବତନ ବିଧାୟକ ତଥା ଶିକ୍ଷକ ନେତା ଆଦିକନ୍ଦ ସେଠୀଙ୍କ ଗୁରୁବାର ଭୋର ୪ଟାରେ ଅକାଳ ବିୟୋଗ ଘଟିିଛି । ବୁଧବାର ବିଳମ୍ବିତ ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ପରିବାରଲୋକେ ତାଙ୍କୁ ଖଲିକୋଟ ମେଡିକାଲ…
ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୫୨ କରୋନା ପଜିଟିଭ୍
ଭୁବନେଶ୍ୱର,୨୨।୯(ବ୍ୟୁରୋ): ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବୟସର ୪୩ ଆକ୍ରାନ୍ତ ଥିବା ବେଳେ ୧୪୮ କ୍ୱାରାଣ୍ଟାଇନ୍ରୁ ଏବଂ ୧୦୪ ଲୋକାଲ କେସ୍ ରହିଛି। ଏହାକୁ ମିଶାଇ ରାଜ୍ୟରେ…
ସରକାରୀ ବୈଠକ-ସମ୍ମିଳନୀରେ ମାଣ୍ଡିଆ ସ୍ନାକ୍ସ ସାମିଲ ଯୋଜନା: ସବୁ ବିଭାଗକୁ କୃଷି ସଚିବଙ୍କ ଚିଠି
ଭୁବନେଶ୍ୱର,୨୨ା୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ଆୟୋଜିତ ବୈଠକ ଏବଂ ସମ୍ମିଳନୀରେ ମାଣ୍ଡିଆରୁ ପ୍ରସ୍ତୁତ ସ୍ନାକ୍ସ ପରିବେଷଣ କରିବା ଦିଗରେ ବିଚାର କରିବା ପାଇଁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ବୁଧବାର…
ପୂର୍ବତନ ସ୍ବାଧୀନ ବିଧାୟକ କପିଳ ନାରାୟଣଙ୍କ ପରଲୋକ
ନୂଆପଡ଼ା ଅଫିସ/ଖଡ଼ିଆଳ, ୨୨।୯(ଡି.ଏନ.ଏ.): ନୂଆପଡା ଜିଲା ଖଡିଆଳ ନିର୍ବାଚନ ମଣ୍ଡଳୀର ପୂର୍ବତନ ସ୍ବାଧୀନ ବିଧାୟକ କପିଳ ନାରାୟଣ ତିୱାରୀଙ୍କ ବୁଧବାର ପରଲୋକ ହୋଇଯାଇଛି। ତାଙ୍କୁ ୯୩ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟଜନିତ ଯୋଗୁ ଗତ କିଛିଦିନ ହେବ ସେ ଅସୁସ୍ଥ ଥିଲେ। ତାଙ୍କ…
ଭଲ ବର୍ଷିଲା ଦକ୍ଷିଣ ପଶ୍ଚିମ ମୌସୁମୀ
ଭୁବନେଶ୍ୱର,୨୨ା୯(ବ୍ୟୁରୋ): ଚଳିତ ମୌସୁମୀ ଋତୁରେ ରାଜ୍ୟକୁ ଭଲ ବର୍ଷା ମିଳିଛି। ଦକ୍ଷିଣ ପଶ୍ଚିମ ମୌସୁମୀର ଓଡ଼ିଶା ଉପରେ ଶୁଭଦୃଷ୍ଟି ରହିଛି। ରାଜ୍ୟରେ ବର୍ଷା ସ୍ବାଭାବିକଠାରୁ ୫% ଅଧିକ ହୋଇଛି। କେତେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇଛି। ଆଉ…
୨୮ରେ ମୁଖ୍ୟମନ୍ତ୍ରୀଙ୍କ ୨ ଦିନିଆ ବେଙ୍ଗାଲୁରୁ ଗସ୍ତ
ଭୁବନେଶ୍ବର,୨୨ା୯(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୮ ତାରିଖରୁ ୨ ଦିନିଆ ବେଙ୍ଗାଲୁରୁ ଗସ୍ତରେ ଯିବେ। ସେଠାରେ ଆୟୋଜିତ ‘ଓଡିଶା ଇନଭେଷ୍ଟର୍ସ ମିଟ୍’ରେ ସେ ଯୋଗଦେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ନିବେଶକମାନଙ୍କୁ ଓ୍ବାନ ଟୁ ଓ୍ବାନ୍ ଭେଟି ଓଡିଶାରେ ସେମାନଙ୍କୁ ପୁଞ୍ଜି…
ଗୁରୁବାରଠାରୁ ଯୁକ୍ତ ୨ ପାଠପଢ଼ା ଆରମ୍ଭ
ଭୁବନେଶ୍ୱର, ୨୧।୯(ବ୍ୟୁରୋ): ରାଜ୍ୟରେ ଗୁରୁବାରଠାରୁ ଯୁକ୍ତ୨ ପ୍ରଥମ ବର୍ଷ ପିଲାଙ୍କ କ୍ଲାସ ଆରମ୍ଭ ହେବ। ପ୍ରଥମ ତିନିଦିନ ଅର୍ଥାତ୍ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଇଣ୍ଡକ୍ସନ କ୍ଲାସ୍ ହେବ। ଏ ନେଇ ବୁଧବାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର…
ଦୁର୍ଦ୍ଦାନ୍ତ ଅପରାଧୀ ଜୁମାଙ୍କ ସମେତ ୪ ଗିରଫ
ଫୁଲନଖରା,୨୧ା୯(ଡି.ଏନ୍.ଏ.): ଗାଡ଼ି ଓ ସୁନା ଚୋରି ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ କଟକ ସଦର ଥାନା ପୋଲିସ ଗରିଫ କରିଛି। ସେମାନେ ହେଲେ କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅଞ୍ଚଳର ଅବଦୁଲ୍ ନାଦୀ ଖାଁ ଓରଫ ଜୁମା (୧୯),କଟକ ଜିଲା ଜଗତପୁର ଥାନା…
ରାଜଧାନୀରେ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ
ଭୁବନେଶ୍ୱର,୨୧ା୯(ବ୍ୟୁରୋ): ରାଜଧାନୀ ଭୁବନେଶ୍ବରରେ ବିଷ ପିଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଭରତପୁର ଥାନା ଫୁଲେଶ୍ବରୀ ବସ୍ତିରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତଦେହ ଜବତ କର ପୋଲିସ ଏମ୍ସ ହସ୍ପିଟାଲ ପଠାଇଛି। ମୃତ ପୁରୁଷଙ୍କ ଘର ନୟାଗଡ଼ରେ ହୋଇଥିବା…
ଡେଙ୍ଗୁରେ କୌଣସି ଲୋକଙ୍କ ମୃତ୍ୟୁ ହୋଇନାହିଁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର,୨୧।୯(ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଏ ନେଇ ବୁଧବାର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ତାଙ୍କର ପ୍ରତିକ୍ରିୟା ଦେଇ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୭୮୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତ। ୨୭ ହଜାର ୭୫୯ ସାମ୍ପୁଲ ଟେଷ୍ଟ…

