ପିସିଆର କର୍ମଚାରୀ ଶିଖିବେ ଆଚାର ସଂହିତା
ଭୁବନେଶ୍ୱର,୧୨ା୫(ତ୍ରିନାଥ ମହାନ୍ତି): ଆଇନଶୃଙ୍ଖଳା ଓ ଅପରାଧ ରୋକିବାରେ ପ୍ରମୁଖ ଭୂମିକା ନେଇଥାନ୍ତି ଥାନା ପିସିଆର୍ କର୍ମଚାରୀ। ଥାନା କିମ୍ବା କଣ୍ଟ୍ରୋଲ ରୁମ୍କୁ ଖବର ଯିବା ମାତ୍ରେ ସେମାନେ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚତ୍ଥାନ୍ତି। ହେଲେ ଅଧିକାଂଶ ସମୟରେ ସେମାନେ ସ୍ଥିତି ନିୟନ୍ତ୍ରଣ କରିବାରେ…
ରାୟଗଡ଼ାରେ ଯୁବକଙ୍କୁ ଅପହରଣ ପରେ ହତ୍ୟା: ତେଜିଲା ପ୍ରତିବାଦ, ବାଇକ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
ରାୟଗଡ଼ା,୯।୫: ରାୟଗଡ଼ାର ନିଖିଲ ହାଡ଼ିପାଙ୍କୁ ଅପହରଣ ପରେ ହତ୍ୟା ଘଟଣାକୁ ନେଇ ସହରରେ ଚାପା ଉତ୍ତେଜନା ଦେଖାଦେଇଛି। ହତ୍ୟା ପ୍ରତିବାଦରେ ସ୍ଥାନୀୟ ଲୋକେ ରାୟଗଡ଼ା ଥାନା ଆଗରେ ମୃତଦେହ ଶୋଭାଯାତ୍ରା କରିଛନ୍ତି। ଏପରିକି ପୋଲିସ ଅପହରଣକାରୀ ଏବଂ ହତ୍ୟାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ…
ଅନ୍ଲାଇନ୍ ଟ୍ରେଡିଂ ନାମରେ ଠକେଇ, ଆନ୍ଧ୍ରରୁ ଗିରଫ ହେଲେ ମାଷ୍ଟରମାଇଣ୍ଡ୍
କୋରାପୁଟ,୧୧ା୫(ଅମିତାଭ ବେହେରା): ଅନ୍ଲାଇନ୍ ଟ୍ରେଡିଂରେ ଅଧିକ ଲାଭ ଦେବା ଲୋଭ ଦେଖାଇ ଜୟପୁରର ଜଣେ ବ୍ୟକ୍ତିଙ୍କୁ ୨୦ ଲକ୍ଷ ୫୦ ହଜାର ଟଙ୍କା ଠକେଇ କରାଯାଇଥିବା ଘଟଣାରେ କୋରାପୁଟ ସାଇବର କ୍ରାଇମ ଓ ଇକନୋମିକ ଅଫେନ୍ସ ଥାନା ପୋଲିସ ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ…
ଭବାନୀପାଟଣାରେ ବର୍ଷିଲେ ମୋକିମ, କହିଲେ ମୁଁ କୌଣସି ଗଡ଼କୁ ବିଶ୍ୱାସ କରେନି
ଭବାନୀପାଟଣା,୧୧ା୫(ଉତ୍ତମ ଦାଶ): କଳାହାଣ୍ଡିର ବିକାଶ ନାଁରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ସୋମବାର ଏକ ବିଶାଳ ସମାବେଶ ଆୟୋଜନ କରାଯାଇଛି। ଭବାନୀପାଟଣାରେ ଆୟୋଜିତ ଏହି ସମାବେଶରେ ପିସିସି ସଭାପତି ଭକ୍ତ ଦାସଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ମହମ୍ମଦ ମୋକିମ। କଳାହାଣ୍ଡିକୁ ଭକ୍ତଙ୍କ ଗଡ଼…
ଅନ୍ୟ ଥାନା ଉପରେ ନିର୍ଭର କରୁଛି ପୁରୁଷୋତ୍ତମପୁର ପୋଲିସ: ମହିଳା-ଶିଶୁ ଡେକ୍ସରେ ପୁରୁଷ ଅଧିକାରୀ, ସମସ୍ୟା ଜଣାଇବାକୁ କୁଣ୍ଠିତ ପୀଡ଼ିତା
ପୁରୁଷୋତ୍ତମପୁର,୧୦।୫ (ସବିତା ମିଶ୍ର): ରାଜ୍ୟରେ ମହିଳା ଓ ଶିଶୁଙ୍କ ପ୍ରତି ବଢ଼ିଚାଲିଥିବା ନିର୍ଯାତନାକୁ ରୋକିବା ସହ ଅପରାଧୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି। ଜଣେ ପୀଡ଼ିତା ଯେପରି ନିଜର ସମସ୍ତ…
ଆମ୍ବଝରନ ଫରେଷ୍ଟ ରିଜର୍ଭରେ ଝୁଲୁଛି ଅଜଣା ମୃତଦେହ
ବଲାଙ୍ଗୀର,୧୧।୫: ବଲାଙ୍ଗୀର ଆଗଲପୁର ଥାନା ଅନ୍ତର୍ଗତ ଆମୱଝରନ ରିଜର୍ବ ଫରେଷ୍ଟରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିଛି । ସୂଚନା ଅନୁଯାୟୀ, ଆମ୍ବଝରନ ରିର୍ଜବ ଫରେଷ୍ଟଠାରେ ଏକ ଗଛରେ ଜଣେ ଅଜଣା ବ୍ୟକ୍ତି ବେକରେ ରଶି ଲଗାଇ ଝୁଲି ପଡିଥିବା ସ୍ଥାନୀୟ…
କୋଟିଆରେ ଶେଷ ହୋଇଛି ଶତ ପ୍ରତିଶତ ଘରଗଣନା: ମନ୍ତ୍ରୀ
ଭୁବନେଶ୍ୱର,୧୧।୫: ରାଜ୍ୟରେ ଚାଲିଥିବା ଜନଗଣନାକୁ ନେଇ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଓଡ଼ିଶାରେ ୯୦ ପ୍ରତିଶତରୁ ଅଧିକ ଘରଗଣନା କାମ ଶେଷ ହୋଇଥିବା କହିଛନ୍ତି। କୋରାପୁଟରେ ୯୦%, କୋଟିଆରେ ଶତ ପ୍ରତିଶତ ଘରଗଣନା ଶେଷ ହୋଇଛି। ଆନ୍ଧ୍ର…
ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳକୁ ଲୋକଙ୍କ ଭରସା ନାହିଁ, ଆଲର୍ଟ କେନ୍ଦ୍ରରେ ବାଜୁନି ସାଇରନ
କେନ୍ଦ୍ରାପଡା,୧୧୦ା୫ (ଜଗନ୍ନାଥ ଧଳ): ସମୁଦ୍ର ତଟବର୍ତ୍ତୀ କେନ୍ଦ୍ରାପଡା ଜିଲା ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ବୋଲି ରାଜ୍ୟ ଓ କେନ୍ଦ୍ର ସରକାର ଚିହ୍ନଟ କରିଛନ୍ତି। ବନ୍ୟା, ବାତ୍ୟା ସହ ସୁନାମି ଆଶଙ୍କା ଅଛି। ଏପରି କି ସୁନାମି ପାଇଁ ଏହି ଜିଲାର ୬୪ ଗ୍ରାମ…
ମୋବାଇଲ୍ ଟାଓ୍ବାର ଉପରେ ଚଢ଼ିଗଲେ ଯୁବକ: ପରେ ଧମକ ଦେଇ ଯେଉଁ କାଣ୍ଡକଲେ…
କଲ୍ୟାଣସିଂହପୁର,୧୧।୫(ଦୀପକ କୁମାର ପରିଡା ): ମୋବାଇଲ ଟାୱାର ଉପରେ ଚଢି ମଦ୍ୟପ ଯୁବକଙ୍କ ଉନ୍ମତକାଣ୍ଡ। ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସହରରେ । ମଦ୍ୟପ ଅବସ୍ଥାରେ ଜଣେ ଯୁବକ ମୋବାଇଲ ଟାୱାର ଉପରକୁ ଚଢି ଆତ୍ମହତ୍ୟା ଧମକ ଦେବାରୁ…
ସୁନାଥରରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟଣା: ଭୁବନେଶ୍ୱର ସ୍ଥାନାନ୍ତର ହେଲେ ଦୁଇ ଗୁରୁତର
ପୁରୁଷୋତ୍ତମପୁର,୧୧ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ରବିବାର ସନ୍ଧ୍ୟାରେ ରୋଷେଇ ପାଇଁ ଗ୍ୟାସ୍ ଲଗାଇବା ବେଳେ ହଠାତ୍ ସିଲିଣ୍ଡରଟି ବିସ୍ଫୋରଣ ହୋଇ ଘରର ଟିଣ ଉଡ଼ିଯିବା ସହ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଦୁଇ…
ସରକାରୀ ଜମିରୁ ଉଚ୍ଛେଦବେଳେ ପ୍ରବଳ ବିରୋଧ, ତଥାପି ଜାରି ରହିଛି…
ପାଟଣା,୧୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ପୁଟୁଳିଆ ମୌଜାର ୭୭୪ ନମ୍ବର ପ୍ଲଟରୁ ସୋମବାର ଜବରଦଖଲ ଉଚ୍ଛେଦ ଆରମ୍ଭ କରିଛି ପ୍ରଶାସନ। ଉଚ୍ଛେଦକୁ ବିରୋଧ କରି ମହିଳା ଜେସିବି ଗାଡ଼ି ସମ୍ମୁଖକୁ ଆସି ତୁମ୍ବିତୋଫାନ କରି ପୋଲିସକୁ ନାକେଦମ ସହ…
ଭଡ଼ାଟିଆ ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ବନ୍ଧାହେଲେ ଘରମାଲିକ
କେନ୍ଦୁଝର,୧୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ଘର ମାଲିକଙ୍କୁ ଗିରଫ କରିଛି। ଅଭିଯୁକ୍ତ ପୁରୀ ଜିଲା ତାଳବଣିଆ ଥାନା ଅନ୍ତର୍ଗତ ମାଟିଆପଡ଼ା ଗ୍ରାମର ସୁଦର୍ଶନ ଦାଶ ବୋଲି ଜଣାପଡ଼ିଛି। ପୋଲିସ ରବିବାର…

