Posted inରାଜ୍ୟ

ନିଆଁ ସହ ଚାଲିଛି ଖେଳ

ଭୁବନେଶ୍ୱର,୧୪।୬(ରବିନାରାୟଣ ଜେନା): କଥାରେ ଅଛି ନିଆଁ ସହ ଖେଳନାହିଁ, ହେଲେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଏବେ ନିଆଁ ସହିତ ଖେଳୁଛନ୍ତି। ଏଥିଯୋଗୁ କେତେବେଳେ ପ୍ରାଣହାନି ହେଉଛି ତ ଆଉ କେତେବେଳେ ବିପୁଳ ପରିମାଣର ସମ୍ପତ୍ତି ପୋଡ଼ି ନଷ୍ଟ ହେଉଛି। ଉଦାହରଣ ସ୍ୱରୂପ ଚଳିତବର୍ଷ ମାର୍ଚ୍ଚରେ କଟକ ବଡ଼ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟି ୧୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜୁନ୍‌ ୩ରେ ନୂଆଦିଲ୍ଲୀର ମାଲବ୍ୟ ନଗରରେ ଅଗ୍ନିକାଣ୍ଡ ଘଟି ୨୧ଜଣଙ୍କ ଧନଜୀବନ ନଷ୍ଟ ହୋଇଥିଲା। ଏହାସତ୍ତ୍ୱେ ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ହୋଟେଲ, ରେଷ୍ଟୁରାଣ୍ଟ, ଆପାର୍ଟମେଣ୍ଟ ତିଳେ ହେଲେ ସରକାରଙ୍କ ଅଗ୍ନିସେବା ଆଇନ-୧୯୯୩କୁ ଭ୍ରୂକ୍ଷେପ କରୁ ନାହାନ୍ତି। କେତେକ ଅନୁଷ୍ଠାନ କେବଳ ଲୋକଦେଖାଣିଆ ଭାବେ ‘ଫାୟାର ସେଫ୍‌ଟି’ ପ୍ରମାଣପତ୍ର ନେଇଥିଲେ ମଧ୍ୟ ବାସ୍ତବକ୍ଷେତ୍ରରେ ଅଗ୍ନି ନିର୍ୱାପକ ପାଇଁ ଯେଭଳି ଭାବେ ‘ସ୍ପ୍ରିଙ୍କ୍‌ଲର, ଫାୟାର ଏଷ୍ଟିଙ୍ଗୁଇସର’ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ଉପକରଣ ଲଗାଇବା କଥା ତାହା ଲଗାଉ ନାହାନ୍ତି। ସେହିପରି ଅନ୍ୟ କେତେକ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଆଦୌ ଅଗ୍ନି ନିରୋଧକ ଉପକରଣ ଲଗାଯାଇ ନ ଥିବା ପରିଲକ୍ଷିତ ହୋଇଛି।
ଉଲ୍ଲେଖଯୋଗ୍ୟ, ଦକ୍ଷିଣ ଗୋଆର ଆର୍ପୋରା ଅଞ୍ଚଳରେ ଥିବା ବର୍ଚବାଇ ରୋମିଓ ଲେନ୍‌ ନାଇଟ୍‌ କ୍ଲବରେ ମାଲିକ ଲୁର୍ଥା ଭାତ୍ରାଙ୍କର ଖାମଖିଆଲ ମନୋଭାବ ଯୋଗୁ ୨୦୨୫ ଡିସେମ୍ୱର ୬ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୨୫ଜଣ ପୋଡି ମରିଯାଇଥିଲେ।
ପରିପ୍ରେକ୍ଷୀରେ ‘ଧରିତ୍ରୀ’ ପକ୍ଷରୁ ଭୁବନେଶ୍ୱରର ଦୁଇଟି ଗୁରୁତ୍ୱପୂର୍ଣ୍ଣ ସରକାରୀ ଅନୁଷ୍ଠାନ କିଭଳି ନିୟମ ଉଲ୍ଲଂଘନ କରୁଛନ୍ତି ତା’ର ଉଦାହରଣ ଦର୍ଶାଉଛୁୁ। ସେଥିମଧ୍ୟରୁ ଡା. ଅଭିନ୍ନଚନ୍ଦ୍ର ହୋମିଓପାଥି ମେଡିକାଲ କଲେଜ ଏବଂ ହସ୍ପିଟାଲ, ଅନ୍ୟଟି ‘ସୂଚନା ଭବନ’। ଏହି ଦୁଇଟି ଅନୁଷ୍ଠାନକୁ ନିୟମିତ ସଂଖ୍ୟାଧିକ ଲୋକଙ୍କ ଯାତାୟାତ ହେଉଛି। ଅଭିନ୍ନଚନ୍ଦ୍ର ମେଡିକାଲ କଲେଜକୁ ରୋଗୀ ଏବଂ ନିକଟ ସମ୍ପର୍କୀୟଙ୍କ ଭିଡ଼ ମଧ୍ୟ ଲାଗୁଛି। ହେଲେ ଏଠାରେ ଅଗ୍ନି ନିର୍ୱାପକ ଯନ୍ତ୍ର କେବଳ ନାମକୁମାତ୍ର ଲାଗିଛି। ମେଡିକାଲ କଲେଜରେ ସ୍ପ୍ରିଙ୍କ୍‌ଲର ନ ଥିବାବେଳେ ଫାୟାର ଏଷ୍ଟିଙ୍ଗୁଇସରରେ ପାଉଡର କିମ୍ୱା ଗ୍ୟାସ୍‌ ରିଫିଲିଂ ନିୟମିତ ଭାବେ କରାଯାଉ ନାହିଁ। ଏହାସହିତ ଫାୟାର ଏଷ୍ଟିଙ୍ଗୁଇସରକୁ ପରିଚାଳନା କରିବା ପାଇଁ ମେଡିକାଲ କଲେଜରେ ତାଲିମପ୍ରାପ୍ତ କର୍ମଚାରୀ ମଧ୍ୟ ନାହାନ୍ତି।
ସୂଚନା ଭବନରେ ଲାଗିଥିବା ଫାୟାର ଏଷ୍ଟିଙ୍ଗୁଇସରର ଗ୍ୟାସ୍‌ ଅବଧି ପ୍ରାୟ ୧୧ ମାସ ତଳୁ ଶେଷ ହୋଇଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ତାକୁ ବଦଳା ଯାଇନାହିଁ। କେବଳ ଯେ ଏହି ଦୁଇ ସରକାରୀ ପ୍ରତିଷ୍ଠାନରେ ‘ଫାୟାର ଏଷ୍ଟିଙ୍ଗୁଇସର’ କିମ୍ୱା ଅନ୍ୟାନ୍ୟ ଉପକରଣ ଠିକଣା ଭାବେ ଲାଗି ନାହିଁ ତାହା ନୁହେଁ, ବହୁ ପ୍ରତିଷ୍ଠାନରେ ଏବେ ସମାନ ଅବସ୍ଥା ଉପୁଜିଛି।
ବଡ଼କଥା ହେଲା, ଅଗ୍ନିଶମ ବିଭାଗ ପକ୍ଷରୁ ନିୟମିତ ଭାବେ ପ୍ରତିଷ୍ଠାନଗୁଡ଼ିକର ଯାଞ୍ଚ ହେବା କଥା। ଏପରି କି ପ୍ରତି ୬ ମାସରେ ଥରେ ମକ୍‌ଡ୍ରିଲ୍‌ ହେବା କଥା, ତାହା ମଧ୍ୟ ବାସ୍ତବ କ୍ଷେତ୍ରରେ ପରିଲକ୍ଷିତ ହେଉନାହିଁ।
ସୂଚନାଯୋଗ୍ୟ, ୨୦୧୯ ମାର୍ଚ୍ଚ ୬ରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଅଗ୍ନିସେବା ଆଇନ-୧୯୯୩ର ସଂଶୋଧନ କରାଯାଇଥିଲା। ଏହି ନିୟମ ଅନୁଯାୟୀ, ଅଗ୍ନିସେବା ବିଭାଗର ବିନା ଅନୁମତିରେ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟ ଅନୁଷ୍ଠାନ, ହୋଟେଲ, ମଲ୍‌, ସିନେମା ହଲ୍‌, ଶିଳ୍ପାନୁଷ୍ଠାନ, ପେଟ୍ରୋଲିୟମ ଡିପ୍ପୋ, ବିମାନବନ୍ଦର, ବ୍ୟବସାୟ ପ୍ରତିଷ୍ଠାନ ଓ ଉଚ୍ଚ ଅଟ୍ଟାଳିକା ପ୍ରଭୃତି ଖୋଲିପାରିବ ନାହିଁ। ପ୍ରତି ପ୍ରତିଷ୍ଠାନକୁ ଥାର୍ଡପାର୍ଟି ଅଡିଟ୍‌ ୬ମାସରେ ଥରେ ହେବ। ହେଲେ ଏହି ନିୟମ ଏବେ ଠିକଣା ଭାବେ ପାଳନ ହେଉନାହିଁ।
ପରିପ୍ରେକ୍ଷୀରେ ୧୯୬୯ରେ ପ୍ରତିଷ୍ଠା ହୋଇଥିବା ଡା. ଅଭିନ୍ନଚନ୍ଦ୍ର ହୋମିଓପାଥି ମେଡିକାଲ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଡା. ପୁଷ୍ପାଞ୍ଜଳି ପାତ୍ର କହିଛନ୍ତି, ମେଡିକାଲରେ ‘ଫାୟାର ସେଫ୍ଟି’ ଭିତ୍ତିଭୂମି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଫାୟାର ଅଫିସରଙ୍କୁ ଅବଗତ କରାଯାଇଛି। ସେମାନେ ଆସି କ୍ଷେତ୍ରସ୍ଥଳ ଅନୁଧ୍ୟାନ କରି ଯାଇଛନ୍ତି। ଖୁବ୍‌ଶୀଘ୍ର ‘ଫାୟାର ସେଫ୍ଟି’ ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇଯିବ ବୋଲି ଡା. ପାତ୍ର କହିଛନ୍ତି। ହେଲେ ଅଗ୍ନି ନିରୋଧକ ଆଇନ କାର୍ଯ୍ୟକାରୀ ହେବାର ୩୩ ବର୍ଷ ପରେ ମଧ୍ୟ କାହିଁକି ମେଡିକାଲ କଲେଜ ପକ୍ଷରୁ ଏଦିଗରେ ଦୃଷ୍ଟି ଦିଆଯାଇ ନ ଥିଲା ବୋଲି ପ୍ରଶ୍ନର ଉତ୍ତରରେ ସେ କୌଣସି ଉତ୍ତର ରଖି ନ ଥିଲେ।
‘ସୂଚନା ଭବନ’ ଭାରପ୍ରାପ୍ତ ଅଧିକାରିଣୀ ତଥା ଡେପୁଟି ଡାଇରେକ୍ଟର ଦୀପ୍ତିମୟୀ ମହାପାତ୍ର କହିଛନ୍ତି, ଏ ସମ୍ପର୍କରେ ସରକାରଙ୍କୁ ଦୀର୍ଘଦିନ ହେଲାଣି ଚିଠି ଲେଖି ଅବଗତ କରାଯାଇଛି। ମାତ୍ର ସରକାରଙ୍କ ପକ୍ଷରୁ ଏନେଇ କୌଣସି ଉତ୍ତର ମିଳିନାହିଁ। ସେହିପରି ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ କୌଣସି ତତ୍ପରତା ନ ଥିବା ଡେପୁଟି ଡାଇରେକ୍ଟର ମହାପାତ୍ର କହିଛନ୍ତି।
ଅଗ୍ନିଶମ ବିଭାଗ ପକ୍ଷରୁ ଏଏଫ୍‌ଓ ମନୋରଞ୍ଜନ ରାଉତ କହିଛନ୍ତି, ସରକାରୀ ପ୍ରତିଷ୍ଠାନରେ ଫାୟାର ସେଫ୍ଟି ଉପକରଣ ଲଗାଇବା କାର୍ଯ୍ୟ ଆମର ନୁହେଁ, ଏହା ପୂର୍ତ୍ତ ବିଭାଗର। ଆମେ କେବଳ ଅନୁଷ୍ଠାନଗୁଡ଼ିକୁ ଯାଞ୍ଚ କରିବା ସହିତ ସଚେତନତା ସୃଷ୍ଟି କରିବୁ। ଏହାବାଦ୍‌ କେଉଁ ବର୍ଗର କୋଠାକୁ କେଉଁ ଅଗ୍ନିଶମ ଅଧିକାରୀ ତଦାରଖ କରିବେ ତାହା ନିର୍ଦ୍ଦିଷ୍ଟ ରହିଛି। ତେବେ ଅଭିନ୍ନଚନ୍ଦ୍ର ମେଡିକାଲ କଲେଜ ଏବଂ ‘ସୂଚନା ଭବନ’ରେ ‘ଫାୟାର ସେଫ୍ଟି’ ବ୍ୟବସ୍ଥା ନ ଥିବା ନେଇ ବିଭାଗ ପକ୍ଷରୁ କାହିଁକି ଯାଞ୍ଚ କରାଯାଇ ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ସେ କିଛି କହିପାରିବି ନାହିଁ କହି ଫୋନ୍‌ କାଟି ଦେଇଥିଲେ।
ସଂକ୍ରାନ୍ତରେ ରାଜ୍ୟ ଅଗ୍ନିଶମ ବିଭାଗ ମହାନିର୍ଦ୍ଦେଶକ ସୁଧାଂଶୁ ଶେଖର ଷଡ଼ଙ୍ଗୀ କହିଛନ୍ତି, ଏହି ନିୟମକୁ ବିଭାଗ ପକ୍ଷରୁ କଡ଼ାକଡ଼ି ପାଳନ କରାଯାଉଛି। ଯଦି ଏଭଳି କିଛି ଅବହେଳା ହେଉଥିବା ଦୃଷ୍ଟିକୁ ଆସିବ ତେବେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ। ଏନେଇ ସବୁ ଜିଲା ଅଗ୍ନିଶମ ଅଧିକାରୀଙ୍କୁ ନେଇ ଏକ ଆଭାସୀ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅଗ୍ନିଶମ ଆଇନକୁ କଡ଼ାକଡ଼ି କରିବା ସହିତ ପୁରୀ ରଥଯାତ୍ରା ଉପରେ ବିଶେଷ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ହୋଇଛି। ରଥଯାତ୍ରା ସମୟରେ ଯେପରି କୌଣସି ଅଗ୍ନିକାଣ୍ଡ ନ ଘଟିବ ତାକୁ ଦୃଷ୍ଟିରେ ରଖି ପୁରୀରେ ହୋଟେଲ, ରେଷ୍ଟୁରାଣ୍ଟ ଓ ଘରୋଇ ଭାବେ ସେଠାରେ ପ୍ରାୟ ୧୮୦୦ ସ୍ଥାନ ଚିହ୍ନଟ ହୋଇଛି। ଆସନ୍ତା ୧୫ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ଯାଞ୍ଚ କରି ରିପୋର୍ଟ ଦେବାକୁ ଅଗ୍ନିଶମ ଇନ୍ସପେକ୍ଟରଙ୍କୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?