ବିଜେଡିରେ ସାମିଲ ହେଲେ ଭାଜପା-କଂଗ୍ରେସର ୫୦ରୁ ଊର୍ଦ୍ଧ୍ୱ କର୍ମୀ

ଥୁଆମୂଳ ରାମପୁର,୧୪ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ଖଣ୍ଡୁଆଳ ଖେଳ ପଡ଼ିଆଠାରେ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଏକ ଦିନିକିଆ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ ବୁଥ୍‌ ଏଜେଣ୍ଟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ବିଜେଡି ସଭାପତି କପିଳାସ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାବେଶରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବା ସହ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ମଜଭୂତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହି ଅବସରରେ ଏକ ବୃହତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ୫୦୦ରୁ ଊର୍ଦ୍ଧ୍ୱ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ।
କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଲାଞ୍ଜିଗଡ଼ ବିଧାୟକ ତଥା ବିଜେଡି ଜିଲା ସଭାପତି ପ୍ରଦୀପ କୁମାର ଦିଶାରି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲା ବିଜେଡି ଉପସଭାପତି ଧର୍ମେନ୍ଦ୍ର ନାଏକ, ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ସମ୍ପାଦକ ସର୍ବଶ୍ରୀ ଗୋବିନ୍ଦ ଚନ୍ଦ୍ର ପ୍ରଧାନୀ ଓ ରାମଚନ୍ଦ୍ର ମାଝୀ ଯୋଗଦେଇ ଦଳୀୟ କାର୍ଯ୍ୟଧାରା ଓ ସଂଗଠନ ପରିଚାଳନା ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ। ବୈଠକରେ ବ୍ଲକ ମହିଳା ସଭାନେତ୍ରୀ ଦୂତିକା ମାଝୀ, ଯୁବ ସଭାପତି ପ୍ରଦୀପ କୁମାର ନାଏକ, ବ୍ଲକ କାର୍ଯ୍ୟକାରୀ ସଭାପତି କୈଳାସ ପରିଛା ଓ ଫୋଟୋ ସିଂ ଭୋଇ, ଜିଲାପରିଷଦ ସଭ୍ୟା ଟୁନି ଖୋସଲା ଓ ପ୍ରମିଳା ମାଝୀ, ବରିଷ୍ଠ ନେତା ତ୍ରିଲୋଚନ ପାଣିଗ୍ରାହୀ, ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ମାଝୀ, ଯୋଶବନ୍ତି ନାଏକ ଏବଂ ଛାତ୍ର ବିଜେଡି ସଭାପତି ଦିନେଶ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସମାବେଶରେ ବ୍ଲକର ସମସ୍ତ ପଞ୍ଚାୟତ ସଭାପତି, ଯୁବ ସଭାପତି, ସରପଞ୍ଚ, ସମିତି ସଭ୍ୟ ଏବଂ ୭୨ଟି ବୁଥ୍‌ରୁ ଆସିଥିବା ଶତାଧିକ ବୁଥ ଏଜେଣ୍ଟ ସାମିଲ ହୋଇଥିଲେ। ଶିବିରରେ ଏଜେଣ୍ଟମାନଙ୍କୁ ଭୋଟ୍‌ ପରିଚାଳନା ଓ ଏସ୍‌ଆଇ୍‌ଆର୍‌ ସମ୍ବନ୍ଧୀୟ କାର୍ଯ୍ୟଶୈଳୀ ଉପରେ ପୁଙ୍ଖାନୁପୁଙ୍ଖ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଆଗାମୀ ନିର୍ବାଚନରେ ବୁଥ୍‌ସ୍ତରୀୟ ସଫଳତା ପାଇଁ ଦଳୀୟ କାର୍ଯ୍ୟପ୍ରଣାଳୀକୁ ଅଧିକ କ୍ରିୟାଶୀଳ କରିବାକୁ ବରିଷ୍ଠ ନେତୃବୃନ୍ଦ ଆହୱାନ ଦେଇଥିଲେ। ଏହି ଅବସରରେ ଆୟୋଜିତ ମିଶ୍ରଣ ପର୍ବରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ୬୦ରୁ ଊର୍ଦ୍ଧ୍ୱ ଭାଜପା ଓ କଂଗ୍ରେସ ଦଳର ପ୍ରମୁଖ କର୍ମକର୍ତ୍ତା ଏବଂ ସ୍ଥାନୀୟ ଜନସାଧାରଣ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ମୁଖ୍ୟ ଅତିଥି ବିଧାୟକ ଦିଶାରି ନୂତନ କର୍ମକର୍ତ୍ତାମାନଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ବିଧିବଦ୍ଧ ଭାବେ ଦଳକୁ ସ୍ବାଗତ କରିଥିଲେ। ଶେଷରେ ବ୍ଲକ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୬ ମାସ ହେଲା ହୋଇନି ଛତ୍ରପୁର ପଞ୍ଚାୟତ ସମିତି ବୈଠକ, ବ୍ଲକ ଅଧ୍ୟକ୍ଷା ଜିଲାପାଳଙ୍କୁ ଭେଟି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ବୈଠକ ତୁରନ୍ତ କରିବାକୁ ଗୁରୁବାର ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାସ ଗଞ୍ଜାମ ଜିଲାପାଳଙ୍କୁ ଭେଟି…

କାଦୁଅ ପଚପଚରେ ଖୋଲା ଜିମ୍‌ କେନ୍ଦ୍ର ନିର୍ମାଣ, ବିନା ସୂଚନାଫଳକକୁ ନେଇ ତାତିଲେ ଗ୍ରାମବାସୀ

କେସିଙ୍ଗା,୩୦ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ତୁର୍ଳାଖମାନ ଗ୍ରାମରେ ଲୋକଙ୍କ ସ୍ବାସ୍ଥ୍ୟ ସୁଦୃଢ଼ କରିବା ପାଇଁ ଲୋକ ସଭା ଏମ୍‌ପି ସୁଜିତ କୁମାର ଏକ…

ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡଲ; ଗ୍ରୀନ କରିଡ଼ରରେ ୮୦ କିମି ଗଲେ, ଓଡ଼ିଶାରେ ପ୍ରଥମ

କୃଷ୍ଣପ୍ରସାଦ,୩୦।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ପଥରକଟା ଗାଁରୁ ଏକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି । ପ୍ରଭୁଦତ୍ତ ଜେନାଙ୍କ ପାଇଁ ସାଇକେଲ ସାଜିଲା…

ଫସଲ ବୀମା ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି ଦାବି, ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ହିତ ପାଇଁ ୮ ଦଫା ଦାବି ନେଇ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ…

ଭାରତୀୟ ଏମପିଙ୍କ ଠୁ ଏତେ ଅଧିକ ଦରମା ପାଆନ୍ତି ପାକିସ୍ତାନୀ ଏମପି? ଜାଣନ୍ତୁ ସାଲାରୀ-ଭତ୍ତା ସବୁକିଛି…

ନୂଆଦିଲ୍ଲୀ,୩୦।୭: ଆଇନପ୍ରଣେତା ବା ସାଂସଦମାନଙ୍କ ସୁବିଧା ସୁଯୋଗକୁ ତୁଳନା କଲେ ଜଣାପଡ଼େ ଯେ, ପାକିସ୍ତାନୀ ଏବଂ ଭାରତୀୟ ସାଂସଦମାନେ ପ୍ରାୟ ସମାନ ମୂଳ ଦରମା ପାଇଥାନ୍ତି, କିନ୍ତୁ…

‘ଆପଣଙ୍କ ମୁହଁ ଖୋଲୁନାହିଁ, କିଏ ସିଲ୍ କରିଦେଇଛି…’, ଶାହାଙ୍କୁ ଖାର୍ଗେଙ୍କ କଡ଼ା ଟାର୍ଗେଟ

ନୂଆଦିଲ୍ଲୀ,୩୦।୭: ରାଜ୍ୟ ସଭାରେ ପେପର ଲିକ୍ ପ୍ରସଙ୍ଗକୁ ନେଇ ଆଲୋଚନା ସମୟରେ ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାର ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କଡ଼ା ସମାଲୋଚନା…

ଭଞ୍ଜନଗରରେ ଖୁବ୍‌ଶୀଘ୍ର ‘ଘୁମୁସର ରେଡିଓ’, ୪୦ କିଲୋମିଟର ପରିଧିରେ ହେବ ପ୍ରସାରଣ

ଭଞ୍ଜନଗର,୩୦ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରବାସୀଙ୍କ ପାଇଁ ଖୁସି ଖବର। ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସ୍ବର, ସମସ୍ୟା ଓ ସଂସ୍କୃତିକୁ ନେଇ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି…

ସରକାରୀ ଦେଶୀ ମଦଭାଟି ବନ୍ଦ ଦାବି ଜୋର୍‌ ଧରିଲା, ଜିଲାପାଳ-ଅବକାରୀ ଅଧୀକ୍ଷକଙ୍କୁ ଭେଟି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଅବକାରୀ ଅଧୀନରେ ଥିବା ନୋଳିଆ ନୂଆଗାଁ ସରକାରୀ ଦେଶୀ ମଦଭାଟି ବନ୍ଦ କରିବା ଦାବି ନେଇ ଗୁରୁବାର ଛତ୍ରପୁର ବ୍ଲକ ଅଧ୍ୟକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri