ବକ୍ସ କଣ୍ଡୁଇଟ୍‌ ଅଧୁରା, କେନାଲକୁ ବାଲିବସ୍ତା ଭରସା: ତଳିମୁଣ୍ଡ ଚାଷୀମାନଙ୍କ ବଢ଼ିଲା ଚିନ୍ତା

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ସରକାର ବଦଳିବା ପରେ ବିକଶିତ ବରଗଡ଼ ଲକ୍ଷ୍ୟ ନେଇ ଡ୍ରେନ ନିର୍ମାଣଠାରୁ ଆରମ୍ଭ କରି ରାସ୍ତା ପ୍ରଶସ୍ତୀକରଣ, ଆଲୋକୀକରଣ, ଧନୁଯାତ୍ରାର ସ୍ଥାୟୀ ମଞ୍ଚ ଓ ସ୍ମାରକୀ ସ୍ବାଗତ ତୋରଣ, କେନାଲ ଉପରେ ବକ୍ସ କଣ୍ଡୁଇଟ୍‌ ନିର୍ମାଣ ଭଳି ଅନେକ ପ୍ରକଳ୍ପ ହାତକୁ ନିଆଯାଇଛି। ସହରରେ ଏଭଳି ବିକାଶମୂଳକ କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ବାଗତ ମଧ୍ୟ କରାଯାଉଛି। ଅନ୍ୟପଟେ ବିଭିନ୍ନ ପ୍ରକଳ୍ପ ନିର୍ମାଣରେ ଗୋଟିଏ ପରେ ଗୋଟିଏ ଅନିୟମିତତା ପଦାକୁ ଆସିବାରେ ଲାଗିଛି। ଏହାକୁ ନେଇ ଗତ କିଛିଦିନ ହେଲା ଥାନା ଛକ ଧନୁଯାତ୍ରା ତୋରଣ ଭାଙ୍ଗିବାଠୁ ଆରମ୍ଭ କରି କେନାଲ ଉପରେ ବକ୍ସ କଣ୍ଡୁଇଟ୍‌ ନିର୍ମାଣ ଅଧୁରା ରହିବାକୁ ନେଇ ଚା’ ଖଟିଠାରୁ ଆରମ୍ଭ କରି ସବୁଠି ଚର୍ଚ୍ଚା ଥମିବା ନାଁ ନେଉନାହିଁ। ବକ୍ସ କଣ୍ଡୁଇଟ୍‌ ନିର୍ମାଣ ପାଇଁ କେନାଲକୁ ଖୋଳାଯାଇ ସେଥିରୁ ମାଟି, କଂକ୍ରିଟ୍‌ ଉଠାଯାଇଥିବାବେଳେ ଏବେ ପୁଣି ସେହି ଖାଲିସ୍ଥାନରେ ମାଟି କିମ୍ବା କଂକ୍ରିଟ୍‌ ବଦଳରେ ବାଲିବସ୍ତା ପକାଇ ପ୍ୟାଚଅପ୍‌ ମରାଯାଉଛି। ଆଗକୁ ବର୍ଷା ଆସିବା ସହିତ କେନାଲ ପାଣି ଛଡ଼ାଯିବାକୁ ଥିବାବେଳେ ସେଥିରେ କେନାଲର ଉଭୟ ପାର୍ଶ୍ୱରେ ରହିଥିବା ରାସ୍ତାର ସ୍ଥାୟିତ୍ୱ ନେଇ ସାଧାରଣରେ ଏବେଠାରୁ ଆଶଙ୍କା ପ୍ରକାଶ ପାଇଛି। ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିହୀନତା ଏବଂ ବକ୍ସ କଣ୍ଡୁଇଟ୍‌ ନିର୍ମାଣରେ ହୋଇଥିବା ଅନିୟମିତତା ଯୋଗୁ ଏବେ ଅଞ୍ଚଳର ଚାଷୀ ତଥା ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ବିପଦ ମୁହଁକୁ ଠେଲି ହୋଇଯାଇଛି। କେନାଲ ତଳମୁଣ୍ଡକୁ ପୂର୍ବଭଳି ପାଣି ଯୋଗାଣ ହେବ କି ନାହିଁ, ତାକୁ ନେଇ ମଧ୍ୟ ସମ୍ପୃକ୍ତ ଅଞ୍ଚଳର ଚାଷୀମାନଙ୍କୁ ଏବେଠୁ ଚିନ୍ତା ଘାରିଲାଣି। ଅନ୍ୟପଟେ ସରକାରୀ ଅଧିକାରୀଙ୍କ ତ୍ରୁଟି ପାଇଁ ଅଯଥାରେ ଲକ୍ଷାଧିକ ଟଙ୍କା ବରବାଦ୍‌ ହେଲା ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ବରଗଡ଼-ଭେଡ଼େନ କେନାଲର ଆର୍‌ଡ଼ି ୩୫୬୧ଏମ୍‌ଠାରୁ ୫୪୭୩ଏମ୍‌ ପର୍ଯ୍ୟନ୍ତ ବକ୍ସ କଣ୍ଡୁଇଟ୍‌ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ବରଗଡ଼ ସହର ନିକଟସ୍ଥ ଉକ୍ତ କେନାଲର ଆର୍‌ଡ଼ି ୪୧୪୫ଏମ୍‌ରୁ ଆର୍‌ଡି ୫୧୪୦ଏମ୍‌ ପର୍ଯ୍ୟନ୍ତ ଏହା ନିର୍ମାଣ ପାଇଁ ପ୍ରାୟ ୫୦କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଗତ ମାସ ୧୭ତାରିଖ ସନ୍ଧ୍ୟାରେ ଏକ ବିଶାଳ ଶୋଭାଯାତ୍ରାରେ ଆସି ସ୍ଥାନୀୟ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ବିଭାଗୀୟ ଯନ୍ତ୍ରୀ, ଅଧକାରୀ ଏବଂ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ବକ୍ସ କଣ୍ଡୁଇଟ୍‌ ପ୍ରକଳ୍ପ କଣ ଲୋକେ ତାହା ଜାଣି ନ ଥିଲେ ମଧ୍ୟ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୫୦କୋଟି ଟଙ୍କା ମଞ୍ଜୁର ହୋଇଥିବା ଜାଣି ସ୍ଥାନୀୟ ଲୋକେ ମଧ୍ୟ ଖୁସି ହୋଇଥିଲେ। ହେଲେ ପ୍ରକଳ୍ପ ନିର୍ମାଣ ଆରମ୍ଭରୁ ଅନିୟମିତତା ହୋଇଥିବା ନେଇ ସ୍ଥାନୀୟ କେହି ଜଣେ ବି ଟେର୍‌ ପାଇ ପାରି ନ ଥିଲେ।
ତେବେ ଗତ ମାସ ୨୫ତାରିଖ ଝଡ଼ବତାସରେ ବରଗଡ଼ ଥାନା ଛକ ସ୍ଥିତ ଧନୁଯାତ୍ରା ତୋରଣ ଭାଙ୍ଗିଯିବା ପରେ ନିମ୍ନମାନର କାମ ହୋଇଥିବା ନେଇ ଅଭିଯୋଗ ଜୋର୍‌ ଧରିଥିଲା। ଅନ୍ୟପଟେ ତୋରଣ ଭାଙ୍ଗିବା ଘଟଣାର ତଦନ୍ତ ଆରମ୍ଭ ନ ହେଉଣୁ ବରଗଡ଼-ଭେଡ଼େନ କେନାଲର ବକ୍ସ କଣ୍ଡୁଇଟ୍‌ ନିର୍ମାଣ କାର୍ଯ୍ୟକୁ ସମ୍ପୃକ୍ତ ଠିକାଦାର ହଠାତ୍‌ ବନ୍ଦ କରି ଦେଇଥିଲେ। ଏପରିକି ସେହି କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ମେଶିନ, ଗାଡ଼ିକୁ ରାତାରାତି କେନାଲରୁ ଉଠାଇ ନେଇଥିଲେ। କେବଳ ସେତିକି ନୁହେଁ, ହଠାତ୍‌ ଅଧୀକ୍ଷଣ ଯନ୍ତ୍ରୀ ମଦନ ମୋହନ ସେଠୀଙ୍କୁ ବରଗଡ଼ରୁ ମୁଖିଗୁଡ଼ାକୁ ବଦଳି କରି ଦିଆଯାଇଥିଲା। ଏଭଳି ଘଟଣାକ୍ରମରୁ ବକ୍ସ କଣ୍ଡୁଇଟ୍‌ ନିର୍ମାଣରେ ହୋଇଥିବା ଅନିୟମିତତାର ଗନ୍ଧ ଧୀରେ ଧୀରେ ସବୁଆଡ଼େ ବ୍ୟାପିଥିଲା ଏବଂ ବିଜେଡ଼ି ବି ଏହାର ଖୋଳତାଡ଼ କରିଥିଲା। ପରେ ବିନା ଏଗ୍ରିମେଣ୍ଟରେ ବିଜେଡ଼ି ଶାସନକାଳରେ କଳା ତାଳିକାଭୁକ୍ତ ହୋଇଥିବା ଜଣେ କଣ୍ଟ୍ରାକ୍ଟର ସେହି ବକ୍ସ କଣ୍ଡୁଇଟ୍‌ ନିର୍ମାଣ କରୁଥିବା ଜଣାପଡ଼ିଥିଲା। ଏଭଳି ଅଭିଯୋଗ ନେଇ ଗତ ୪ତାରିଖରେ ବିଜେଡ଼ି ଜିଲାପାଳଙ୍କୁ ଫେରାଦ ହୋଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲା। ତଦନ୍ତ ପରେ ଅନିୟମିତତା ପଦାକୁ ଆସିଥିଲା ଏବଂ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗରେ କାର୍ଯ୍ୟରତ ତତ୍କାଳୀନ ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଥିଲେ। ତେବେ ସେମାନେ ନିଲମ୍ବିତ ହେବାର ଅଳ୍ପ ସମୟ ପରେ ଖୋଦ୍‌ ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ସେଥିରେ ପି.ସି କାରବାର ହୋଇଥିବା ପ୍ରସଙ୍ଗ ଉଠାଇଥିଲେ। ତେବେ ବର୍ତ୍ତମାନ କେନାଲରେ ବାଲିବସ୍ତା ଦେଇ ଯେଉଁ ପ୍ୟାଚଅପ୍‌ ମରାଯାଉଛି, ତାହା ଯଦି ବର୍ଷା କିମ୍ବା କେନାଲ ପାଣିରେ ଧୋଇ ହୋଇ ପାର୍ଶ୍ୱସ୍ଥ ରାସ୍ତାକୁ କ୍ଷତି ପହଞ୍ଚାଏ କିମ୍ବା କେନାଲରେ ପାଣି ସ୍ରୋତକୁ ପୂର୍ବଭଳି ନ ଛାଡ଼ି କମାଇ ଦିଆଗଲେ ଆଗକୁ ଏହାକୁ ନେଇ ଅସନ୍ତୋଷ ତୀବ୍ର ହୋଇପାରେ ବୋଲି ଏବେଠାରୁ ଆଶଙ୍କା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିତ୍ୟକ୍ତ ଅବସ୍ଥାରେ ଜମ୍ବୁ ବ୍ରିଟିଶ ଲାଲ୍‌ କୋଠା, ଭୁଲ୍‌ କଲେ ଓଡ଼ିଶା ଲୋକଙ୍କୁ ଏଠାରେ ମିଳୁଥିଲା ଦଣ୍ଡ, ଆଉ ଏବେ…

ମହାକାଳପଡ଼ା,୧୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ବ୍ରିଟିଶ ଲାଲ କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଏହା ଓଡ଼ିଶାର ବ୍ରିଟିଶ ଶାସକମାନଙ୍କ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ମୁମ୍ବାଇର ‘ସବୁଠୁ ଧନୀ ଗଣେଶ’; ୬୬ କେଜି ସୁନାରେ ସଜ୍ଜିତ ଗଣପତି; ୭୦୩ କୋଟିରୁ ଅଧିକ ଟଙ୍କାର ବୀମା

ମୁମ୍ବାଇ,୧୪।୯: ମୁମ୍ବାଇର ଗଣେଶୋତ୍ସବ କଥା ଉଠିଲେ ଲାଲବାଗଚା ରାଜାଙ୍କ ନାଁ ନିଶ୍ଚିତ ଭାବେ ଆସେ। ତେବେ ମାୟାନଗରୀରେ ଆଉ ଜଣେ ଗଣପତି ଅଛନ୍ତି, ଯାହାଙ୍କ ଦରବାରରେ ଭକ୍ତି…

ସୃଷ୍ଟି ହେଲା ୪ ବଡ଼ ରାଜଯୋଗ: କନ୍ୟା ସମେତ ଏହି ସବୁ ରାଶିଙ୍କର ସୁବର୍ଣ୍ଣ ସମୟ ଆରମ୍ଭ, ଧନବର୍ଷା ସହ ଚାକିରିରେ ପଦୋନ୍ନତି

ଭୁବନେଶ୍ୱର: ଆଜି ୧୪ ସେପ୍ଟେମ୍ବର ୨୦୨୬, ସୋମବାର। ଭାଦ୍ରବ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ସହ ଚତୁର୍ଥୀ ତିଥି ମଧ୍ୟ ରହିଛି। ଏହି କାରଣରୁ ଆଜି ଗଣେଶ…

ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା: ୧୭ ଯାଏ ଲାଗିରହିବ…

ଭୁବନେଶ୍ୱର,୧୪ା୯ (ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରି ରବିବାର ସନ୍ଧ୍ୟାସୁଦ୍ଧା ଦକ୍ଷିଣ ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ପଶ୍ଚିମ-ଉତ୍ତର…

AIକୁ ନେଇ ବିଶ୍ୱକୁ ସତର୍କବାଣୀ ଶୁଣାଇଲେ ସତ୍ୟ ନାଡେଲା; ଜାଣନ୍ତୁ…

ଓ୍ବାଶିଂଟନ,୧୪।୯: ବିଶ୍ୱସ୍ତରୀୟ ଆଇଟି ମହାକୁମ୍ଭ ମାଇକ୍ରୋସଫ୍ଟର ଅଧ୍ୟକ୍ଷ ଏବଂ ସିଇଓ ସତ୍ୟ ନାଡେଲା AI ସହିତ ଜଡିତ ବଢୁଥିବା ବିପଦ ମଧ୍ୟରେ ଚିନ୍ତା ପ୍ରକାଶ କରିଛନ୍ତି। ସେ…

ଗୁରୁ-ଚନ୍ଦ୍ରଙ୍କ ନବପଞ୍ଚମ ଯୋଗ: ଆଜିଠୁ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଆର୍ଥିକ ଲାଭ ସହ ହେବ ମାଲାମାଲ

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଗ୍ରହ ଓ ନକ୍ଷତ୍ରଙ୍କ ଚଳନର ପ୍ରଭାବ ମଣିଷର ଜୀବନ ଉପରେ ପଡ଼ିଥାଏ। ଚନ୍ଦ୍ରଙ୍କ ଗୋଚର ପରେ ବିଛା ରାଶିରେ ଥିବା ଚନ୍ଦ୍ର…

ଗଣେଶ ଚତୁର୍ଥୀର ଶୁଭ ସଂଯୋଗ, ଗ୍ରହ ଚଳନରେ ଏହି ରାଶିଙ୍କ ଖୋଲିବ ଭାଗ୍ୟ!

ଆଜି ପବିତ୍ର ଗଣେଶ ଚତୁର୍ଥୀ । ଦିନସାରା ଚନ୍ଦ୍ର ତୁଳା ରାଶିରେ ଅବସ୍ଥାନ କରିବେ; ଯଦିଓ ନକ୍ଷତ୍ର ଚିତ୍ରାରୁ ସ୍ୱାତୀକୁ ପରିବର୍ତ୍ତନ ହେବ, ତଥାପି ରାଶିର କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?