ଜାଲ ଦସ୍ତାବିଜ୍‌ରେ ଜମି ଠକେଇ: ଅବସରପ୍ରାପ୍ତ ବିଏମ୍‌ସି କର୍ମଚାରୀଙ୍କ ସମେତ ୩ ଗିରଫ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ଜାଲ ଦସ୍ତାବିଜ ଜରିଆରେ ଜମି ଠକେଇ କରିବା ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଭୁବନେଶ୍ୱରରେ ରହୁଥିବା ହଳଧର ଦାସ, ସୁବୋଧ କୁମାର ପରିଡ଼ା ଓ ମମତା ପରିଡ଼ା। ଏଥିସହ ଇଓଡବ୍ଲ୍ୟୁ ପକ୍ଷରୁ ଖଣ୍ଡଗିରିସ୍ଥିତ ସବ୍‌ରେଜିଷ୍ଟ୍ରାର ଅଫିସରୁ ସେଲ୍‌ ଡିଡ୍‌ର ନକଲ, ଜାଲ୍‌ ଆଧାର କାର୍ଡ କପି ସହ ଅନ୍ୟାନ୍ୟ ଦସ୍ତାବିଜ ଜବତ କରାଯାଇଛି। ସେହିଭଳି ମମତାଙ୍କ ପାଖରୁ ଆଧାର କାର୍ଡ, ଭୋଟର ଆଇକାର୍ଡ ଓ ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି। ତେବେ ହଳଧର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଅବସରପ୍ରାପ୍ତ କର୍ମଚାରୀ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି। ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲା ନସଦିପୁର ଗ୍ରାମର ଲିପିକା ଦାସଙ୍କର ଭୁବନେଶ୍ୱର ମଳିପଡ଼ା ମୌଜାସ୍ଥିତ ବସନ୍ତ ବିହାରରେ ୨ ହଜାର ବର୍ଗଫୁଟ୍‌ର ଏକ ଜମି ରହିଛି। ସେ ଉକ୍ତ ଜମିକୁ ୧୯୯୯ରେ କିଣିଥିଲେ ଓ ତାଙ୍କ ପାଖରେ ଏହାର ସମସ୍ତ ଦସ୍ତାବିଜ ରହିଛି। ତେବେ କିଛିଦିନ ତଳେ ସେ ଖଜଣା ଦେବାକୁ ଯିବାବେଳେ ତାଙ୍କ ଜମି ଅଭିଯୁକ୍ତ ହଳଧରଙ୍କ ନାମରେ ଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ଅଭିଯୋଗ କରିବା ପରେ ଇଓଡବ୍ଲ୍ୟୁ ଗତ ମଙ୍ଗଳବାର ଏକ ମାମଲା (ନଂ.୭/୨୦୨୩) ରୁଜୁ କରି ତଦନ୍ତ କରିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ଅଭିଯୁକ୍ତମାନେ ଜଣେ ମୋହରିରଙ୍କ ସାହାଯ୍ୟରେ ଖଣ୍ଡଗିରିସ୍ଥିତ ସବ୍‌ ରେଜିଷ୍ଟ୍ରାର ଅଫିସରେ ଲିପିକାଙ୍କ ଦସ୍ତଖତକୁ ନକଲ କରି ଏହି ଠକେଇ କରିଛନ୍ତି। ଏପରିକି ରେଜିଷ୍ଟ୍ରାର ସେଲ୍‌ ଡିଡ୍‌ରେ ଦିଆଯାଇଥିବା ଆଧାର ନମ୍ବର ଜମିର ପ୍ରକୃତ ମାଲିକ ଲିପିକାଙ୍କ ରହିଥିବାବେଳେ ସେଥିରେ ଅଭିଯୁକ୍ତା ମମତାଙ୍କ ଫଟୋ ରହିଛି। ତେବେ ମମତା ଉକ୍ତ ଜମିର ପ୍ରକୃତ ମାଲିକ ସାଜି ଅଭିଯୁକ୍ତ ସୁବୋଧଙ୍କୁ ସାକ୍ଷୀ ଦର୍ଶାଇ ହଳଧରଙ୍କୁ ବିକ୍ରି କରିଥିବା ଜଣାପଡିବା ପରେ ପଦକ୍ଷେପ ନିଆଯାଇଥିବା ଇଓଡବ୍ଲ୍ୟୁ ଡିଏସ୍‌ପି ଦିଲ୍ଲୀପ ତ୍ରିପାଠୀ ଖବରଦାତା ସମ୍ମିଳନୀରେ କହିଛନ୍ତି। ଅଭିଯୁକ୍ତମାନେ ଏଭଳି ଏକାଧିକ ଠକେଇ କରିଛନ୍ତି। ଜଣେ ମୋହରିରଙ୍କ ମଧ୍ୟ ଏହି ଠକେଇରେ ସମ୍ପୃକ୍ତି ଥିବା ପ୍ରମାଣ ମିଳିଛି। ଏହି ଠକେଇ ର଼୍ୟାକେଟରେ ସମ୍ପୃକ୍ତ ଥିବା ଅନ୍ୟ ସଦସ୍ୟଙ୍କୁ ଧରିବାକୁ ପ୍ରୟାସ କରାଯାଉଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri