ଜାଲ ଦସ୍ତାବିଜ୍‌ରେ ଜମି ଠକେଇ: ଅବସରପ୍ରାପ୍ତ ବିଏମ୍‌ସି କର୍ମଚାରୀଙ୍କ ସମେତ ୩ ଗିରଫ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ଜାଲ ଦସ୍ତାବିଜ ଜରିଆରେ ଜମି ଠକେଇ କରିବା ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଭୁବନେଶ୍ୱରରେ ରହୁଥିବା ହଳଧର ଦାସ, ସୁବୋଧ କୁମାର ପରିଡ଼ା ଓ ମମତା ପରିଡ଼ା। ଏଥିସହ ଇଓଡବ୍ଲ୍ୟୁ ପକ୍ଷରୁ ଖଣ୍ଡଗିରିସ୍ଥିତ ସବ୍‌ରେଜିଷ୍ଟ୍ରାର ଅଫିସରୁ ସେଲ୍‌ ଡିଡ୍‌ର ନକଲ, ଜାଲ୍‌ ଆଧାର କାର୍ଡ କପି ସହ ଅନ୍ୟାନ୍ୟ ଦସ୍ତାବିଜ ଜବତ କରାଯାଇଛି। ସେହିଭଳି ମମତାଙ୍କ ପାଖରୁ ଆଧାର କାର୍ଡ, ଭୋଟର ଆଇକାର୍ଡ ଓ ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି। ତେବେ ହଳଧର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଅବସରପ୍ରାପ୍ତ କର୍ମଚାରୀ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି। ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲା ନସଦିପୁର ଗ୍ରାମର ଲିପିକା ଦାସଙ୍କର ଭୁବନେଶ୍ୱର ମଳିପଡ଼ା ମୌଜାସ୍ଥିତ ବସନ୍ତ ବିହାରରେ ୨ ହଜାର ବର୍ଗଫୁଟ୍‌ର ଏକ ଜମି ରହିଛି। ସେ ଉକ୍ତ ଜମିକୁ ୧୯୯୯ରେ କିଣିଥିଲେ ଓ ତାଙ୍କ ପାଖରେ ଏହାର ସମସ୍ତ ଦସ୍ତାବିଜ ରହିଛି। ତେବେ କିଛିଦିନ ତଳେ ସେ ଖଜଣା ଦେବାକୁ ଯିବାବେଳେ ତାଙ୍କ ଜମି ଅଭିଯୁକ୍ତ ହଳଧରଙ୍କ ନାମରେ ଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ଅଭିଯୋଗ କରିବା ପରେ ଇଓଡବ୍ଲ୍ୟୁ ଗତ ମଙ୍ଗଳବାର ଏକ ମାମଲା (ନଂ.୭/୨୦୨୩) ରୁଜୁ କରି ତଦନ୍ତ କରିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ଅଭିଯୁକ୍ତମାନେ ଜଣେ ମୋହରିରଙ୍କ ସାହାଯ୍ୟରେ ଖଣ୍ଡଗିରିସ୍ଥିତ ସବ୍‌ ରେଜିଷ୍ଟ୍ରାର ଅଫିସରେ ଲିପିକାଙ୍କ ଦସ୍ତଖତକୁ ନକଲ କରି ଏହି ଠକେଇ କରିଛନ୍ତି। ଏପରିକି ରେଜିଷ୍ଟ୍ରାର ସେଲ୍‌ ଡିଡ୍‌ରେ ଦିଆଯାଇଥିବା ଆଧାର ନମ୍ବର ଜମିର ପ୍ରକୃତ ମାଲିକ ଲିପିକାଙ୍କ ରହିଥିବାବେଳେ ସେଥିରେ ଅଭିଯୁକ୍ତା ମମତାଙ୍କ ଫଟୋ ରହିଛି। ତେବେ ମମତା ଉକ୍ତ ଜମିର ପ୍ରକୃତ ମାଲିକ ସାଜି ଅଭିଯୁକ୍ତ ସୁବୋଧଙ୍କୁ ସାକ୍ଷୀ ଦର୍ଶାଇ ହଳଧରଙ୍କୁ ବିକ୍ରି କରିଥିବା ଜଣାପଡିବା ପରେ ପଦକ୍ଷେପ ନିଆଯାଇଥିବା ଇଓଡବ୍ଲ୍ୟୁ ଡିଏସ୍‌ପି ଦିଲ୍ଲୀପ ତ୍ରିପାଠୀ ଖବରଦାତା ସମ୍ମିଳନୀରେ କହିଛନ୍ତି। ଅଭିଯୁକ୍ତମାନେ ଏଭଳି ଏକାଧିକ ଠକେଇ କରିଛନ୍ତି। ଜଣେ ମୋହରିରଙ୍କ ମଧ୍ୟ ଏହି ଠକେଇରେ ସମ୍ପୃକ୍ତି ଥିବା ପ୍ରମାଣ ମିଳିଛି। ଏହି ଠକେଇ ର଼୍ୟାକେଟରେ ସମ୍ପୃକ୍ତ ଥିବା ଅନ୍ୟ ସଦସ୍ୟଙ୍କୁ ଧରିବାକୁ ପ୍ରୟାସ କରାଯାଉଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଯୁବକ

ବ୍ରହ୍ମପୁର,୨୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ନୂଆ ସାହି ନିକଟରେ ଥିବା ବଡ଼ ବନ୍ଧ(ପୋଖରୀ)ରେ ବୁଡ଼ି ଜଣେ ଛାତ୍ର ସମେତ ଦୁଇଜଣଙ୍କ ମୃତ୍ୟୁ ଘଟିଛି।…

ସ୍ୱାମୀ କି ପିଲା ନାହାନ୍ତି? ମହିଳାଙ୍କ ମୃତ୍ୟୁ ପରେ କାହାକୁ ମିଳିବ ସମ୍ପତ୍ତି; ବାପଘର ନା ଶାଶୁଘର? ଆଶ୍ଚର୍ଯ୍ୟ କରିବ ଆଇନ!

ନୂଆଦିଲ୍‌ଲୀ,୨୪।୫: ଭାରତୀୟ ସମାଜରେ ମହିଳାମାନଙ୍କ ଆର୍ଥିକ ସୁରକ୍ଷା ଏବଂ ସମ୍ପତ୍ତି ଅଧିକାରକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରଶ୍ନ ଉଠିଥାଏ। ସାଧାରଣତଃ ବିବାହ ପରେ ଜଣେ ମହିଳାଙ୍କ…

ଟ୍ରେନ୍‌ ଉପରେ ଚଢ଼ି ସେଲ୍‌ଫି ନେଉଥିଲେ ଯୁବକ, ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲେ

ଭୁବନେଶ୍ୱର,୨୪ା୫: ଟ୍ରେନ୍‌ରେ ଚଢ଼ି ସେଲ୍‌ଫି ନେବାବେଳେ ଜଳିଗଲେ ଜଣେ ଯୁବକ। ରବିବାର ପୂର୍ବାହ୍ନରେ ମଞ୍ଚେଶ୍ୱର ଷ୍ଟେଶନରେ ଏପରି ଅଘଟଣ ଘଟିଛି। ଯୁବକ ଜଣକ ଟ୍ରେନ ଉପରେ ଚଢ଼ି…

ମାଟି ଉଠାଣକୁ ନେଇ ତୁମୁଳକାଣ୍ଡ: ଥାନାରେ ପହଞ୍ଚିଲା ମାମଲ…

ଧର୍ମଶାଳା,୨୪।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ପଞ୍ଚାୟତର ଶୁନାରି ମୌଜାରୁ ଅବୈଧ ଭାବେ ମାଟି ଉଠାଣ ହେଉଥିବା ବେଳେ ଏହାକୁ ବିରୋଧ…

କିଛି ଦେଶକୁ ନ ଯିବା ପାଇଁ ଆଡଭାଇଜରୀ ଜାରି କଲେ ଭାରତ ସରକାର, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୪।୫: ଆଫ୍ରିକାରେ ଇବୋଲା ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି, ଭାରତ ସରକାର ଏକ ଯାତ୍ରା ପରାମର୍ଶ ବା ଟ୍ରାଭେଲ ଆଡଭାଇଜରୀ ଜାରି କରିଛନ୍ତି,…

ରେଲଓ୍ବେ ଟ୍ରାକରେ ଜବରଦସ୍ତ ବିସ୍ଫୋରଣ, ୨୩ରୁ ଅଧିକ ମୃତ୍ୟୁ ଆଶଙ୍କା

ଇସଲାମାବାଦ,୨୪।୫: ପୁଣିଥରେ ଦୋହଲି ଯାଇଛି ପାକିସ୍ତାନ। କ୍ୱେଟା ସହରରେ ଏକ ଟ୍ରେନରେ ବିସ୍ଫୋରଣ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିସ୍ଫୋରଣରେ ଅନେକ ମୃତାହତ ହୋଇଥିବା ଆଶଙ୍କା…

ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀଙ୍କ ଆହ୍ୱାନ

ଗଞ୍ଜାମ,୨୪/୫ (ବିଦ୍ୟାଧର ସାହୁ): ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି। ସମାଜରେ ଚାଲିଥିବା କୁସଂସ୍କୃତ ରାଜନୀତିରୁ ଦୂରେ ରହି ସହରର ବିକାଶ, ନିଶାମୁକ୍ତ ଗଞ୍ଜାମ…

ରେଳ କର୍ମଚାରୀଙ୍କୁ ବଡ଼ ଭେଟି ଦେଲେ ସରକାର, ଏତେ ବଢିଗଲା ଦରମା!

ନୂଆଦିଲ୍‌ଲୀ,୨୪।୫: ହାଇ-ସ୍ପିଡ ଟ୍ରେନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ, ଭାରତୀୟ ରେଳବାଇ ଦେଶବ୍ୟାପୀ ୧୫୫ଟି ଟ୍ରେନକୁ ଏକ ନୂତନ ‘ହାଇ-ସ୍ପିଡ’ ବର୍ଗରେ ପୁନଃବର୍ଗୀକୃତ କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri