ଶ୍ରଦ୍ଧାଞ୍ଜଳିଙ୍କୁ ମିଳିଲାନି ଆଗୁଆ ଜାମିନ
ଭୁବନେଶ୍ୱର,୧୭।୧(ବ୍ୟୁରୋ): ବହୁ ଚର୍ଚ୍ଚିତ ମହିଳା ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାର ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତଦନ୍ତ ଜାରି ରଖିଛି। ତେବେ ଏହି ମାମଲାରେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଫଳରେ ତାଙ୍କ ଅଢୁଆ ବଢିବାରେ…
ଓଲଟିଲା ଓଟୋ: ଜଣେ ମୃତ,୧୧ ଆହତ
ଠାକୁରମୁଣ୍ଡା,୧୭।୧(ଡି.ଏନ.ଏ.): ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ମାଛଗଡ଼- ଅସନବଣି ରାସ୍ତାର ସାରୁବିଲ ନିକଟରେ ମଙ୍ଗଳବାର ଏକ ଓଟୋ ଭାରସାମ୍ୟ ହରାଇ ଓଲଟି ପଡିଛି। ଏଥିରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ସମେତ ୧୧ ଜଣ ଆହତ…
ରେଞ୍ଜରଙ୍କ ମାଡ଼ରେ କର୍ମଚାରୀ ଆହତ: ଥାନାରେ ଏତଲା
ଖମାର,୧୭।୧(ଡି.ଏନ୍.ଏ.): ଦେବଗଡ଼ ବନଖଣ୍ଡ ଖମାର ବନାଞ୍ଚଳ ଅଧିକାରୀ ଚନ୍ଦ୍ରଶେଖର ଗଡ଼ନାୟକଙ୍କ ମାଡ଼ରେ ପାରା ଫରେଷ୍ଟ ଷ୍ଟାପ୍ ତଥା ରେଞ୍ଜରଙ୍କ ରୋଷେୟା ଭାବେ କାମ କରୁଥିବା ସୁଶାନ୍ତ କୁମାର ବେହେରା(୪୦) ଆହତ ହୋଇ ମେଡ଼ିକାଲ ଭର୍ତ୍ତି ହୋଇଛନ୍ତି। ସୋମବାର ସାରେ ବନାଞ୍ଚଳ ଅଧିକାରୀଙ୍କ…
ସିଟି ହସ୍ପିଟାଲ ଦାବିରେ କେନ୍ଦ୍ରାପଡ଼ା ବନ୍ଦ
କେନ୍ଦ୍ରାପଡ଼ା ଅଫିସ,୧୭।୧: ସହରର ଖଡ଼ଇଙ୍ଗସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ସିଟି ହସ୍ପିଟାଲ ଦାବିରେ କେନ୍ଦ୍ରାପଡ଼ା ସହରକୁ ମଙ୍ଗଳବାର ବନ୍ଦ କରାଯାଇଛି। ମିଳିତ କ୍ରିୟାନୁଷ୍ଠାନ କମିଟି ଆହ୍ବାନ କ୍ରମେ ସହରର ସମସ୍ତ ବ୍ୟବସାୟୀ ଏଥିରେ ସାମିଲ ହୋଇଛନ୍ତି। ସହର…
ଭିଜିଲାନ୍ସ ଜାଲରେ ବିଡିଓ: ୫ ସ୍ଥାନରେ ଏକକାଳୀନ ଚଢାଉ
ଖଡିଆଳ,୧୭।୧(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ ନୂଆପଡା ଜିଲା ଖଡିଆଳ ବିଡିଓ ନାରାୟଣ ସାହୁ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନାରାୟଣ ସାହୁଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ସମ୍ବଲପୁର ଏସ୍ପି ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ବିଡିଓଙ୍କ ବରଗଡସ୍ଥିତ ଭଡା…
ଏଥର ତାଲିକା ଭୁଲ୍ ହେଲେ ନବୀନ ନିବାସ ଘେରାଉ: ଭାଜପା
ଭୁବନେଶ୍ବର,୧୭ା୧(ବ୍ୟୁରୋ):ରାଜ୍ୟରେ ଥିବା ବାସହୀନଙ୍କୁ ଘରଟିଏ ଦେବାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳ ରୂପାୟନ ପାଇଁ ଭାଜପା ରାଜ୍ୟ ସରକାରଙ୍କୁ ବାରମ୍ବାର ଚେତାବନୀ ଦେବା ସହ ଆନ୍ଦୋଳନ କରୁଛି। ଓଡ଼ିଶାର ଯୋଗ୍ୟ ହିତାଧିକାରୀ ଯେପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ଉଠାଇପାରିବେ ସେନେଇ…
ମଦ ଟ୍ରକ ହାଇଜାକ୍ କରିଥିବା ଗ୍ୟାଙ୍ଗ୍ ଧରାପଡିଲା
ଭୁବନେଶ୍ୱର,୧୭।୧(ବ୍ୟୁରୋ):ଗାଡି ନମ୍ବର, ଆଧାର କାର୍ଡ ଓ କାଗଜପତ୍ର ଜାଲିଆତି କରିଥିଲେ। ପରେ ମଦ ବୋଝେଇ ଟ୍ରକ୍ ହାଇଜାକ୍ କରି ରାଜଧାନୀରୁ ନେଇ ଅନୁଗୋଳର ଏକାଧିକ ମଦ ବ୍ୟବସାୟୀଙ୍କୁ ବିକ୍ରି କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଏକ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍ ସମେତ ୩…
ଏଟିଏମ୍ କାର୍ଡ ବଦଳାଇ ଟଙ୍କା ଲୁଟୁଥିଲେ ଜେଲଫେରନ୍ତା
ଭୁବନେଶ୍ୱର,୧୭।୧(ବ୍ୟୁରୋ):ଏଟିଏମ୍ କାଉଣ୍ଟରରେ ସହାୟତା ଆଳରେ ଚତୁରତାର ସହ ଏଟିଏମ୍ କାର୍ଡ ବଦଳାଉଥିଲେ। ଏଥିସହ ପିନ୍ ନମ୍ବର ମନେ ରଖି ଉକ୍ତ କାର୍ଡରୁ ଟଙ୍କା ଉଠାଣ, ଟ୍ରାନ୍ସଫର୍ ଓ ସପିଙ୍ଗ୍ କରୁଥିଲେ। ଉକ୍ତ ଟଙ୍କାରେ କିଣୁଥିଲେ ବିପୁଳ ସୁନା। ରାଜଧାନୀ ସହ ରାଜ୍ୟର…
ଚିହ୍ନଟ ହେଲେ ୯.୫୯ ଲକ୍ଷ ହିତାଧିକାରୀ
ଭୁବନେଶ୍ୱର,୧୭ା୧(ବ୍ୟୁରୋ):ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୯.୫୯ ଲକ୍ଷ ହିତାଧିକାରୀ ପକ୍କାଘର ପାଇବା ନେଇ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୦ ଜିଲାରୁ ୮ଲକ୍ଷ ୧୭ ହଜାର ହିତାଧିକାରୀ ରହିଛନ୍ତି। ବାକି ୧ ଲକ୍ଷ ୪୨ ହଜାର ଫନି କ୍ଷତିଗ୍ରସ୍ତ ୧୪ ଜିଲାର ହିତାଧିକାରୀଙ୍କୁ ପ୍ରଦାନ…
ଘରୋଇ ବସ୍ ଧର୍ମଘଟ ସ୍ଥଗିତ
ଭୁବନେଶ୍ୱର,୧୭ା୧(ବ୍ୟୁରୋ):ବିଭିନ୍ନ ଦାବି ନେଇ ମଙ୍ଗଳବାରଠାରୁ ରାଜ୍ୟବ୍ୟାପୀ ହେବାକୁ ଥିବା ପ୍ରସ୍ତାବିତ ବସ୍ ଧର୍ମଘଟକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସ୍ଥଗିତ ରଖିବାକୁ ଘୋଷଣା କରିଛି। ବସ୍ ଚଳାଚଳ ପୂର୍ବଭଳି ସ୍ବାଭାବିକ ରହିବ। ଦାବି ପୂରଣ ନେଇ ସରକାରଙ୍କ ସହ ଆଲୋଚନା…
୫ ଗ୍ରୀଡ୍ ସବ୍ଷ୍ଟେଶନ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୭ା୧(ବ୍ୟୁରୋ):ରାଜ୍ୟର ୪ ଜିଲାରେ ୫ଟି ଉଚ୍ଚ କ୍ଷମତାସମ୍ପନ୍ନ ଗ୍ରୀଡ୍ ସବ୍ଷ୍ଟେଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭିଡିଓ କନ୍ଫରେନ୍ସ ଜରିଆରେ ଉଦ୍ଘାଟନ କରିଛନ୍ତି। ଏଥିପାଇଁ ୨୫୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ସ୍ଥାନଗୁଡ଼ିକ ହେଲା ଗଞ୍ଜାମ ଜିଲାର ହିଞ୍ଜିଳିକାଟୁ, ମାଲକାନଗିରିର…
ସବୁ ନିର୍ବାଚନମଣ୍ଡଳୀରେ ବିଧାୟକ ଭବନ ଖୋଲିବାକୁ ସରକାରଙ୍କୁ ଦିଆଯିବ ପ୍ରସ୍ତାବ
ଭୁବନେଶ୍ବର,୧୭ା୧(ବ୍ୟୁରୋ):ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ବିଧାୟକ ଭବନ ହେବ। ଏନେଇ ବିଧାନସଭା ଏଥିକ୍ସ କମିଟିରେ ସୋମବାର ଆଲୋଚନା ହେବା ପରେ ଏ ସମ୍ପର୍କିତ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପଠାଯିବ ବୋଲି ସ୍ଥିର ହୋଇଛି। ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏଥିକ୍ସ…

