ଡିଜେ ବଜାଇ ଶତାୟୁଙ୍କ ଅନ୍ତିମ ସତ୍କାର

ବରଗଡ଼ ଅଫିସ୍‌,୫।୩: ଜନ୍ମ ପରେ ଦିନେ ମୃତ୍ୟୁ ନିଶ୍ଚିତ। କିନ୍ତୁ ଶତାୟୁ ସଭିଙ୍କ ଭାଗ୍ୟରେ ନ ଥାଏ । ସେହିପରି ମୃତ୍ୟୁ ପରେ ଶବ ସତ୍କାର କରାଯାଏ। ଗାଁ, ପରିବାରରେ ଗଭୀର ଶୋକ ପ୍ରକାଶ ପାଇଥାଏ । ତେବେ ବରଗଡ଼ ଜିଲା ତବଡ଼ା ପଞ୍ଚାୟତ କଲଙ୍ଗାପାଲ ଗ୍ରାମରେ ଜଣେ ଶତାୟୁ କୁଶ ମେହେର(୧୦୫)ଙ୍କ ଦେହାନ୍ତ ପରେ ଗାଁ ଲୋକେ ନିଆରା ଭାବେ ଶବ ସତ୍କାର କରିଛନ୍ତି । ଶନିବାର କୁଶଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ଗ୍ରାମରେ ଶୋକ ପ୍ରକାଶ ପାଇଛି ସତ, ହେଲେ ଗ୍ରାମରେ ଜଣେ ଶତାୟୁଙ୍କ ପାଇଁ ଗ୍ରାମବାସୀ ଗର୍ବ ଅନୁଭବ କରୁଥିଲେ। ତାଙ୍କୁ ନିଆରା ଭାବେ ବିଦାୟ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ଡିଜେ, ବାଜା ସହିତ ନାଚି ନାଚି ମୃତଦେହକୁ ଗାଁ ମଶାଣି ପର୍ଯ୍ୟନ୍ତ ନେଇଥିଲେ । ସେଠାରେ ରୀତିନୀତି ଅନୁଯାୟୀ ଅନ୍ତିମ ସତ୍କାର କରାଯାଇଥିଲା। ବଡ଼ପୁଅ ଯୋଗେନ୍ଦ୍ର ମୁଖାଗ୍ନି ଦେଇଥିଲେ। ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଦାରୁ ମିଳିଲା ମହିଳାଙ୍କ ମୃତଦେହ

ଯୋଡ଼ା,୨୫।୧୦(ଡି.ଏନ.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅଧୀନ କମଳପୁର ଗ୍ରାମରେ ସୋମବାର ଏକ ବୁଦା ଭିତରୁ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ପୋଲିସ ଜବତ କରିଛି।...

ପାଇକ ବିଦ୍ରୋହକୁ ମନେପକାଇଲା ସାମରିକ କଳାପ୍ରଦର୍ଶନ

ବୋଲଗଡ,୨୯ା୧୨(ଡି.ଏନ.ଏ): ବୋଲଗଡ ଷୋଡଶତମ ବୋଲଗଡ ମହୋତ୍ସବ ଆଶା ୨୦୧୯ ଶନିବାର ତୃତୀୟ ସଂନ୍ଧ୍ୟାରେ ପ୍ରବଳ ଶୀତ ସ୍ବତ୍ୱେ ଅଧିକ ସଂଖ୍ୟାରେ ଦର୍ଶକ ମାନଙ୍କର ସମାଗମ ହୋଇଥିଲା...

ତିନି ବର୍ଷ ହେଲା ଅବ୍ୟବସ୍ଥାରେ ଗଞ୍ଜାମ ମାଛ ମାର୍କେଟ

ଗଞ୍ଜାମ,୨୦।୯(ଡି.ଏନ.ଏ.): ଅବ୍ୟବସ୍ଥାରେ ଗଞ୍ଜାମ ସହର ସାନ ବଜାରଠାରେ ଥିବା ମାଛ ମାର୍କେଟ। ପୂର୍ବରୁ ଏନ୍‌ଏସି ପ୍ରଶାସନ ପକ୍ଷରୁ ମାଛ ବ୍ୟବସାୟୀଙ୍କ ଲାଗି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ...

ହୋମ୍ କ୍ବାରାଣ୍ଟାଇନ୍ ଉଲଙ୍ଘନ ଅଭିଯୋଗ

ବିଜେପୁର, ୪।୪(ଡି.ଏନ.ଏ.) କରୋନା କଟକଣା ଦିନକୁ ଦିନ ଗମ୍ଭୀର ହେବାକୁ ଲାଗିଛି। କଟକ, ଭୁବନେଶ୍ୱରରେ ଗତକାଲିରୁ ଦୁଇ ଦିନ ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍ ରହିଛି। ଏହି...

ନିଜେ ଭିଜିଲାନ୍ସ ଅଫିସର: ମାମଲା ରଫାଦଫା ପାଇଁ ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା

ଭବାନୀପାଟଣା,୩।୭(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଭବାନୀପାଟଣା ଭିଜିଲାନ୍ସ ପବ୍ଲିକ ପ୍ରସିକ୍ୟୁଟର ପିପି ଆଶୁତୋଷ ମିଶ୍ର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ମହୁଲପାଟଣା ଫାଣ୍ଡିର ପୂର୍ବତନ ଏଏସ୍‌ଆଇ ମଳୟ ରଣାଙ୍କ...

ଦୁର୍ଗାଙ୍କ ପାର୍ଶ୍ୱ ମୂର୍ତ୍ତି ଚୋରି

କୋରୁକୋଣ୍ଡା, ୭।୧୦(ଡି.ଏନ୍‌.ଏ.)-ଓର୍‌କେଲ ଥାନା ଅଧୀନ ପର୍କନମାଳା ପଞ୍ଚାୟତ ସୁନାନଗର ଘାଟିସ୍ଥିତ ଦୁର୍ଗା ମନ୍ଦିରରୁ ମା’ଙ୍କ ପାର୍ଶ୍ୱ ଦେବୀଙ୍କ ମୂର୍ତ୍ତି ଚୋରି ହୋଇଛି। ସୋମବାର ସକାଳୁ ପୂଜାରୀ...

ମହିଳାଙ୍କ ବଦାନ୍ୟତା: ଶ୍ରୀମନ୍ଦିରକୁ ୨୦ଲକ୍ଷ, ବିଦ୍ୟାଳୟକୁ ୧୫ଲକ୍ଷ ଦାନ

ବସ୍ତା, ୧୬।୫(ଡି.ଏନ.ଏ.): ନିଜର ବଦାନ୍ୟତା ପାଇଁ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଦାନନ୍ଦପୁର ଗ୍ରାମର ସୁପ୍ରଭା ପଣ୍ଡା (୭୦) ସମଗ୍ର ରାଜ୍ୟରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।...

ବିନା ଭକ୍ତରେ ଚାଲିଛି ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମା

ସଜନାଗଡ଼, ୫।୬(ଡି.ଏନ୍‌.ଏ.): ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା। ଏହି ଅବସରରେ ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାଲେଶ୍ୱର ଜିଲା ନୀଳଗିରି ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ନୀତି ଶୁକ୍ରବାର...

Advertisement
Archives

Model This Week