ଅଙ୍ଗନଓ୍ବାଡି କେନ୍ଦ୍ରକୁ ନିମ୍ନମାନର ଛତୁଆ, ଲଡୁ ଯୋଗାଣ
ବରୀ,୨୯ା୭(ଡି.ଏନ.ଏ.): ବରୀ ବ୍ଲକ୍ ଅଧୀନରେ ଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକୁ ନିମ୍ନମାନର ଛତୁଆ ଓ ଲଡୁ ଯୋଗାଣ କରାଯାଉଛି। ତେବେ ଏନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଯୋଗାଣ ଦାୟିତ୍ୱରେ ଥିବା ସ୍ବୟଂ ସହାୟିକା ଗୋଷ୍ଠୀଗୁଡ଼ିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ।…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୀତି ଆୟୋଗ ଉପାଧ୍ୟକ୍ଷ
ଭୁବନେଶ୍ବର, ୨୯ା୭(ବ୍ୟୁରୋ): ନୂଆଦିଲ୍ଲୀରେ ଆସନ୍ତା ଅଗଷ୍ଟ ୭ରେ ଅନୁଷ୍ଠିତ ହେବ ନୀତି ଆୟୋଗର ୭ମ ପରିଚାଳନା ପରିଷଦ ବୈଠକ। ଏଥିରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ମିଳିଛି। ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ କୁମାର ବେରୀ, ସଦସ୍ୟ ବିନୋଦ କେ.…
୫ ବର୍ଷରେ ଗଲାଣି ୨୫ ହଜାର ଜୀବନ
ଭୁବନେଶ୍ୱର,୨୯।୭(ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତା ବଢ଼ାଇବାରେ ଲାଗିଛି। ସୁପ୍ରିମକୋର୍ଟ ସୁରକ୍ଷା କମିଟି ପରାମର୍ଶ ସତ୍ତ୍ୱେ ରାଜ୍ୟରେ ଦୁର୍ଘଟଣା ହାର ବଢ଼ିଚାଲିଛି। ଗତ ୫ ବର୍ଷରେ ସଡ଼କ ଦୁର୍ଘଟଣାରେ ୨୫,୨୫୭ ଜଣଙ୍କର ଜୀବନ ଯାଇଛି। ୨୦୧୭ରେ ସଡ଼କ ଦୁର୍ଘଟଣାରେ ୪୭୯୦ ଜଣଙ୍କର…
କୃଷିରୁ ମୁହଁ ଫେରାଉଛନ୍ତି ଚାଷୀ: ବିରୋଧୀ
ଭୁବନେଶ୍ୱର,୨୯।୭(ବ୍ୟୁରୋ): କେନ୍ଦ୍ର ସରକାର ଦେଶବାସୀଙ୍କୁ କିଛି ସୁନେଲି ସ୍ବପ୍ନ ଦେଖାଇଥିଲେ। ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ କରିବା, ପ୍ରତି ଘରେ ରନ୍ଧନ ଗ୍ୟାସ୍ ପହଞ୍ଚାଇବା ଓ ଅର୍ଥନୀତିକୁ ୫ ଟ୍ରିଲିୟନରେ ପହଞ୍ଚାଇବା, ହେଲେ କିଛି ହେଲାନି। କୃଷି ଉପରେ ବି…
୫ରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ
ଭୁବନେଶ୍ବର,୨୯ା୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୫ରେ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଭବନରେ ଆୟୋଜିତ ‘ଆଜାଦି କା ଅମୃତ ମହୋତ୍ସବ’ର ଜାତୀୟ କମିଟି ବୈଠକରେ ସେ ଯୋଗଦେବେ। ଏହାସହ ନୀତି…
ମହାନଦୀ ଜଳ ବିବାଦ: ସରକାର ଖର୍ଚ୍ଚ କଲେଣି ୯୨ ଲକ୍ଷ
ଭୁବନେଶ୍ୱର,୨୯।୭(ବ୍ୟୁରୋ): ମହାନଦୀ ପାଣିକୁ ଛତିଶଗଡ଼ ବଡ଼ ବଡ଼ ବ୍ୟାରେଜ କରି ଅଟକାଇଛି। ଅଣମୌସୁମୀ ବେଳେ ନଦୀର ଜଳସ୍ରୋତ ହ୍ରାସ ପାଇଛି। ଏହାକୁ ନେଇ ବହୁ ତୁମ୍ବିତୋଫାନ ହୋଇଛି। ମାମଲା ଏବେ ମହାନଦୀ ଟ୍ରିବ୍ୟୁନାଲରେ ରହିଛି। ଏ ପର୍ଯ୍ୟନ୍ତ ଫଳାଫଳ ଆସି ନାହିଁ।…
ମାଙ୍କଡ଼ଙ୍କ ପାଇଁ ଝୁଲନ୍ତା ଚଲାପଥ
କେନ୍ଦୁଝର,୨୯ା୭(ସ୍ବ.ପ୍ର.): କେନ୍ଦୁଝର ଜିଲାର ଜୁଡିଆ, କାଞ୍ଜିପାଣି ଘାଟିରେ ମାଙ୍କଡ଼ମାନେ ଖାଦ୍ୟ ପାଇଁ ବୁଲୁଥିବା ବେଳେ ଅସୁରକ୍ଷିତ ଭାବେ ଗୋଟିଏ ପାର୍ଶ୍ୱ ଜଙ୍ଗଲରୁ ଅନ୍ୟ ପାର୍ଶ୍ୱକୁ ଜାତୀୟ ରାଜପଥ ୪୯ ଦେଇ ଅତିକ୍ରମ କରିଥାନ୍ତି। ବ୍ୟସ୍ତବହୁଳ ଜାତୀୟ ରାଜପଥରେ ଦୈନିକ ହଜାର ହଜାର…
ଆଉ ଏକ ଗୁଳିିବିଦ୍ଧ ଦନ୍ତା ଗୁରୁତର
ଭୁବନେଶ୍ୱର(ବ୍ୟୁରୋ)/ନରସିଂହପୁର (ସ୍ବ.ପ୍ର.)୨୯।୭: ଆଠଗଡ଼ ବନଖଣ୍ଡ ନରସିଂହପୁର ଜଙ୍ଗଲରେ ଗତ ୬ଦିନ ହେଲା ବୁଲୁଥିବା ଗୁଳିବିଦ୍ଧ ଦନ୍ତାକୁ ବନ ବିଭାଗ ଗୁରୁବାର ଠାବ କରି ଚିକିତ୍ସା ଆରମ୍ଭ କରିଛି। ନରସିଂହପୁର ପ୍ରାଣୀଧନ ଚିକିତ୍ସକ ବିଜୟ କୁମାର ସେନାପତି, ନନ୍ଦନକାନନ ଏବଂ ସାତକୋଶିଆର ବନ୍ୟପ୍ରାଣୀର…
୨୫% ସଂରକ୍ଷଣରେ ନାମ ନ ଲେଖାଇଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୨୯।୭(ବ୍ୟୁରୋ): ଶିକ୍ଷା ଅଧିକାର ଆଇନ (ଆର୍ଟିଇ)-୨୦୦୯ ଅନୁଯାୟୀ ଅବହେଳିତ ଶ୍ରେଣୀର ପିଲାଙ୍କ ପାଇଁ ସବୁ ସ୍କୁଲରେ ୨୫% ସିଟ୍ ସଂରକ୍ଷଣ ବ୍ୟବସ୍ଥା ରହିଛି। ହେଲେ ବହୁ ଘରୋଇ ସ୍କୁଲ ଏହାକୁ ଠିକ୍ ଭାବେ କାର୍ଯ୍ୟକାରୀ କରୁ ନ ଥିବାରୁ ରାଜ୍ୟ ସରକାର…
ବାବୁସାନ୍ ପାରିବାରିକ ବିବାଦ: ଆପୋସ ସମାଧାନ ପାଇଁ ଉଦ୍ୟମ
ଭୁବନେଶ୍ୱର,୨୮।୭(ବ୍ୟୁରୋ): ଅଭିନେତା ବାବୁସାନ୍ ମହାନ୍ତିଙ୍କ ପାରିବାରିକ ବିବାଦର ଆପୋସ ସମାଧାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ବାବୁସାନ୍ଙ୍କ ଓକିଲ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଘଟଣାକୁ ନେଇ ବାବୁସାନ୍ ମଧ୍ୟ ଅନୁତାପ କରୁଛନ୍ତି ସେ…
ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
ସାରସକଣା,୨୮।୭(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଜୋକା ପଞ୍ଚାାୟତ ଛକଠାରୁ ପ୍ରାୟ ୩୦୦ ମିଟର ଦୂର ଏକ ସ୍ବୟଂ ସହାୟକ ଗୋଷ୍ଠୀ ଘର ପଛପଟ ପଡ଼ିଆରୁ ଉଲଗ୍ନ ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହକୁ ପୋଲିସ ଗୁରୁବାର ଉଦ୍ଧାର କରିଛି। ପୁଅ ବାବଲୁ…
ଅକ୍ଟୋବର ୧୬ରେ ହେବ ଓଏଏସ୍ ପ୍ରିଲିମ୍
ଭୁବନେଶ୍ୱର,୨୮।୭(ବ୍ୟୁରୋ): ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍)ର ପ୍ରିଲିମ୍ ପରୀକ୍ଷା ପାଇଁ ଗୁରୁବାର ତାରିଖ ଘୋଷଣା କରାଯାଇଛି। ଅକ୍ଟୋବର ୧୬ ତାରିଖରେ ପ୍ରିଲିମ ପରୀକ୍ଷା ଅନୁଷ୍ଠିତ ହେବା ନେଇ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍ସି)ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏ ସମ୍ପର୍କିତ ସବିଶେଷ…
Archives


