ରାଜନଗରରେ ଚାଞ୍ଚଲ୍ୟ: ଘରୁ ମିଳିଲା ମା, ବାପା, ପୁଅଙ୍କ ମୃତଦେହ
ରାଜନଗର,୩।୩(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଧୀନ ତାଳଚୁଆ ପଞ୍ଚାୟତ ରାଜେନ୍ଦ୍ରନଗର ଗ୍ରାମରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏକ ଘରୁ ମା’, ବାପା, ଏବଂ ପୁଅଙ୍କ ମୃତଦେହ ରାଜନଗର ପୋଲିସ ଉଦ୍ଧାର କରିଛି। ମୃତକ ହେଲେ ବାପା ଶ୍ରୀଦାମ ମଣ୍ଡଳ(୫୩),…
ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ
ମହାକାଳପଡ଼ା,୩ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ କିଆରବାଙ୍କ ସ୍ଥିତ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା ( ରାଡ଼ାର କେନ୍ଦ୍ର)ପରିସରରେ ସୈନ୍ୟବାହିନୀର ଜଣେ ଯବାନ ନିଜକୁ ଗୁଳିକରି ହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ତାମିଲନାଡୁର…
ଏମ୍କେସିଜି ମେଡିକାଲ ସମ୍ପ୍ରସାରଣ ପାଇଁ ୯୫୦ କୋଟି
ବ୍ରହ୍ମପୁର,୩।୩ (ସୁବାସ ଚନ୍ଦ୍ର ପାଢ଼ୀ): ରାଜ୍ୟରେ ସ୍ବାସ୍ଥ୍ୟ ସେବା ସୁଦୃଢ଼ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ପଦକ୍ଷେପ ନେଇଛନ୍ତି। ଏହି ଧାରାରେ ବ୍ରହ୍ମପୁରରେ ଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲ କଲେଜ ଓ ହସ୍ପିଟାଲର ସମ୍ପ୍ରସାରଣ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ…
ବିନା ଫାଇଲ, ଅଟକଳରେ ସୌନ୍ଦର୍ଯ୍ୟକରଣ
ହାଟଡ଼ିହୀ,୩।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍ର କାନ୍ଥରେ ବିଭିନ୍ନ ମନ୍ଦିର, ଜଳ ପ୍ରପାତର ଚିତ୍ର ଅଙ୍କନ କରି ସୌନ୍ଦର୍ଯ୍ୟକରଣ କରାଯାଇଛି। ବ୍ଲକ୍ ସମ୍ମୁଖରେ ଏକ ପାର୍କ ମଧ୍ୟ ନିର୍ମାଣ ହୋଇଛି। ପାର୍କରେ ମୂଲ୍ୟବାନ ଘାସ କିଣି ଅଣାଯାଇ ଗାଲିଚା ପ୍ରସ୍ତୁତ…
ମହାନଦୀ ବାଲିରେ କୁମ୍ଭୀର
ଗଣିଆ,୩ା୩ (ସନ୍ତୋଷ କୁମାର ପ୍ରଧାନ): ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ କେନ୍ଦୁପଲ୍ଲୀ ଗ୍ରାମ ନିକଟ ମହାନଦୀ ବାଲିପଠାରେ ଏକ କୁମ୍ଭୀର ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। କୁମ୍ଭୀରଟି ନଦୀ ବାଲିରେ ବୁଲୁଥିବାର ଦେଖି ଲୋକେ ଗଣିଆ ବନ ବିଭାଗ କର୍ମଚାରୀଙ୍କୁ…
ଅଲ୍ଟ୍ରାସାଉଣ୍ଡ କେନ୍ଦ୍ର ସିଲ୍
ନୟାଗଡ଼,୩ା୩(ଲୋକନାଥ ମିଶ୍ର): ନୟାଗଡ଼ ସହରର ସାଇ ଅଲଟ୍ରାସାଉଣ୍ଡ କେନ୍ଦ୍ର ସିଲ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ଉପଜିଲାପାଳ କର୍ଣ୍ଣଦେବ ସମାଦରଙ୍କ ତୱାବଧାନରେ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଅଧିକୃତ ବିଶେଷଜ୍ଞ ଡା. ତାଙ୍କର ସମ୍ମତି ପ୍ରତ୍ୟାହାର କରିବା ସମ୍ପର୍କରେ ପଚରା ଉଚରା…
ସିଡିଏମ୍ଓଙ୍କ କାର୍ଯ୍ୟାଳୟରେ ଅଭାବନୀୟ ଘଟଣା: ଡାକ୍ତର-କର୍ମଚାରୀ ମାରପିଟ
ସମ୍ବଲପୁର,୩ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟର ସିଡିଏମ୍ଓଙ୍କ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା କ୍ରମରେ ଦୁଇଜଣ ଡାକ୍ତର ଓ କର୍ମଚାରୀଙ୍କ ମଧ୍ୟରେ ମାରପିଟ ହୋଇଛି। ଏ ନେଇ ଉଭୟ ପକ୍ଷରୁ ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ପୃଥକ୍ ମାମଲା…
ଋଣ ବୋଝ ଅସହ୍ୟ: ଚାଷୀଙ୍କ ଆତ୍ମହତ୍ୟା
ଛେଣ୍ଡିପଦା,୩ା୩ (ଅଜିତ ଧଳ): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ସାପୋଇସାହିର ଯୁବ ଚାଷୀ ତ୍ରିନାଥ ପ୍ରଧାନ(୪୧) ଋଣ ଶୁଝି ନ ପାରି ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀଙ୍କ ବଡ଼ ବାପା ବୃନ୍ଦାବନ ପ୍ରଧାନ ଏ…
ମାଲକାନଗିରି ପୂର୍ବତନ ବିଜେଡି ବିଧାୟକ ମୁକୁନ୍ଦ ସୋଡ଼ି ଦଳ ଛାଡ଼ିଲେ
ମାଲକାନଗିରି, ୩ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରିର ପୂର୍ବତନ ବିଜେଡି ବିଧାୟକ ମୁକୁନ୍ଦ ସୋଡ଼ି ଶନିବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ସେଥିରେ ଇସ୍ତଫାର କାରଣ ଦର୍ଶାଇ ନ…
ପିପିଲି ଭାଜପାରେ ଛକାପଞ୍ଝା; ଟିକେଟ ଆଶାରେ ଆଶ୍ରିତ, ରାଧାମୋହନ, ସରୋଜ…
ପିପିଲି, ୩।୩ (ପ୍ରଭାତ ମହାପାତ୍ର): ପୁରୀ ଜିଲା ପିପିଲି-ଡେଲାଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି (ଭାଜପା)ରୁ ପ୍ରାର୍ଥୀ ହେବା ଲାଗି ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଅଦ୍ୟାବଧି ଟିକେଟ୍ ପାଇବା ପାଇଁ ଏମାନେ ନିଜ ଢଙ୍ଗରେ ଚେଷ୍ଟା ଚଳାଇଛନ୍ତି। ସେମାନେ ହେଲେ…
୫ ମେଡିକାଲ କଲେଜରେ ଟିଚିଂ ହସ୍ପିଟାଲ
ଭୁବନେଶ୍ୱର,୩।୩(ଅସମାପିକା ସାହୁ): ରାଜ୍ୟର ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଭର୍ଚୁଆଲରେ ରାଜ୍ୟର ୫ ସରକାରୀ ମେଡିକାଲ କଲେଜରେ ଟିଚିଂ ହସ୍ପିଟାଲର ଉଦ୍ଘାଟନ କରିଛନ୍ତି। ଏଥିସହ ୪ ମେଡିକାଲ କଲେଜର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ…
ଜାଣନ୍ତୁ ଜିଆଇ ଟ୍ୟାଗ୍ କ’ଣ,
ଭୁବନେଶ୍ୱର,୩।୩: ଏକ ନିର୍ଦ୍ଦିଷ୍ଟ ଉତ୍ପାଦର ଭୌଗୋଳିକ ସ୍ଥିତି ବା ଏହାର ମୂଳ ସ୍ଥାନ (ସହର, ଅଞ୍ଚଳ ବା ଦେଶ)କୁ ସୂଚାଇବା ପାଇଁ ଭୌଗୋଳିକ ସଙ୍କେତ (ଜିଆଇ)କୁ ବ୍ୟବହାର କରାଯାଇଥାଏ। ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ର ସଦସ୍ୟ ଭାବେ ଭାରତ ୧୯୯୯ରେ ଜୋଗ୍ରାଫିକାଲ…

