ଝୁଲୁଛି ଭାଜପା, କଂଗ୍ରେସର ପ୍ରାର୍ଥୀ ତାଲିକା

ନୟାଗଡ଼,୩୧ା୩ (ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ୪ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଥିବାବେଳେ ଭାଜପା ଓ କଂଗ୍ରେସ ପକ୍ଷରୁ କୌଣସି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦିଆଯାଇ ପାରିନାହିଁ। ସବୁ ନିର୍ବାଚନମଣ୍ଡଳୀରେ ୨ ଜାତୀୟ ଦଳର ପ୍ରାର୍ଥୀ ତାଲିକା ଝୁଲିରହିଛି। କାହାକୁ ଟିକେଟ ଦେଲେ ଦଳ ଶାସକ ବିଜେଡି ଦଳର ପ୍ରାର୍ଥୀଙ୍କୁ ମୁକାବିଲା କରି ବାଜିମାରିବ ସେନେଇ ଜୋରଦାର ସମୀକ୍ଷା ଓ ଅଙ୍କକଷା ଛିଣ୍ଡୁନି। ସେପଟେ ରଣପୁର, ନୟାଗଡ଼ ଓ ଦଶପଲ୍ଲା ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ଦେଇ ପ୍ରଚାରରେ ଆଗୁଆ ରହିଛି। ଏଠାରେ ପ୍ରାର୍ଥୀମାନେ ପ୍ରଚାରକୁ ତ୍ୱରାନ୍ବିତ କରି ସାରିଲେଣି। ଅନ୍ୟପକ୍ଷେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ଦେଇପାରିନାହିଁ। ଏହି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ପାଇଁ ଅନେକ ଆଶାୟୀ ରହିଥିବାବେଳେ ବିଜେଡି ଦଳ କାହାକୁ ଟିକେଟ ଦେଉଛି ଦେଖିବାର ରହିଲା। ଏଭଳିସ୍ଥଳେ ଆଶାୟୀ ପ୍ରାର୍ଥୀ ଟିକେଟ ପାଇବାକୁ କସରତ ଜାରି ରଖିଥିବାବେଳେ ସେପଟେ ପ୍ରଚାର ଓ ଭୋଟରଙ୍କ ସହ ସମୟ ବିତାଇବାକୁ ପାଉନାହାନ୍ତି।
ନୟାଗଡ଼ ଜିଲାର ୪ଟି ନିର୍ବାଚନମଣ୍ଡଳୀ ୩ଟି ଲୋକ ସଭା ଆସନରେ ରହିଛି। କଟକ ଲୋକ ସଭା ଅଧୀନରେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ରହିଥିବାବେଳେ କନ୍ଧମାଳ ଲୋକ ସଭା ଅଧୀନରେ ଦଶପଲ୍ଲା ନିର୍ବାଚନମଣ୍ଡଳୀ ରହିଛି। ସେହିପରି ପୁରୀ ଲୋକ ସଭା ଅଧୀନରେ ନୟାଗଡ଼ ଓ ରଣପୁର ନିର୍ବାଚନମଣ୍ଡଳୀ ରହିଛି। ଜିଲାର ୪ଟି ଯାକ ନିର୍ବାଚନମଣ୍ଡଳୀ ଓ ୩ଟି ଲୋକ ସଭା ଆସନ ବିଜେଡିର ବିଧାୟକ ଓ ଏମ୍‌ପିଙ୍କ ଅଧୀନରେ ଅଛି। ମୋଟାମୋଟି ଭାବେ ନୟାଗଡ଼ ଜିଲା ପୂରା ବିଜେଡି ଦଖଲରେ ରହି ବିଜେଡିର ଦୁର୍ଗ ପାଲଟିଛି। ୩ ଏମ୍‌ପି ସିଟ୍‌ ମଧ୍ୟରୁ କଟକ ପାଇଁ ସଂତୃପ୍ତ ମିଶ୍ର, କନ୍ଧମାଳ ପାଇଁ ଅଚ୍ୟୁତ ସାମନ୍ତ ଓ ପୁରୀ ପାଇଁ ଅରୂପ ପଟ୍ଟନାୟକ ଏମ୍‌ପି ପ୍ରାର୍ଥୀ ଭାବେ ଟିକେଟ ପାଇ ସାରଛିନ୍ତି। କଟକ ଓ ପୁରୀ ଲୋକ ସଭା କ୍ଷେତ୍ର ପାଇଁ ଏମ୍‌ପି ପ୍ରାର୍ଥୀ କେବଳ ବଦଳିଛନ୍ତି। ଅନ୍ୟପକ୍ଷେ ଜିଲାର ୪ଜଣ ବିଧାୟକଙ୍କ ମଧ୍ୟରୁ ନୟାଗଡ଼ ପାଇଁ ଅରୁଣ କୁମାର ସାହୁ, ରଣପୁର ପାଇଁ ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା ପାଇଁ ରମେଶ କୁମାର ବେହେରା ବିଜେଡି ଟିକେଟ ପାଇ ସାରିଛନ୍ତି। କେବଳ ବାକି ରହିଛି ଖଣ୍ଡପଡା। ଏଠାର ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ବହିଷ୍କାର କରିଥିବା ବେଳେ କେହି ଟିକେଟ ପାଇନାହାନ୍ତି। ସେହିପରି ଭାଜପା ପକ୍ଷରୁ ୩ ଲୋକସଭା ଆସନ ଲାଗି ପୁରୀରୁ ସମ୍ବିତ ପାତ୍ର, କଟକରୁ ଭର୍ତ୍ତୃହରି ମହତାବ, କନ୍ଧମାଳରୁ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ଏମ୍‌ପି ପ୍ରାର୍ଥୀ ଭାବେ ଘୋଷଣା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?