ରାଜ୍ୟ

ବନ୍ଧା ପଡ଼ିଥିବା ସୁନା ଆଣିବାକୁ କହିବାରୁ ସ୍ତ୍ରୀଙ୍କ ଦେହରେ ନିଆଁ ଲଗାଇ ଦେଲେ ସ୍ବାମୀ

କୋକସରା ୧୮।୪: ବନ୍ଧା ପଡିଥିବା ସୁନା ଅଳଙ୍କାର ମୁକୁଳାଇବାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ଝଗଡ଼ା ଚରମସୀମାରେ ପହଞ୍ଚିଛି। ରାଗ ସମ୍ଭାଳି ନ ପାରି ସ୍ବାମୀ କିରୋସିନ ଢାଳି ସ୍ତ୍ରୀଙ୍କୁ ନିଆଁ ଲଗାଇ ଦେବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।...

କରୋନାରେ ନାଟ୍ୟକାର ବଟରାଜ ଦେବ ଗୋସ୍ବାମୀ ଓ ସ୍ତ୍ରୀଙ୍କ ଦେହାନ୍ତ

ପୁରୀ ଅଫିସ, ୧୮ା୪: ସୁପରିଚିତ ନାଟ୍ୟକାର, ଅଭିନେତା ତଥା ନିର୍ଦ୍ଦେଶକ ବଟରାଜ ଦେବ ଗୋସ୍ବାମୀ ଓ ତାଙ୍କ ସହଧର୍ମିଣୀ ରାଧାମଣି ଗୋସ୍ବାମୀଙ୍କର ଶନିବାର କରୋନାରେ ଜୀବନ ଯାଇଛି। ମୃତ୍ୟୁବେଳକୁ ବଟରାଜଙ୍କୁ ୭୩ବର୍ଷ ବୟସ ହୋଇଥିଲା। ଏହି ଦମ୍ପତି କରୋନାରେ ଆକ୍ରାନ୍ତ...

ବଜ୍ରକାପ୍ତା ଚାଲାଣବେଳେ ଧରାପଡ଼ିଲା, ୩୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଥାନ୍ତା

ଭୁବନେଶ୍ୱର (ବ୍ୟୁରୋ), ବଡ଼ମ୍ବା (ଡି.ଏନ୍‌.ଏ.), ୧୮ା୪: ରାଜ୍ୟରେ ବେଧଡ଼କ ଚାଲିଛି ବନ୍ୟଜନ୍ତୁ ଶିକାର ଓ ଚୋରା ଚାଲାଣ। ଶୁକ୍ରବାର ଆଉଏକ ବଜ୍ରକାପ୍ତା ଚୋରା ଚାଲାଣ ର଼୍ୟାକେଟକୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଧରିଛି। ର଼୍ୟାକେଟରେ ସମ୍ପୃକ୍ତ ଜଣେ ଚାଲାଣକାରୀଙ୍କୁ...

ମାସ୍କ ନ ପିନ୍ଧି ଡ୍ୟୁଟି କରୁଥିଲେ ଖାକିଧାରୀ: ପଚାରିବାରୁ ନାଲିଆଖି, ମାଡ଼ ମାରି ଥାନାକୁ ଟେକିନେଲେ

ଭୁବନେଶ୍ୱର,୧୮।୪(ବ୍ୟୁରୋ): କରୋନା ନିୟମ ଉଲ୍ଲଂଘନ କରୁଥିବା ପୋଲିସ ବାବୁଙ୍କ ଫଟୋ ଉଠାଇବା ଦୁଇ ଛାତ୍ରଙ୍କ ପାଇଁ ମହଙ୍ଗା ପଡିଛି। ଖାକି ପାହାର ଖାଇବା ସହ ଥାନା ହାଜତରେ ସମୟ ବିତିଛି। ମଞ୍ଚେଶ୍ୱର ଥାନା ପୋଲିସର ଏପରି ବର୍ବରତା ଖାକି ପୋଷାକରେ...

ବେଆଇନ କଳାପଥର ଖନନର ତଦନ୍ତ କରିବ ଭିଜିଲାନ୍ସ

ଯାଜପୁର ଅଫିସ,୧୮ା୪: ଯାଜପୁର ଜିଲା ଧର୍ମଶାଳା ବ୍ଲକର ବିଛାଖଣ୍ଡି ପାହାଡ଼ରେ ଚାଲିଥିବା ବେଆଇନ କଳାପଥର ଖନନର ତଦନ୍ତ ପାଇଁ ଭିଜିଲାନ୍ସକୁ ଲୋକାୟୁକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି। ଲୋକାୟୁକ୍ତ ୧୨/୨୦୨୧ ନମ୍ବର ମାମଲା ଉପରେ ଗତ ୧୨ ତାରିଖରେ ଶୁଣାଣି କରି...

ରାଜ୍ୟରେ କରୋନା ନେଲା ୨ ମୁଣ୍ଡ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ରବିବାର ରାଜ୍ୟରେ କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୯୪୪କୁ ବୃଦ୍ଧି ହୋଇଛି। ମୃତକ ଦ୍ୱୟ...

ରାଉରକେଲା ସ୍ମାର୍ଟ ସିଟିରେ କରୋନା ଆତଙ୍କ

ରାଉରକେଲା ଅଫିସ୍‌, ୧୮।୪: ରାଉରକେଲା ସ୍ମାର୍ଟ ସିଟିରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। କରୋନାର ଭୟାବହତାକୁ ଆଖି ଆଗରେ ରଖି ଶନିବାରଠାରୁ ସହରରେ ସପ୍ତାହାନ୍ତ ସଟ୍‌ଡାଉନ୍‌ କରାଯାଇଛି। ସଟ୍‌ଡାଉନ ଯୋଗୁ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ରାଉରକେଲା...

ସ୍ତ୍ରୀଙ୍କ ପାଇଁ ଜହ୍ନରେ ଜାଗା କିଣିଲେ ସାଜନ୍‌

ଢେଙ୍କାନାଳ ଅଫିସ, ୧୯।୪: ସ୍ତ୍ରୀଙ୍କୁ ଜନ୍ମଦିନରେ ଉପହାର ସ୍ବରୂପ ମିଳିଛି ୫ ଏକର ଜାଗା। ତେବେ ପୃଥିବୀରେ ନୁହେଁ, ବରଂ ଜହ୍ନରେ କିଣାଯାଇଛି ଏହି ଜମି। ଏଭଳି ଏକ ନିଆରା ଉପହାର ଦେଇ ଉଦାହରଣ ସୃଷ୍ଟି କରିଛନ୍ତି ଢେଙ୍କାନାଳ ସହର...

କୁମ୍ଭମେଳା ଫେରନ୍ତାଙ୍କ ପାଇଁ ଆର୍‌ଟି-ପିସିଆର୍‌ ବାଧ୍ୟତାମୂଳକ

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ଓଡ଼ିଶାରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର କେତେକ କଡ଼ା ସତର୍କତା ଅବଲମ୍ବନ କରୁଛନ୍ତି। ଏହି କ୍ରମରେ ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ପଞ୍ଜୀକୃତ ହୋଇଥିବା ତଥା କୁମ୍ଭମେଳାରୁ ଓଡ଼ିଶା ଫେରୁଥିବା ଲୋକଙ୍କୁ ଆର୍‌ଟି-ପିସିଆର ରିପୋର୍ଟ ଦେଖାଇବାକୁ ବାଧ୍ୟତାମୂଳକ...

୩ ହଟ୍‌ସ୍ପଟ୍‌ ଜିଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ଟିକା ନ ଥିବାରୁ ସୀମାନ୍ତ ୩ ହଟ୍‌ସ୍ପଟ୍‌ ଜିଲା ଝାରସୁଗୁଡ଼ା, ନୂଆପଡ଼ା ଓ କୋରାପୁଟରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ବୋଲି ଶନିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ...

ରାଜ୍ୟରେ କରୋନାର ଭୟଙ୍କର ସ୍ଥିତି: ୪ ହଜାର ମୁହାଁହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା, କେବଳ ଖୋର୍ଦ୍ଧାରୁ …

ଭୁବନେଶ୍ୱର,୧୮।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ରବିବାର ରାଜ୍ୟରେ ୩,୬୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୨୧୨୭ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୫୩୭ ଜଣ ଲୋକାଲ କେସ୍‌...

୩ ମାସ ହେଲା ଜଳ ସଙ୍କଟରେ ୩୫ ପରିବାର

ଜଳେଶ୍ୱର, ୧୮।୪(ଡି.ଏନ.ଏ.)-ଦୀର୍ଘମାସ ଧରି ବର୍ଷା ନ ଥିବାରୁ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ରାଇବଣିଆ ପଞ୍ଚାୟତରେ ଜଳକଷ୍ଟ ଦେଖାଦେଇଛି ା ଭୂତଳ ଜଳସ୍ତର ୧୦୦ଫୁଟ ତଳକୁ ଖସି ଯାଇଥିବାରୁ ପାହାଡିଆ ରାଇବଣିଆ ଅଞ୍ଚଳରେ ଜଳସଙ୍କଟ ସୃଷ୍ଟି ହୋଇଛି ା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri