ରାଜ୍ୟ

ମନୁଷ୍ୟକୃତ ବନ୍ୟାର ସମାଧାନ ନ ହେଲେ ବିକ୍ଷୋଭ କରିବ ଭାଜପା

ଭୁବନେଶ୍ବର, ୧୭ା୭(ସୁନିତ୍‌ ମିଶ୍ର): ଗୋଟିଏ ପଟେ ରାଜ୍ୟର ଚାଷୀକୁଳ ବର୍ଷାକୁ ଅନାଇ ବସିଥିବାବେଳେ ଅନ୍ୟପଟେ ସାମାନ୍ୟ ବର୍ଷା ପାଣିରେ ରାଜ୍ୟବାସୀଙ୍କ ଜୀବନ ଦୁର୍ବିସହ ହୋଇପଡୁଛି। ମାତ୍ର କେଇ ଘଣ୍ଟା ବର୍ଷାରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମନୁଷ୍ୟକୃତ ବନ୍ୟା ବିପଦ ମାଡି ଆସିଛି…

ଜାଲ ଦସ୍ତଖତ କରି ୧୨ ହଜାର ଟଙ୍କା ଉଠାଇ ନେଲେ

ବାଲିଗୁଡା,୧୭।୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଷ୍ଟେଟ ବ୍ୟାଙ୍କ ବଜାର ଶାଖାରୁ ଜାଲ ଦସ୍ତଖତ କରି ୧୨ ହଜାର ଟଙ୍କା କେହି ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଏନେଇ କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ରୁତୁଙ୍ଗିଆ ଅଞ୍ଚଳର ବିରସେନ…

ଦନ୍ତାନଦୀ ପୋଲ ଉପରେ ୩ ଫୁଟ ପାଣି

ଭେଡ଼େନ,୧୭ା୭(ସୁଦନ ମହାକୁର): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶନିବାରଠାରୁ ଲଗାଣ ବର୍ଷା ଲାଗି ରହିଛି। ଫଳରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ପରିପ୍ରେକ୍ଷୀରେ ବରଗଡ଼ ଜିଲାରେ ମଧ୍ୟ ବର୍ଷା ହୋଇଛି। ବର୍ଷା ଯୋଗୁ…

ନକଲି ଡାକ୍ତର ଗିରଫ

ବ୍ରହ୍ମପୁର,୧୭।୭(ସୁବାସ ଚନ୍ଦ୍ର ପାଢ଼ୀ): ଜାଲ୍‌ ସାର୍ଟିଫିକେଟ୍‌ ପ୍ରସ୍ତୁତକରି ନିଜକୁ ଜଣେ ଡାକ୍ତରର ପରିଚୟ ଦେଇ ଡେଙ୍ଗାଉସ୍ତା ଛକଠାରେ ଏକ କ୍ଲିନିକ୍‌ରେ ଚିକିତ୍ସା କରୁଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣକୁ ଗିରଫ କରିଛି। ସେ ହେଲେ ଶୁଭ୍ରଜିତ ପଣ୍ଡା (୨୯)। ତାଙ୍କ ଘର…

ବିଭିନ୍ନ ଦାବିନେଇ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୧୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ବିଭିନ୍ନ ଦାବିନେଇ ସୋମବାର ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏପରିକି ଛାତ୍ରୀଛାତ୍ରମାନେ ବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ଛାତ୍ରୀଛାତ୍ରମାନେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଝୁନୁରାଣୀ…

ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡକୁ ସ୍କଚ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ସମବାୟ ମନ୍ତ୍ରୀ

ଭୁବନେଶ୍ୱର,୧୭ା୭(ଅସମାପିକା ସାହୁ): ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡକୁ ସ୍କଚ-୨୦୨୩ ପୁରସ୍କାର ମିଳିଛି। କୃଷିରେ ରୌପ୍ୟ ବର୍ଗରେ ଇ-ନାମ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶା ସରକାରଙ୍କ ସମବାୟ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ଓଡ଼ିଶା ରାଜ୍ୟ କୃଷି ବିପଣନ…

ଦୁର୍ଦ୍ଦଶା ବଢ଼ାଉଛି ବିଏମ୍‌ସି

ଭୁବନେଶ୍ୱର,୧୭।୭(ଅଭିଜିତ ଦାସ) : ପୂର୍ବରୁ କାମ ସାରିଲେନି, ଏବେ ବର୍ଷାରେ ହେଉଛି ଡ୍ରେନ୍‌ ପୁନଃ ଉଦ୍ଧାର। ମୌସୁମୀ ପୂର୍ବରୁ ସହରର ସମସ୍ତ ଡ୍ରେନ ସଫେଇ ଓ ଅନ୍ୟାନ୍ୟ କାମ ସରିବ ବୋଲି ମେୟର ସୁଲୋଚନା ଦାସ କହିଥିଲେ, ହେଲେ ଏବେ ବି…

ଆଜି ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ,୧୭ା୭(ଅଜିତ ମହାନ୍ତି): ଚିତାଲାଗି ଅମାବାସ୍ୟା ଅବସରରେ ସୋମବାର ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ସହ ଦାରୁବିଗ୍ରହଙ୍କ ଚିତାଲାଗି ନୀତି ସମ୍ପନ୍ନ କରାଯିବ। ମହାପ୍ରଭୁଙ୍କ ପ୍ରଥମ ଭୋଗମଣ୍ଡପ ପରେ ଏହି ଗୁପ୍ତ ନୀତି ଆରମ୍ଭ ହେବ। ସୋମବାର ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ…

ଅଢ଼େଇ ବର୍ଷରେ ରାଜ୍ୟ ବାହାରୁ ୪୬ ଗିରଫ

ଭୁବନେଶ୍ୱର,୧୭।୭(ସତ୍ୟଜିତ୍‌ ରାଉତ): ରାଜ୍ୟରେ ଠକେଇ ମାମଲା ବଢ଼ି ଚାଲିଛି। ବିଶେଷକରି ସାଇବର ଠକମାନେ ସବୁଠୁ ଅଧିକ ସକ୍ରିୟ ହୋଇ ଉଠିଛନ୍ତି। ବିଭିନ୍ନ କୌଶଳ ଆପଣାଇ କୋଟି କୋଟି ଟଙ୍କା ଠକି ନେଉଛନ୍ତି। ଚାକିରି ଠକେଇ, ଅନ୍‌ଲାଇନ୍‌ ପୋନ୍‌ଜି ସ୍କିମ୍‌, ଚାଇନା ଡିଜିଟାଲ୍‌…

ସୁନ୍ଦରୀ ଝିଅ ଯୋଗାଇବା ନାଁରେ ଲୁଟୁଛନ୍ତି ସାଇବର ଠକ

ଭୁବନେଶ୍ୱର,୧୭।୭(ସୂର୍ଯ୍ୟକାନ୍ତ ବେହେରା): ଟଙ୍କା ଦେଲେ ସୁନ୍ଦରୀ ଯୁବତୀ ଯୋଗାଇ ଦିଆଯିବ। ସହରରେ ସବୁଠି ସେଟିଂ। ହୋଟେଲରେ ରହିବା, ଖାଇବା ଫ୍ରି। ହୋମ୍‌ ଡେଲିଭରିର ବି ସୁବିଧା ରହିଛି । ପୋଲିସର ଭୟ ନାହିଁ କି ଡରିବାରେ କାରଣ ନାହିଁ। ଦେଶୀ, ବିଦେଶୀ…

ଚିରଞ୍ଜୀବ-ମୋକିମ୍‌ଙ୍କୁ ନିଲମ୍ବନ ପରେ ତେଜିଲା କଂଗ୍ରେସ ରାଜନୀତି

ଭୁବନେଶ୍ବର, ୧୭ା୭(ସୁନିତ୍‌ ମିଶ୍ର): କଂଗ୍ରେସର ଦୁଇ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ ଏବଂ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ନିଲମ୍ବିତ କରାଯିବା ପରେ ଦଳ ଭିତରେ ଜୋର୍‌ ଧରିଛି ରାଜନୀତି। ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି)ର ଏଭଳି ନିଷ୍ପତ୍ତି ପାଇଁ ଉଭୟ ନେତାଙ୍କ…

ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ

ଭୁବନେଶ୍ୱର,୧୭।୭ (ବନ୍ଦନା ସେଠୀ): ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ୟୁନିଟ-୨ ସ୍ଥିତ ମାର୍କେଟ ବିଲ୍ଡିଂ। ସ୍ଥାୟୀ ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଥିବା ବିବାଦ ତୁଟୁ ନ ଥିବାବେଳେ ଏନେଇ ବିଏମ୍‌ସି କୌଣସି ଦୃଢ଼ ପଦକ୍ଷେପ ନେଉନାହିଁ। ଫଳରେ ମାର୍କେଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri