ଦୁର୍ଦ୍ଦଶା ବଢ଼ାଉଛି ବିଏମ୍‌ସି

ଭୁବନେଶ୍ୱର,୧୭।୭(ଅଭିଜିତ ଦାସ) : ପୂର୍ବରୁ କାମ ସାରିଲେନି, ଏବେ ବର୍ଷାରେ ହେଉଛି ଡ୍ରେନ୍‌ ପୁନଃ ଉଦ୍ଧାର। ମୌସୁମୀ ପୂର୍ବରୁ ସହରର ସମସ୍ତ ଡ୍ରେନ ସଫେଇ ଓ ଅନ୍ୟାନ୍ୟ କାମ ସରିବ ବୋଲି ମେୟର ସୁଲୋଚନା ଦାସ କହିଥିଲେ, ହେଲେ ଏବେ ବି ଡ୍ରେନ୍‌ରୁ କଢ଼ା ଚାଲିଛି ପଙ୍କ ଓ ଆବର୍ଜନା। ସବୁଠାରୁ ଉଦ୍‌ବେଗର ପ୍ରସଙ୍ଗ ହେଲା ଡ୍ରେନ୍‌ ସଫେଇ ପରେ ତାହାକୁ ତୁରନ୍ତ ସ୍ଥାନାନ୍ତର କରା ନ ଯାଇ ସେମିତି ରାସ୍ତାରେ ଗଦା କରି ରଖାଯାଉଛି। ଅଧିକାଂଶ ରାସ୍ତା ସଂକୀର୍ଣ୍ଣ ହୋଇଥିବାରୁ ଲୋକଙ୍କ ସମେତ ଗାଡିମୋଟର ତା’ ଉପରେ ଚଳପ୍ରଚଳ କରିବାକୁ ବାଧ୍ୟ ହେଉଛନ୍ତି। ପୁଣି ବର୍ଷା ହେଉଥିବାରୁ ପଙ୍କ ଓ ଆର୍ବଜନା ରାସ୍ତାସାରା ହୋଇଯିବା ସହ ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଅଧିକାଂଶ ପଙ୍କ ପୁଣି ସେହି ଡ୍ରେନ୍‌ରେ ପଶୁଛି। ଅନେକ ସ୍ଥାନରେ ଡ୍ରେନ୍‌ ଜାମ୍‌ ହୋଇ ଆବର୍ଜନା ପାଣି ରାସ୍ତାରେ ଚାଲୁଛି। ଅନ୍ୟପକ୍ଷରେ ବଡ଼ ଡ୍ରେନ୍‌ରୁ ମଧ୍ୟ ଦଳ, ପଙ୍କ, ଆର୍ବଜନା କଢ଼ାଯାଇ ରାସ୍ତା ପାର୍ଶ୍ୱରେ ଗଦା କରି ଦିଆଯାଉଛି। ସଫେଇ ଓ ସ୍ଥାନାନ୍ତର ବାବଦକୁ ବିଏମ୍‌ସି ଠିକା ସଂସ୍ଥାକୁ ଟଙ୍କା ଗଣୁଥିଲେ ମଧ୍ୟ ସ୍ଥାନାନ୍ତର ହେଉ ନ ଥିବାରୁ ତାହା ସେଠାରେ ପଚିଶଢ଼ି କିଛି ରାସ୍ତାରେ ମାଡୁଛି, ଆଉ କିଛି ପୁଣି ସେହି ନାଳକୁ ଯାଉଛି। ଦୟା ଓ୍ବେଷ୍ଟ କେନାଲର ପଳାଶୁଣିରୁ ବଡ଼ଗଡ଼ ସମେତ ସହରର ବିଭିନ୍ନ ମୁଖ୍ୟ ଡ୍ରେନ୍‌ ଓ ଶାଖା ଡ୍ରେନ୍‌ର ବିଭିନ୍ନ ସ୍ଥାନରେ ଏଭଳି ଚିତ୍ର ସାମ୍ନାକୁ ଆସୁଛି। ରାଜଧାନୀକୁ ଆର୍ବଜନା ଓ ଜଳବନ୍ଦୀମୁକ୍ତ କରିବା ଲାଗି ବିଏମ୍‌ସି ପକ୍ଷରୁ ଘନ ଘନ ବୈଠକ କରାଯାଉଛି। କିନ୍ତୁ ବାହାଘରବେଳେ ବାଇଗଣ ରୁଆ ଭଳି କାର୍ଯ୍ୟ କରାଯାଉଥିବାରୁ ତାହାସବୁ ପ୍ରହସନରେ ପରିଣତ ହେଉଛି। ମନମାନି ଭାବେ ଡ୍ରେନ୍‌ କାର୍ଯ୍ୟ କରୁଛନ୍ତି ଠିକା ସଂସ୍ଥା। ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଦାୟିତ୍ୱରେ ରହୁଥିବା ବିଏମ୍‌ସି ଅଧିକାରୀ ସେପରି ତ୍ୱରିତ ପଦକ୍ଷେପ ନେଉ ନ ଥିବାରୁ ବର୍ଷ ବର୍ଷ ଧରି ଏମିତି ଦୁର୍ଦ୍ଦଶା ଭୋଗୁଛନ୍ତି ରାଜଧାନୀବାସୀ।

ଏଠି ବର୍ଷା ଆସିଲେ ଡ୍ରେନ୍‌ କାମ ହୁଏ
ବାହାଘରବେଳେ ବାଇଗଣ ରୋଇବା ଭଳି ବର୍ଷାଦିନେ ବିଏମ୍‌ସି ପକ୍ଷରୁ ଡ୍ରେନ୍‌ ସଫା କାର୍ଯ୍ୟ ଆରମ୍ଭ କରାଯାଉଛି। ତରବରିଆ ଭାବେ ବିଭିନ୍ନ ଡ୍ରେନ୍‌ରୁ ଆବର୍ଜନା କଢାଯାଉଛି। ତେବେ ଡ୍ରେନ୍‌ କଡରେ ଆବର୍ଜନାକୁ ଗଦା କରାଯାଉଥିବାବେଳେ ତାହାକୁ ସେଠାରୁ ଉଠାଉନାହାନ୍ତି। ଫଳରେ ଅସରାଏ ବର୍ଷା ହେଲେ ଆବର୍ଜନାଗୁଡିକ ପୁଣି ଥରେ ଡ୍ରେନ୍‌ ଭିତରକୁ ପଶୁଥିବା ଦେଖାଯାଉଛି। ଏଥିପାଇଁ ଲୋକମାନେ ନାନା ହଇରାଣ ହେଉଛନ୍ତି।
-ବିକାଶ ନାୟକ, ଭୁବନେଶ୍ୱର ବାସିନ୍ଦା
ନିୟମିତ ଭାବେ ସଫା କରାଯାଉଛି
ପ୍ରତିଦିନ ଡ୍ରେନ୍‌ରୁ ଆବର୍ଜନା କଢାଯିବା ପରେ ସଫେଇ ଗାଡି ସହାୟତାରେ ଉଭୟ ସ୍ଥାନକୁ ସଫା କରାଯାଏ। ବେଳେବେଳେ ଗାଡି ଅଭାବରୁ କିଛି ଘଣ୍ଟା ବିଳମ୍ବରେ ଅଳିଆ ଉଠାଯାଏ। କିନ୍ତୁ ନିୟମିତ ଭାବେ ଡ୍ରେନ୍‌ ସଫେଇ ସହ ଆବର୍ଜନା ସ୍ଥାନାନ୍ତର କରାଯାଉଛି।
-ଲକ୍ଷ୍ମଣ ବେହେରା, ଜାଗୃତି ସଫେଇ କର୍ମଚାରୀ
ବିଏମ୍‌ସି ଡ୍ରେନ୍‌ ହିଁ ଡେଙ୍ଗୁ ଉତ୍ପତ୍ତିସ୍ଥଳ ପାଲଟିଛି
ଏବେ ଭୁବନେଶ୍ୱରରେ ଡେଙ୍ଗୁ ବ୍ୟାପୁଛି। ବିଏମ୍‌ସି ସଚେତନତା କଥା କହୁଛି। କିନ୍ତୁ ବାସ୍ତବରେ ବିଏମ୍‌ସିର ଡ୍ରେନ୍‌ ହେଉଛି ଡେଙ୍ଗୁ ଉତ୍ପତ୍ତି ସ୍ଥଳ। ଠିକ୍‌ ଭାବେ ଡ୍ରେନ୍‌ ସଫେଇ ହେଉ ନ ଥିବାରୁ ବର୍ଷା ହେଲେ ଅଳିଆ ଆର୍ବଜନା ପାଣି ଘରେ ପଶୁଛି। ମଶାଧୂଆଁ ବ୍ୟବହାର କରାଯାଉନାହିଁ। ବିଶେଷକରି ଦୟା ଓ୍ବେଷ୍ଟ କେନାଲ, ଗଙ୍ଗୁଆ ସମେତ ସହରରେ ଥିବା ଛୋଟବଡ଼ ଡ୍ରେନ୍‌ର ସ୍ଥିତିକୁ ଦେଖିଲେ ଏହା ଜଣାପଡୁଛି। କେନାଲ ବନ୍ଧ ଅଞ୍ଚଳରେ ଅଧିକ ଡେଙ୍ଗୁ ରୋଗୀ ବଢିବାର ସମ୍ଭାବନା ରହିଛି।
-ବିଭୁଦତ୍ତ ମହାନ୍ତି, ଭୁବନେଶ୍ୱର ବାସିନ୍ଦା


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri