ବଢୁଛି ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା
କେନ୍ଦ୍ରାପଡ଼ା/ ପଟ୍ଟାମୁଣ୍ଡାଇ, ୫ା୧୦ (ଜଗନ୍ନାଥ ଧଳ/କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ଓ ଏହାର ଆଖପାଖ ଅଞ୍ଚଳରେ ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା ବଢ଼ୁଛି। ଏପରି ରୋଗୀମାନଙ୍କ ମଧ୍ୟରୁ କେତେଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବାବେଳେ ଆଉ କେତେକ ବାହାର ରାଜ୍ୟର ବୋଲି ଦେଖିବାକୁ…
ବନ୍ଦ ରହିଛି ଏକମାତ୍ର ସିନେମା ହଲ୍ ‘ସମଲେଇ ଟକିଜ୍’
ସୋନପୁର,୫।୧୦(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ମନୋରଞ୍ଜନର ମୁଖ୍ୟ ମାଧ୍ୟମ ଥିବା ସୋନପୁର ସହରସ୍ଥିତ ସମଲେଇ ଟକିଜ୍ ବନ୍ଦ ରହିଛି। ଏହା ଜିଲାର ଏକମାତ୍ର ସିନେମା ହଲ ହୋଇଥିବା ବେଳେ ଗତ କୋଭିଡ୍ ସମୟରୁ ଫାଟକରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। ଫଳରେ…
ଅବ୍ୟବସ୍ଥା ଘେରରେ ନୂଆଗାଁ ବ୍ଲକ କାର୍ଯ୍ୟାଳୟ
ନୂଆଗାଁ,୫।୧୦(ଧନେଶ୍ୱର ସାହୁ)ଗାଁର ବିକାଶ ତଥା ଜନସାଧାରଣଙ୍କ ସମସ୍ୟା ସୁଧାରିବା ପାଇଁ ବ୍ଲକ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଛି। ବ୍ଲକ କାର୍ଯ୍ୟାଳୟର ସୁପରିଚାଳନା ପାଇଁ ଅଧିକାରୀଙ୍କୁ ନିୟୋଜିତ କରାଯିବା ସହ ଆନୁସଙ୍ଗିକ ବ୍ୟବସ୍ଥା ହୋଇଛି। ଏଥିପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଇଛନ୍ତି ସରକାର। ହେଲେ…
ରେଫର ରୋଗୀଙ୍କୁ ମିଳିଲାନି ଆମ୍ବୁଲାନ୍ସ
ନୟାଗଡ଼,୫।୧୦(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ୱର ରେଫର ହୋଇଥିବା ଜଣେ ଶିଶୁ କନ୍ୟାଙ୍କୁ ଆମ୍ବୁଲାନ୍ସ ମିଳି ନ ଥିବା ଅଭିଯୋଗ ହୋଇଛି। ଶିଶୁକନ୍ୟା ଗୁରୁତର ଭାବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଅଭିଯୋଗ ଅନୁସାରେ ଦଶପଲ୍ଲା ବ୍ଲକ…
ପାଣିଟାଙ୍କି ଉପରେ ଜିଲା ପରିଷଦ ସଭ୍ୟାଙ୍କ ଧାରଣା
ବେଲପଡ଼ା, ୪ା୧୦(ମନୋଜ କୁମାର ମିଶ୍ର): ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ଧୁମାଭଟା ଗ୍ରାମରେ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇନାହିଁ। ଅବିଳମ୍ବେ କାମ ସାରି ଜଳ ଯୋଗାଣ କରିବାକୁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲେ ବି କୌଣସି ସୁଫଳ ମିଳୁନାହିଁ। ଫଳରେ…
ଚାରା ବିକ୍ରିରେ ଅନିୟମିତତା
ନୟାଗଡ଼,୫।୧୦(ଲୋକନାଥ ମିଶ୍ର)ନୟାଗଡ଼ ଜିଲାର ୮ଟି ବ୍ଲକରେ ଥିବା କନିଷ୍ଠ ଉଦ୍ୟାନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଷ୍ଟେଟ୍ ପ୍ଲାନରେ ବିକ୍ରି ହେଉଥିବା ଚାରାକୁ ମନଇଛା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ କେଉଁ ଚାରା କେତେ ରେଟ୍ ସେନେଇ ଚାରା ବିକ୍ରି ହେଉଥିବା…
ପିପିପି ମୋଡ୍ରେ ହେବ ୫ ମଲ୍ଟି ସ୍ପେସିଆଲିଟି, ସୁପର ସ୍ପେସିଆଲିଟି ହସ୍ପିଟାଲ
ଭୁବନେଶ୍ୱର,୫ା୧୦(ଅନିଲଦାସ)ରାଜ୍ୟରେ ଖୁବ୍ଶୀଘ୍ର ୫ଟି ନୂତନ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ ହେବ। ପ୍ରଥମ ଥର ପାଇଁ ସରକାରୀ- ଘରୋଇ ଭାଗୀଦାରି(ପିପିପି) ମୋଡ୍ରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବିକାଶ କରାଯିବ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…
ଆସୋସିଏଟ୍ ପ୍ରଫେସରଙ୍କୁ ବାଧ୍ୟତାମୂଳକ ଅବସର
ସମ୍ବଲପୁର,୫ା୧୦(ଶୁଭାଶିଷ ପାଢ଼ୀ): ସମ୍ବଲପୁର ବୁର୍ଲା ଭିସୁଟ୍ର କମ୍ପ୍ୟୁଟର ଆପ୍ଲିକେସନ ବିଭାଗ ଆସୋସିଏଟ୍ ପ୍ରଫେସର ସସ୍ମିତା କୁମାରୀ ପାଢୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଭିସୁଟ୍ କର୍ତ୍ତୃପକ୍ଷ ଏ ନେଇ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ପ୍ରଫେସର ପାଢ଼ୀଙ୍କ ନାମରେ ଅଭ୍ୟାସଗତ…
ସୁବର୍ଣ୍ଣପୁର ଜିଲା: ଚର୍ଚ୍ଚାରେ ୨ ଗୃହରକ୍ଷୀ
ସୁବଳୟା,୫।୧୦(ଜୟାନନ୍ଦ ରଥ)ସୁବର୍ଣ୍ଣପୁର ଜିଲାର ୨ ଜଣ ଗୃହରକ୍ଷୀ ଏବେ ଚର୍ଚ୍ଚାରେ। ନିକଟରେ ତରଭା ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ବିଜୟ ସାହୁ ଗଞ୍ଜେଇ ଚୋରାଚାଲାଣ ବେଳେ ବଲାଙ୍ଗୀର ଜିଲା ପୋଲିସ ହାତରେ ଧରାପଡି ଏବେ ଜେଲରେ ଅଛନ୍ତି। ଉପରିସ୍ଥ ଅଧିକାରୀଙ୍କ ସହଯୋଗରେ ବିଜୟ…
ମହିଳା କନ୍ଷ୍ଟେବଲଙ୍କୁ ବଳାତ୍କାର
ବାଲେଶ୍ୱର, ୫ା୧୦(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲା ପୋଲିସ ଅଧୀନରେ କାର୍ଯ୍ୟରତ ୨ କନ୍ଷ୍ଟେବଲଙ୍କ ବିରୋଧରେ ଜଣେ ମହିଳା କନ୍ଷ୍ଟେବଲ ବଳାତ୍କାର ଅଭିଯୋଗ ଆଣିଛନ୍ତି। ବାଲେଶ୍ୱର ଏସ୍ଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶରେ ସହଦେବଖୁଣ୍ଟା ପୋଲିସ ତଦନ୍ତ କରି ଆଇପିସି ଦଫା. ୩୪୧, ୩୨୩, ୩୫୪(ଖ), ୩୭୬,…
ବିଧାନସଭାରେ ଉଠିଲାନି ଓଏସ୍ଓୟୁ ପ୍ରସଙ୍ଗ
ସମ୍ବଲପୁର,୫।୧୦(ଶୁଭାଶିଷ ପାଢ଼ୀ): ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସ୍ଓୟୁ) ବନ୍ଦ ହେବାକୁ ଯାଉଥିବା ବେଳେ ଓଏସ୍ଓୟୁ ବଞ୍ଚାଓ ଅଭିଯାନ ଓ ପ୍ରାୟ ୭୦ ସାମାଜିକ ଅନୁଷ୍ଠାନ ବିଭିନ୍ନ ଉପାୟରେ ପ୍ରତିବାଦ କରିଛନ୍ତି। ପଶ୍ଚିମ ଓଡ଼ିଶା ସମେତ ସମଗ୍ର ରାଜ୍ୟର ଛାତ୍ରୀଛାତ୍ର ନିର୍ଭର…
ଏସ୍ଡିଜେଏମ୍ କୋର୍ଟରେ ବର୍ଷାଙ୍କ ସାକ୍ଷ୍ୟଗ୍ରହଣ
କଟକ,୫ା୧୦ (କାର୍ତ୍ତିକ ସାହୁ) ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ତାଙ୍କ ସ୍ବାମୀ ତଥା ଏମ୍ପି ଅନୁଭବ ମହାନ୍ତିଙ୍କ ବିରୋଧରେ କଟକ ଏସ୍ଡିଜେଏମ୍ କୋର୍ଟରେ ଦାଏର ଘରୋଇ ହିଂସା ମାମଲାର ବୁଧବାର ଶୁଣାଣି ହୋଇଛି। ଅଦାଲତରେ ବର୍ଷାଙ୍କ ପକ୍ଷରୁ ସାକ୍ଷ୍ୟଗ୍ରହଣ ଆରମ୍ଭ ହୋଇଛି।…
Archives


