ବଢୁଛି ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା

କେନ୍ଦ୍ରାପଡ଼ା/ ପଟ୍ଟାମୁଣ୍ଡାଇ, ୫ା୧୦ (ଜଗନ୍ନାଥ ଧଳ/କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ଓ ଏହାର ଆଖପାଖ ଅଞ୍ଚଳରେ ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା ବଢ଼ୁଛି। ଏପରି ରୋଗୀମାନଙ୍କ ମଧ୍ୟରୁ କେତେଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବାବେଳେ ଆଉ କେତେକ ବାହାର ରାଜ୍ୟର ବୋଲି ଦେଖିବାକୁ ମିଳିଛି। ସେମାନଙ୍କ ପାଇଁ ଜିଲା ପ୍ରଶାସନ ପକ୍ଷରୁ କୌଣସି ଥଇଥାନ ବ୍ୟବସ୍ଥା କରାଯାଉ ନ ଥିବା ଅଭିଯୋଗ ହୋଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏକାଧିକ ମାନସିକ ବିକାରଗ୍ରସ୍ତ ଦିନବେଳା ରାସ୍ତାଘାଟରେ ବୁଲୁଛନ୍ତି। କିଏ ରାସ୍ତା ମଝିରେ ଛିଡା ହେବା ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ଆଉ କିଏ ଫିଙ୍ଗା ଯାଇଥିବା ଖାଦ୍ୟ ଖାଉଛନ୍ତି। ଅଧିକାଂଶ ଛକ, ସବ୍‌ରେଜିଷ୍ଟାର ଅଫିସ ପାଖ, ହାଟରେ ଶୋଉଛନ୍ତି। ସେମାନେ ଦୂଷିତ ଖାଦ୍ୟ, ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। କିଏ କିଏ ଲୋକମାନଙ୍କୁ ଆକ୍ରମଣ କରିବାକୁ ପଛାଉ ନ ଥିବା ନଜିର ରହିଛି। ଏଥିପାଇଁ ରାସ୍ତାରେ ଯାତାୟତ କରୁଥିବା ଛୋଟ ପିଲା ଓ ବୃଦ୍ଧା ବୃଦ୍ଧ ଓ ଛାତ୍ରୀଛାତ୍ର ନିଜକୁ ସୁରକ୍ଷିତ ମଣୁ ନ ଥିବା ଅଭିଯୋଗ ହୋଇଛି। କିଛି ମାସ ପୂର୍ବରୁ ୩ରୁ ୪ ଜଣ ମାନସିକ ବିକାରଗ୍ରସ୍ତଙ୍କୁ ରାସ୍ତାରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା। ଏବେ ୮ରୁ ୧୦ ଜଣ ଏପରି ଅବସ୍ଥାରେ ରାସ୍ତାରେ ବୁଲୁଛନ୍ତି। କିଏ ହିନ୍ଦୀ ଓ କିଏ ବଙ୍ଗାଳି ଭାଷାରେ କଥାବାର୍ତ୍ତା କରୁଛନ୍ତି। ଜଣେ ମହିଳା ଓଡ଼ିଆରେ ଗାଳିଗୁଲଜ କରୁଥିବାରୁ ସିଏ ସ୍ଥାନୀୟ ଅଞ୍ଚଳର ବୋଲି ଅନୁମାନ କରାଯାଉଛି। ତେବେ ସହରରେ ବହୁ ସ୍ବେଚ୍ଛାସେବୀ ଓ ସେବା ଅନୁଷ୍ଠାନ ଥିଲେ ମଧ୍ୟ ଏପରି ବ୍ୟକ୍ତିମାନଙ୍କୁ ସେବା କିମ୍ବା ଥଇଥାନ କରିବାର ବ୍ୟବସ୍ଥା କରାଯାଇନାହିଁ।
ଏ ସମ୍ପର୍କରେ ବରିଷ୍ଠ ଆୟୁଷ ଡାକ୍ତର ମନୋରଞ୍ଜନ ଦାଶ କୁହନ୍ତି, ସେମାନଙ୍କୁ ଉପଯୁକ୍ତ ସ୍ଥାନରେ ଥଇଥାନ କରାଯିବା ସହ ଆବଶ୍ୟକ ସେବା ଯୋଗାଇ ଦେଲେ ଅନେକେ ମୁଖ୍ୟସ୍ରୋତକୁ ଫେରି ପାରିବେ। ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ କହିଛନ୍ତି, ମାନସିକ ବିକୃତ ରୋଗୀଙ୍କ ପାଇଁ କେନ୍ଦ୍ରାପଡ଼ାରେ ସେପରି କୌଣସି ଚିକିତ୍ସା ବ୍ୟବସ୍ଥା ନାହିଁ। ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। କେନ୍ଦ୍ରାପଡ଼ା ଜିଲାରେ ଏକ କମିଟି ଆପ୍ରୁଭ ହୋଇ ଏନ୍‌ଜିଓକୁ ଦିଆଯାଇଛି। ଜମି ଯୋଗାଇ ଦିଆଗଲା ପରେ ଏକ ଆଶ୍ରୟସ୍ଥଳୀ ବ୍ୟାବସ୍ଥା କରାଯାଇ ସେମାନଙ୍କୁ ଥଇଥାନ କରାଯିବ। ତେବେ ଏ ସଂକ୍ରାନ୍ତରେ ଆମ ପାଖରେ କୌଣସି ଅଭିଯୋଗ ନ ଥିଲା। ଯଦି ସେମିତି କେହି ଥାଆନ୍ତି ଖୁବ୍‌ଶୀଘ୍ର ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ଦାସ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri