ବନ୍ଦ ରହିଛି ଏକମାତ୍ର ସିନେମା ହଲ୍‌ ‘ସମଲେଇ ଟକିଜ୍‌’

ସୋନପୁର,୫।୧୦(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ମନୋରଞ୍ଜନର ମୁଖ୍ୟ ମାଧ୍ୟମ ଥିବା ସୋନପୁର ସହରସ୍ଥିତ ସମଲେଇ ଟକିଜ୍‌ ବନ୍ଦ ରହିଛି। ଏହା ଜିଲାର ଏକମାତ୍ର ସିନେମା ହଲ ହୋଇଥିବା ବେଳେ ଗତ କୋଭିଡ୍‌ ସମୟରୁ ଫାଟକରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। ଫଳରେ ଜିଲାବାସୀ ସିନେମା ଦେଖିବାରୁ ବଞ୍ଚତ୍ତ ହୋଇଛନ୍ତି। ଏହି ସିନେମା ହଲ ପୂର୍ବରୁ ସୋନପୁର ମହାରାଜା ବୀରମିତ୍ର ସିଂହଦେଓଙ୍କ ଦରବାର ହଲ ଥିଲା। ପରେ ମହାରାଜା ସୁଧାଂଶୁ ଭୂଷଣ ସିଂହଦେଓ ୧୯୬୭-୧୯୬୯ରେ ଏଠାରେ ଏକ ସିନେମା ହଲ୍‌ ପ୍ରତିଷ୍ଠା କରିଥିଲେ। ନିଜ ଇଷ୍ଟଦେବୀଙ୍କ ନାମାନୁସାରେ ଏହାକୁ ସେ ସମଲେଇ ଟକିଜ୍‌ ବୋଲି ନାଁ ଦେଇଥିଲେ। ରାଜାଙ୍କ ଉଦ୍ୟମରେ ପୂର୍ବରୁ ବହୁ ଭଲ ସିନେମା ଏଠାରେ ଲୋକେ ଦେଖିବାକୁ ପାଉଥିଲେ। ପରେ ଜଣେ ସ୍ଥାନୀୟ ବ୍ୟବସାୟୀଙ୍କୁ ଏହି ସିନେମା ହଲ ବିକ୍ରି ହୋଇଯାଇଛି।

ମନ୍ଦିରମାଳିନୀ ସୋନପୁର ସହରର ନଦୀ ଘାଟ, ବାଟ, ମଠ, ପଥର ଓ ନାଳ ସବୁଠି ଦେବାଦେବୀ ପୂଜା ପାଆନ୍ତି। ସେହିଭଳି ଏଠାରେ ଥିବା ସିନେମା ହଲ ମଧ୍ୟ ମା’ ସମଲେଇଙ୍କ ନାମରେ ନାମିତ। ତେବେ ଶତାଧିକ ବର୍ଷର ଏହି ପୁରୁଣା ସିନେମା ହଲରେ ତାଲା ଝୁଲିବା ସଂସ୍କତି ପ୍ରେମୀଙ୍କୁ ନିରାଶ କରିଛି। ଜିଲାର ଅଧିବାସୀ ଏବେ ସିନେମା ହଲରେ ବସି ସିନେମା ଦେଖିବାର ସୁଯୋଗ ପାଉନାହାନ୍ତି। ସିନେମା ଦେଖିବା ପାଇଁ ବଲାଙ୍ଗୀର ଅବା ସମ୍ବଲପୁର ଯିବାକୁ ପଡୁଛି। ସୋନପୁରର ସମସ୍ତ ଯାନିଯାତ୍ରା ସମୟରେ ମନୋରଞ୍ଜନର ମାଧ୍ୟମ ସାଜିଥାଏ ସମଲେଇ ଟକିଜ୍‌। ବିଭିନ୍ନ ଉତ୍ସବ ସମୟରେ ଓଡିଆ ସିନେମା ପଡୁଥିବାରୁ ଲୋକେ ସପରିବାର ଫିଲ୍ମ ଦେଖିବାକୁ ଯାଆନ୍ତି। ମଧ୍ୟାହ୍ନ ଶୋରୁ ଭିଡ ଜମିଯାଏ। ତେବେ ଏହିସବୁ ଏବେ ସ୍ମୃତି ହୋଇଗଲଣି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପୂର୍ବରୁ ଯେତେବେଳେ ଗାଡି ମୋଟରର ସୁବିଧା ନ ଥିଲା ପୂଜା ସମୟରେ ଶଗଡ ଗାଡିରେ ବସି ଲୋକେ ବିଭିନ୍ନ ଗାଁରୁ ସପରିବାର ସିନେମା ଦେଖିବାକୁ ଆସୁଥିଲେ। ଗହଳିକୁ ଦେଖି ପୋଲିସ ମୁତୟନ ହେଉଥିଲେ। ଏହି ସିନେମା ହଲର ବୈଶିଷ୍ଟ୍ୟ ହେଲା ମହିଳାଙ୍କ ବସିବା ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ରହିଥିଲା। ସମଲେଇ ଟକିଜ୍‌ ସହ ସୋନପୁରିଆଙ୍କ ବହୁ ସ୍ମୃତି ଜଡିତ ହୋଇରହିଛି। ତେଣୁ ସୁବର୍ଣ୍ଣପୁର ଭଳି ଏକ ସଂସ୍କୃତି ସମ୍ପନ୍ନ ସହରର ଏକମାତ୍ର ଟକିଜ୍‌ ବନ୍ଦ ପଡିଥିବାରୁ ସ୍ଥାନୀୟ ଅଧିବାସୀମାନେ କ୍ଷୋଭ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?