ରାଜ୍ୟ

ପୋଲିସ କଲା ରାଜପଥ ମରାମତ

କାମାକ୍ଷାନଗର,୧।୬(ଡି.ଏନ.ଏ.) ମହାମାରୀ ସମୟରେ ଆଗଧାଡ଼ିର ଯୋଦ୍ଧା ଭାବେ ଦିନରାତି କାର୍ଯ୍ୟ କରୁଥିବା ପୋଲିସ ରାଜପଥ ମରାମତି ପରି କାର୍ଯ୍ୟ କରି ବେଶ୍‌ ପ୍ରଶଂସା ସାଉଣ୍ଟିଛି। ଏହି ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନାର କର୍ମଚାରୀମାନେ। ପ୍ରକାଶ ଯେ,...

ଆରପାରିରେ ଫୁଟ୍‌ବଲ କୋଚ ନନ୍ଦ କିଶୋର ପଟ୍ଟନାୟକ

ଭୁବନେଶ୍ୱର,୧।୬(ବ୍ୟୁରୋ): ଓଡ଼ିଶାର ବିଶିଷ୍ଟ ଫୁଟ୍‌ବଲ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କର ସୋମବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ତାଙ୍କ ସାନ ଭାଇ ଏହି ସୂଚନା ଦେଇଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା...

ସଂକ୍ରମଣ କମ୍‌ ଦେଖାଇବାକୁ ଷଡ଼ଯନ୍ତ୍ର

ବଇଣ୍ଡା,୧ା୬ କରୋନାକୁ କାବୁ କରିବାକୁ ହେଲେ ଅଧିକରୁ ଅଧିକ ଟେଷ୍ଟିଂ ଓ କଣ୍ଟାକ୍ଟ ଟ୍ରେସିଂ ନିମନ୍ତେ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ସରକାରଙ୍କ କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ମଧ୍ୟ ଏହା ଉପରେ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ଗ୍ରାମାଞ୍ଚଳରେ ପ୍ରବେଶ କରିସାରିଥିବା କୋଭିଡ୍‌ ଭୂତାଣୁକୁ...

ଦୁଆର ମୁହଁରେ ଚାଲିଗଲା ଜୀବନ

ଗୋଳାମୁଣ୍ଡା,୩୧।୫: କଳାହାଣ୍ଡି ଜିଲା ଗୋଳାମୁଣ୍ଡା ଥାନା ଅଧୀନ ସିନାମାଳ ଗ୍ରାମରେ ସୋମବାର ବଜ୍ରପାତ ଘଟି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପଙ୍କଜ ନାଗଙ୍କ ସାନ ପୁଅ ନରେନ୍ଦ୍ର ନାଗ। ମିଳିଥିବା ସୂଚନା ଅନୁଯାୟୀ, ନରେନ୍ଦ୍ର ଖାଇ ସାରି...

ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡ଼ିଲା

ଯାଜପୁର ଅଫିସ,୩୧ା୫: ଯାଜପୁର ଜିଲା ପାଣିକୋଇଲି ଥାନା ଅଧୀନ ବ୍ରଜନଗର ପାଖରେ ୧୬ ନମ୍ବର ଜାତୀୟ ରାଜପଥରେ ନିର୍ମାଣାଧୀନ ବ୍ରିଜ୍‌ ସୋମବାର ଭୁଶୁଡ଼ିପଡ଼ିଛି। ପାଣିକୋଇଲିଠାରୁ ୬ କି.ମି. ଦୂର ଭଦ୍ରକ ରାସ୍ତାରେ ଠିକାସଂସ୍ଥା ଡିବିଏଲ୍‌ ଦ୍ୱାରା ନିର୍ମାଣାଧୀନ ଏହି ବ୍ରିଜ...

ପ୍ରେମିକାଙ୍କ ପାଇଁ ସାଙ୍ଗର ଜୀବନ ନେଲା ସାଙ୍ଗ

ରାୟଗଡ଼ା ଅଫିସ/ଟିଟିଲାଗଡ଼,୩୧।୫: ପ୍ରେମ ପାଇଁ ତୁଚ୍ଛ ହୋଇଗଲା ବନ୍ଧୁତ୍ୱ। ପ୍ରେମିକାଙ୍କୁ ପାଇବା ପାଇଁ ବନ୍ଧୁଙ୍କ ଜୀବନ ନେଇଗଲେ ସାଙ୍ଗ। ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଘଟଣା। ପୋଲିସ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।...

ଯବାନଙ୍କ ଗୁଳିରେ ଓ୍ବାଣ୍ଟେଡ୍‌ ମହିଳା ମାଓବାଦୀ ମୃତ

ମାଲକାନଗିରି,୩୧ା୫: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତଓ୍ବୋଡା ଜିଲାର ଗୁମେଲନାଡ ଜଙ୍ଗଲରେ ମାଓବାଦୀ ଦମନ ଅପରେଶନ ବେଳେ ଯବାନଙ୍କ ଗୁଳିରେ ଜଣେ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପାୟୋକେ ବେକୋ। ସୂଚନା ଅନୁଯାୟୀ, ମାଓବାଦୀମାନେ ଏକ...

ପାଇଖାନା ଟାଙ୍କିରେ ଗଲା ଜୀବନ

ଫୁଲବାଣୀ ଅଫିସ, ୩୧।୫: କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ଆଲାମୀ ପଞ୍ଚାୟତ ପିଟବାରୀ ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ନିର୍ମାଣାଧୀନ ପାଇଖାନା ଟାଙ୍କିରେ ପଶି କାଠ କାଢ଼ୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି।...

୯ ଜିଲାରେ ବଜ୍ରପାତ ଆଶଙ୍କା

ଭୁବନେଶ୍ବର,୩୧।୫: ଆଗାମୀ ୪ ଦିନ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବା ସୋମବାର ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ନୂଆପଡ଼ା,...

ଧସିଲା ବୈତରଣୀ ନଦୀବନ୍ଧ

ଭଦ୍ରକ ଅଫିସ, ୩୧।୫- ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ହସିନାବାଦ ପଞ୍ଚାୟତ ଉପର ଅସ୍ତକ ଗ୍ରାମ ନିକଟରେ ରବିବାର ରାତିରେ ବୈତରଣୀର ୩୦ ଫୁଟ ଲମ୍ବର ନଦୀବନ୍ଧ ଧସି ଯାଇଛି। ବାତ୍ୟା ‘ୟାସ୍‌’ ଯୋଗୁ ନଦୀରେ ବନ୍ୟା ଆସିଥିଲା।...

ଲକ୍‌ଡାଉନ୍‌ରେ ଲୁଟ୍‌ ଉଦ୍ୟମ: କଟିଲା ମହିଳାଙ୍କ ବେକ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ଲକ୍‌ଡାଉନ୍‌ ଚାଲିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳାଙ୍କ ଠାରୁ ଲୁଟ ଉଦ୍ୟମ ହୋଇଛି। ଏଥିରେ ମହିଳା ଜଣଙ୍କ ଆହତ ହୋଇଛନ୍ତି। ତାଙ୍କ ବେକରେ ଆଘାତ ଲାଗିଛି। ରାଜଧାନୀର ନୟାପଲ୍ଲୀ ଭିଆଇପି ଅଞ୍ଚଳର ମୁଖ୍ୟ ରାସ୍ତାରେ ଏ ଘଟଣା...

ମୃତଦେହ ରଖିବାକୁ ମର୍ଚୁରି ନାହିଁ

କାମାକ୍ଷାନଗର, ୩୧।୫(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ମର୍ଚୁରି ନାହିଁ। ଫଳରେ ଅକସ୍ମାତ ମୃତ୍ୟୁ ଘଟୁଥିବା ରୋଗୀ ଏବଂ ପରିଚୟ ନ ଥିବା ମୃତଦେହଗୁଡ଼ିକ ଘଣ୍ଟାଘଣ୍ଟା ଧରି ବାହାରେ ପଡ଼ିରହୁଛି। ଏହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ସ୍ବାସ୍ଥ୍ୟକେନ୍ଦ୍ରକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri