ରାଜ୍ୟ

୨୦ ଘରୋଇ ସ୍କୁଲକୁ ନୋଟିସ

ଭୁବନେଶ୍ୱର, ୫।୪(ଅସମାପିକା ସାହୁ): ୨୦୨୪-୨୫ ଶିକ୍ଷାବର୍ଷରେ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଘରୋଇ ସ୍କୁଲରେ ମାଗଣା ପଢ଼ିବାକୁ ମନୋନୀତ ହୋଇଥିବା ଛାତ୍ରୀଛାତ୍ରଙ୍କୁ କିଛି ସ୍କୁଲ ଫେରାଇ ଦେବା ପରେ ବିବାଦ ତେଜିବାରେ ଲାଗିଛି। ଏହାର ପ୍ରତିବାଦରେ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ…

ଭାଜପାକୁ ଘାରିଲାଣି ଅସନ୍ତୁଷ୍ଟଙ୍କ ଚିନ୍ତା

ଭୁବନେଶ୍ୱର, ୫।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନରେ ରାଜ୍ୟରେ ଭାଜପା ସରକାରକୁ ଆସିବ ବୋଲି ଭାଜପା ରାଜ୍ୟ ନେତୃବୃନ୍ଦ ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି। ଅନେକ ସମୟରେ ବିଜେଡିରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବହୁ ପରିମାଣରେ ବଢ଼ିଯାଇଥିବା ବେଳେ ଶାସକ ଦଳର ବହୁ ନେତା ଯୋଗାଯୋଗରେ ଥିବା…

ବିଜେଡିରେ ମିଶିବା ଚର୍ଚ୍ଚା: ଗୁଜବ କହିଲେ ମନୋଜ

ହାଟଡ଼ିହୀ,୫l୪(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ଜୟଦେବ ଯେନାଙ୍କ ପୁଅ ଇଂ. ମନୋଜ କୁମାର ଯେନା ବିଜେଡିରେ ମିଶିବେ ବୋଲି କିଛି ଦିନ ହେବ ଚର୍ଚ୍ଚା ଚାଲିଛି। ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର…

କେନାଲ ଅବରୋଧ କରି ଗାର୍ଡୱାଲ ନିର୍ମାଣ

ନିିଶ୍ଚିନ୍ତକୋଇଲି,୫।୪(ଅଶୋକ କୁମାର ମହାପାତ୍ର): ଠିକାଦାର ରାସ୍ତା ନିର୍ମାଣ ନିମନ୍ତେ ଦୀର୍ଘ ବର୍ଷର ଏକ କେନାଲକୁ ପୋତି ଦେଇଥିବାର ଚାଷୀମହଲରେ ଅଭିଯୋଗ ହୋଇଛି। ଫଳରେ ଚାଷୀମାନେ ଚଳିତ ବର୍ଷ ଚାଷ ଜମିରେ ଜଳସେଚନ ନିମନ୍ତେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେବା ନେଇ…

ଅଟକିଛି ବିଜେଡିର ସାଲେପୁର ପ୍ରାର୍ଥୀ ଘୋଷଣା

କଟକ,୫ା୪(ଶିଳ୍ପା ପ୍ରିୟଦର୍ଶିନୀ): ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା ସରିଛି। ହେଲେ ଏବେ ବି ସାଲେପୁର ଓ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନାହିଁ। ୫ଦିନ ତଳେ ଭାଜପାରୁ ଇସ୍ତଫା ଦେଇଥିବା ପୂର୍ବତନ ବିଧାୟକ ପ୍ରକାଶ ବେହେରା…

୪ ଲୋକ ସଭା ଓ ୨୮ ବିଧାନସଭା କ୍ଷେତ୍ରର ପ୍ରସ୍ତୁତି ସମୀକ୍ଷା

ସମ୍ବଲପୁର,୫ା୪ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଗସ୍ତରେ ଆସି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ କୁମାର ଧଳ ଗୁରୁବାର ସମ୍ବଲପୁର ସହିତ ସୁନ୍ଦରଗଡ଼, ବରଗଡ଼ ଓ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୨୮ ବିଧାସନସଭା କ୍ଷେତ୍ରରେ ନିର୍ବାଚନୀ ପ୍ରସ୍ତୁତି ସମୀକ୍ଷା…

ହାଇକୋର୍ଟରେ ହାଜର ହେଲା ଜାହାଜ ଚଳାଚଳ ମନ୍ତ୍ରଣାଳୟ

କଟକ,୫ା୪ (କାର୍ତ୍ତିକ ସାହୁ): ପାରାଦ୍ୱୀପ ନିକଟ ସମୁଦ୍ରରେ ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ ଦାବି ନେଇ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ଗୁରୁବାର ହୋଇଛି। ଶୁଣାଣିବେଳେ ଜାହାଜ ଚଳାଚଳ ମନ୍ତ୍ରଣାଳୟ ହାଇକୋର୍ଟରେ ହାଜର ହୋଇ ନିଜର ପକ୍ଷ ରଖିଛି।…

ହତ୍ୟାକାଣ୍ଡରେ ପୁଅ ସମ୍ପୃକ୍ତ ଜାଣି ବିଷ ପିଇଦେଲେ ମା’, ବାପା

ପୁରୁଷୋତ୍ତମପୁର,୪।୪(ସୀମାଞ୍ଚଳ ମିଶ୍ର)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଶିକୁଳା ଗ୍ରାମରେ ପୂର୍ବତନ ସରପଞ୍ଚ ନନ୍ଦିନୀ ବେହେରାଙ୍କ ଦେଡ଼ଶୁର କାହ୍ନୁଚରଣ ବେହେରା (୫୫)ଙ୍କୁ ଗତ ଶୁକ୍ରବାର ଛୁରି ଭୁସି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶିକୁଳା…

କୋରାପୁଟ ନିର୍ବାଚନମଣ୍ଡଳୀ: ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ଦଳୀୟ କର୍ମୀଙ୍କ ବିରୋଧ

ସୁନାବେଡ଼ା,ସେମିଳିଗୁଡ଼ା,୪ା୪(କୃତ୍ତିବାସ ପ୍ରଧାନ/ ବାସୁଦେବ ବରାଡ଼): କୋରାପୁଟ ବ୍ଲକ, ସୁନାବେଡ଼ା ପୌରାଞ୍ଚଳ, ଲମତାପୁଟ ଓ ବୈପାରିଗୁଡ଼ା ବ୍ଲକ ଅଞ୍ଚଳକୁ ନେଇ ଗଠିତ ହୋଇଛି ୧୪୪ ନଂ. କୋରାପୁଟ ନିର୍ବାଚନମଣ୍ଡଳୀ। ନିର୍ବାଚନ ପାଇଁ ନିକଟରେ ବିଜେଡି ପ୍ରାର୍ଥୀ ରୂପେ ରଘୁରାମ ପଡାଲଙ୍କ ନାମ ଘୋଷଣା…

ଜୟପୁର ବନାଞ୍ଚଳରେ ଲାଗିଲା ନିଆଁ

ଜୟପୁର, ୪ା୪(ପବନ ପାଣିଗ୍ରାହୀ): ଜୟପୁର ବନାଞ୍ଚଳ ଅଧୀନରେ ଥିବା ବିଭିନ୍ନ ଜଙ୍ଗଲେ ନିଆଁ ଲାଗିଛି । ଡଙ୍ଗରଛିଞ୍ଚି, ଜବାକନାଡି, ଘାଟବାଗରା, ଗଡପଦର ପାହାଡ଼ ଓ ମାଳିଗୁଡ଼ା ଜଙ୍ଗଲରେ ନିଆଁ ଲାଗିଛି। ଗଡପଦର ପାହାଡ଼ରେ ନିଆଁକୁ ଆୟତ୍ତ କରିବାକୁ ବନ ବିଭାଗକୁ ନାକେଦମ…

ସକାଳେ ଛାଡିଥିଲେ ଭାଜପା, ଏବେ କଂଗ୍ରେସରେ ହେଲେ ସାମିଲ

ଭୁବନେଶ୍ୱର, ୪।୪: କଂଗ୍ରେସରେ ସାମିଲ ହେଲେ ମହିଳା ନେତ୍ରୀ ସୋନାଲି ସାହୁ। ଗୁରୁବାର ସେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେଇଛନ୍ତି। ପିପିସି ସଭାପତି ଶରତ ପଟ୍ଟନାୟକ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ବାଗତ କରିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ସକାଳେ ଭାଜପାରୁ ଇସ୍ତଫା ଦେଇଥିଲେ…

ଶଙ୍ଖ ଛାଡିଲେ ଆଠମଲ୍ଲିକ ବିଧାୟକ

ଭୁବନେଶ୍ୱର, ୪।୪: ବିଜେଡି ଛାଡିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଗୁରୁବାର ସେ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ବିଜେଡି ଛାଡିଥିବା ସୂଚନା ମିଳିଛି। ଆଠମଲ୍ଲିକରୁ ବିଜେଡି ଏଥର ନଳିନୀକାନ୍ତ ପ୍ରଧାନଙ୍କୁ ପ୍ରାର୍ଥୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?