Posted inରାଜ୍ୟ

ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶାରେ ମୁତୟନ ହେବେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ

ଭୁବନେଶ୍ୱର,୨୭ା୪: ରାଜ୍ୟରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପ୍ରକ୍ରିୟା ପରିଚାଳନା ନିମନ୍ତେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଉଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି।

ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ, ସ୍ୱଚ୍ଛ ତଥା ନିରପେକ୍ଷ ଭାବେ ପରିଚାଳନା କରିବା ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଆୟତ୍ତରେ ରଖି ଏହି ଜାତୀୟ ମତଦାନ ଉତ୍ସବର ବ୍ୟବସ୍ଥା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଯବାନ ମୁତୟନ ହୋଇସାରିଛନ୍ତି।

ଶାନ୍ତିପୂର୍ଣ୍ଣ ନିର୍ବାଚନ ଲକ୍ଷ୍ୟରେ ଜନସାଧାରଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ପୁଲିସ ବାହିନୀ ଫ୍ଲାଗମାର୍ଚ୍ଚ କରୁଛନ୍ତି। ଆସନ୍ତା ମଇ ମାସ ପ୍ରଥମାର୍ଦ୍ଧରେ ଆଉ ୯୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ କାର୍ଯ୍ୟରେ ଯୋଗଦେବେ ବୋଲି ଧଳ କହିଛନ୍ତି।

ଓଡ଼ିଶାର ୨୧ଟି ସଂସଦୀୟ କ୍ଷେତ୍ରରେ ୧୩ ମେ, ୨୦ ମେ, ୨୫ ମେ ଏବଂ ୧ ଜୁନ୍‌ରେ ମତଦାନ ଅନୁଷ୍ଠିତ ହେବ। ସେଥିମଧ୍ୟରୁ ମେ ୧୩ ତାରିଖରେ ଚତୁର୍ଥ ପର୍ଯ୍ୟାୟରେ ଚାରିଟି ସଂସଦୀୟ କ୍ଷେତ୍ର ଯଥା କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟରେ ଲୋକସଭା ଓ ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ୧୮ ଏପ୍ରିଲରେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ଦାଖଲର ଶେଷ ତାରିଖ ୨୫ ଏପ୍ରିଲ୍‌ ହୋଇଥିବା ବେଳେ ୨୬ ଏପ୍ରିଲରେ ନାମାଙ୍କନ ଯାଞ୍ଚ, ୨୯ ଏପ୍ରିଲ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯିବ।

ଏହାପରେ ପଞ୍ଚମ ପର୍ଯ୍ୟାୟ ଅର୍ଥାତ୍‌ ମେ ୨୦ ତାରିଖରେ ଓଡ଼ିଶାର ୫ଟି ସଂସଦୀୟ କ୍ଷେତ୍ର ଯଥା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକାରେ ଲୋକସଭା ଓ ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ୨୬ ଏପ୍ରିଲରେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ଦାଖଲର ଶେଷ ତାରିଖ ୩ ମେ ରଖାଯାଇଥିବା ବେଳେ ମେ ୪ ତାରିଖରେ ନାମାଙ୍କନ ଯାଞ୍ଚ, ୨୦ ମେ’ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯିବ ।

ଷଷ୍ଠ ପର୍ଯ୍ୟାୟ ଅର୍ଥାତ୍‌ ମେ ୨୫ ତାରିଖରେ ଓଡ଼ିଶାର ୬ଟି ସଂସଦୀୟ କ୍ଷେତ୍ର ଯଥା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱରରେ ଲୋକସଭା ଓ ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ୨୯ ଏପ୍ରିଲରେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ଦାଖଲର ଶେଷ ତାରିଖ ୬ ମେ ରଖାଯାଇଥିବା ବେଳେ ମେ ୭ ତାରିଖରେ ନାମାଙ୍କନ ଯାଞ୍ଚ, ୯ ମେ’ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯିବ।

ସପ୍ତମ ତଥା ଶେଷ ପର୍ଯ୍ୟାୟରେ ଜୁନ୍‌ ପହିଲାରେ ଓଡ଼ିଶାର ୭ଟି ସଂସଦୀୟ କ୍ଷେତ୍ର ଯଥା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଲୋକସଭା ଓ ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ମେ ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ଦାଖଲର ଶେଷ ତାରିଖ ୧୪ ମେ ରଖାଯାଇଥିବା ବେଳେ ମେ ୧୫ରେ ନାମାଙ୍କନ ଯାଞ୍ଚ, ୧୭ ମେ’ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯିବ। ଓଡ଼ିଶା ସମେତ ଦେଶର ସବୁ ଲୋକସଭା ଆସନ ଏବଂ ଚାରିଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଜୁନ୍‌ ୪ ତାରିଖରେ ଭୋଟ୍‌ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଦଳରେ ଯୋଗଦେବେ ହାର୍ଦ୍ଦିକ ପାଣ୍ଡ୍ୟା? କେତେ ମୂଲ୍ୟରେ…ଅଶ୍ୱିନ୍ କଲେ ବଡ଼ ଖୁଲାସା

ଚେନ୍ନାଇ,୭।୮: ଆଇପିଏଲ୍ ୨୦୨୬ ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ଅନ୍ୟ କୌଣସି ଦଳରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଜାରି ରହିଛି। କିଛି ଲୋକଙ୍କ ମତରେ…

ସରପଞ୍ଚଙ୍କ ଆମରଣ ଅନଶନ ଚେତାବନୀ ପରେ ଆତ୍ମାହୁତି ଚେତାବନୀ, ପ୍ରଶାସନର ତତ୍ପରତା

ହାଟଡିହୀ/ଛେନାପଦୀ, ୭।୮ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): ସରପଞ୍ଚଙ୍କ ଆମରଣ ଅନଶନ ପରେ ଆତ୍ମାହୁତି ଚେତାବନୀକୁ ନେଇ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି। ଏହି ଘଟଣା ଏବେ…

Add-On Credit Card କ’ଣ? କିଏ କରିପାରିବେ ଏହାର ବ୍ୟବହାର, ଜାଣନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ, ୭।୮: ଆଜିକାଲି ପରିବାରର ବିଭିନ୍ନ ଖର୍ଚ୍ଚ ଯେପରିକି ଘରୋଇ ବିଲ୍, ଶପିଂ, ଭ୍ରମଣ ଏବଂ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଆଦି ଏକାଠି ପରିଚାଳନା କରିବା କଷ୍ଟକର…

ପ୍ରଦୀପଙ୍କୁ ସ୍ବାବଲମ୍ବୀ କରିଛି ଡ୍ରାଗନ ଫ୍ରୁଟ ଚାଷ

ଜି.ଉଦୟଗିରି,୭ା୮(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ଜି.ଉଦୟଗିରି ବଜାର ଫୁଟପାଥରେ ଡ୍ରାଗନ ଫ୍ରୁଟ ବିକ୍ରି ହେଉଛି। ଏହାର କିଲୋ ୨୦୦ ଟଙ୍କା ରହିଥିଲେ ମଧ୍ୟ ଗ୍ରାହକଙ୍କ…

ପୂର୍ବତନ ବିଧାୟକ ସର୍ଦ୍ଦାର ଦଣ୍ଡପାଣି ସ୍ବାଇଁ ଙ୍କ ଶ୍ରାଦ୍ଧ ଦିବସ: ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି         

ଦିଗପହଣ୍ଡି,୭|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମରେ ସ୍ଵାଧୀନତା ସଂଗ୍ରାମୀ ବିଶିଷ୍ଟ କମ୍ୟୁନିଷ୍ଟ ନେତା ପୂର୍ବତନ ବିଧାୟକ ସ୍ବର୍ଗତ ସର୍ଦ୍ଦାର ଦଣ୍ଡପାଣି ସ୍ବାଇଁ…

କେସିଙ୍ଗାର ଯୁବ ପ୍ରତିଭା, ସାମାଜିକ କର୍ମୀ ରମେଶ କୁମାର ଜେନାଙ୍କ ଅକାଳ ବିୟୋଗ: ଝୁରୁଛି ଗାଁ ମାଟି

କେସିଙ୍ଗା, ୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୧୧ ନମ୍ବର ୱାର୍ଡର ଅନନ୍ତ ରାମ ଜେନାଙ୍କ ପୁତ୍ର ତଥା ସଜନୀ ଜେନାଙ୍କ ସୁପୁତ୍ର ରମେଶ…

ରାକ୍ଷୀପୂର୍ଣ୍ଣିମାରେ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା: ଜୁଲାଇ ୨୫ ତାରିଖ ସୁଦ୍ଧା…

ଭୁବନେଶ୍ୱର,୭।୮ ରାକ୍ଷୀପୂର୍ଣ୍ଣିମା ଅବସରରେ ରାଜ୍ୟର ମହିଳାମାନଙ୍କୁ ‘ସୁଭଦ୍ରା’ ଯୋଜନାର ଟଙ୍କା ମିଳିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଜୁଲାଇ ୨୫…

ବୁଧ ଓ ମଙ୍ଗଳଙ୍କ ଶୁଭ ଯୋଗ! ଭାଗ୍ୟ ନେବ ମୋଡ଼, ୮ ଅଗଷ୍ଟରୁ ୪ ରାଶିକୁ ମିଳିବ ବଡ଼ ଲାଭ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ଅଗଷ୍ଟ ୮ ତାରିଖ ଅପରାହ୍ନରେ ଏକ ବିଶେଷ ମହାଜାଗତିକ ଘଟଣା ଘଟିବାକୁ ଯାଉଛି । ଏହି ଦିନ ବୁଧ ଏବଂ ମଙ୍ଗଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri