ରାଜ୍ୟ

ପୁଣି ଏକ ଲଘୁଚାପ: ଏସବୁ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୮।୮: ଉତ୍ତର ବଙ୍ଗୋପସାଗର ଓ ଆଖପାଖରେ ଲଘୁଚାପ ସକ୍ରିୟ ରହିଛି । ଆଗାମୀ ୨ ଦିନ ଭିତରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଲୋ ପ୍ରେସରର ରୂପ ନେବାପରେ ବାଂଲାଦେଶ ଉପକୂଳ ମୁହାଁ ହେବ। ଏହାର ପ୍ରଭାବରେ ରାଜ୍ୟର କିଛି…

ଟ୍ରେନ୍‌ରେ କଟି ଚାଲିଗଲା ହାତୀଛୁଆର ଜୀବନ, ଜଗି ବସିଛି ମା’

ଟେନ୍‌ସା,୧୮ା୮(ସମୀର କୁମାର ପାଢ଼ୀ): ଟ୍ରେନ୍‌ରେ କଟି ଏକ ହାତୀଛୁଆର ଜୀବନ ଚାଲିଯାଇଛି। ମାଆ ସାମ୍ନାରେ ଛଟପଟ ହୋଇ ବିଚରା ଛୁଆହାତୀଟି ମରିଯିବାରୁ ମା’ର ମନ ବୁଝୁନାହିଁ। ସେ ତା’ ଛୁଆର ପାଖ ଛାଡ଼ି ଯାଉନାହିଁ। ଖାଲି ଏତିକି ନୁହେଁ ପାଟି ସିନା…

ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାର ତଦନ୍ତକୁ ନେଇ ବଡ଼ ବୟାନ ଦେଲେ ପରିବହନ ମନ୍ତ୍ରୀ, କହିଲେ ମୁଁ କହିଛି ମାନେ…

ଭୁବନେଶ୍ୱର,୧୮ା୮: ବିଜେଡି ନେତା ତଥା ପୂର୍ବତନ ୫-ଟି ସଚିବ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ତୁରନ୍ତ ରିପୋର୍ଟ ଆସିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ପାଣ୍ଡିଆନ ତାଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ହେଲିକପ୍ଟରରେ ବୁଲିବା ଅଭିଯୋଗ ହୋଇଥିଲା। ଏନେଇ…

ରନ୍ଧା ମଦ ପ୍ରସ୍ତୁତିରେ ବ୍ୟବହୃତ ହେଉଛି ମଲାମୂଷା, ଭାଇରାଲ ହେଉଛି ଭିଡିଓ

ଥୁଆମୂଳ ରାମପୁର,୧୮ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳରେ ଏବେ ଦେଶୀ ହାତ ରନ୍ଧା ମଦ କାରବାର ବଢ଼ିବାରେ ଲାଗିଛି। ତେବେ ଏହି ଦେଶୀ ହାତରନ୍ଧା ମଦ ରାନ୍ଧିବାକୁ ହେଲେ କେଉଁ ପ୍ରକାରର କୌଶଳ ଅବଳମ୍ବନ କରାଯାଉଛି ତାହା ଜାଣିବା ମଧ୍ୟ…

ଗିରଫ ହେଲେ ଆସିଷ୍ଟାଣ୍ଟ କମିଶନର ବିନୟ ତ୍ରିପାଠୀ

ଯାଜପୁର,୧୮ା୮: ଯାଜପୁର ସିଟି ଏବଂ ଜିଏସ୍‌ଟିର ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କୁ ରବିବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ସରକାରୀ ଟିକସ ହେର୍‌ଫେର୍‌ ଅଭିଯୋଗରେ ଶନିବାର ରେଡ୍‌ କରାଯାଇଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏଥିସହିତ ବିନୟଙ୍କ…

ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା

ପୁରୀ,୧୮ା୮: ପୁରୀ ଜିଲା କୃଷ୍ଣପ୍ରସାଦ ନିକଟ ମଝି ଚିଲିକାରେ ଏକ ଯାତ୍ରୀବାହୀ ଡଙ୍ଗା ରବିବାର ଫସିଯାଇଛି। ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ମହିଁସା ନିକଟରେ ଅଟକି ରହିଛି। ଉକ୍ତ ଡଙ୍ଗାରେ ୪୦ରୁ ଉଦ୍ଧର୍‌ବ ଯାତ୍ରୀ ଥିବା ବେଳେ ପ୍ରାୟ ୨୦ଟି ବାଇକ୍‌…

ରାଖି ପୂର୍ଣ୍ଣିମାରେ ଭଉଣୀଙ୍କୁ ଦେବେ ସୁନା ଉପହାର, ଜାଣନ୍ତୁ ଭୁବନେଶ୍ୱରରେ ସୁନା ରେଟ୍‌ କେତେ

ଭୁବନେଶ୍ୱର,୧୮।୮: ରାତି ପାହିଲେ ରାଖି ପୂର୍ଣ୍ଣିମା। ଭଉଣୀମାନେ ଭାଇଙ୍କୁ ରାଖି ବାନ୍ଧିବାକୁ ପ୍ରସ୍ତୁତ ହୋଇଗଲେଣି। ଏପଟେ ଭାଇମାନେ କିନ୍ତୁ ଟେନଶନରେ ଅଛନ୍ତି। ନିଜ ଗେହ୍ଲା ଭଉଣୀଙ୍କୁ କ’ଣ ଉପହାର ଦେବେ? ତେବେ ଆପଣ କ’ଣ ଭଉଣୀଙ୍କୁ ସୁନା ଜିନିଷ ଉପହାର ଦେବେ…

ବାଇକ୍‌ ଚାଳକଙ୍କୁ ଶୁଣ୍ଢରେ ଟେକି କଚାଡ଼ିଦେଲା ହାତୀ

ପରଜଙ୍ଗ,୧୮ା୮(ନିଗମାନନ୍ଦ ଦଳବେହେରା): ମହାବିରୋଡ୍‌ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ସାଆନ୍ଦା ବିଟ୍‌ ତୁଳସୀପଶି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବାଇକ୍‌ ଚାଳକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ବ୍ୟକ୍ତି ଜଣଙ୍କ ତୁଳସୀପଶି ଗ୍ରାମର ଦୁଷ୍ମନ୍ତ କୁମାର ସାହୁ (୪୫)।…

ଦମନ, ଗଦର ପରେ ଏବେ ସ୍ତ୍ରୀ-୨ ପାଇଲା ସଫଳତା, ଚର୍ଚ୍ଚାରେ ଦାରିଙ୍ଗବାଡ଼ିର ବରୁଣ

ଦାରିଙ୍ଗବାଡ଼ି,୧୮ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ବରୁଣ ବିଶୋଇ ଜଣେ ସଫଳ ବଲିଉଡ୍‌ ଫଳି କଳାକାର ଭାବେ ଜଣାଶୁଣା। ସେ ଏବେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ିବାରେ ଲାଗିଛନ୍ତି। ଶତାଧିକ ବଲିଉଡ୍‌ ଫିଲ୍ମ ସମେତ ଓଡ଼ିଆ…

ଜୁଏଲ ଓରାମଙ୍କ ସ୍ତ୍ରୀଙ୍କୁ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, କହିଲେ ଏହା ଆମ ପାଇଁ …

ଭୁବନେଶ୍ୱର,୧୮ା୮: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସ୍ତ୍ରୀଙ୍କ ଦେହାନ୍ତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶେଷ ଦର୍ଶନ କରିଛନ୍ତି। ତାଙ୍କ ସହିତ ମନ୍ତ୍ରିମଣ୍ଡଳ ସଦସ୍ୟ ଓ ଅନ୍ୟ ବ୍ୟକ୍ତି ବିଶେଷ ମଧ୍ୟ ଶେଷ ଦର୍ଶନ କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ…

କାନ୍ଦି କାନ୍ଦି ସ୍ତ୍ରୀଙ୍କୁ ଶେଷ ବିଦାୟ ଜଣାଇଲେ ଜୁଏଲ, କହିଲେ ମୋ’ ରାଜନୈତିକ ଜୀବନରେ ବହୁତ…

ଭୁବନେଶ୍ୱର,୧୮ା୮: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସ୍ତ୍ରୀ ଝିଙ୍ଗିଆ ଓରାମଙ୍କ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲରେ ଶନିବାର ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଡେଙ୍ଗୁ ରୋଗରେ ଆକ୍ରାନ୍ତ…

ସିଂହଦ୍ୱାର ସମ୍ମୁଖରେ ଭାସିଲା ପେଯ ନଳା ପାଣି

ପୁରୀ,୧୮ା୮(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଶନିବାର ସକାଳ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପେଯ ନଳା ପାଣି ଭାସିଥିଲା, ଯାହାକୁ ନେଇ ସେବାୟତଙ୍କ ଠାରୁ ଆରମ୍ଭ କରି ଭକ୍ତମାନେ ଅସନ୍ତୋଷ ବ୍ୟକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?