ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ ଓଢ଼ଣୀ ବନ୍ଧାଥିବା ଜଣେ ଯୁବକ ଏବଂ ଜଣେ ଯୁବତୀଙ୍କ ମୃତଦେହ ଝୁଲୁଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ।

ମୃତ ଯୁବକ ଜଣକ ସ୍ଥାନୀୟ ଅଲ୍ଲିପୁର ଗ୍ରାମର ପବିତ୍ର ସାମଲଙ୍କ ପୁଅ ମନୋଜ ସାମଲ ବୋଲି ଜଣାପଡ଼ିଥିବା ବେଳେ ଯୁବତୀ ଜଣଙ୍କର ଅଦ୍ୟାବଧି କୌଣସି ପରିଚୟ ମିଳିନାହିଁ। ଖବର ପାଇ ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ମୃତ ଯୁବକ ଜଣକ ବିବାହିତ ଓ ତାଙ୍କର ଏକ ତିନି ବର୍ଷର ପିଲାଥିବା ଜଣାଯାଇଛି। ଉଭୟ ଯୁବତୀ/ଯୁବକ ପ୍ରେମରେ ବିଫଳ ହେବାରୁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସ୍ଥାନୀୟ ଗ୍ରାମରେ ଆଲୋଚନା ହେଉଛି। ଏହି ଘଟଣା ସାଲେପୁର ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ ଧାନ ଟଙ୍କା ନ ଦେବାରୁ ଗାଡ଼ି ଅଟକାଇଲେ ଚାଷୀ

ଆନନ୍ଦପୁର,୩ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ବଳଦୁଆଁ ଗ୍ରାମର ଚାଷୀଙ୍କଠାରୁ ଧାନ ନେଇ ପଳାଇଯାଇଥିଲା। ୩ ମାସ ପରେ ଗାଡ଼ିକୁ ପାଇ ଅଟକାଇଛନ୍ତ ଚାଷୀ।…

କ୍ଷୀର ଦାମ୍‌ ବଢ଼ିଲା, ଲିଟର ପ୍ରତି ଏକାଥରକେ ବଢ଼ିଲା…

ଭୁବନେଶ୍ୱର,୩ା୫: ଓଡ଼ିଶାରେ କ୍ଷୀର ଦାମ୍‌ ବୃଦ୍ଧି ହୋଇଛି। ଟୋନ୍ଡ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି କରିଛି ଓମ୍‌ଫେଡ୍‌। ତେବେ ୫୦ ଟଙ୍କାରୁ ବୃଦ୍ଧି ପାଇ…

ମହିଳାଙ୍କୁ ହତ୍ୟା କରି କପା କିଆରିରେ ମୃତଦେହ ପୋତିବାକୁ ଉଦ୍ୟମ, ଘଟଣାସ୍ଥଳରେ ପୋଲିସ ପହଞ୍ଚି…

ବଲାଙ୍ଗୀର,୩ା୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଚିତ୍ରାମୁଣ୍ଡା ଗାଁର ଏକ କପା କିଆରିରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ିଛି ଜଣେ ବିବାହିତା ୩…

ମମତାଙ୍କ ଉପରେ ଶନି-ମଙ୍ଗଳ ଭାରୀ; କେତୁ ନେବେ ନିର୍ଣ୍ଣାୟକ ଭୂମିକା! ଜିତିବେ ନା ହାରିବେ ଦିଦି? ଜାଣନ୍ତୁ କ’ଣ କହୁଛି ଭବିଷ୍ୟବାଣୀ

କୋଲକାତା,୩।୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ସୋମବାର, ୪ ମଇରେ ଘୋଷଣା ହେବାକୁ ଯାଉଛି। ଏଥର ନିର୍ବାଚନ ଫଳାଫଳ ମମତା ବାନାର୍ଜୀ ଏବଂ ତାଙ୍କ ଦଳ,…

ବରଗଡ଼ ଜିଲା ମାଟ୍ରିକ୍‌ ଫଳ: କମିଛି ପାସ୍‌ ହାର, ବଢ଼ିଛି A-1 ଗ୍ରେଡ୍‌

ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ): ଗତବର୍ଷ ଏବଂ ଚଳିତବର୍ଷ ମାଟ୍ରିକ ପରୀକ୍ଷାଫଳକୁ ତୁଳନା କଲେ ସମାନ ଦିନରେ ପରୀକ୍ଷାଫଳ ପ୍ରକାଶ ପାଇଛି। କିନ୍ତୁ ଏଥର ପରୀକ୍ଷାଫଳ ଗତବର୍ଷ ପରୀକ୍ଷା ଫଳ…

ଦିଲ୍ଲୀର ବିବେକ ବିହାରରେ ୪ ମହଲା କୋଠାରେ ଅଗ୍ନିକାଣ୍ଡ, ୯ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ,୩।୫: ଶନିବାର ରାତିରେ ଦିଲ୍ଲୀର ଶାହଦରାର ବିବେକ ବିହାର ଅଞ୍ଚଳରେ ଏକ ଚାରି ମହଲା ବିଶିଷ୍ଟ ଆବାସିକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ଯୋଗୁ ପୋଡ଼ିଯିବା…

ଇରାନର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ଆମେରିକା, କଡ଼ା ଜବାବ ରଖିଲା ତେହରାନ

ତେହରାନ,୩।୫: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଏବଂ ଉତ୍ତେଜନା ଜାରି ରହିଛି। ଏହା ମଧ୍ୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ଅଲି ବାଘେରି କାନି ଶନିବାର…

ବିନା ଟ୍ୟୁସନରେ ମାଟ୍ରିକ୍‌ ଟପ୍ପର, ବଡ଼ ହେଲେ ଡାକ୍ତର ହେବେ କହିଲେ ଦୀପଶିଖା

ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ): ବିଦ୍ୟାଳୟରେ ପାଠପଢ଼ା ବ୍ୟତୀତ ଘରେ ଦୈନିକ ୬ରୁ ୭ଘଣ୍ଟା ପଢ଼ୁଥିଲି। ଟ୍ୟୁସର ପଢ଼ୁ ନ ଥିଲି। ପଦ୍ମପୁରସ୍ଥିତ ନାନା ମମତା(ବାପାଙ୍କ ଭଉଣୀ) ଘରେ ରହୁଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri