ବଦଳିଲା ଶ୍ରୀମନ୍ଦିର ଧ୍ବଜା ବନ୍ଧା ନୀତି ସମୟ
ପୁରୀ,୧୧।୧୧: କାର୍ତ୍ତିକ ମାସରେ ଅସମ୍ଭବ ଭିଡ଼ ଯୋଗୁ ଧ୍ୱଜାବନ୍ଧା ନୀତି ସନ୍ଧ୍ୟା ବଦଳରେ ଅପରାହ୍ନ ୩ଟା ୩୦ରୁ ୪ଟା ମଧ୍ୟରେ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଚୁନରା ସେବକମାନଙ୍କୁ ସ୍ବତନ୍ତ୍ର ଆଦେଶ ଦିଆଯାଇଛି। ପ୍ରତିିଦିନ ଅପରାହ୍ନ…
ମହିଳାଙ୍କ ନଗ୍ନ ଭିଡିଓ ଭାଇରାଲ କରି ବନ୍ଧାହେଲେ ଯୋଗାଣ ସହାୟକ
ବଲାଙ୍ଗୀର,୧୧ା୧୧(ସୁନୀଲ କୁମାର ମହାନ୍ତି): ଜଣେ ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ନଗ୍ନ ଭିଡିଓ ଭାଇରାଲ କରି ଫେରାର ଥିବା ଯୋଗାଣ ସହାୟକଙ୍କୁ ବଲାଙ୍ଗୀର ପୋଲିସ ଛତିଶଗଡ଼ରୁ ଗିରଫ କରିଛି। ବଲାଙ୍ଗୀର ଜିଲା ଆଗଲପୁର ଥାନା ଅଞ୍ଚଳର ଜଣେ ବିଧବା ମହିଳାଙ୍କୁ ଶାରୀରିକ ସମ୍ପର୍କ…
ପୋଲିସର ଚଢ଼ାଉ ପରେ ନାମଫଳକରେ ଢଙ୍କାଗଲା କପଡ଼ା
ଗଞ୍ଜାମ,୧୧ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଥିବା ଲଜ୍ ଓ ରେସିଡେନ୍ସିଗୁଡ଼ିକରେ କିଛିଦିନ ତଳେ ଚଢ଼ାଉ କରିଥିଲା ଗଞ୍ଜାମ ଥାନା ପୋଲିସ। ଫଳରେ ତ୍ରିବେଣୀ ମଠ ଛକସ୍ଥିତ ରେସିଡେନ୍ସିରେ କପଡ଼ା ଢଙ୍କା ଯାଇଥିବା ଦେଖିବାକୁ ମିଳିଥିବା ବେଳେ କିଛି…
ବିଜେଡି ସରକାରରେ ଓଡ଼ିଶା ଅପରାଧର ସାମ୍ରାଜ୍ୟ ଥିଲା: ଭାଜପା
କଟକ,୧୧ା୧୧(ଶିଳ୍ପା ପ୍ରିୟଦର୍ଶିନୀ): ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ କମିଟି ମୁଖ୍ୟ ସ୍ନେହାଙ୍ଗିନୀ ଛୁରିଆ ଗଣବଳାତ୍କାର ଘଟଣାରେ ଭାଜପାକୁ ଟାର୍ଗେଟ କରିଥିବାରୁ ତାଙ୍କୁ ସିଏମ୍ସି ୨୬ ନମ୍ବର ଓ୍ବାର୍ଡ କର୍ପୋରେଟର ତଥା ରାଜ୍ୟ ଭାଜପା ଯୁବମୋର୍ଚ୍ଚା ସମ୍ପାଦକ ଗଗନ ଓଝା ଜବାବ ଦେଇଛନ୍ତି। ସେ…
ରାଜ୍ୟରେ ଖୁବ୍ଶୀଘ୍ର ପ୍ରତିଷ୍ଠା ହେବ ୪ଟି ମହିଳା କୋର୍ଟ: ଆଇନ ମନ୍ତ୍ରୀ
ଭୁବନେଶ୍ୱର,୧୧ା୧୧(ସୁନିତ୍ ମିଶ୍ର): ରାଜ୍ୟରେ ମହିଳାମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଲାଗି ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ମହିଳାଙ୍କ ବିରୋଧରେ ବଢ଼ିଚାଲିଥିବା ଅପରାଧକୁ ନ୍ୟାୟ ଦେବା ଲାଗି ରାଜ୍ୟରେ ଖୁବ୍ଶୀଘ୍ର ୪ଟି ମହିଳା କୋର୍ଟ ସ୍ଥାପନ କରିବେ। ରାଜ୍ୟର…
ବଦଳିଲା ନର୍ସଙ୍କ ଡ୍ରେସ୍ କୋଡ୍
ଭୁବନେଶ୍ୱର,୧୧ା୧୧: ଓଡ଼ିଶା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନର୍ସଙ୍କ ଡ୍ରେସ୍ କୋଡ୍ରେ ପରିବର୍ତ୍ତନ ହୋଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ସିନିୟର୍ ନର୍ସିଂ ଅଫିସରଙ୍କ…
ଓଡ଼ିଶାରେ ପ୍ରଥମ ଥର ଆୟୋଜନ ହେବ ‘ଉଦ୍ଭବ’, ସାମିଲ ହେବେ ୨୨ ରାଜ୍ୟର ଛାତ୍ରୀଛାତ୍ର
ଭୁବନେଶ୍ୱର,୧୧ା୧୧(ସୁନିତ୍ ମିଶ୍ର): ଓଡ଼ିଶାରେ ପ୍ରଥମ ଥର ଲାଗି ପଞ୍ଚମ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଜାତୀୟ ସାଂସ୍କୃତିକ, ସାହିତି୍ୟକ ଏବଂ କଳା ଉତ୍ସବ ୨୦୨୪- ‘ଉଦ୍ଭବ’ ଆୟୋଜିତ ହେବାକୁ ଯାଉଛି। ଆସନ୍ତା ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ଜାତୀୟସ୍ତରୀୟ ଉତ୍ସବ…
ଆଜି ଝାଡ଼ଖଣ୍ଡ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୧ା୧୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନିକିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡର ଦୁଇଟି ବିଧାନସଭା କ୍ଷେତ୍ର ଷଢ଼େଇକଳା ଖରସୁଆଁ ଓ ସିଂହଭୂମରେ ଆୟୋଜିତ ଦୁଇଟି ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅଞ୍ଚଳରେ ବସବାସ…
ଅଦିନରେ ହ୍ୟୁଷ୍ଟନରେ ଗଡ଼ିଲା ନନ୍ଦିଘୋଷ ରଥ
ପୁରୀ/ଭୁବନେଶ୍ୱର, ୧୧ା୧୧ (ଅଜିତ୍ କୁମାର ମହାନ୍ତି/ ବନ୍ଦନା ସେଠୀ): ଆମେରିକାର ହ୍ୟୁଷ୍ଟନ ସହରରେ ନଭେମ୍ବର ୯ରେ ଅଦିନରେ ନନ୍ଦିଘୋଷ ରଥ ଗଡ଼ିଛି। ତେବେ ଉକ୍ତ ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଗ୍ରହ ନ ଥିବାବେଳେ ରାଧାକୃଷ୍ଣ ଏବଂ ନିତାଇଗୌରଙ୍କ ମୂର୍ତ୍ତି ବିରାଜମାନ କରିଥିବା ଦେଖିବାକୁ…
ଛତିଶଗଡ଼ରେ ଦୁର୍ଘଟଣା: ୩ ଓଡ଼ିଆ ଶ୍ରମିକ ମୃତ, ୧୨ ଆହତ
କୋଷାଗୁମୁଡା,୧୧।୧୧(ପ୍ରସାଦ ବିଷୋୟୀ): ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ସୀମାନ୍ତ ଛତିଶଗଡ଼ର ବକାୱଣ୍ଡ ରାଜନଗର ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପିକଅପ୍ ଏବଂ ଟ୍ରାକ୍ଟର ମଧ୍ୟରେ ଦୁର୍ଘଟଣା ଯୋଗୁ ୩ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୧୨…
ଭୁବନେଶ୍ବର ଡେଲ୍ଟା ଛକରେ ଦୁର୍ଘଟଣା: ଜଣେ ମୃତ
ଭୁବନେଶ୍ୱର,୧୦ା୧୧(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱରରେ ରବିବାର ରାତି ସାଢେ ୧୦ରେ ଏକ ସଡକ ଦୁର୍ଘଟଣା ଘଟିଛି । ଜଣେ ଯୁବକ ଦ୍ରୁତ ଗତିରେ ଗାଡି ଚଲୁଥିବା ବେଳେ ଭାରସାମ୍ୟ ହରାଇ ପ୍ରଥମେ ଡିଭାଇଡରକୁ ପିଟିବା ପରେ ଗଛକୁ ଜୋରରେ ଧକ୍କା ଦେଇଥିଲେ…
ଅନାସ୍ଥା ଭୋଟ୍ ପୂର୍ବରୁ କୀଟନାଶକ ପିଇଲେ ସରପଞ୍ଚ
ବରଗଡ଼/ଗାଇସିଲେଟ୍,୧୦।୧୧(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍ ବ୍ଲକ ଅନ୍ତର୍ଗତ ତାଲପାଲି ପଞ୍ଚାୟତର ସରପଞ୍ଚ ଉର୍ମିଳା ସେଠ ରବିବାର କୀଟନାଶକ ପିଇ ଦେଇଛନ୍ତି। ବିଷକ୍ରିୟାରୁ ସେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ପାଇଁ…

