ବଡ଼ଦିନ, ନୂଆବର୍ଷରେ ସ୍ବାଦିଷ୍ଟ ଖାଦ୍ୟର ମଜାନେବେ ସହରବାସୀ

କଟକ,୨୩ା୧୨(ଶିଳ୍ପା ପ୍ରିୟଦର୍ଶିନୀ): ଦିନ କେଇଟା ପରେ ବଡ଼ଦିନ ଓ ନୂଆବର୍ଷ। ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ସହ ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ସହରବାସୀ ବେଶ୍‌ ଉତ୍ସାହିତ ଅଛନ୍ତି। ଏହି ଦିନରେ ଲୋକମାନେ ବିଭିନ୍ନ ସ୍ଥାନକୁ ଯାଇ ବୁଲାବୁଲି କରିବା ସହ ରେଷ୍ଟୁରାଣ୍ଟ ଓ ତାରକା ହୋଟେଲରେ ଭଳି କି ଭଳି ସୁସ୍ବାଦ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ସହରରେ ଥିବା ବିଭିନ୍ନ ରେଷ୍ଟୁରାଣ୍ଟ ଓ ତାରକା ହୋଟେଲରେ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ବଡ଼ଦିନ ଓ ଜିରୋ ନାଇଟ୍‌ ସେଲିବ୍ରେଶନ ପାଇଁ ସ୍ବତନ୍ତ୍ର ଭାବେ ମ୍ୟୁଜିକାଲ ନାଇଟ୍‌ ବ୍ୟବସ୍ଥା କରାଯାଇଛି। ଏହି ଦୁଇଦିନ ବଲିଉଡ୍‌ କଣ୍ଠଶିଳ୍ପୀ ସଙ୍କିତ ନନ୍ଦି ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ପ୍ରଥମଥର ତନ୍ଦୁର କବାବ ଫେଷ୍ଟିଭାଲ ଆୟୋଜନ କରାଯିବ। ଏହା ଆସନ୍ତା ୨୫ରୁ ଜାନୁଆରୀ ୨ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଏହି ଫେଷ୍ଟିଭାଲରେ ନୂଆକରି ପ୍ରାୟ ୧୨ଟି ଖାଦ୍ୟ ଗ୍ରାହକଙ୍କୁ ପରଷାଯିବ। ସେଥିମଧ୍ୟରେ ମଟନ ଚପ୍‌ଲି, ସାମି କବାବ, ନସିଲା ମୁର୍ଗ ଟିକା, ତନ୍ଦୁର ସେଜ୍‌ୱାଇନ୍‌ ଚିକେନ୍‌ ଟିକା, ଓରେଗାନୋ ମୁର୍ଗ ଟିକା, ମୁର୍ଗ କଲାମି କବାବ ଇତ୍ୟାଦି ରହିଛି। ଗ୍ରାହକଙ୍କୁ ସୁହାଇଲା ଭଳି ଦର ରହିଛି।
ସୌମ୍ୟାସ୍ମିତା ସାହୁ, ସିଇଓ, ହୋଟେଲ ଶୀତଲ
ସ୍ବତନ୍ତ୍ର ଭାବେ ସିଜ୍‌ଲର୍‌ ଫୁଡ୍‌ ଫେଷ୍ଟିଭାଲ ଆୟୋଜନ କରାଯିବ। ବିଶେଷକରି ନନ୍‌ଭେଜ୍‌ ଖାଦ୍ୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ସେଥିମଧ୍ୟରେ ଚିକେନ୍‌ ଷ୍ଟିକ୍‌ ସିଜ୍‌ଲର, ସିଙ୍ଗଡମ୍‌ ଡ୍ରମ୍‌ ସିଜ୍‌ଲର, ସିଙ୍ଗିଙ୍ଗ୍‌ ଚିକେନ୍‌, ଜେରି ଚିକେନ୍‌ ସିଜ୍‌ଲର କବାବ, ଫିଲେଟ୍‌ ଫିସ୍‌ ଉଇଥ୍‌ ବ୍ଲଣ୍ଟ ସିଜ୍‌ଲିଙ୍ଗ୍‌ ଗ୍ଲେଜ୍‌, କୁଙ୍ଗ ପାଓ ମସ୍‌ରୁମ ସିଜ୍‌ଲର, ଥ୍ରୀ ଟ୍ରେଜର ଟେୟାକି ସିଜ୍‌ଲର ଏବଂ ସିଜ୍‌ଲିଙ୍ଗ୍‌ ବ୍ରାଉନି ଉଇଥ୍‌ ଆଇସକ୍ରିମ୍‌ ଇତ୍ୟାଦି ରହିଛି। ଏହି ସବୁ ଖାଦ୍ୟ ୨୯୯ଟଙ୍କାରୁ ଆରମ୍ଭ ହୋଇ ୮୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଆସନ୍ତା ଜାନୁଆରୀ ୧ ପର୍ଯ୍ୟନ୍ତ ଏହି ସବୁ ସିଜ୍‌ଲର ଖାଦ୍ୟ ଉପଲବ୍ଧ ରହିବ। ଗ୍ରାହକ ଏହାର ମଜା ନେଇପାରିବେ।
ରିତେଶ ନାୟକ, ମ୍ୟାନେଜର,
ଗ୍ରାଣ୍ଡ୍‌ ରେସିଡେନ୍ସ ହୋଟେଲ
ବଡ଼ଦିନ ଓ ନୂଆବର୍ଷ ପାଇଁ ରେଷ୍ଟୁରାଣ୍ଟକୁ ନାଲି ଏବଂ ଧଳା ଥିମ୍‌ରେ ସଜାଯିବ। ଏଥିସହ ସ୍ବତନ୍ତ୍ର ଖାଦ୍ୟ ବ୍ୟବସ୍ଥା କରାଯାଇଛି। ସେଥିମଧ୍ୟରେ ମଙ୍ଗୋଲିଆନ୍‌ କାଉଣ୍ଟର, ତାୱା ଫିସ୍‌ ଓ ଚିକେନ୍‌, ଷ୍ଟିମ୍‌ ମୋମୋ, କଷ୍ଟମାଇଜଡ୍‌ ସୁପ୍‌, ପତ୍ରପୋଡ଼ା ଫିସ୍‌ ଇତ୍ୟାଦି ରହିଛି। ଆସନ୍ତା ୨୫ରୁ ଏହି ଲାଇଭ୍‌ ଫୁଡ୍‌ ସେସନ୍‌ ରେଷ୍ଟୁରାଣ୍ଟରେ ଉପଲବ୍ଧ ହେବ।
ସୌମିତ୍‌ କୁମାର ସାହୁ, ମାଲିକ, ବ୍ଲାଷ୍ଟ ରେଷ୍ଟୁରାଣ୍ଟ
ବଡ଼ଦିନ ଓ ନୂଆବର୍ଷରେ ଲୋକମାନେ ବୁଲାବୁଲି କରିବା ସହ ସ୍ବାଦିଷ୍ଟ ଖାଦ୍ୟର ମଜା ନେଇପାରିବେ। ଏହାକୁ ଦୃଷ୍ଟିରେ ରଖି ପ୍ରଥମଥର ଫୁଡ୍‌ଫେଷ୍ଟ ବ୍ୟବସ୍ଥା କରାଯାଇଛି। ଏଠାରେ ଇଣ୍ଡିଆନ, ଥାଇ, ମେସ୍କିକାନ୍‌ ଓ ସାଉଥ୍‌ ଇଣ୍ଡିଆନ୍‌ ଖାଦ୍ୟ ଉପଲବ୍ଧ ହେବ। ବଡ଼ଦିନ ପାଇଁ ହୋଟେଲକୁ କ୍ରିସ୍‌ମସ୍‌ ଥିମ୍‌ରେ ସଜାଯିବ। ଏହି ଫୁଡ୍‌ ଫେଷ୍ଟ ଆସନ୍ତା ୨୪ରୁ ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ।
ରମେଶ ବେହେରା, ସେଫ୍‌,
ପିପୁଲ ପଦ୍ମଜା ପ୍ରାଇଡ୍‌ ହୋଟେଲ


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri