ନବୀନଙ୍କ ଉପରେ ବହିକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୧୨(ସୁନିତ୍‌ ମିଶ୍ର): ବଙ୍ଗାଳୀ ଲେଖକ ରୁବେନ ବାନାର୍ଜୀଙ୍କ ‘ନବୀନ ପଟ୍ଟନାୟକ- ଦ ଅଥରିଟେଟିଭ ବାୟୋଗ୍ରାଫି ରିଭାଇଜ୍‌ଡ ଆଫ୍ଟର ୨୦୨୪ ଇଲେକ୍ସନ’ ପୁସ୍ତକ ଉନ୍ମୋଚନ ହୋଇଯାଇଛି। ସେ ଏହି ପୁସ୍ତକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଶାସକରୁ ରାଜନେତା ପାଲଟିଥିବା ତାମିଲ ଅମଲାତନ୍ତ୍ରୀ ଭି.କେ. ପାଣ୍ଡିଆନଙ୍କ ସମ୍ପର୍କରେ ଅନେକ କଥା ଉଲ୍ଲେଖ କରିଛନ୍ତି। ବିଶେଷ କରି, ୨୦୨୪ ନିର୍ବାଚନ ସମୟରେ ନବୀନ ଘରେ ରହିବା ଓ ୧୪୭ ନିର୍ବାଚନମଣ୍ଡଳୀରେ ସ୍ଥାନୀୟ ନେତାଙ୍କୁ ଅଣଦେଖା କରି ପାଣ୍ଡିଆନଙ୍କ ଏକାକୀ ପ୍ରଚାର ବିଜେଡି ହାରିବାର ପ୍ରମୁଖ କାରଣ ବୋଲି ସେ ଉଲ୍ଲେଖ କରିଛନ୍ତି। ରୁବେନ ଲେଖିଥିବା ବିଭିନ୍ନ ବିଷୟକୁ ନେଇ ଏବେ ରାଜନୀତି ଜୋର୍‌ ଧରିଛି। କେତେକ ପୂର୍ବତନ ଏବଂ ବର୍ତ୍ତମାନର ବିଜେଡି ନେତା ଏହାକୁ ନେଇ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି।
ମନ୍ତ୍ରୀ ତଥା ଭାଜପା ନେତା ସମୀର ଦାସ କହିଛନ୍ତି, ପାଣ୍ଡିଆନଙ୍କ କୋଟେରୀ ବାବଦରେ ରୁବେନ ଯାହା ଲେଖିଛନ୍ତି ସେଥିରେ ଦ୍ୱିମତ ନାହିଁ। ତାଙ୍କର ଭୁଲ୍‌ ନ ଥିବା ସତ୍ତ୍ୱେ କୋଟେରୀ ଗ୍ରୁପ ପାଇଁ ମନ୍ତ୍ରୀପଦ ଓ ଟିକେଟ କଟାଗଲା। ଅଫିସରଙ୍କ ଦ୍ୱାରା ଗ୍ରୁପ୍‌ ଚାଲିଥିଲା। ରାଜନେତାଙ୍କ ସମ୍ପୃକ୍ତି ସେଥିରେ ନ ଥିଲା। ନବୀନବାବୁଙ୍କ ସମର୍ଥନ ବି ପାଣ୍ଡିଆନଙ୍କ ପ୍ରତି ଥିଲା। କୋଟେରୀ ଗ୍ରୁପ ହିଁ ବିଜେଡି ବିପର୍ଯ୍ୟୟର ବଡ଼ କାରଣ ବୋଲି ସେ କହିଛନ୍ତି।
ବିଜେଡି ନେତା ତଥା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ରୁବେନ ବାନାର୍ଜୀ ଜଣେ ପ୍ରତିଷ୍ଠିତ, ଅଭିଜ୍ଞ ଖବରଦାତା ଓ ସମାଲୋଚକ। ସେ ତାଙ୍କ ବହିରେ ଯେଉଁ ତଥ୍ୟ ଦେଇଛନ୍ତି ଅନେକ ସୂତ୍ରରୁ ତଥ୍ୟ ସଂଗ୍ରହ କରିଥିବେ। ଆରମ୍ଭରୁ ଦଳକୁ ଏବଂ ସଙ୍ଗଠନକୁ ଅତି ପାଖରୁ ନିରୀକ୍ଷଣ କରିଆସିଛନ୍ତି। ସେ ସୁଚିନ୍ତିତ ମତ ଦେଇଥିବେ। ସେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବୋଲି ପ୍ରସନ୍ନ କହିଛନ୍ତି।
ସମୀକ୍ଷକଙ୍କ ମତରେ କୌଣସି ଜୀବିତ ବ୍ୟକ୍ତିର ଜୀବନୀ (ବାୟୋଗ୍ରାଫି) ସେହି ବ୍ୟକ୍ତିଙ୍କ ଅନୁମୋଦନ କ୍ରମେ ହେବା କଥା। ନବୀନ ଏଭଳି ପୁସ୍ତକର ପ୍ରକାଶକଙ୍କୁ କାହିଁକି ବହି ଛାପିବାକୁ ମନାକଲେ ନାହିଁ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ବଞ୍ଚତ୍ଥିବା ବ୍ୟକ୍ତିଙ୍କର ନିଜ ଜୀବନ ବିଷୟରେ ବହି ଛପାଇବାକୁ ହେଲେ ଅନୁମତି ଲୋଡ଼ାଯିବା କଥା। ପ୍ରକାଶକ ତାହା କରିଛନ୍ତି କି ନାହିଁ ସାଧାରଣରେ ଜଣାପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି, କଂଗ୍ରେସ ପୋଛିନେଲେ ସମସ୍ତ ୧୧ ଆସନ: ନିର୍ବାଚନରୁ ଦୁରେଇ ରହିଲା ଭାଜପା

ସୋନପୁର,୬।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଯୋଜନା କମିଟିରେ ଖାଲିଥିବା ୧୧ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜିଲାର ନିର୍ବାଚିତ ଜିଲା ପରିଷଦ ସଭ୍ୟାସଭ୍ୟ ଏହି ନିର୍ବାଚନରେ…

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୦୦୦କୁ ବୃଦ୍ଧି ପାଇବ ଡାକ୍ତରୀ ସିଟ୍‌

ଭୁବନେଶ୍ୱର, ୬ା୮(ରବିନାରାୟଣ ଜେନା): ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଲୋକଙ୍କ ନିକଟତ୍ତର କରିବା ଏବଂ ଡାକ୍ତର ଅଭାବ ପୂରଣ କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଭାଜପା ସରକାର…

ଶ୍ରୀମନ୍ଦିର ପ୍ରଶାସନ ନାଁରେ ନକଲି ନିଯୁକ୍ତିପତ୍ର ଭାଇରାଲ

ପୁରୀ,୬ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ ନାଁରେ ଏକ ନକଲି ନିଯୁକ୍ତିପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ପୁରୀ ଜିଲାର…

ଆୟୁଷ୍ମାନ୍‌ କାର୍ଡରେ କ୍ୟାନ୍‌ସର ଚିକିତ୍ସା ପାଇଁ ଆଉ ୯୧ ପ୍ୟାକେଜ ସାମିଲ

ଭୁବନେଶ୍ୱର,୬ା୮(ସୁଚିସ୍ମିତା ସାହୁ): ରାଜ୍ୟର କର୍କଟ ରୋଗୀଙ୍କୁ ଅଧିକ ଉନ୍ନତମାନର ଦେୟମୁକ୍ତ ଚିକିତ୍ସା ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ୟାନ୍‌ସର କେୟାର ଅଭିଯାନ ଅଧୀନରେ…

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ ନୂଆଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୬।୮(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାରଠାରୁ ୩ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ। ଓଡ଼ିଶା ଫୁଡ୍‌ ପ୍ରୋସେସିଂ -୨୦୨୬ ଆଣ୍ଡ ଇନ୍‌ଭେଷ୍ଟର ରୋଡ୍‌ ଶୋ କାର୍ଯ୍ୟକ୍ରମରେ…

୧୨ରେ ରାଜ୍ୟ କ୍ୟାବିନେଟ: ଏହି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୬ା୮(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୨ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ…

ଧାରଣାରତ ମହିଳାଙ୍କୁ ପୋଲିସ ଭ୍ୟାନ୍‌ରେ ପୂରାଇ ଭଙ୍ଗାଗଲା ଘର

ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ପ୍ରକଳ୍ପ ପ୍ରଭାବିତ ଲୋଇସିଂହା ବ୍ଲକ ତବଲବାଞ୍ଜି ଗଁାରେ ବୁଧବାର ବିସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପଯୁକ୍ତ କ୍ଷତିପୂରଣ ଏବଂ ଉଚିତ ଥଇଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri