ଟ୍ରଫି ଟୁର୍ ଲଞ୍ଚ କଲା ଆଇସିସି
ଦୁବାଇ, ୨୭ା୬(ପି.ଟି.): ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ର ଟ୍ରଫି ଲଞ୍ଚ କରିଛି ଆଇସିସି। ସୋମବାର ଆଇସିସି ପକ୍ଷରୁ ପୃଥିବୀ ପୃଷ୍ଠର ୧ ଲକ୍ଷ ୨୦ ହଜାର ଫୁଟ ଉପରେ ଟ୍ରଫି ଲଞ୍ଚ କରାଯାଇଥିଲା। ଏହା ପରେ ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ…
ମଙ୍ଗଳବାର ଘୋଷଣା ହେବ ଦିନିକିଆ ବିଶ୍ୱକପ କାର୍ଯ୍ୟସୂଚୀ
ନୂଆଦିଲ୍ଲୀ,୨୬।୬: ଚଳିତ ବର୍ଷ ଶେଷରେ ଭାରତରେ ଆୟୋଜିତ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ କାର୍ଯ୍ୟସୂଚୀ ଜୁନ ୨୭ ଅର୍ଥାତ୍ ମଙ୍ଗଳବାର ଘୋଷଣା କରାଯିବ। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅହମ୍ମଦାବାଦ ପଡିଆରେ ଭାରତ ସହ ମ୍ୟାଚ ଖେଳିବାକୁ ସମ୍ମତି ଦେଇଛି।…
ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ରିଙ୍କୁ ସିଂଙ୍କୁ ମିଳିବ ସୁଯୋଗ
ନୂଆଦିଲ୍ଲୀ,୨୬।୬: ଜୁଲାଇରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ। ଏହି ଗସ୍ତରେ ଭାରତୀୟ ଦଳକୁ ଦୁଇଟି ଟେଷ୍ଟ, ତିନୋଟି ଦିନିକିଆ ଏବଂ ୫ ମ୍ୟାଚ ବିଶିଷ୍ଟ ଟି -୨୦ସିରିଜ ଖେଳିବାକୁ ପଡିବ। ଟେଷ୍ଟ ଏବଂ ଦିନିକିଆ ସିରିଜ ପାଇଁ ଟିମ ଇଣ୍ଡିଆ…
କଟକ ଚାମ୍ପିୟନ, ସୁନ୍ଦରଗଡ଼ ରନରଅପ୍
ଭୁବନେଶ୍ୱର, ୨୬।୬ (ତପନ ସ୍ବାଇଁ): କିଟ୍ ଓ କିସ୍ ପରିସରରେ ଥିବା ଦୂତୀ ଚାନ୍ଦ ଆଥ୍ଲେଟିକ୍ସ ଷ୍ଟାଡିୟମରେ ୬୯ତମ ଓଡ଼ିଶା ରାଜ୍ୟ ଆଥଲେଟିକ୍ସ ମିଟ୍ ରବିବାର ଉଦ୍ଯାପିତ ହୋଇଛି। ବିଭିନ୍ନ ବୟସ ବର୍ଗରେ ଆଥଲେଟ୍ଙ୍କ ପ୍ରଦର୍ଶନ ଭିତ୍ତିରେ କଟକ ୬୦୨ ପଏଣ୍ଟ…
ଓଡ଼ିଶା ଆଥ୍ଲେଟଙ୍କୁ ଆଶାତୀତ ସଫଳତା
ଭୁବନେଶ୍ୱର, ୨୬।୬ (ତପନ ସ୍ବାଇଁ): ଜର୍ମାନୀର ବର୍ଲିନଠାରେ ଅନୁଷ୍ଠିତ ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍ଡ ସମର ଗେମ୍ସରେ ଓଡ଼ିଶା ଆଥ୍ଲେଟ୍ମାନେ ଆଶାତୀତ ସଫଳତା ପାଇଛନ୍ତି। ପ୍ରତିଯୋଗିତାର ଇତିହାସରେ ପ୍ରଥମଥରପାଇଁ ଓଡ଼ିଶା ପ୍ରତିଯୋଗୀମାନେ ୮ଟି ପଦକ ପାଇଛନ୍ତି ଏବଂ ଜଣେ ପ୍ରତିଯୋଗୀ ୪ର୍ଥ ସ୍ଥାନରେ…
କ୍ରୀଡ଼ା ମନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠିର ନକଲ ଶେୟାର କଲେ ଭିନେଶ
ନୂଆଦିଲ୍ଲୀ, ୨୬ା୬(ପି.ଟି.): ଆନ୍ଦୋଳନରତ ୬ଜଣ କୁସ୍ତିଯୋଦ୍ଧା ଏସିଆନ ଗେମ୍ସ ଏବଂ ଓ୍ବାଲର୍ଡ ଚାମ୍ପିୟନଶିପ୍ ଲାଗି ହେବାକୁ ଥିବା ସିଲେକ୍ସନ ଟ୍ରାଏଲ୍ରୁ ରିହାତି ଦିଆଯିବା ସମ୍ପର୍କରେ କୌଣସି ଦାବି ଉପସ୍ଥାପନ କରି ନ ଥିଲେ। ତାହା ପ୍ରମାଣ କରିବାକୁ ଯାଇ ଭିନେଶ ଫୋଗତ…
ଭାରତୀୟ କୋର୍ ଗ୍ରୁପ୍ରେ ଓଡ଼ିଶାର ୪
ନୂଆଦିଲ୍ଲୀ, ୨୬।୬(ପି.ଟି.): ଏସିଆନ ଚାମ୍ପିୟନ୍ସ ଟ୍ରଫିକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ପକ୍ଷରୁ ଜାତୀୟ କ୍ୟାମ୍ପ ପାଇଁ ରବିବାର ୩୯ ଜଣିଆ କୋର୍ ଗ୍ରୁପ୍ ଖେଳାଳି ତାଲିକା ଘୋଷଣା କରାଯାଇଛି। ଏହି ତାଲିକାରେ ଓଡ଼ିଶାର ୪ ଖେଳାଳି ସାମିଲ ଅଛନ୍ତି। ସେମାନେ…
ବିସିସିଆଇର ବଡ଼ ନିଷ୍ପତ୍ତି: ଏଥର ଉଭୟ ପୁରୁଷ-ମହିଳା ଦଳ ଏସିଆନ ଗେମ୍ସରେ ହେବେ ସାମିଲ
ନୂଆଦିଲ୍ଲୀ,୨୪।୬: ଚଳିତ ବର୍ଷ ଶେଷରେ ଚାଇନାର ହାଙ୍ଗଜୋରେ ଏସିଆନ ଗେମ୍ସ ୨୦୨୩ ଆୟୋଜିତ ହେବ। ବର୍ତ୍ତମାନ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଏ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ବିସିସିଆଇ ଏଥର ଉଭୟ ପୁରୁଷ ଏବଂ ମହିଳା ଦଳ…
୩୬ ବର୍ଷର ହେଲେ ଲିଓନଲ ମେସି
ବୁନୋସ ଏରିଜ,୨୪।୬: ଅକ୍ଟୋବର ୧୭, ୨୦୦୪। ବାର୍ସିଲୋନା ଏବଂ ଏସପାନିୟଲ କ୍ଲବ ମଧ୍ୟରେ ସ୍ପେନରେ ଲା ଲିଗା (ସ୍ପେନର ଫୁଟବଲ ଲିଗର ନାମ) ମ୍ୟାଚ ଚାଲିଥିଲା । ମ୍ୟାଚର ୮୨ତମ ମିନିଟରେ ଭେଟେରାନ ଡେକୋଙ୍କୁ ବଦଳାଇବାକୁ ନିଷ୍ପତ୍ତି ନିଆଗଲା। ତାଙ୍କ ସ୍ଥାନରେ…
ପୂଜାରାଙ୍କୁ ଟିମ ଇଣ୍ଡିଆରେ ସ୍ଥାନ ନ ମିଳିବା ନେଇ ଅସନ୍ତୋଷ ବ୍ୟକ୍ତ କଲେ ଗାଭାସ୍କର
ନୂଆଦିଲ୍ଲୀ,୨୪।୬: ୧୨ ଜୁଲାଇରୁ ୱେଷ୍ଟଇଣ୍ଡିଜ ଗସ୍ତରେ ଭାରତୀୟ ଦଳକୁ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ପଡିବ। ଏହାକୁ ନେଇ ଜୁନ ୨୩ରେ ଟିମ ଇଣ୍ଡିଆର ଚୟନକର୍ତ୍ତାମାନେ ଟେଷ୍ଟ ଏବଂ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା କରିଥିଲେ। ଯେଉଁଠାରେ…
ଚ୍ୟାଲେଞ୍ଜ୍ କପ୍ ଭଲିବଲ: ସେମିରେ ଭାରତ
ଭୁବନେଶ୍ୱର, ୨୪।୬, (ତପନ ସ୍ବାଇଁ): ଭାରତୀୟ ସିନିୟର ମହିଳା ଭଲିବଲ ଦଳ ଇଣ୍ଡୋନେସିଆର ଇଷ୍ଟ ଜାଭାସ୍ଥିତ ଗ୍ରେସିକ୍ଠାରେ ଚାଲିଥିବା ୪ର୍ଥ ଏଭିସି ମହିଳା ଚ୍ୟାଲେଞ୍ଜ୍ କପ୍ର ସେମିଫାଇନାଲରେ ପ୍ରବେଶ କରିଛି। ପ୍ରିଲିମିନାରୀ ରାଉଣ୍ଡରେ ଅଷ୍ଟ୍ରେଲିଆକୁ ହରାଇଥିବା ଭାରତ ପରବର୍ତ୍ତୀ ୨ଟି ଗ୍ରୁପ୍…
ଅଲିମ୍ପିକ ଦିବସ ପାଳିଲା ହକି ଇଣ୍ଡିଆ
ନୂଆଦିଲ୍ଲୀ, ୨୪ା୬: ଶୁକ୍ରବାର ସମଗ୍ର ବିଶ୍ୱରେ ଅଲିମ୍ପିକ ଦିବସ ପାଳନ ହୋଇଛି। ଏହି ଅବସରରେ କ୍ରୀଡ଼ାବିତ୍ଙ୍କ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟ ନେଇ ହକି ଇଣ୍ଡିଆ ଦ୍ୱାରା ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଅଲିମ୍ପିକ ଦିବସ ପାଳନର ବିଷୟବସ୍ତୁ ‘ଲେଟ୍…

