ଖେଳ

ଭାରତ-କୁଏଟ୍‌ ଟକ୍କର

ବେଙ୍ଗାଲୁରୁ,୪।୭: ବେଙ୍ଗାଲୁରୁର ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ମଙ୍ଗଳବାର ଚଳିତ ସାଫ୍‌ ଫୁଟବଲ ଚାମ୍ପିୟନଶିପ୍‌ର ଫାଇନାଲ ଭାରତ ଓ କୁଏଟ୍‌ ମଧ୍ୟରେ ଅନୁଷ୍ଠିତ ହେବ। ଦୁଇଟି ଯାକ ଦଳ ଫର୍ମରେ ଥିବାରୁ ମୁକାବିଲା ସଂଘର୍ଷପୂର୍ଣ୍ଣ ହେବା ଆଶା ରହିଛି। ଭାରତ ଟୁର୍ନାମେଣ୍ଟର ସବୁଠାରୁ…

ଓ୍ବିମ୍ବେଲଡନକୁ ଫେରିଲେ ରୁଷିଆ, ବେଲାରୁଷ ଖେଳାଳି

ଓ୍ବିମ୍ବେଲଡନ (ଇଂଲଣ୍ଡ), ୪ା୭ (ଏପି): ୟୁକ୍ରେନ୍‌ରେ ଯୁଦ୍ଧ ଜାରି ରହିଛି। ରୁଷିଆ ଓ ଏହାର ସହଯୋଗୀ ରାଷ୍ଟ୍ର ବେଲାରୁଷର ଖେଳାଳିମାନେ କିନ୍ତୁ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାକୁ ବର୍ଷକ ପରେ ଫେରିଛନ୍ତି। ୟୁକ୍ରେନ୍‌ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଅଲ୍‌ ଇଂଲଣ୍ଡ…

କୃତୀ ରୋଲର ସ୍କେଟରଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୪।୭,(ତପନ ସ୍ବାଇଁ): ରୋଲର ସ୍କେଟିଙ୍ଗରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭାଗ ନେଇଥିବା ରାଜ୍ୟର ଖେଳାଳିଙ୍କୁ ଓଡ଼ିଶା ସ୍କେଟିଙ୍ଗ ଆସୋସିଏଶନ ପକ୍ଷରୁ ସୋମବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସମ୍ବର୍ଦ୍ଧିତ କରାଯାଇଛି। ନିକଟରେ ଜାତୀୟ ରୋଲର ସ୍କେଟିଙ୍ଗ ଚାମ୍ପିୟନଶିପ୍‌ରେ ଓଡ଼ିଶାରୁ ବିଭିନ୍ନ…

ଭାରତରେ ବିଶ୍ୱବିଜେତା ଗୋଲକିପର୍‌

କୋଲକାତା, ୪ା୭: ବିଶ୍ୱ ବିଜେତା ଆର୍ଜେଣ୍ଟିନା ଫୁଟବଲ ଦଳର ଗୋଲକିପର ଏମିଲିଆନୋ ମାର୍ଟିନେଜ୍‌ ଭାରତ ଗସ୍ତରେ ଆସିଛନ୍ତି। ଦକ୍ଷିଣ ଏସିଆ ଟୁର୍‌ରେ ରହିଥିବା ମାର୍ଟିନେଜ୍‌ ସୋମବାର କୋଲକାତାରେ ପହଞ୍ଚିଥିଲେ। ନେତାଜୀ ସୁଭାଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ପ୍ରଦାନ…

ଓଡ଼ିଶା ବଧିର କ୍ରିକେଟ ଦଳ ଘୋଷିତ

ଭୁବନେଶ୍ୱର, ୪।୭,(ତପନ ସ୍ବାଇଁ): ଆଗାମୀ ଜାତୀୟ ବଧିର ଟି୨୦ କ୍ରିକେଟ ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଏକ ବଧିର କ୍ରିକେଟ ଦଳ ଗଠନ କରାଯାଇଛି। ହାଇଟେକ୍‌ କ୍ରୀଡ଼ା ନିର୍ଦ୍ଦେଶକ ଲଳିତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖେଳାଳି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା।…

ଜାସ୍ପର ଜିତିଲେ ତୃତୀୟ ଷ୍ଟେଜ୍‌

ବିଲ୍‌ବାଓ (ସ୍ପେନ), ୪।୭: ବେଲଜିୟମର ଆଲ୍‌ପେସିନ-ଡେକେୟୁନିଙ୍କ୍‌ ଟିମ୍‌ ରାଇଡର ଜାସ୍ପର ଫିଲିପସେନ ଚଳିତ ଟୁର ଡି’ ଫ୍ରାନ୍ସ ସାଇକେଲ ରେସ୍‌ର ତୃତୀୟ ଷ୍ଟେଜ୍‌ ଜିତିଛନ୍ତି। ସୋମବାର ଆମୋରେବେଟା ଇସ୍କାନୋ (ସ୍ପେନ୍‌)ଠାରୁ ବେଓନି ପର୍ଯ୍ୟନ୍ତ ୧୯୩.୫ (୧୨୦.୨ ମାଇଲ) କିଲୋମିଟର ବିଶିଷ୍ଟ ଫ୍ଲାଟ୍‌…

ମଜୁମଦାର ହୋଇପାରନ୍ତି ଭାରତୀୟ ମହିଳା ଦଳର କୋଚ୍‌

ନୂଆଦିଲ୍ଲୀ, ୪ା୭(ପି.ଟି.): ଘରୋଇ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଅମୋଲ ମଜୁମଦାର ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ୍‌ ହେବାର ସମ୍ଭାବନା ସ୍ପଷ୍ଟ ହୋଇଛି। କ୍ରିକେଟ୍‌ ପରାମର୍ଶଦାତା କମିଟି(ସିଏସି) ପକ୍ଷରୁ କୋଚ୍‌ଙ୍କ ବ୍ୟକ୍ତିଗତ ସାକ୍ଷାତକାର ସୋମବାର ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା।…

ଅବଶିଷ୍ଟ ଆଶେସରୁ ବାଦ୍‌ ପଡ଼ିଲେ ଲିଅନ

ଲଣ୍ଡନ,୪ା୭ (ପି.ଟି.): ଡାହାଣ ପେଣ୍ଡାରେ ଆଘାତ ଯୋଗୁ ଅଷ୍ଟ୍ରେଲିଆର ପ୍ରମୁଖ ସ୍ପିନର ନାଥାନ ଲିଅନ୍‌ ଇଂଲଣ୍ଡ ବିପକ୍ଷ ଅବଶିଷ୍ଟ ଆଶେସ ସିରିଜରୁ ବାଦ୍‌ ପଡ଼ିଛନ୍ତି। ରବିବାର ଶେଷ ହୋଇଥିବା ଦ୍ୱିତୀୟ ଆଶେସ ଟେଷ୍ଟର ଦ୍ୱିତୀୟ ଦିବସରେ ଫିଲ୍ଡିଂ କରୁଥିବା ଏହି ୩୬ବର୍ଷୀୟ…

ରାଉରକେଲା, ଭଦ୍ରକ ବିଜୟୀ

ଭୁବନେଶ୍ୱର, ୪।୭, (ସରୋଜ ଜେନା): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଅନୁଷ୍ଠିତ ଆନ୍ତଃଜିଲ୍ଲା ମହିଳା କ୍ରିକେଟ ଟୁର୍ନାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟରେ ସୋମବାର ବିଜୟୀ ହୋଇଛନ୍ତି ରାଉରକେଲା ଓ ଭଦ୍ରକ। ରେଭେନ୍ସା ଗ୍ରାଉଣ୍ଡ-୧ରେ ଅନଷ୍ଠେିତ ପ୍ରଥମ ମ୍ୟାଚରେ ରାଉରକେଲା ୧୦ ଉଇକେଟରେ…

କ୍ୱାର୍ଟରରେ ଓଡ଼ିଶା

ଭୁବନେଶ୍ୱର, ୪ା୭,(ସରୋଜ ଜେନା): ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଓଡ଼ିଶା। ସୋମବାର ତାମିଲନାଡୁକୁ ୪-୦ରେ ହରାଇ ଦଳ କ୍ୱାର୍ଟରlରେ ସ୍ଥାନ ସୁରକ୍ଷିତ କରିଛି। ଘରୋଇ ଦଳ…

ଭାରତୀୟ ଦଳରେ ଓଡ଼ିଶାର ମହମ୍ମଦ ରାଜା

ଭୁବନେଶ୍ୱର, ୪।୭,(ତପନ ସ୍ବାଇଁ): ବାହାରିନର ମାନାମାଠାରେ ଏଫ୍‌ଆଇଭିବି (ଅନ୍ତର୍ଜାତୀୟ ଭଲିବଲ ଫେଡେରେଶନ) ୨୧ ବର୍ଷରୁ କମ୍‌ ପୁରୁଷ ଭଲିବଲ ବିଶ୍ୱ ଚାମ୍ପିୟନଶିପ୍‌ ଚଳିତ ମାସ ୮ରୁ ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ଭାରତୀୟ ଭଲିବଲ ଦଳ ମନୋନୟନ କରାଯାଇଛି।…

ସ୍ବିଟେକ୍‌, ପେଗୁଲା, ଜୋକୋଭିଚ୍‌ଙ୍କ ବିଜୟ

ଓ୍ବିମ୍ବେଲଡନ୍‌, ୪ା୭: ଟେନିସ୍‌ର ସର୍ବପୁରାତନ ଗ୍ରାଣ୍ଡସ୍ଲାମ ଇଭେଣ୍ଟ ସୋମବାର ଆରମ୍ଭ ହୋଇଛି। ଏହି ଗ୍ରାସକୋର୍ଟ ଟୁର୍ନାମେଣ୍ଟର ପ୍ରଥମ ଦିନରେ ମହିଳା ଖେଳାଳିଙ୍କ ମଧ୍ୟରେ ଇଗା ସ୍ବିଟେକ୍‌, ଭିକ୍ଟୋରିଆ ଆଜାରେଙ୍କା ଓ ଜେସିକା ପେଗୁଲା ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସେହିପରି ପୁରୁଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?